ଆଇପିଏଲ୍: ବାଙ୍ଗାଲୋରକୁ ହରାଇ ଶୀର୍ଷରେ ରାଜସ୍ଥାନ
ମୁମ୍ବାଇ: ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)କୁ ୩୦ ରନ୍ରେ ହରାଇ ରାଜସ୍ଥାନ ରୟାଲ୍ସ ଚଳିତ ଆଇପିଏଲ୍ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନକୁ ଉଠିଛି। ମଙ୍ଗଳବାର ରାଜସ୍ଥାନ ୧୪୫ ରନ୍ର ବିଜୟ ଲକ୍ଷ୍ୟ ଦେବା ପରେ ଆର୍ସିବି ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ମାତ୍ର ୧୧୫ ରନ୍ କରିବା ସହ ନବମ ମ୍ୟାଚ୍ରୁ ଚତୁର୍ଥ ପରାଜୟ ବରଣ କରିଥିଲା। ଅନ୍ୟପକ୍ଷରେ ରାଜସ୍ଥାନ ଅଷ୍ଟମ ମ୍ୟାଚ୍ରୁ ଷଷ୍ଠ ବିଜୟ ହାସଲ କରିଥିଲା। ବିରାଟଙ୍କ ବିଫଳତା, ଅଶ୍ବିନଙ୍କ ମାଇଲଖୁଣ୍ଟ ବାଙ୍ଗାଲୋରର ପଶ୍ଚାତଧାବନ […]