ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଜଧାନୀରେ ଜଘନ୍ୟକାଣ୍ଡ, ବାର୍‌ରେ ଯୁବତୀଙ୍କୁ ମଦ ପିଆଇ ଦୁଷ୍କର୍ମ

ଭୁବନେଶ୍ୱର୧୩/୦୫: ରାଜଧାନୀରେ ଡ୍ୟାନ୍ସ ବ୍ୟାରକୁ ଅନୁମତି ମିଳିବା ପରେ ଘଟିଛି ଜଘନ୍ୟକାଣ୍ଡ । ଗତକାଲି ବାର ଖୋଲୁ ଖୋଲୁ ନଜର ଆସିଛି ଅଭାବନୀୟ ଘଟଣା । ରାଜଧାନୀରେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଚନ୍ଦ୍ରଶେଖରପୁର ସ୍ଥିତି ଏମ୍ବାସି ବାର୍ ରେ ଯୁବତୀଙ୍କୁ ମଦ ପିଆଇ ପାହାଳ ଅଞ୍ଚଳରେ ଦୁଷ୍କର୍ମ କରାଯଇଥିବା ହୋଇଛି ଅଭିଯୋଗ । ତେବେ ଯୁବତୀଙ୍କୁ ବେହୋସ ଅବସ୍ଥାରେ ଦୁଷ୍କର୍ମ କରାଯାଇଛି । ହେଲେ କଳେ ବଳେ କୌଶଳେ ଯୁବକଙ୍କ କବଳରୁ ଖସିଆସି […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ବାହାଘର ସାରି ଫେରୁଥିବା ବେଳେ ଓଲଟିଲା ବରଯାତ୍ରୀଙ୍କ ଗାଡି, ୭ ଗୁରୁତର

ରାଇରଙ୍ଗପୁର, ୧୩/୦୫: ଓଲଟିଲା ବରଯାତ୍ରୀ ଗାଡ଼ି, ୭ ଜଣ ଆହତ। ଏଭଳି ଏକ ସଡ଼କ ଦୁର୍ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ସ୍ଥିତ ଜଙ୍ଗଲଭିୟୁ ହୋଟେଲ ନିକଟରେ। ସୂଚନା ଅନୁଯାୟୀ, ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଟେଣ୍ଟପୋଷି ଗ୍ରାମର ସୁରେନ୍ଦ୍ର ବେହେରାଙ୍କ ଝିଅ ବାହାଘର ସାରି ବାଙ୍ଗିରିପୋଷି ଥାନା କୁସୁମବନ୍ଧ ଗ୍ରାମକୁ ଫେରୁଥିଲେ ବରଯାତ୍ରୀ। ତେବେ ଏକ ସବାରୀ ଗାଡ଼ିରେ ଉକ୍ତ ୧୩ଜଣ ବରଯାତ୍ରୀ ଆଜି ସକାଳୁ କୁସୁମବନ୍ଧ ଗ୍ରାମ ଫେରୁଥିବାବେଳେ […]

ଅପରାଧ ରାଜ୍ୟ

ମାତିଛନ୍ତି ଚୋର, ସମାନ ଢଙ୍ଗରେ ବିଭିନ୍ନ ଅଞ୍ଚଳରୁ କରୁଛନ୍ତି ଚୋରି: ଲୁଟେରାଙ୍କ ଟେର୍ ପାଉନି ପୋଲିସ

ଗଜପତି୧୩/୦୫: ପାରଳାଖେମୁଣ୍ଡି ବିଶ୍ୱନାଥ ନଗରରୁ ଚୋରି ।୧୬ ଭରି ସୁନା ଅଳଙ୍କାର, ୩୦ ହଜାର ନଗଦ ଟଙ୍କା ସହ ଅନ୍ୟାନ୍ୟ ଆସବାବ ପତ୍ର ଚୋରି ହୋଇଥିବା ଅଭିଯୋଗ । ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ । କଟର ସାହାଯ୍ୟରେ ତାଲାକାଟି ଘରେ କଳା କନା ବୁଲାଇଲେ ଦୃର୍ବୃତ୍ତ । ଘରେ କେହି ନଥିବାର ସୁଯୋଗ ନେଇ ଚୋରି କରୁଛନ୍ତି ଦୁର୍ବୃତ୍ତ । ପାରଳାଖେମୁଣ୍ଡି ମୋଡେଲ ପୋଲିସ ଥାନା ଅଞ୍ଚଳରେ ସହରର ବିଭିନ୍ନ ସାହିରୁ […]

ଅପରାଧ ରାଜ୍ୟ

ଟଙ୍କା ଦେଲେ ମିଳେ ମୃତ୍ୟୁ ପ୍ରମାଣପତ୍ର, ଭାଇରାଲ୍‌ ହେଲା ଅଧିକାରୀଙ୍କ ଲାଞ୍ଚ ନେବା ଭିଡିଓ

ସୋର, ୧୩/୦୫: ସିମୁଳିଆ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ଜନ୍ମ ମୃତ୍ୟୁ ପ୍ରମାଣପତ୍ର ଦେବା ପାଇଁ ଲାଞ୍ଚ ନେଉଥିବା ସମୟରେ ଧରାପଡି ହଟହଟା ହେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ବାଲେଶ୍ଵର ଜିଲ୍ଲା ସିମୁଳିଆ ସ୍ୱାସ୍ଥ୍ୟ କେନ୍ଦ୍ରରେ ବଙ୍ଗାଳପୁର ପଞ୍ଚାୟତର ଇଶାଣ ଗ୍ରାମର ଜଗବନ୍ଧୁ ମଲ୍ଲିକ ବାପା ରବିନ୍ଦ୍ର ମଲ୍ଲିକଙ୍କ ମୃତ୍ୟୁ ପ୍ରମାଣପତ୍ର ନେବାକୁ ଆସିଥିଲେ। ପ୍ରମାଣପତ୍ର ନେବାକୁ ହେଲେ ଲାଞ୍ଚ ଦେବାକୁ ପଡିବ ବୋଲି ଜନ୍ମମୃତ୍ୟୁ ପ୍ରମାଣପତ୍ର ଦେଉଥିବା ସୁପରଭାଇଜର ଦିବାକର ମହାନ୍ତି ଜଗବନ୍ଧୁଙ୍କୁ କହିଥିଲେ […]

ଅପରାଧ ରାଜ୍ୟ

ବିଳମ୍ବିତ ରାତିରେ ଗଛରେ ପିଟି ହେଲା ବାଇକ୍, ଜଣେ ମୃତ, ଅନ୍ୟଜଣେ ଗୁରୁତର

ରଞ୍ଜିଆ, ୧୩/୦୫: ମୟୁରଭଞ୍ଜ କରଞ୍ଜିଆ ଥାନା ଅନ୍ତର୍ଗତ ନେଡୁଆପାଳ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ଗଛରେ ଏକ ବାଇକ ପିଟି ହୋଇଯିବା ଫଳରେ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କରଞ୍ଜିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ବିଗିଡ଼ିବାରୁ ଗୁରୁତର ବ୍ୟକ୍ତିଙ୍କୁ କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ମୃତ ବ୍ୟକ୍ତି ଜଣକ କରଞ୍ଜିଆ ଥାନା ଅନ୍ତର୍ଗତ […]

ରାଜ୍ୟ ରାଶିଫଳ

ମେଷ: ଅଫିସରେ ପରିସ୍ଥିତି ଅନୁକୂଳ ରହିବ। ସହକର୍ମୀଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟ ବିସ୍ତାର କରିବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ।

ମେଷ: ଅଫିସରେ ପରିସ୍ଥିତି ଅନୁକୂଳ ରହିବ। ସହକର୍ମୀଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟ ବିସ୍ତାର କରିବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ବୃଷ: ଆପଣଙ୍କର ଏକାଗ୍ରତା ବୃଦ୍ଧି ହେବ। ବଡ଼ କ˚ପାନି ସହ ଡିଲ୍‌ କରିବାର ସୁଯୋଗ ପାଇପାରନ୍ତି। ଘରକୁ ବନ୍ଧୁ ଆସିବେ। ପାରିବାରିକ ଜୀବନ ସୁଖମୟ ହେବ। ମିଥୁନ: ବେପାର ବୃତ୍ତିରେ ଆଶାଜନକ ଲାଭ ପାଇବେ। ସରକାରୀ କାମ ପୂରା କରିବାରେ ସାହାଯ୍ୟ ମିଳିପାରେ। ପ୍ରେମ ଆବେଦନ କରିବା ଲାଗି ଶୁଭ ସମୟ। କର୍କଟ: କାର୍ଯ୍ୟ […]

ଅପରାଧ ରାଜ୍ୟ

ନାରାୟଣପାଟଣା ବ୍ଲକର ପାଚିଂ ଜଙ୍ଗଲରେ ପୁରୁଣା ବିସ୍ଫୋରକ ଠାବ କଲା ପୁଲିସ

କୋରାପୁଟ: ଅନ୍ୟ ବ୍ଲକ ଅପେକ୍ଷା କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକର ମାଛକୁଣ୍ଡ ଅଞ୍ଚଳ ଓ ବୈପାରିଗୁଡା ବ୍ଲକର ଏକାଧିକ ଅଞ୍ଚଳରେ ଏବେ ବି ରହିଛି ମାଓ ଗତିବିଧି। ଏହି ଦୁଇ ଅଞ୍ଚଳରେ ଗତିବିଧି ରହିଥିବାବେଳେ ଏହିଠାରେ ଓଡ଼ିଶା ପୁଲିସ, ବିଏସଏଫ ଓ ସୁରକ୍ଷାକର୍ମୀଙ୍କ ପ୍ରହରାକୁ ବଢାଇ ଦିଆଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କୋରାପୁଟ ଏସପି ବରୁଣ ଗୁଣ୍ଟୁପାଲି। ସେ କହିଛନ୍ତି ଯେ ୧୦ ତାରିଖ ବିଳମ୍ବିତ ରାତିରେ ବିଶେଷ ସୂତ୍ରରୁ ନାରାୟଣପାଟଣା ବ୍ଲକର […]

ଅପରାଧ ରାଜ୍ୟ

ଚୋରକୁ ଧରାପକାଇଲା ସିସିଟିଭି, ୪୯ ମୋବାଇଲ୍‌ ଫୋନ୍‌ ଜବତ

କଟକ: ସିଲଭରସିଟିରୁ ଏକ ମୋବାଇଲ ଚୋରକୁ ଧରିଲା କଟକ କମିସନରେଟ ପୁଲିସ । ଧରା ପଡିଥିବା ମୋବାଇଲ ଲୁଟେରାର ନାଁ ସରୋଜ ବେହେରା । ଗିରଫ ଅଭିଯୁକ୍ତର ଘର ସତୀଚୌରା ଅଞ୍ଚଳ ଇମାମପଡା ବସ୍ତିରେ ବୋଲି ଜଣାପଡିଛି । ସରୋଜ ଠାରୁ ମୋଟ ୪୯ଟି ମୋବାଇଲ ଜବତ କରିଛି ଲାଲବାଗ ଓ ବିଡାନାସି ପୁଲିସ । ଅଭିଯୁକ୍ତ ସରୋଜ ଶିଶୁ ଭବନକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟଙ୍କ ମୋବାଇଲକୁ ଚୋରି କରି ନେଉଥିବା ପୁଲିସ ପକ୍ଷରୁ […]

ଖେଳ ଦେଶ ବିଦେଶ

ଦିଲ୍ଲୀକୁ ଜିତାଇଲେ ଦୁଇ ଅଷ୍ଟ୍ରେଲୀୟା

ମୁମ୍ବାଇ: ଚଳିତ ଆଇପିଏଲ୍‌ର ୫୮ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ବୁଧବାର ପୂର୍ବ ବିଜେତା ରାଜସ୍ଥାନ ରୟାଲ୍ସକୁ ୧୧ ବଲ୍ ପୂର୍ବରୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଦ୍ବାଦଶ ମ୍ୟାଚ୍‌ରୁ ଦିଲ୍ଲୀର ଏହା ଷଷ୍ଠ ବିଜୟ ଥିଲା। ଅନ୍ୟପକ୍ଷରେ ରାଜସ୍ଥାନ ସେହି ଦ୍ବାଦଶ ମ୍ୟାଚ୍‌ରୁ ପଞ୍ଚମ ପରାଜୟ ବରଣ କରିଥିଲା। ୧୬୧ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ସ୍କୋର ବୋର୍ଡରେ କୌଣସି ରନ୍ ଯୋଡ଼ିବା ପୂର୍ବରୁ ଓପନର ଶ୍ରୀକର ଭରତଙ୍କୁ ହରାଇଥିଲା। ଦିଲ୍ଲୀ […]

ଅପରାଧ ରାଜ୍ୟ

ପାଣି ବାଟରେ ବେଆଇନ ନିର୍ମାଣ, ବାଟ ବନ୍ଦ କରିବାକୁ ଠିକା‌ଦାରଙ୍କୁ ଅନୁମତି ଦେଲା କିଏ ?

ଭୁବନେଶ୍ବର: ପାଣି ନିଷ୍କାସନ ବାଟ ଜବରଦଖଲ କରାଯାଉଛି। ସେଠାରେ ବେଆଇନ ନିର୍ମାଣ କରାଯାଇ ସବୁଦିନ ପାଇଁ ପାଣି ଯିବା ବାଟକୁ ବନ୍ଦ କରାଯାଉଛି। ହେଲେ ବିଭାଗୀୟ ଅଧିକାରୀ ଦେଖି ଅଣଦେଖା କରୁଛନ୍ତି। ହାତ ଗଣତି କିଛି ଠିକା ସଂସ୍ଥା, ଅସା‌ଧୁ ଅଧିକାରୀଙ୍କ ପାଇଁ ସମୟକ୍ରମେ ଏହାର କୁପ୍ରଭାବ ଲକ୍ଷାଧିକ ଲୋକଙ୍କୁ ଭୋଗିବାକୁ ପଡ଼ୁଛି। ଭୁବନେଶ୍ବର କଟକ-ପୁରୀ ବାଇପାସ୍‌ରେ ପାଣି ନିଷ୍କାସନ ବାଟକୁ ଅବରୋଧ କରାଯାଇ ବେଆଇନ ନିର୍ମାଣ କରାଯାଉଥିବା ଦେଖିବାକୁ ମିଳିଛି। ସାମାନ୍ୟ ବର୍ଷ‌ା ହେଲେ ଭୁବନେଶ୍ବର […]