ଖେଳ ଦେଶ ବିଦେଶ

ଟେନିସ ଜଗତ ଚକିତ, ୨୫ ବର୍ଷ ବୟସରେ ଅବସର ନେଲେ ବାର୍ଟି

ମେଲ୍‌ବର୍ଣ୍ଣ: ବିଶ୍ବର ଏକ ନମ୍ବର ମହିଳା ଟେନିସ୍‌ ଖେଳାଳି ଆସ୍‌ଲେ ବାର୍ଟି ବୁଧବାର ମାତ୍ର ୨୫ ବର୍ଷ ବୟସରେ ଅଚାନକ ଅବସର ନେଇ ଟେନିସ ଜଗତକୁ ଚକିତ କରିଦେଇଛନ୍ତି। ଅବଶ୍ୟ ଏହା ତାଙ୍କର ଦ୍ବିତୀୟ ଅବସର। ୨୦୧୪ରେ ଭ୍ରମଣଜନିତ ଅସୁବିଧା ଯୋଗୁଁ ସ୍ବଳ୍ପ ବୟସରେ ସେ ଅବସର ନେଇଯାଇଥିଲେ। ଏହା ପରେ ନିଜ ରାଜ୍ୟ କୁଇନ୍ସଲାଣ୍ଡ ପକ୍ଷରୁ କ୍ରିକେଟ୍‌ ଖେଳିଥିଲେ। ପ୍ରଶଂସକଙ୍କ ଭଲପାଇବା ସାଙ୍ଗକୁ ଭଲ ପ୍ରାୟୋଜକ ମିଳିଯିବାରୁ ସେ ପୁଣି ଥରେ ୨୦୧୬ରେ ଟେନିସକୁ ପ୍ରତ୍ୟାବର୍ତ୍ତନ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟର ଆଉ ୨ ଜିଲ୍ଲା କୋଭିଡ ମୁକ୍ତ

ଭୁବନେଶ୍ବର : ରାଜ୍ୟର ଗୋଟିଏ ପରେ ଗୋଟିଏ ଜିଲ୍ଲା କୋଭିଡ ମୁକ୍ତ ହେବାରେ ଲାଗିଛି। ଏବେ ପୁରୀ ଓ କଳାହାଣ୍ଡିରେ ଏବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଶୂନ ରହିଛି। ଏହାସହ ଆଉ ୧୩ ଜିଲ୍ଲାରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୦ ତଳେ ରହିଛି। ତେଣୁ ଖୁବଶୀଘ୍ର ଅନ୍ୟ ଜିଲ୍ଲାଗୁଡ଼ିକ କୋଭିଡ ମୁକ୍ତ ହେବ ବୋଲି ଆଶା କରାଯାଉଛି। କରୋନାର ତୃତୀୟ ଲହରରେ ଏବେ ଦୈନିକ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଶହେ ତଳେ ରହିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ […]

ମନୋରଞ୍ଜନ ରାଜ୍ୟ

ଅଭିଜିତ୍‌ ମଜୁମଦାରଙ୍କ ‘ଲଭ୍ ଲେଦୁ’: ଏବେ ଚର୍ଚ୍ଚାରେ ଜୁନିୟର୍‌ ଅଭିଜିତ୍‌ ଓ ଅଭିଜିତ୍‌ ଫ୍ୟାନ୍‌ କ୍ଲବ୍‌

କଟକ: ନିଆରା ଢଙ୍ଗରେ ଲୋକପ୍ରିୟ ଆଉ ହିଟ୍ ଗୀତ ଭେଟି ଦେବାରେ ପ୍ରସିଦ୍ଧ ପ୍ରଖ୍ୟାତ ସଂଗୀତକାର ଅଭିଜିତ୍ ମଜୁମଦାର ଏବେ ‘ଲଭ୍ ଲେଦୁ…’କୁ ନେଇ ଚର୍ଚ୍ଚାରେ। ଅଭିନେତା ଅଙ୍କିତ କୁମାରଙ୍କ କଣ୍ଠରେ ସେ ଏହି ଗୀତ ରେକର୍ଡ କରିଥିବା ବେଳେ ଏହା ଖୁବ୍ ଶୀଘ୍ର ୱେବ୍ ଓ ୟୁଟ୍ୟୁବ୍ ଚାନେଲରେ ମୁକ୍ତିଲାଭ କରିବାକୁ ଯାଉଛି। କୋଭିଡ୍ ସମୟରେ ପ୍ରେମିକ-ପ୍ରେମିକାଙ୍କ ବ୍ରେକ୍ ଅପ୍‌କୁ ନେଇ ଏହି ହିଟ୍ ଗୀତ ପ୍ରସ୍ତୁତ ହୋଇଛି। ମିଷ୍ଟର ଗୁଲୁଆଙ୍କୁ ନେଇ ‘ଭାତଟେ ‌ହବ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ମାର୍ଚ୍ଚ ୨୮ରୁ ଖୋଲିବ ଅଙ୍ଗନବାଡ଼ି କେନ୍ଦ୍ର, ଜାରି ହେଲା ଏସଓପି

ଭୁୁବନେଶ୍ବର: ୪ ଦିନ ପରେ ଅର୍ଥାତ ମାର୍ଚ୍ଚ ୨୮ ତାରିଖ ଠାରୁ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଖୋଲିବ। କୋଭିଡ୍ ସଂକ୍ରମଣ ଭିତରେ ପାଖାପାଖି ବର୍ଷକ ପରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବ। ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବାକୁ ରାଜ୍ୟ ସରକାର ଏସଓପି ଜାରି କରିଛନ୍ତି । ସକାଳ ସାଢ଼େ ୭ଟାରୁ ସାଢ଼େ ୯ଟା ଯାଏଁ ଖୋଲିବ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବାକୁ ଏସଓପିରେ କୁହାଯାଇଛି। ଏନେଇ ଆଇସିଡିଏସ୍ ନିର୍ଦ୍ଦେଶକ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି । ସବୁଠାରୁ […]

ଖେଳ ଦେଶ ବିଦେଶ

କନିଷ୍ଠ ମହିଳା ବିଶ୍ବକପ୍‌ ହକିରେ ୧୪ ଓଡ଼ିଆ

ରାଉରକେଲା: କନିଷ୍ଠ ମହିଳା ହକି ବିଶ୍ବ କପ୍‌ର ନବମ ସଂସ୍କରଣ ଦକ୍ଷିଣ ଆଫ୍ରିକାର ପଶ୍ଚଷ୍ଟ୍ରୁମ୍‌ ସହରରେ ଏପ୍ରିଲ୍‌‌ ୧ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ଗତବର୍ଷ ଡିସେମ୍ବର ମାସରେ ହେବାର ଥିଲା। କିନ୍ତୁ କୋଭିଡ ମହାମାରୀ କାରଣରୁ ଏହାର ଆୟୋଜନକୁ ସ୍ଥଗିତ ରଖାଯାଇଥିଲା। ଏହି ପ୍ରତିଯୋଗିତା ପାଇଁ ଭାରତର ୨୦ ଜଣିଆ ଦଳର ଘୋଷଣା କରାଯାଇଛି। ଝାଡ଼ଖଣ୍ଡର ଅଲିମ୍ପିଆନ ସଲିମା ଟେଟେଙ୍କୁ ଦଳର ଅଧିନାୟିକା ଦାୟିତ୍ବ ଦିଆଯାଇଛି। ଦଳରେ ଦୁଇ ଜଣ ଓଡ଼ିଆ […]

ଖେଳ ଦେଶ ବିଦେଶ

ଜାତୀୟ ଭାରୋତ୍ତୋଳନ: ଝିଲ୍ଲୀ,‌ ସ୍ନେହାଙ୍କୁ କାଂସ୍ୟ

ଭୁବନେଶ୍ବର: ସ୍ଥାନୀୟ କିଟ୍‌ସ୍ଥିତ ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମରେ ଆୟୋଜିତ ଆଇଡବ୍ଲ୍ୟୁଏଲ୍‌ଏଫ୍‌ ଜାତୀୟ (ଯୁବ, କନିଷ୍ଠ, ବରିଷ୍ଠ) ଭାରୋତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଆଙ୍କ ଖାତାରେ ଆଉ ଦୁଇ ପଦକ ଯୋଡ଼ି ହୋଇଛି। ସୋମବାର ଦ୍ବିତୀୟ ଦିବସରେ ୬୧ କେଜି ପୁରୁଷ ବର୍ଗରେ ମୁନା ରୌପ୍ୟ ଜିତି ରାଜ୍ୟ ପାଇଁ ପ୍ରଥମ ପଦକ ଆଣିଥିଲେ। ମଙ୍ଗଳବାର ତୃତୀୟ ଦିବସରେ ଆର୍‌ଏସ୍‌ପିବି ପକ୍ଷରୁ ଭାଗନେଇଥିବା ଓଡ଼ିଆ ଝିଅ ଝିଲ୍ଲୀ ଦଳବେହେରା ଏବଂ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ସ୍ନେହା ସୋରେନ ନିଜ […]

ଖେଳ ଦେଶ ବିଦେଶ

ଭାରତର ସେମିଫାଇନାଲ୍‌ ଆଶା ଉଜ୍ଜୀବିତ, ବାଂଲାଦେଶକୁ ୧୧୦ ରନ୍‌ରେ ପରାସ୍ତ କଲା

ହାମିଲଟନ୍‌: ଅସ୍ଥିର ପ୍ରଦର୍ଶନ ସତ୍ତ୍ବେ ମିତାଲି ରାଜଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଚଳିତ ମହିଳା ବିଶ୍ବକପ୍‌ରେ ୬ ମ୍ୟାଚ୍‌ରୁ ତୃତୀୟ ବିଜୟ ସହ ସେମିଫାଇନାଲ୍‌ ଆଶା ଉଜ୍ଜୀବିତ ରଖିଛି। ମଙ୍ଗଳବାର ‘କର ବା ମର’ ମୁକାବିଲାରେ ୟାସ୍ତିକା ଭାଟିଆ (୫୦ ରନ୍‌, ୮୦ ବଲ୍‌)ଙ୍କ ଧୈର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକ ପରେ ସ୍ନେହା ରାଣା (୪/୩୦), ପୂଜା ଭସ୍ତ୍ରକାର (୨/୨୬) ଓ ଝୁଲଣ ଗୋସ୍ବାମୀ (୨/୧୯)ଙ୍କ ଚମତ୍କାର ବୋଲିଂ ବଳରେ ବାଂଲାଦେଶକୁ ୧୧୦ ରନ୍‌ରେ ପରାସ୍ତ କରି ଭାରତ ୬ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ମାର୍ଚ ୩୧ରୁ ଉଠିଯିବ କୋଭିଡ୍‌ କଟକଣା, କିନ୍ତୁ ପୂର୍ବ ପରି ରହିବ ମାସ୍କ୍‌ ପିନ୍ଧା: କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜାରି କରିଥିବା ସମସ୍ତ କୋଭିଡ୍‌ କଟକଣା ମାର୍ଚ ୩୧ ତାରିଖରୁ ଉଠାଇ ଦିଆଯିବ କିନ୍ତୁ, ସର୍ବସାଧାରଣ ସ୍ଥାନଗୁଡ଼ିକରେ ମାସ୍କ ପରିଧାନ ପୂର୍ବ ଭଳି ଚାଲୁ ରହିବ ବୋଲି ଆଜି କେନ୍ଦ୍ର ସରକାର କହିଛନ୍ତି। ଆଜି ଗୃହ ମନ୍ତ୍ରାଳୟ କହିଛି ଯେ, କୋଭିଡ୍‌-ସୁରକ୍ଷା କଟକଣା ନିମନ୍ତେ ଆଉ ‘ବିପର୍ଯ୍ୟୟ ପରିଚାଳନା ଆଇନ’ ଲାଗୁ ହେବ ନାହିଁ। କିନ୍ତୁ, ସର୍ବସାଧାରଣ ସ୍ଥାନଗୁଡ଼ିକରେ ତଥାପି ମାସ୍କ୍‌ ପିନ୍ଧିବାକୁ ପଡ଼ିବ। ଚୀନ୍‌, ଦକ୍ଷିଣ କୋରିଆ, ଭିଏତ୍‌ନାମ୍‌, ଫ୍ରାନ୍ସ୍‌ ଏବଂ […]

ମନୋରଞ୍ଜନ ରାଜ୍ୟ

ନୂଆଚଳଚ୍ଚିତ୍ର ‘ଉଦଣ୍ଡୀ ସୀତା’ରେ ମୁଖ୍ୟ ଭୂମିକାରେ ଅଶ୍ୱିନୀ-ଦେବଯାନୀ ଯୋଡି

ଚାଷୀ ସମସ୍ୟା ଓ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ଉପରେ ଆଧାରିତ ହେଇଛି ନୂଆ ଚଳଚ୍ଚିତ୍ର ‘ଉଦଣ୍ଡୀ ସୀତା’ର କାହାଣୀ। ଏଥିରେ ସଂଳାପ ରଚନା କରିଛନ୍ତି ରଜନୀ ରଂଜନ, ଗୀତ ରଚନା କରିଛନ୍ତି ତପୁ ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଜାପାନୀ। ଅଶ୍ୱିନୀ ତ୍ରିପାଠୀ ପ୍ରଡକ୍ସନ୍ ନିର୍ମାଣ କରୁଥିବା ଏଇ ସିନେମାରେ ଅଶ୍ୱିନୀ ଓ ଦେବଯାନୀଙ୍କ ବ୍ୟତୀତ ପିଣ୍ଟୁ ନନ୍ଦ, ସୁଶାନ୍ତ, ସମରେଶ, ଇଲୁ ବାନାର୍ଜୀ, ଭବାନୀ, ଶକ୍ତି ବରାଳ ପ୍ରମୁଖଙ୍କୁ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରର ସମ୍ପାଦନା […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ବିଗିଡ଼ିଲା ଲାଲୁ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା, ଏୟାର ଆମ୍ବୁଲାନ୍ସ ଯୋଗେ ଅଣାଯାଇପାରେ ଦିଲ୍ଲୀ

ନୂଆଦିଲ୍ଲୀ: ବିଗିଡ଼ିଲା ଲାଲୁ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା। ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟ ପୁଣି ଥରେ ଖରାପ ହୋଇଥିବା ଜଣାପଡ଼ିଛି। ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସ ଯୋଗେ ଲାଲୁ ଯାଦବଙ୍କୁ ଦିଲ୍ଲୀ ଅଣାଯିବ ବୋଲି କୁହାଯାଉଛି। ସେ ଆଜି ଅପରାହ୍ନ ୩ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ଦିଲ୍ଲୀ ଏମ୍ସ ଅଭିମୁଖେ ଯାତ୍ରା କରିବା ନେଇ ସୂଚନା ମିଳୁଛି। ଏନେଇ ରାଞ୍ଚିସ୍ଥିତ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍‌ (ରିମ୍‌ସ)ରୁ ବିମାନବନ୍ଦର ପର୍ଯ୍ୟନ୍ତ ଏକ ଗ୍ରୀନ୍ କରିଡର […]