ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ଟ୍ରମା କେୟାର୍‌ ଚିକିତ୍ସା: ଗୋଟିଏ ମା‌ସରେ ୮୩ ମୃତ

କଟକ: ରାଜ୍ୟରେ ଟ୍ରମା କେୟାର୍‌ ଚିକିତ୍ସା ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ସରକାରୀ ବ୍ୟବସ୍ଥାରେ ମେଡିକାଲ୍‌ କଲେଜ ସମେତ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଚିକିତ୍ସା ବ୍ୟବସ୍ଥା କରାଯାଇଛି। ଟ୍ରମା ରୋଗୀଙ୍କ ତତ୍କାଳ ଚିକିତ୍ସା ପାଇଁ ସରକାରୀ ତହବିଲରୁ ଟଙ୍କା ଖର୍ଚ୍ଚ କରାଯାଉଛି। ଏହି ଟଙ୍କାରେ ‘ଗୋଲଡେନ୍‌ ଆୱାର’ ୪୮ଘଣ୍ଟା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସେବା ଯୋଗାଇଦେବାର ବ୍ୟବସ୍ଥା ରହିଛି। କିନ୍ତୁ ଗଲା ଫେବ୍ରୁଆରି ମାସରେ ୩୬ଟିରୁ ୧୯ଟି ମେଡିକାଲ୍‌ କ‌ଲେଜ ଓ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

୨୨୫ ଟଙ୍କାରେ କୋଭାକ୍ସିନ, କୋଭିସିଲ୍ଡ

ନୂଆଦିଲ୍ଲୀ: ଦେଶରେ ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କ ପାଇଁ ଆସନ୍ତାକାଲି (ରବିବାର)ଠାରୁ ବୁଷ୍ଟର ଡୋଜ୍‌ ଟିକାକରଣ ଆରମ୍ଭ ହେବାକୁ ଯାଉଥିବା ବେଳେ ଟିକାର ମୂଲ୍ୟ ହ୍ରାସ ନେଇ ଆଜି ଘୋଷଣା ହୋଇଛି। କୋଭିସିଲ୍‌ଡ ଟିକା ପାଇଁ ଲୋକଙ୍କୁ ଆଉ ୬୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ଏହି ଟିକାର ମୂଲ୍ୟ ଆଜି ୨୨୫ ଟଙ୍କାକୁ ହ୍ରାସ କରାଯାଇଛି। ଘରୋଇ ହସ୍ପିଟାଲମାନଙ୍କରେ କୋଭିସିଲ୍‌ଡ ୨୨୫ ଟଙ୍କାରେ ଏଣିକି ଉପଲବ୍ଧ ହେବ ବୋଲି ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ୟୁରୋପରେ ନୂଆ ଲହର: ଦୈନିକ ଦେଢ଼ ନିୟୁତ କୋଭିଡ୍ ସଂକ୍ରମଣ

ନ୍ୟୁୟର୍କ: ଏବେ ବିଶ୍ବରେ ପ୍ରତିଦିନ ଦେଢ଼ ନିୟୁତ ନୂଆ ସଂକ୍ରମଣ ହେଉଛି। ଏସିଆ ମହାଦେଶରେ ବଡ଼ ସଂକ୍ରମଣ ହେଉଛି। ୟୁରୋପରେ ନୂଆ ଲହର ଦେଖାଦେଇଛି। କେତେକ ଦେଶରେ ମୃତ୍ୟୁ ହାର ଅଧିକ ରହୁଥିବା ବି ରିପୋର୍ଟ ମିଳିଛି ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ କହିଛନ୍ତି। ପ୍ରାୟ ପ୍ରତି ଚାରିମାସରେ ଗୋଟାଏ ନୂଆ ଭାରିଆଣ୍ଟ ଆତ୍ମପ୍ରକାଶ କରୁଥିବା ବେଳେ ଏବେ ଏସିଆ ମହାଦେଶରେ ବି ସଂକ୍ରମଣ ବୃଦ୍ଧି ଉଦ୍‌ବେଗର କାରଣ ପାଲଟିଛି। ତେଣୁ କୋଭିଡ୍-୧୯ ଦୁର୍ବଳ ହୋଇଗଲାଣି […]

ଖେଳ ଦେଶ ବିଦେଶ

କୋରିଆ ଓପନ୍‌ ସେମିରେ ସିନ୍ଧୁ, ଶ୍ରୀକାନ୍ତ

ସୁଞ୍ଚିଅନ୍‌: ଭାରତର ତାରକା ବ୍ୟାଡ୍‌ମିଣ୍ଟନ ଖେଳାଳି ପିଭି ସିନ୍ଧୁ ଏବଂ କିଦାମ୍ବି ଶ୍ରୀକାନ୍ତ ଏଠାରେ ଚାଲିଥିବା କୋରିଆ ଓପନ୍‌ ସୁପର ୫୦୦ ପ୍ରତିଯୋଗିତାର ସେମିଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି। ଶୁକ୍ରବାର ମହିଳା ଏକକ କ୍ବାର୍ଟର ଫାଇନାଲ୍‌ରେ ଦୁଇ ଥରର ଅଲିମ୍ପିକ୍‌ ପଦକ ବିଜୟିନୀ ସିନ୍ଧୁ ୨୧-୧୦ ଓ ୨୧-୧୬ରେ ଥାଇଲାଣ୍ଡର ବୁସାନାନ୍‌ ଓଙ୍ଗ୍‌ବାମ୍‌ରୁଙ୍ଗ୍‌ଫାନ୍‌ଙ୍କୁ ପରାସ୍ତ କରିଥିଲେ। ବୁସାନାନ୍‌ଙ୍କ ବିପକ୍ଷରେ ସିନ୍ଧୁଙ୍କ ଏହା ୧୭ତମ ବିଜୟ। ସେମିଫାଇନାଲ୍‌ରେ ସିନ୍ଧୁଙ୍କ ମୁକାବିଲା କୋରିଆର ଆନ୍‌ ସିୟଙ୍ଗଙ୍କ ସହ ହେବ। ସେହିପରି […]

ଖେଳ ରାଜ୍ୟ

ଏଫ୍‌ଆଇଏଚ୍‌ ମହିଳା ପ୍ରୋ ଲିଗ୍‌: ନେଦରଲାଣ୍ଡ୍‌ସକୁ ହରାଇଲା ଭାରତ

ଭୁବନେଶ୍ବର: ଚଳିତ ଏଫ୍‌ଆଇଏଚ୍‌ ମହିଳା ପ୍ରୋ ଲିଗ୍‌ରେ ଶୁକ୍ରବାର ଘରୋଇ ଭାରତୀୟ ଦଳ ବିଶ୍ବ ମାନ୍ୟତାର ଏକ ନମ୍ବର ନେଦରଲାଣ୍ଡ୍ସକୁ ୨-୧ ଗୋଲ୍‌ରେ ପରାସ୍ତ କରିଦେଇଛି। ଫଳରେ ଏହି ମ୍ୟାଚ୍‌ରୁ ଭାରତ ପୂରା ୩ ପଏଣ୍ଟ୍‌ ପାଇ ୧୫ ପଏଣ୍ଟ୍‌ ସହ ଟେବୁଲର ଦ୍ବିତୀୟ ସ୍ଥାନକୁ ଉଠିଛି। ପରାଜୟ ସତ୍ତ୍ବେ ନେଦରଲାଣ୍ଡ୍‌ସ (୧୭ ପଏଣ୍ଟ୍‌) ପୂର୍ବ ପରି ଶୀର୍ଷ ସ୍ଥାନରେ ଅପରିବର୍ତ୍ତିତ ରହିଛି। ଅନ୍ୟପକ୍ଷରେ ଭାରତର ଏହା ୭ ମ୍ୟାଚ୍‌ରୁ ପଞ୍ଚମ ବିଜୟ। ଶନିବାର ଉଭୟ ଦଳ […]

ରାଜ୍ୟ ସ୍ୱାସ୍ଥ୍ୟ

ସଂସାର ଉଜାଡ଼ି ଦେଲା କରୋନା: ସ୍ବାମୀଙ୍କ ମୃତ୍ୟୁ ପରେ ଦୁଇ ପିଲାଙ୍କ ସହ ମହିଳାଙ୍କୁ ତଡ଼ି ଦେଲେ ଶାଶୂଘର ଲୋକ

କଟକ: ସ୍ବାମୀଙ୍କର କରୋନାରେ ଦେହାନ୍ତ ହେବା ପରେ ଜଣେ ମହିଳାଙ୍କୁ ତାଙ୍କ ଦୁଇ ପିଲାଙ୍କ ସହ ଘରୁ ତଡ଼ି ଦେଇଛନ୍ତି ଶାଶୂ ଘର ଲୋକେ। ମହିଳାଙ୍କୁ ତାଙ୍କ ଦିଅର ହତ୍ୟା ଧମକ ଦେଇଛନ୍ତି। ଏଭଳି ଅଭିଯୋଗ ଆଣି ନ୍ୟାୟ ପାଇଁ ମହିଳା ଜଣକ ସିଡବ୍ଲୁସିର ଦ୍ବାରସ୍ଥ ହୋଇଥିବା ବେଳେ ଦୁଇ ପିଲାଙ୍କ ସହିତ ପର ଘରେ ଆଶ୍ରୟ ନେଇଛନ୍ତି। ଅନ୍ୟପଟେ ସ୍ବାମୀଙ୍କ କୋଭିଡ୍ ମୃତ୍ୟୁ ପ୍ରମାଣପତ୍ର ମିଳୁ ନଥିବାରୁ ସେ ସରକାରୀ ସହାୟତା ଓ ସୁବିଧାସୁଯୋଗ ପାଇବାରୁ […]

ଦେଶ ବିଦେଶ ମନୋରଞ୍ଜନ

କୌତୂହଳର ଚମତ୍କାରିତା, ଟିଭି ଅଭିନେତ୍ରୀ ତେଜସ୍ବୀ ପ୍ରକାଶ

ମୁମ୍ବାଇ: ବେଳେ ବେଳେ କୌତୂହଳ ଜଣକର ଜୀବନର ମୋଡ଼ ବଦଳାଇଥାଏ ଏବଂ ବଞ୍ଚିବାର ରାହା ଯୋଗାଇଥାଏ। ଏକ ନିର୍ଦ୍ଦିଷ୍ଟ କ୍ଷେତ୍ର ପ୍ରତି ଦୁର୍ବଳତା ନଥାଇ ମଧ୍ୟ କୌତୂହଳବଶତଃ ସେଥିରେ ପାଦ ଦେଲା ପରେ ନିଜ ଭିତରେ ଛପିଥିବା ପାରିବାପଣ ଆବିଷ୍କୃତ ହୋଇଥାଏ। ଟିଭି ଅଭିନେତ୍ରୀ ତେଜସ୍ବୀ ପ୍ରକାଶଙ୍କର ପେସାଗତ ଜୀବନ ଠିକ୍‌ ଏହି ପ୍ରକାରେ ଅତର୍କିତ ନିର୍ବାଚିତ ହୋଇଥିଲା। ଜଣେ ଯନ୍ତ୍ରୀ ଭାବରେ ବୈଷୟିକ ଜ୍ଞାନକୌଶଳରେ କିଛି ନିଆରା କରି ଦେଖାଇବାର ସ୍ବପ୍ନ ଦେଖିଥିବା ଏହି ଲଳନାଙ୍କୁ […]

ଖେଳ ରାଜ୍ୟ

କଳିଙ୍ଗ ଷ୍ଟାଡିୟମ୍‌ରେ ଯୁଗଳ ମ୍ୟାଚ୍: ନେଦରଲାଣ୍ଡ୍ସ ଆହ୍ବାନ ପାଇଁ ଭାରତ ପ୍ରସ୍ତୁତ

ଭୁବନେଶ୍ବର: ଏଫ୍‌ଆଇଏଚ୍ ପ୍ରୋ ହକି ଲିଗ୍‌ର ନେଦରଲାଣ୍ଡ୍ସ ବିପକ୍ଷ ଯୁଗଳ ମୁକାବିଲା ଲାଗି ଭାରତୀୟ ମହିଳା ଦଳ ପୂରା ପ୍ରସ୍ତୁତ ରହିଛି। ଦୁଇ ଟିକିଆ ମୁକାବିଲାର ପ୍ରଥମ ମ୍ୟାଚ୍‌ ଶୁକ୍ରବାର ଏବଂ ଦ୍ବିତୀୟ ଶନିବାର କଳିଙ୍ଗ ଷ୍ଟାଡିୟମ୍‌ର ନୀଳ ଟର୍ଫରେ ଖେଳାଯିବ। ଏଥିଲାଗି ଉଭୟ ଦଳ ନିଜ ନିଜ ରଣନୀତିକୁ ଆହୁରି ଶାଣିତ କରିସାରିଛନ୍ତି। କେବଳ ଯାହା ପଡ଼ିଆକୁ ଓହ୍ଲାଇ ପରସ୍ପରକୁ କଡ଼ା ଟକ୍କର ଦେବା ବାକି ରହିଛି। ଲଢ଼େଇ ଆରମ୍ଭ ହେବାର ପୂର୍ବଦିନ ଅର୍ଥାତ୍ ଗୁରୁବାର […]

ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟସ୍ତରୀୟ ବିଶ୍ବ ସ୍ବାସ୍ଥ୍ୟ ଦିବସ: ଜୈବବିବିଧତାର ସୁରକ୍ଷା ପାଇଁ ନିଷ୍ଠାପର ଉଦ୍ୟମ ଲୋଡ଼ା

ଭୁବନେଶ୍ବର: ପୃଥିବୀର ଜୈବବିବିଧତା ଏବେ ଦ୍ରୁତ ଗତିରେ ଅବକ୍ଷୟ ହେବାକୁ ଲାଗିଲାଣି। ଏହାର ସୁରକ୍ଷା ନିମନ୍ତେ ପ୍ରତ୍ୟେକ ସ୍ତରରେ ନିଷ୍ଠାପର ଉଦ୍ୟମ ଲୋଡ଼ା। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ବ ସ୍ବାସ୍ଥ୍ୟ ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭାଗର ସ୍ବତନ୍ତ୍ର ସଚିବ ଡା. ଅଜିତ୍ କୁମାର ମହାନ୍ତି ଏହା କହିଛନ୍ତି। ଆମ ଜଳ, ବାୟୁ ଓ ଖାଦ୍ୟକୁ ଭବିଷ୍ୟତପିଢ଼ିଙ୍କ ପାଇଁ ଗଚ୍ଛିତ ରଖିବା ପାଇଁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କେମିତି ବିଶ୍ବସ୍ତରୀୟ ହେବ ଏସ୍‌ସିବି? ନୂଆ ମେଡିକାଲ ‌କଲେଜ ଖୋଲୁଛନ୍ତି, ସେହି ପୁରୁଣାଙ୍କୁ ଭରସା

କଟକ: ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟରେ ସରକାର ଗୋଟିକ ପରେ ଗୋଟିଏ ନୂଆ ମେଡିକାଲ କଲେଜ ଖୋଲି ଚାଲିଛନ୍ତି। କିନ୍ତୁ ନୂଆ ମେଡିକାଲ କଲେଜ ପାଇଁ ନୂଆ ମାନବ ସମ୍ବଳର ବିକାଶ କଥା ସରକାର ଭୁଲିଯାଉଛନ୍ତି। ବରଂ ସେହି ପୁରୁଣା ମେଡିକାଲ କଲେଜଗୁଡିକରୁ ବିଶେଷଜ୍ଞ ଡାକ୍ତରଙ୍କୁ ଆଜି ଏଠିକି, କାଲି ସେଠିକି ବଦଳି କରି ତାଲିକା ପ୍ରକାଶ କରିଚାଲିଛନ୍ତି। ସରକାର ଏସ୍‌ସିବିକୁ ବିଶ୍ବସ୍ତରୀୟ (ଏମ୍‌ସ ପ୍ଲସ୍‌) କରି ଗଢ଼ି ତୋଳିବା ପାଇଁ ଯୋଜନା ଆରମ୍ଭ କରିଛନ୍ତି। […]