ଅପରାଧ ଦେଶ ବିଦେଶ ସ୍ୱାସ୍ଥ୍ୟ

ହୁ’ର ବଳକା କୋଭିଡ୍ ମୃତ୍ୟୁ ରିପୋର୍ଟ: ଭାରତରେ ଟିକା ବେପାର କରିବାରୁ ବଞ୍ଚିତ ଫାର୍ମା କମ୍ପାନିଙ୍କ ଷଡ଼ଯନ୍ତ୍ର ସନ୍ଦେହ

ନୂଆଦିଲ୍ଲୀ: ଜାନୁଆରି ୨୦୨୦ରୁ ଡିସେମ୍ବର ୨୦୨୧ ଭିତରେ ଭାରତରେ ୪.୮ ଲକ୍ଷ ଲୋକ କୋଭିଡ୍‌ରେ ମରିଛନ୍ତି ବୋଲି ଭାରତ ସରକାର ରିପୋର୍ଟ ଦେଇଥିବା ବେଳେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଏକ ରିପୋର୍ଟରେ କହିଥିଲା ଯେ ବାସ୍ତବ ମୃତ୍ୟୁସଂଖ୍ୟା ଏହାର ୧୦ ଗୁଣ ଅର୍ଥାତ୍ ୪.୭ ନିୟୁତ। ହୁ ଭାରତର କୋଭିଡ୍‌ ମୃତ୍ୟୁ ସଂଖ୍ୟାକୁ ଏତେ ‌ବଢ଼େଇ ରିପୋର୍ଟ ଦେବା ପଛରେ ବିଶ୍ବର ବଡ଼ ବଡ଼ ଫାର୍ମା କମ୍ପାନିଙ୍କ ହାତ ଅଛି ବୋଲି ଭାରତ ସନ୍ଦେହ କରୁଛି। […]

ଅପରାଧ ରାଜ୍ୟ

ସ୍ତ୍ରୀକୁ ପିଟିପିଟି ହତ୍ୟା କରି ସ୍ୱାମୀ ଫେରାର

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଅଞ୍ଚଳରେ ମଦ୍ୟପ ସ୍ୱାମୀ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଥିବା ଘଟଣା ଚାଞ୍ଚଲ୍ୟ ଖେଳାଇଦେଇଛି। ଏନେଇ ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ଲରମ୍ଭା ଥାନା ଖୁଣ୍ଟ ସମଲେଇ ଗାଁର ନିଶାସକ୍ତ ଯୁବକ ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଛି। ତେବେ ହତ୍ୟା କରିବା ପରେ ଅଭିଯୁକ୍ତ ସ୍ୱାମୀ ଫେରାର ହେବାରେ ସଫଳ ହୋଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଆଜି ବି ହୋଇପାରିଲାନି ବଂଶଧାର ଜଳବିବାଦ ମାମଲା ଶୁଣାଣି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଚାଲିଥିବା ବଂଶଧାରା ଜଳ ବିବାଦ ମାମଲାର ଚୂଡ଼ାନ୍ତ ଶୁଣାଣି ବୁଧବାର ଦିନ ମଧ୍ୟ ଆରମ୍ଭ ହୋଇପାରିନାହିଁ। ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ଼, ବିଚାରପତି ଜଷ୍ଟିସ ସଂଜୀବ ଖାନ୍ନା ଓ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠରେ ଆଜି ମାମଲାର ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିଲେ ମଧ୍ୟ ବେଞ୍ଚରେ ଅନ୍ୟ ଏକ ମାମଲାର ଶୁଣାଣି ଦୀର୍ଘସମୟ ଧରି ଜାରି ରହିବାରୁ ବଂଶଧାରା ମାମଲାର ଶୁଣାଣି ହୋଇପାରିନଥିଲା। ବଂଶଧାର ଜଳ ବିବାଦ […]

ଅପରାଧ ରାଜ୍ୟ

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: ଦେଶଦ୍ରୋହ ଆଇନରେ ରୋକ୍

ନୂଆଦିଲ୍ଲୀ : ଗତ କିଛି ବର୍ଷ ଧରି ବିବାଦୀୟ ହୋଇପଡ଼ିଥିବା ଦେଶଦ୍ରୋହ ଆଇନରେ‌ ବ୍ରେକ୍ ଲଗାଇଛନ୍ତି ସୁପ୍ରିମ କୋର୍ଟ। କେନ୍ଦ୍ର ସରକାର ଏହି ମାମଲାର ସମୀକ୍ଷା ପ୍ରକ୍ରିୟା ସଂପୂର୍ଣ୍ଣ କରିବା ପର୍ଯ୍ୟନ୍ତ କାହା ବିରୋଧରେ ଦେଶଦ୍ରୋହ ମାମଲା ଦାୟର କରାଯାଇପାରିବ ନାହିଁ। ମାମଲାର ବିଚାରପ୍ରକ୍ରିୟାକୁ ମଧ୍ୟ ଅନ୍ୟାଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ‌ଏସଂପର୍କରେ କେନ୍ଦ୍ର ଓ ସମସ୍ତ ରାଜ୍ୟ ସରକାରଙ୍କୁ ସୁପ୍ରିମ କୋର୍ଟ ଆଜି ନିର୍ଦେଶ ଦେଇଛନ୍ତି। କୋର୍ଟ ଏହା ସହିତ ସ୍ପଷ୍ଟ କରିଦେଇଛନ୍ତି ଯେ ଏହି […]

ଖେଳ ଦେଶ ବିଦେଶ

‘‘…ବିରାଟ କୋହଲି ଲଷ୍ଟ ହିଜ୍ ଫର୍ମ..’’

ନୂଆଦିଲ୍ଲୀ : କୋହଲି ଜଣେ ସର୍ବକାଳୀନ ବିରାଟ ଖେଳାଳି। ଉଚ୍ଚ ଶତକ ହାର ପାଇଁ ତଥା ପଶ୍ଚାତଧାବନରେ ବହୁ ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିବାରୁ ଅନେକ ତ ତାଙ୍କୁ ସଚିନଙ୍କଠାରୁ ମଧ୍ୟ ବଡ଼ ବ୍ୟାଟସମ୍ୟାନ ଭାବନ୍ତି। ହେଲେ ବିଶ୍ବର କୋଟିକୋଟି କ୍ରିକେଟପ୍ରେମୀ ବିଶେଷ କରି ଅଗଣିତ ଦେଶବାସୀ ଗତ ଦୁଇବର୍ଷ ହେଲା ତାଙ୍କ ଫର୍ମକୁ ନେଇ ଚିନ୍ତିତ। ଶହେରୁ ଅଧିକ ମ୍ୟାଚ୍ ଗଲାଣି, କିନ୍ତୁ କୋହଲି ଆଉ ଶତକ କରିପାରୁନାହାନ୍ତି। ଚଳିତ ଆଇପିଏଲ୍‌ରେ ତାଙ୍କ ପ୍ରଦର୍ଶନ ତ […]

ଅପରାଧ ରାଜ୍ୟ

ଜିଲ୍ଲାପାଳଙ୍କ ଜନଶୁଣାଣି ବେଳେ ସରପଞ୍ଚଙ୍କୁ ମାଡ଼ ଅଭିଯୋଗ

ବାଲିଅନ୍ତା: ବାଲିଅନ୍ତା ପଞ୍ଚାୟତ ସମିତି ସଭାକକ୍ଷରେ ଗତକାଲି ଜିଲ୍ଲାପାଳଙ୍କ ଜନ ଶୁଣାଣି ବେଳେ ଉମାଦେଇ ବ୍ରହ୍ମପୁର ସରପଞ୍ଚ ରମାଲତା ନାୟକଙ୍କୁ ଜଣେ ଯୁବକ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏସଂପର୍କରେ ରମାଲତା ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତିକରି ବାଲିଅନ୍ତା ଥାନାରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି। ସୂଚନା ଅନୁସାରେ ଜନଶୁଣାଣି ବେଳେ ସରପଞ୍ଚ ରମାଲତା ଏବଂ ତାଙ୍କର ଅନ୍ୟତମ ପ୍ରମୁଖ ସହଯୋଗୀ ଦିଲ୍ଲୀପ କୁମାର […]

ଅପରାଧ ରାଜ୍ୟ

ମହଙ୍ଗା ପଡିଲା ‘ପୁଷ୍ପା’ ଡାଏଲଗ, ଜେଲରେ କଟିଲା ୨୪ ଦିନ

ଚିତ୍ରଡ଼ା ୧୧/୦୫: ‘ପୁଷ୍ପା’ ଫିଲ୍ମର ଡାଇଲଗ “ପୁଷ୍ପା ରାଜ ଝୁକେଗା ନେହିଁ” ଆଉ ‘ଗୁଣ୍ଡା ରାଜ’ । ଫିଲ୍ମରେ “ଇଲାକା ଆପୁନକା କାନୁନ୍‌ ବି ଆପୁନକା, କାଟ ଡାଲେଗା ” ବାସ୍‌ ଏତିକି ଦୁଇଟି ଡାଇଲଗ୍‌ କହିବା ପରେ ଜଣକୁ ଜେଲ ହାଜତକୁ ଯିବାକୁ ପଡ଼ିଲା । ଆଉ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ପୋଲିସ ଏମିତି ଦଫା ଲଗାଇ ଦେଲା ଯେ ଜାମିନ ବି ମିଳିଲାନି । ୨୪ ଦିନ ଧରି ବାରିପଦା ଜେଲ୍‌ରେ ରହିବା ପରେ […]

ଦେଶ ବିଦେଶ ମନୋରଞ୍ଜନ

‘LOCK UPP’ରୁ ବାହାରିବା ପରେ ବୟଫ୍ରେଣ୍ଡକୁ ଧମକ ଦେଲେ ପାୟଲ, କହିଲେ-ଜଲଦି ବାହାଘର ତାରିଖ ଠିକ୍‌ କର ନହେଲେ

ମୁମ୍ବାଇ ୧୧।୦୫: ନିକଟରେ ପାୟଲ ରୋହତଗିଙ୍କୁ ଶୋ ଲକ୍ ଅପ୍ ରେ ଦେଖିବାକୁ ମିଳିଥିଲା ​​। ଶୋ’ରେ ସେ ଅନେକ ବଡ ବଡ ଖୁଲାସା କରିଥିଲେ । ଯାହ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହା ବ୍ୟତୀତ ପାୟଲ ତାଙ୍କ ପ୍ରେମିକ ସଂଗ୍ରାମ ସିଂଙ୍କ ସହ ଜଡିତ ଅନେକ କଥା କହିଥିଲେ। ବର୍ତ୍ତମାନ ଶୋ’ରୁ ବାହାରିବା ପରେ ପାୟଲ ସଂଗ୍ରାମଙ୍କ ସହ ରୋମାଣ୍ଟିକ ଡେଟ୍‌ରେ ଯାଉଛନ୍ତି । ଅଧିକରୁ ଅଧିକ ସମୟ ଦୁହେଁ ବିତାଉଛନ୍ତି । ଉଭୟ ବିବାହ […]

ଖେଳ ଦେଶ ବିଦେଶ

ଜାତୀୟ ମହିଳା ହକି: କେରଳକୁ ହରାଇଲା ଓଡ଼ିଶା

ଭୁବନେଶ୍ବର: ମଧ୍ୟପ୍ରଦେଶ‌ର ଭୋପାଳରେ ଚାଲିଥିବା ଦ୍ବାଦଶ ଜାତୀୟ ମହିଳା ହକି ପ୍ରତିଯୋଗିତାରେ ଓଡ଼ିଶାର ବିଜୟ ଧାରା ଜାରି ରହିଛି। ‌ପ୍ରଥମ ମ୍ୟାଚ୍‌ରେ ତେଲେଙ୍ଗାନାକୁ ୧୪-୦ରେ ହରାଇଥିବା ଓଡ଼ିଶା ମଙ୍ଗଳବାର କେରଳକୁ ୧୧-୦ ଗୋଲ୍‌ରେ ପରାସ୍ତ କରିଛି। ଫଳରେ ଓଡ଼ିଶା ୨ରୁ ୨ ମ୍ୟାଚ୍‌ ଜିତି ୬ ପଏଣ୍ଟ୍ ସହ ଗ୍ରୁପ୍‌-ଏଚ୍‌ ‌ଟେବୁଲର ଶୀ‌ର୍ଷ ସ୍ଥାନକୁ ଦୃଢ଼ କରିଛି। ଓଡ଼ିଶା ଶୁକ୍ରବାର ଶେ‌ଷ ଲିଗ୍‌ ମ୍ୟାଚ୍‌ରେ ହିମାଚଳକୁ ଭେଟିବ। ମଙ୍ଗଳବାର ମ୍ୟାଚ୍‌ରେ ଓଡ଼ିଶା ପକ୍ଷରୁ ପୁନମ ବାର୍ଲା (୧୦, […]

ଖେଳ ଦେଶ ବିଦେଶ

ଲକ୍ଷ୍ନୌ ୮୨ରେ ଲାଖିଲା: ପ୍ଲେ ଅଫ୍‌ରେ ଗୁଜରାଟ

ପୁଣେ: ଦୁଇ ନବାଗତ ଦଳ ଗୁଜରାଟ ଲାୟନ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଲଢ଼େଇରେ ଗୁଜରାଟ ବାଜି ମାରି ନେଇଛି। ମଙ୍ଗଳବାର ଏହି ଦୁଇ ଦଳର ଅଧିନାୟକ ତଥା ନିକଟତମ ବନ୍ଧୁ ହାର୍ଦିକ ପାଣ୍ଡ୍ୟା ଏବଂ କେଏଲ୍ ରାହୁଲ ପରସ୍ପରର ମୁହାଁମୁହିଁ ହୋଇଥିଲା ବେଳେ ହାର୍ଦିକଙ୍କ ବୋଲିଂ ବାହିନୀ ରାହୁଲ ସେନାକୁ ୮୨ ରନ୍‌ରେ ଅଲଆଉଟ୍ କରି ଦେଇଛି। ଫଳରେ ୬୨ ରନ୍‌ର ବୃହତ୍ ବିଜୟ ସହ ପ୍ରଥମ ଦଳ ଭାବେ ଚଳିତ ଆଇପିଏଲ୍‌ର ପ୍ଲେ ଅଫ୍‌ରେ […]