ରାଉରକେଲା ସ୍ବରେଜ ପ୍ରକଳ୍ପ: ୫ ବର୍ଷରେ ହୋଇପାରିନି ୩୫% ଘରକୁ ସଂଯୋଗ
ରାଉରକେଲା: ସ୍ମାର୍ଟସିଟିର ଚାଲିଥିବା ସ୍ବରେଜ ପ୍ରକଳ୍ପ ସହରବାସୀଙ୍କ କାମରେ ଆସିବ କି ନାହିଁ ସନ୍ଦେହ। ଗତ ୫ ବର୍ଷ ମଧ୍ୟରେ ଚାଲିଥିବା କାମ ସରୁନି। ଏଯାଏଁ ପ୍ରାୟ ୩୫% ଘରକୁ ପାଇପ ସଂଯୋଗ ହୋଇପାରିନି। କେବେ ସରିବ କାହାରି ପାଖରେ ସନ୍ତୋଷଜନକ ଉତ୍ତର ନାହିଁ। ବିଭାଗୀୟ ଅଧିକାରୀ କାମ ଚାଲିଛି, ଖୁବ୍ ଶୀଘ୍ର ଶେଷ ହୋଇଯିବ ବୋଲି ସଫେଇ ଦେଉଛନ୍ତି। ହେଲେ ଚାଲିଥିବା କାମର ବାସ୍ତବ ଚିତ୍ରରୁ ଏହି ପ୍ରକଳ୍ପ ସହରବାସୀଙ୍କ କାମରେ ଆସିବ କି ନାହିଁ […]