ଅପରାଧ ରାଜ୍ୟ

ଦେଶୀ ମଦ ଦୋକାନକୁ ଦୁର୍ବୃତ୍ତଙ୍କ ବୋମା ମାଡ, କାରଣ ଅସ୍ପଷ୍ଟ

ଚୌଦ୍ୱାର ୨୫/୦୭: ବିଳମ୍ୱିତ ରାତିରେ ମାତିଲେ ଲୁଟେରା । ଚୌଦ୍ୱାର ଶଙ୍କରପୁର ରେଳ ଫାଟକ ନିକଟରେ ଥିବା ଦେଶୀ ମଦ ଦୋକାନ ଉପରକୁ ହୋଇଛି ବୋମାମାଡ଼ । ବୋମାମାଡ଼ କରି ଘଟଣା ସ୍ଥଳରୁ ଫେରାର ହେଲେ ଦୁର୍ବୃତ୍ତ । ତେବେ ଏହି ବୋମାମାଡର କାରଣ କଣ ତାହା ଅସ୍ପଷ୍ଟ ରହିଛି । ଖବର ପାଇ ଘଟଣା ସ୍ଥଳରେ ଚୌଦ୍ୱାର ପୋଲିସ ଛାନଭିନ ଜାରି ରଖିଛି । ବୋମା ମାଡ଼ କରିଥିବା ଯୁବକ ଜଣଙ୍କ ହେଉଛନ୍ତି ଦୀପକ ରାଉତ […]

ଅପରାଧ ରାଜ୍ୟ

ଭୀମସାରେ ଉତ୍ତେଜନା, ଡାକ୍ତରଙ୍କୁ ଆକ୍ରମଣ କଲେ ରୋଗୀଙ୍କ ସଂପର୍କୀୟ

ସମ୍ବଲପୁର ୨୫।୦୭ : ଭୀମସାରେ ଡାକ୍ତରଙ୍କୁ ଆକ୍ରମଣ । ରୋଗୀଙ୍କ ସଂପର୍କୀୟ କରିଛନ୍ତି ଆକ୍ରମଣ । ଯାହାଫଳରେ ଦୀର୍ଘ ସମୟ ଧରି ଉତ୍ତେଜନା ଦେଖାଦେଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ରବିବାର ସମ୍ବଲପୁରର ଜଣେ ଗୁରୁତରଙ୍କୁ ବୁର୍ଲା ଭୀମସାର କାଜୁଆଲଟିରେ ଭର୍ତ୍ତି କରାଯାଇଥିଲା । ତେବେ ରୋଗୀଙ୍କ କ୍ଷତ ହୋଇଥିବାବେଲେ ସର୍ଜରୀ ଡାକ୍ତର ଚିକିତ୍ସା କରୁଥିଲେ । ଫଳରେ କ୍ଷତସ୍ଥାନରୁ ରକ୍ତସ୍ରାବକୁ ସହିନପାରି ରୋଗୀ ସମ୍ପର୍କୀୟ ଡାକ୍ତରଙ୍କୁ ଆକ୍ରମଣ […]

ଅପରାଧ ରାଜ୍ୟ

କୁତାଖାଇ ଗଳିରେ ମହିଳାଙ୍କୁ ବିଭତ୍ସ ହତ୍ୟା ଘଟଣା, ୨ ପଡୋଶୀ ଯୁବକ ଗିରଫ

କଟକ ୨୫।୦୭: କୁତାଖାଇ ଗଳି ହତ୍ୟାକାଣ୍ଡ ଘଟଣାରେ ପୋଲିସର ଆକ୍ସନ । ହତ୍ୟାକାଣ୍ଡରେ ସମ୍ପୃକ୍ତ ୨ ଯୁବକଙ୍କୁ ଗିରଫ କଲା ପୋଲିସ । ଏହି ହତ୍ୟାକାଣ୍ଡରେ ପଡୋଶୀ ଘରର ଦୁଇ ଯୁବକଙ୍କ ସଂପୃକ୍ତି ନେଇ ସ୍ପଷ୍ଟ କଲା ପୋଲିସ । ଖବର ଅନୁଯାୟୀ, ଗତ ୧୫ ତାରିଖରେ କୁତାଖାଇ ଗଳରେ ବି. ଗୁଣବତୀ ନାମକ ଜଣେ ମହିଳାଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିଲା । ସେବେଠୁ ପୋଲିସ ସ୍ୱତନ୍ତ୍ର ଟିମ୍‌ ଗଠନ କରି ବିଭିନ୍ନ ସ୍ଥାନରେ […]

ଅପରାଧ ରାଜ୍ୟ

ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବିରେ ଏସପିଙ୍କୁ ଭେଟିଲା ବିଜେପି ଯୁବ ମୋର୍ଚ୍ଚା

ଫୁଲବାଣୀ ୨୫/୦୭: ବହୁ ଚର୍ଚ୍ଚିତ ନବମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣାରେ ଫୁଲବାଣୀ ସଦର ଥାନା ପୋଲିସ ଶନିବାର ୯ ଜଣଙ୍କୁ ଗିରଫ କରିଛି । ହେଲେ ଏହି ଘଟଣାକୁ ନେଇ ଆଜି ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ଗୋଟଏ ୭ ଜଣିଆ ଦଳ ଆଜି ପୀଡ଼ିତାଙ୍କ ପରିବାରଙ୍କୁ ଯାଇ ଭେଟିବା ପରେ କନ୍ଧମାଳ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଥିଲେ । ପରେ ପରେ ଫୁଲବାଣୀ ସ୍ଥିତ ଦେବ କଲ୍ୟାଣୀ ମଣ୍ଡପ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ […]

ଅପରାଧ ରାଜ୍ୟ

ବିକାଶ ସ୍କୁଲରେ ଛାତ୍ର ମୃତ୍ୟୁ ଘଟଣା : ପ୍ରତିବାଦରେ ସ୍କୁଲ ସମ୍ମୁଖରେ ଅଭିଭାବକଙ୍କ ରାସ୍ତାରୋକ

ବରଗଡ ୨୫।୭: ବିକାଶ ସ୍କୁଲରେ ଛାତ୍ର ମୃତ୍ୟୁ ଘଟଣାର ପ୍ରତିବାଦ । ସ୍କୁଲ ସମ୍ମୁଖରେ ଅଭିଭାବକଙ୍କ ରାସ୍ତାରୋକ । ମୃତ ଛାତ୍ର ପ୍ରଥମ ଶ୍ରେଣୀର ଆଦିତ୍ୟରାଜ ସାହୁ । ସୂଚନାଯୋଗ୍ୟ ଯେ, ଗତ ୨୦ ତାରିଖରେ ସ୍କୁଲରେ ଖେଳ ପିରିୟଡରେ ଖେଳୁଥିବା ସମୟରେ ପଡିଯାଇ ଆଦିତ୍ୟ ସାହୁଙ୍କ ମୁଣ୍ଡ ଫାଟିଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ୨୨ ତାରିଖରେ ଆଦିତ୍ୟଙ୍କର ମୃତ୍ୟୁ ହୋଇଥିଲା । ଏନେଇ ବରଗଡ଼ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପ୍ରଧାନପାଲି ନିବାସୀ ଆଦିତ୍ୟଙ୍କ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୨୦୨୭୯ କରୋନା ପଜିଟିଭ୍

ନୂଆଦିଲ୍ଲୀ ୨୪/୦୭: ଉପର ମୁହାଁ କରୋନା ଗ୍ରାଫ୍। ଦେଶରେ ପୁଣି ବଢିଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ ବଢିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ ବି ଲାଗୁନି ବ୍ରେକ୍ । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଓ ପରେ ୧୦ ହଜାର ତଳକୁ ଖସିବା ପରେ ପୁଣି ବଢିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୦୦୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସ୍ୱାସ୍ଥ୍ୟ […]

ଅପରାଧ ଦେଶ ବିଦେଶ

ବାଇକ ଓ ଟ୍ରକ୍‌କୁ ଧକ୍କା ଦେଲା କାର, ୩ ମୃତ

ଚେନ୍ନାଇ ୨୪/୦୭: ମର୍ମନ୍ତୁଦ ସଡକ ଦୁର୍ଘଟଣା । ୩ ମୃତ । ଏପରି ଅଭାବନୀୟ ଘଟଣା ଘଟିଥି ତାମିଲନାଡୁକ ଥାନୀରପାନ୍ଥଲ ଦେଇ ଯାଇଥିବା ଜାତୀୟ ରାଜପଥରେ । ଏକ କାର୍- ବାଇକ ଓ ଟ୍ରକ୍ ଧକ୍କା ଦେବାରୁ ଏହି ଅଘଟଣ ଘଟିଛି । ସୂଚନାନୁସାରେ, ଶନିବାର ସନ୍ଧ୍ୟାରେ ଏକ ବାଇକରେ ଦୁଇ ଜଣ ପେରାମବାଲୁର ରାଜପଥ ଦେଇ କେଉଁ ଆଡେ ଯାଉଥିଲେ । ଏହି ସମୟରେ ଏକ କାର୍ ନିୟନ୍ତ୍ରଣ ହରାଇ ବାଇକକୁ ଧକ୍କା ଦେଇଥିଲା । […]

ଅପରାଧ ଦେଶ ବିଦେଶ

ଗୁଳିକାଣ୍ଡରେ ଥରିଲା ଓ୍ୱାଶିଂଟନ : ଜଣେ ମୃତ, ୬ ଗୁରୁତର

ନୂଆଦିଲ୍ଲୀ, ୨୪/୦୭: ଆମେରିକାରେ ଗୁଳିକାଣ୍ଡ ଘଟଣା ଥମିବାର ନାଁ ନେଉନାହିଁ । ଗୁଳିକାଣ୍ଡ ଘଟଣା ଏଠାରେ ସାଧାରଣ କଥା ହୋଇଗଲାଣି । ଶନିବାର ସକାଳେ ଓ୍ୱାଶିଂଟନର ରେଣ୍ଟନ୍ ସହରରେ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ପ୍ରାଣ ହରାଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ସିଏନଏନ ରିପୋର୍ଟ ଅନୁସାରେ, ଶନିବାର ସକାଳେ ରିଣ୍ଟେନ ସହରରେ ଗୁଳିକାଣ୍ଡ ଘଟଥିଲା । ଯେଉଁଥିରେ ଜଣେ ପ୍ରାଣ ହରାଇଥିବା ବେଳେ ଅନ୍ୟ ୬ ଜଣ ଗୁରୁତର […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି

ଦେଶର ଜନସଂଖ୍ୟା ଅନୁସାରେ କେତୋଟି ମେଡିକାଲ କଲେଜ ଅଛି ଓ କେଉଁ ରାଜ୍ୟରେ ସର୍ବାଧିକ ଉତ୍ତର ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ୬୧୨ ମେଡିକାଲ କଲେଜ୍‌ ପରିଚାଳିତ ହେଉଛି। ଏହି କଲେଜଗୁଡ଼ିକରେ ମୋଟ ୯୧,୯୨୭ MBBS ସିଟ୍ ରହିଛି। ସେଥିମଧ୍ୟରୁ ୩୨୨ ସରକାରୀ ମେଡିକାଲ କଲେଜରେ ୪୮,୦୧୨ ସିଟ୍ ଓ ୨୯୦ ଘରୋଇ କଲେଜ୍‌ରେ ୪୩,୯୧୫ ଆସନ ରହିଛି। ଲୋକସଭାରେ ଏହି ତଥ୍ୟ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ। ଏହିସବୁ ମେଡିକାଲ କଲେଜ୍‌ଗୁଡ଼ିକରେ ସିଟ୍ ସଂଖ୍ୟା ବୃଦ୍ଧି ପାଉଛି। ୫୪ ଇନ୍‌ଷ୍ଟିଚ୍ୟୁଟ୍‌ରେ ୮,୬୫୨ ସିଟ୍ ବୃଦ୍ଧି ପାଇଥିବା ବେଳେ ୫୫୮ କଲେଜ୍‌ରେ ୨୩,୨୭୫ ଆସନ […]

ମନୋରଞ୍ଜନ ରାଜ୍ୟ

ଜୀ ସାର୍ଥକର ଅଭିନବ ପ୍ରୟାସ, ମହିଳାଙ୍କୁ ସଚେତନ ପାଇଁ ଆରମ୍ଭ ‘ନାଲି ବିନ୍ଦୁ’ ଅଭିଯାନ

ଭୁବନେଶ୍ୱର ୨୨।୦୬: ଓଡିଶାରେ ମହିଳାଙ୍କ ଋତୁସ୍ରାବ ସମ୍ପର୍କିତ ସଚେତନତା ସୃଷ୍ଟି କରିବାକୁ ଅଭିନବ ଢ଼ଙ୍ଗରେ ଅଭିଯାନ ଆରମ୍ଭ କରିଛି ଜୀ ସାର୍ଥକ । ଏହି ଅଭିଯାନର ନାଁ ରହିଛି ‘ନାଲି ବିନ୍ଦୁ’ । ଯାହା ଏବେ ଓଡିଶାର ଘରେ ଘରେ ପହଞ୍ଚିଯାଇଛି । ମହିଳାଙ୍କ ମଧ୍ୟରେ ସର୍ବାଧିକ ସଚେତନତା ସୃଷ୍ଟି କରିବା ସହ ଏନେଇ ଶିକ୍ଷାଦାନ ଯୋଗାଇବା ଲକ୍ଷ୍ୟରେ ‘ନାଲି ବିନ୍ଦୁ’ ଭିଜୁଆଲ କ୍ୟାମ୍ପେନ ଆରମ୍ଭ କରାଯାଇଛି । ଓଡିଶାର ଗଣପର୍ବ ରଜପର୍ବ ମଧ୍ୟ ଏହାକୁ ପ୍ରତିନିଧିତ୍ୱ […]