ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ତାତିରେ ସିଝୁଛନ୍ତି ସ୍କୁଲ ପିଲା, ଗଣଶିକ୍ଷା ବିଭାଗର ସମୀକ୍ଷା ବୈଠକ ଆଜି

ଭୁବନେଶ୍ବର: ତତଲା ତାଉଆରେ ସିଝୁଛି ଓଡ଼ିଶା। ପଶ୍ଚିମ ପରେ ଏବେ ଉପକୂଳରେ ବି ତାତି ଅସମ୍ଭାଳ। ହାତଗଣତି ଗୋଟିଏ ଦୁଇଟି ଜିଲ୍ଲାକୁ ଛାଡ଼ି ହେଲେ ସବୁଠି ତାପମାତ୍ରା ୪୦ ଡିଗ୍ରି ଟପିଲାଣି। ତା’ ସତ୍ତ୍ବେ ବି କୋମଳମତି ପିଲାମାନେ ସ୍କୁଲ ଯାଇ ପାଠପଢ଼ୁଛନ୍ତି। ଡହ ଡହ ଖରାରେ ସ୍କୁଲରୁ ଘରକୁ ଫେରୁଛନ୍ତି। ଘରେ ପହଞ୍ଚିଲା ବେଳକୁ କିଏ ଧଇଁସଇଁ ହୋଇଯାଉଛନ୍ତି ତ ଆଉ କିଏ ପାଣି ପିଇବା ପାଇଁ ଡହଳବିକଳ ହୋଇପଡ଼ୁଛି। ଅଭିଭାବକଙ୍କ ସହ ଯେଉଁମାନେ ବାଇକ୍‌ରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା: ଶଯ୍ୟା ଅଭାବରୁ ବାରଣ୍ଡାରେ ଚିକିତ୍ସା

ଭଦ୍ରକ: ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି। ଡାକ୍ତର ଅଭାବରୁ ରୋଗୀ ହନ୍ତସନ୍ତ ହେଉଥିବା ବେଳେ ଶଯ୍ୟା ଅଭାବରୁ ରୋଗୀ ଏଣେତେଣେ ବାରଣ୍ଡାରେ ଚିକିତ୍ସିତ ହେଉଛନ୍ତି। ଜିଲ୍ଲାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସାଧାରଣ ନାଗରିକଙ୍କ ଠାରୁ ଆମ୍ଭ କରି ବୁଦ୍ଧିଜୀବୀ ପର୍ଯ୍ୟନ୍ତ ଦାବି କରି ଆସୁଥିଲେ। ଏକ ଦଶନ୍ଧିରୁ ଉର୍ଦ୍ଧ୍ବ ଏହି ଦାବି କରି ଆସୁଥିବା ବେଳେ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ଭଦ୍ରକର ଏହି […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି

ସ୍କୁଲରେ ବାଇବେଲ ପଢିବା ବାଧ୍ୟ! ହିଜାବ ପରେ ଏବେ ବାଇବେଲକୁ ନେଇ ବିବାଦ

ବାଙ୍ଗାଲୋର: କର୍ଣ୍ଣାଟକରେ ହିଜାବ ପିନ୍ଧିବା ନେଇ ବିବାଦ ପରେ ବର୍ତ୍ତମାନ ଖ୍ରୀଷ୍ଟିଆନଙ୍କ ପବିତ୍ର ଶାସ୍ତ୍ର ବାଇବେଲକୁ ନେଇ ବିବାଦ ଦେଖାଦେଇଛି | ହିନ୍ଦୁ ସଂଗଠନମାନଙ୍କ ଅଭିଯୋଗ ମୁତାବକ ବାଙ୍ଗାଲୋରର ଏକ ସ୍କୁଲ ପିଲାମାନଙ୍କର ଅଭିଭାବକମାନଙ୍କୁ କହୁଛି ଯେ ସେମାନେ ନିଜ ପିଲାଙ୍କୁ ଏକ ବାଇବେଲ ବହି ଦେଇ ପଠାଇବେ | କେବଳ କହୁନାହିଁ ବରଂ ସ୍କୁଲର ନିୟମ ମାନିବେ ବୋଲି ସ୍ବୀକାରୋକ୍ତି ପତ୍ରରେ ଦସ୍ତଖତ ମଧ୍ୟ କରାଯାଉଛି | ଏହି ଘଟଣା ପରେ କର୍ଣ୍ଣାଟକରେ ପୁଣି ଥରେ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ୟୁରୋପରେ କରୋନା ସଂକ୍ରମଣ ବଢ଼ୁଛି: ଭାରତରେ ୨୪ ଘଣ୍ଟାରେ ୨୫୯୩ ମାମଲା

ନୂଆଦିଲ୍ଲୀ: ୟୁରୋପର ଅନେକ ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କିନ୍ତୁ ହଂକଂ, ସିଙ୍ଗାପୁର ଏବଂ ଥାଇଲାଣ୍ଡରେ ସଂକ୍ରମଣ କମୁଛି। ତେଣୁ ଏସବୁ ସ୍ଥାନରେ ପ୍ରଶାସନ ପୂର୍ବରୁ ଲଗାଇଥିବା କଟକଣାକୁ ଆଗାମୀ ଦିନରେ କୋହଳ କରିବା ସମ୍ଭାବନା ରହିଛି। ଭାରତରେ ଗତ ୨୪ ଘଣ୍ଟାରେ ୨୫୯୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏହି ସମୟ ମଧ୍ୟରେ ୪୪ ଜଣଙ୍କ ମୃତ୍ୟୁ ହୋଇଛି। ଦିଲ୍ଲୀରେ ମଧ୍ୟ ଆଜି ୧ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ହଂକଂରେ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଭାରତରେ ଖାଇବା ତେଲ ଆହୁରି ମହଙ୍ଗା ହେବ! ତାଳ ତେଲ ରପ୍ତାନି ନିଷିଦ୍ଧ କଲା ଇଣ୍ଡୋନେସିଆ

ନୂଆଦିଲ୍ଲୀ, ୨୩/୪: ଇଣ୍ଡୋନେସିଆର ତେଲ ଏବଂ ଖାଦ୍ୟ ସାମଗ୍ରୀର ଦାମ୍ ବୃଦ୍ଧି ପାଇଛି। ଦରଦାମ ବୃଦ୍ଧି ଉପରେ ଲଗାମ ଲଗାଇବା ପାଇଁ ଇଣ୍ଡୋନେସିଆ ତାଳ ତେଲ ରପ୍ତାନି ଉପରେ କଟକଣା ଲଗାଇଛି। ଶୁକ୍ରବାର ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋ ଘୋଷଣା କରିବା ପରେ ଏ ନେଇ ନିର୍ଦ୍ଦେଶନାମା ଜାରି ହୋଇଛି। ଚଳିତମାସ ୨୮ ତାରିଖରୁ ଅନ୍ୟାଦେଶ ପର୍ଯ୍ୟନ୍ତ ଉକ୍ତ ନିୟମ କାର୍ଯ୍ୟକାରୀ ହେବ। ଇଣ୍ଡୋନେସିଆ ବିଶ୍ବରେ ତାଳତେଲର ଏକ ପ୍ରମୁଖ ଉତ୍ପାଦନ ଏବଂ ରପ୍ତାନିକାରୀ ଦେଶ। ତେଣୁ […]

ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ପୁଣି ବଢ଼ିଲା ସଂକ୍ରମଣ: ୪ ଜିଲ୍ଲାରୁ ୯ କରୋନା ପଜିଟିଭ ଚିହ୍ନଟ, ୩ ଜଣ ୧୮ ବର୍ଷରୁ କମ୍ ବର୍ଗର

ଭୁବନେଶ୍ବର: ଗତକାଲି ମାତ୍ର ୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩ ଜଣ ସ୍ଥାନୀୟ ସଂକ୍ରମଣରୁ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୩ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ରାଜ୍ୟର ମାତ୍ର ୪ଟି ଜିଲ୍ଲାରୁ ୯ ଜଣ […]

କଳା ଓ ସଂସ୍କୃତି ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ସିଂହଦ୍ବାର, ପଶ୍ଚିମଦ୍ବାରରୁ ଭକ୍ତଙ୍କୁ ପ୍ରବେଶ ଅନୁମତି

ପୁରୀ: ବହୁଦିନରୁ ଶ୍ରୀମନ୍ଦିରରେ ଚାରିଦ୍ବାର ଦର୍ଶନ ଦାବିପରେ ଦର୍ଶନ କଟକଣା କୋହଳ କରାଯାଇଛି। ଏଥର ଶ୍ରୀମନ୍ଦିର ସିଂହଦ୍ବାର ସହ ଭକ୍ତଙ୍କୁ ପଶ୍ଚିମଦ୍ବାରରୁ ବି ଦର୍ଶନ ପାଇଁ ପ୍ରବେଶ ଅନୁମତି ମିଳିବ। ଭକ୍ତମାନେ ସିଂହଦ୍ବାର ଓ ପଶ୍ଚିମଦ୍ବାର ଦେଇ ପ୍ରବେଶ ପରେ ଦର୍ଶନ ସାରି ଉତ୍ତର ଓ ଦକ୍ଷିଣଦ୍ବାର ଦେଇ ପ୍ରସ୍ଥାନ କରିବେ। ଆସନ୍ତା ଏପ୍ରିଲ ୨୯ ତାରିଖରୁ ଏହି ବ୍ୟବସ୍ଥା ଲାଗୁ ହେବ। ସିଂହଦ୍ବାରରେ ଥିବା ସେଡ୍‌କୁ ପଶ୍ଚିମଦ୍ବାରକୁ ସ୍ଥାନାନ୍ତର କରାଯିବ। ଆଜି ଶ୍ରୀମନ୍ଦିର ପରିଚାଳନା କମିଟି […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଯୁକ୍ତ୨ ପରୀକ୍ଷା ପାଇଁ ଗଢ଼ା ହେଲା ସ୍କ୍ବାଡ୍‌

ଭୁବନେଶ୍ବର: ଯୁକ୍ତ୨ ପରୀକ୍ଷା ପରିଚାଳନା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସ୍କ୍ବାଡ୍‌ ଗଠିତ ହୋଇଛି। କେନ୍ଦ୍ରୀୟ ଜୋ‌ନ୍‌ ସ୍କ୍ବାଡ୍‌ରେ ସର୍ବାଧିକ ୫୮ ଜଣ ସଦସ୍ୟ ରହିଥିବା ବେଳେ ସମ୍ବଲପୁର ଜୋନାଲ୍‌ ସ୍କ୍ବାଡ୍‌ରେ ୩୫, ବାରିପଦା ଓ ବ୍ରହ୍ମପୁର ଜୋନାଲ୍‌ ସ୍କ୍ବାଡ୍‌ରେ ୩୦ ଜଣ ଲେଖାଏ ସଦସ୍ୟ ରହିଛନ୍ତି। ଉଚ୍ଚ ମା‌ଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜର ରିଡର୍‌, ଆସିଷ୍ଟାଣ୍ଟ ପ୍ରଫେସର, ଅଧ୍ୟାପକମାନଙ୍କୁ ବିଭିନ୍ନ ସ୍କ୍ବାଡ୍‌ର ସଦସ୍ୟ ଭାବେ ମନୋନିତ କରାଯାଇଛି। ଯେଉଁମାନେ ସ୍କ୍ବାଡ୍‌ରେ ରହିଛନ୍ତି […]

ରାଜ୍ୟ ସ୍ୱାସ୍ଥ୍ୟ

ବିବାଦ ଭିତରେ ନିର୍ମାଣାଧୀନ ଘରର ପଡ଼ିଲା ଛାତ

ପୁରୀ: ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ଓ ନିର୍ମାଣକୁ ନେଇ ବିବାଦ ତୀବ୍ର ହୋଇଥିବାବେଳେ ଆସନ୍ତା ୨୭ ତାରିଖରେ ଏହା ବିରୋଧରେ ବଡ଼ ଜନଆନ୍ଦୋଳନ ଡାକରା ଦିଆଯାଇଛି। ‘ଶ୍ରୀମନ୍ଦିର ବଞ୍ଚାଅ ଆନ୍ଦୋଳନ’ ନାଁରେ ଗଠିତ ସଂଗଠନ ନେତୃତ୍ବରେ ୫ ହଜାରରୁ ଅଧିକ ଲୋକ ଏଥିରେ ସାମିଲ୍‌ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏଭଳି ବିବାଦୀୟ ପରିସ୍ଥିତିରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ନିର୍ମାଣ କାର୍ଯ୍ୟ ବି ଜାରି ରହିଛି। ଠିକା ସଂସ୍ଥା ଟାଟା ପ୍ରୋଜେକ୍ଟ ଲିମିଟେଡ୍‌ ପଶ୍ଚିମଦ୍ବାର ଓ ଦକ୍ଷିଣଦ୍ବାରରେ ଏକାଧିକ […]

ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ସର୍ବନିମ୍ନ ସଂକ୍ରମଣ: ଗୋଟିଏ ଜିଲ୍ଲାରୁ ମାତ୍ର ଜଣେ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର: ଗତକାଲି ୧୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ମାତ୍ର ୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ କେହି ପଜିଟିଭ ଚିହ୍ନଟ ହୋଇନାହାନ୍ତି। ଏଥିମଧ୍ୟରୁ କେହି ବି ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ନ ଥିବା ଜଣାଯାଇଛି। ଆଜି ରାଜ୍ୟର ମାତ୍ର ୧ଟି ଜିଲ୍ଲାରୁ ଜଣେ କରୋନା ପଜିଟିଭ […]