ଦ୍ବନ୍ଦ୍ବ ସୃଷ୍ଟି କରୁଛି ଗ୍ରୀଷ୍ମ ଛୁଟି ବିଜ୍ଞପ୍ତି: ଘରୋଇ ସ୍କୁଲ ସମ୍ପର୍କରେ କୁହାଯାଇନି
ଭୁବନେଶ୍ବର: ଗ୍ରୀଷ୍ମ ଛୁଟିରେ ଖୋଲାରହିବ ସ୍କୁଲ। ପିଲା ଆସିବେ। ପାଠ ପଢ଼ିବେ। କରୋନା ସମୟରେ ପ୍ରଭାବିତ ହୋଇଥିବା ବିଷୟଗୁଡ଼ିକୁ ପଢ଼ାଯିବ। ବ୍ରିଜ୍ କୋର୍ସ ମାଧ୍ୟମରେ ପିଲାଙ୍କ ଶିକ୍ଷଣ ଦକ୍ଷତା ବଢ଼ାଯିବ। ସକାଳ ୬ଟାରୁ ୯ଟା ଯାଏ କ୍ଲାସ ହେବ। ପିଲାମାନେ ସ୍କୁଲରେ ମଧ୍ୟାହ୍ନଭୋଜନ ଖାଇବେ। ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ଆଖିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଗଲେ। ନିର୍ଦେଶନାମା ଜାରି କରି ନାମଲେଖା ସମୟ, ନୂତନ ଶିକ୍ଷାବର୍ଷ, ପାଠପଢ଼ା ଶୈଳୀ ଆଦି ସମ୍ପର୍କରେ କୁହାଗଲା। […]