ଭଙ୍ଗା କ୍ୟାବିନ୍ରେ ଅସାମାଜିକଙ୍କ ଆଡ଼ା: ଉଚ୍ଛେଦ ପାଇଁ ଶୁଣୁନି ବିଏମ୍ସି, ପୁଲିସ ବି ନିଦାବିଷ୍ଣୁ
ଭୁବନେଶ୍ବର: ରାସ୍ତା ଉପରେ ପଡ଼ିଛି ଭଙ୍ଗା କ୍ୟାବିନ୍। ବେପାର ନାଁରେ କ୍ୟାବିନ୍ ପଡ଼ିଛି ସିନା ଭିତରେ ଜମୁଛି ଅସାମାଜିକଙ୍କ ଆଡ଼ା। ନିଶାଡ଼ିଙ୍କ ଅସ୍ଥାନ ଜମୁଥିବା ଏଭଳି ଭଙ୍ଗା କ୍ୟାବିନ୍ ପାଇଁ ସ୍ଥାନୀୟ ଲୋକେ ବହୁ ସମସ୍ୟାରେ ପଡ଼ୁଛନ୍ତି। ସେଗୁଡ଼ିକୁ ଉଚ୍ଛେଦ କରିବାକୁ ବିଏମ୍ସିକୁ ଆବେଦନ କରୁଛନ୍ତି। କିନ୍ତୁ ବିଏମ୍ସି ଶୁଣୁନାହିଁ। ଏମିତିକି ପୁଲିସ ବି ଏ ଦିଗରେ ବିଏମ୍ସି ଉପରକୁ ଦୋଷ ଠେଲି ଚୁପ୍ ବସୁଛି। ଏହା ହେଉଛି ନୂଆପଲ୍ଲୀ ଆଇଆର୍ସି ଭିଲେଜ୍ ଲେନ୍-୪ ଅଞ୍ଚଳର ଚିତ୍ର। […]