ଅପରାଧ ଦେଶ ବିଦେଶ

ଚିରା ଜିନ୍‌ସ୍‌ ପିନ୍ଧା ଆମ ସଂସ୍କୃତିରେ ନାହିଁ: ତୀରଥ ସିଂହ ରାୱତ୍‌

ନୂଆଦିଲ୍ଲୀ: ଚିରା ଜିନ୍‌ସ୍‌ ପିନ୍ଧିବା ଭାରତୀୟ ସଂସ୍କୃତିରେ ନାହିଁ ବୋଲି ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ୍ ଦେଇଥିବା ମନ୍ତବ୍ୟରେ ଅଟଳ ଅଛନ୍ତି। ଚିରା ଜିନ୍‌ସ୍‌ ପିନ୍ଧୁଥିବା ମହିଳାଙ୍କୁ ସମାଲୋଚନା କରି ଗତବର୍ଷ ବିବାଦୀୟ ହୋଇପଡ଼ିଥିବା ତୀରଥ ସିଂହ ରାୱତ୍ ପୂର୍ବ ବିବୃତିକୁ ପୁଣି ଦୋହରାଇଛନ୍ତି। ଗଣମାଧ୍ୟମକୁ ସେ କହିଛନ୍ତି, ଅନେକ ଲୋକ ମୋ ବିବୃତିକୁ ଓ ମନୋଭାବକୁ ସମର୍ଥନ କରିଥିଲେ। ଚିରା ଜିନ୍‌ସ୍‌ ଆମ ସଂସ୍କୃତିର ଅଂଶବିଶେଷ ନୁହେଁ। ଆଜି ମଧ୍ୟ ଚିରା ଜିନ୍‌ସ୍‌ […]

ଅପରାଧ ରାଜ୍ୟ

ଅସହ୍ୟ ତାତି ସାଙ୍ଗକୁ କଲବଲ କରୁଛି ପାୱାରକଟ୍ : ଚିତ୍ରକୋଣ୍ଡା ଗୁଣ୍ଠାବେଡା ପଞ୍ଚାୟତରେ ବିଦ୍ୟୁତ୍ କାଟକୁ ନେଇ ଉତ୍ତେଜନା

ସହ୍ୟ ତାତି ସାଙ୍ଗକୁ କଲବଲ କରୁଛି ପାୱାରକଟ୍ । ବାରମ୍ବାର ବିଦ୍ୟୁତ୍ କାଟ ହେବାରୁ ଏହାକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି । ଚିତ୍ରକୋଣ୍ଡା ବ୍ଲକର ଗୁଣ୍ଠାବେଡା ପଞ୍ଚାୟତରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି । ଚିତ୍ରକୋଣ୍ଡାରେ ଥିବା ଟିପିଏସଓଡିଏଲ ସବଷ୍ଟେସନ ଗେଟ୍ ଆଗରେ ଧାରଣାରେ ବସିଛନ୍ତି ଲୋକେ । ବାରମ୍ବାର ବିଦ୍ୟୁତ କାଟ ହେଉଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଧାରଣା ଦେଇଛନ୍ତି ବିଦ୍ୟୁତ୍ […]

ରାଜ୍ୟ ରାଶିଫଳ

ସାପ୍ତାହିକ ରାଶିଫଳ (15 ମଇ ରୁ 21 ମଇ )

ମେଷ ଆପଣ ଏହି ସପ୍ତାହରେ ଏକ ନୂତନ ଯୋଜନା ପ୍ରସ୍ତୁତ କରିବେ | ତୁମର କାର୍ଯ୍ୟକଳାପରେ ଉନ୍ନତି ହେବ | ଯେ କୌଣସି କାର୍ଯ୍ୟ ପାଇଁ ସୀମା ସ୍ଥିର କରନ୍ତୁ ଏବଂ ନିଜକୁ ନିୟନ୍ତ୍ରଣ କରନ୍ତୁ | ଆକାଂକ୍ଷା ବୃଦ୍ଧି ପାଇବ ଏବଂ ତୁମେ କିଛି ନୂଆ ସୁଯୋଗ ପାଇବାର ସମ୍ଭାବନା ଅଛି | ଟଙ୍କା ପ୍ରସଙ୍ଗରେ କୌଣସି ପଦକ୍ଷେପ ନେବା ପୂର୍ବରୁ, ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କର | ଏହି ସପ୍ତାହରେ ଅନେକ ପ୍ରସଙ୍ଗରେ ଅଗ୍ରଗତି ହେବ […]

ଅପରାଧ ଦେଶ ବିଦେଶ

ଦିଲ୍ଲୀ ଅଗ୍ନିକାଣ୍ଡ ଘଟଣା: ୨୯ ଜଣଙ୍କ ପତ୍ତା ମିଳୁନି, ୨୭ ମୃତକଙ୍କ ମଧ୍ୟରୁ ୭ ଚିହ୍ନଟ

ନୂଆଦିଲ୍ଲୀ : ଦିଲ୍ଲୀର ମୁଣ୍ଡକାରେ ଗତକାଲି ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ଏବେ ବି ୨୯ ଜଣ ନିଖୋଜ ଅଛନ୍ତି। ସେମାନଙ୍କର କିଛି ପତ୍ତା ମିଳୁନି। ୨୭ ଜଣଙ୍କ ମୃତଦେହ ଉଦ୍ଧା‌ର ହୋଇଛି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ଚିହ୍ନଟ କରାଯାଇଛି। ଅନ୍ୟମାନଙ୍କ ଶରୀର ଅତି ମାତ୍ରାରେ ଜଳି ଯାଇଥିବାରୁ ସେମାନଙ୍କୁ ଚିହ୍ନଟ କରିବାପାଇଁ ଡିଏନ୍‌ଏ ଟେଷ୍ଟ୍‌ କରାଯିବ। ପ୍ରାୟ ୧୨ରୁ ଅଧିକ ଲୋକ ଗୁରୁତର ଆହତ ଅବସ୍ଥାରେ ଦିଲ୍ଲୀର ସଂଜୟ ଗାନ୍ଧି ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଦିଲ୍ଲୀ […]

ଅପରାଧ ଦେଶ ବିଦେଶ ରାଜନୀତି

ମତେ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ଚାଲିଛି: ଇମ୍ରାନ୍‌ ଖାଁ

ଇସ୍‌ଲାମାବାଦ୍‌: ତାଙ୍କୁ ହତ୍ୟା କରିବା ଲାଗି ଷଡ଼ଯନ୍ତ୍ର ଚାଲିଛି। ତାଙ୍କ ସରକାରକୁ ହଟାଇବା ପାଇଁ ହୋଇଥିବା ଷଡ଼ଯନ୍ତ୍ରରେ ଜଡ଼ିତ ଥିବା ବ୍ୟକ୍ତିମାନଙ୍କର ନାମ ମଧ୍ୟ ସେ ଭିଡିଓ ରେକର୍ଡ କରିଛନ୍ତି ବୋଲି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଶନିବାର ଦିନ କହିଛନ୍ତି। ଯଦି ତାଙ୍କର କିଛି କ୍ଷତି ହୁଏ ତେବେ ସେ ଉକ୍ତ ଭିଡିଓକୁ ସର୍ବସାଧାରଣରେ ପ୍ରଘଟ କରିଦେବେ ବୋଲି ସିଆଲ୍‌କୋଟ୍‌ରେ ଏକ ରାଲିରେ ଉଦ୍‌ବୋଧନ ଦେବା‌ବେଳେ ସେ କହିଛନ୍ତି। ରାଲିରେ ଉଦ୍‌ବୋଧନ ଦେବା ବେଳେ […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଚାଉଳ ଉଠାଣରେ କେନ୍ଦ୍ର ସରକାର ସରକାରଙ୍କ ପାତରଅନ୍ତର ନୀତି: ତେଲେଙ୍ଗାନାକୁ ହଁ, ଓଡ଼ିଶାକୁ ନା

ନୂଆଦିଲ୍ଲୀ : ବଳକା ଉଷୁନା ଚାଉଳ ଉଠାଣକୁ ନେଇ କେନ୍ଦ୍ର ସରକାର ଟାଳଟୁଳ ନୀତି ଆପଣାଇଛନ୍ତି। ଭିନ୍ନ ରାଜ୍ୟ ପାଇଁ ଭିନ୍ନ ନୀତି। ବାରମ୍ବାର ଦାବି ସତ୍ତ୍ବେ କେନ୍ଦ୍ର ସରକାର ଓଡ଼ିଶାରୁ ବଳକା ଉଷୁନା ଚାଉଳ ଉଠାଣ କରୁନଥିବା ବେଳେ ତେଲେଙ୍ଗାନାକୁ ଅନୁମତି ଦେଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ୨୦୨୦-୨୧ ଓ ୨୦୨୧-୨୨ ଖରିଫ୍‌ ବିପଣନ ଋତୁରେ ବଳକା ଧାନରୁ ୬.୦୫ ଲକ୍ଷ ଟନ ପୁଷ୍ଟିକର ଉଷୁନା ଚାଉଳ ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ) ଗୋଦାମରେ ରଖିବାକୁ […]

ଅପରାଧ ଦେଶ ବିଦେଶ

ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ ଚେତାବନୀ: ତିନି କେନ୍ଦ୍ରୀୟ ସଂସ୍ଥା, ମଧ୍ୟପ୍ରଦେଶ ଜଳ ସଂପଦ ବିଭାଗକୁ ନୋଟିସ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏଏମ୍‌ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଭର୍ଚୁଆଲ୍‌ ପ୍ଲାଟଫର୍ମରେ ଶନିବାର ଦିନ ମାମଲାର ୨୭ତମ ଶୁଣାଣି କରିଥିଲେ। ନିତି ଆୟୋଗ, ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ସର୍ଭେ ଅଫ୍‌ ଇଣ୍ଡିଆ ମହାନଦୀ ଜଳ ବିବାଦ ସଂପର୍କିତ ଦସ୍ତାବିଜ୍‌ ଉପଲବ୍ଧ କରାଉନଥିବା ସମ୍ପର୍କରେ ଶୁଣାଣି ବେଳେ ଓଡ଼ିଶା ଓ ଛତିଶଗଡ଼ ପକ୍ଷରୁ ଟ୍ରିବ୍ୟୁନାଲଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହାକୁ ନେଇ ଟ୍ରିବ୍ୟୁନାଲ ତୀବ୍ର ଅସନ୍ତୋଷ ବ୍ୟକ୍ତ […]

ଦେଶ ବିଦେଶ ମନୋରଞ୍ଜନ ସ୍ୱାସ୍ଥ୍ୟ

ଦ୍ବିତୀୟ ଥର କୋଭିଡ୍‌ ପଜିଟିଭ୍‌ ହେଲେ ଅଭିନେତା ଅକ୍ଷୟ କୁମାର; ‘କାନ୍‌ସ୍ ଫିଲ୍ମ ଫେଷ୍ଟିଭାଲ୍‌’ରେ ଯୋଗ ଦେବେନି

ମୁମ୍ବାଇ: କୋଭିଡ୍‌-୧୯ ପଜିଟିଭ୍‌ ହୋଇଥିବାରୁ ଚଳିତ ବର୍ଷ ‘କାନ୍‌ସ୍ ଫିଲ୍ମ ଫେଷ୍ଟିଭାଲ୍‌’ରେ ଯୋଗ ଦେଇପାରିବେ ନାହିଁ ବୋଲି ଶନିବାର ଦିନ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର କହିଛନ୍ତି। ଏ ସଂକ୍ରାନ୍ତରେ ସୂଚନା ଟୁଇଟ୍‌ କରି ଅକ୍ଷୟ ଲେଖିଛନ୍ତି: କାନ୍‌ସ୍ ‘ଇଣ୍ଡିଆନ୍‌ ପାଭିଲିୟନ୍‌’ରେ ଆମ ଚଳଚ୍ଚିତ୍ର ପ୍ରଦର୍ଶନ କରାଇବାକୁ ଇଚ୍ଛାଥିଲା। କିନ୍ତୁ, ଦୁଃଖର ବିଷୟ କୋଭିଡ୍‌ ପଜିଟିଭ୍‌ ହୋଇଛି । ତେଣୁ, ବିଶ୍ରାମ ନେବାକୁ ପଡ଼ିବ। ଆପଣଙ୍କୁ ଓ ଆପଣଙ୍କ ଟିମ୍‌କୁ ଅଜସ୍ର ଶୁଭେଚ୍ଛା ଅନୁରାଗ ଠାକୁର। ସତରେ […]

ଅପରାଧ ରାଜ୍ୟ

ଶିକାରୀଙ୍କ ଗୁଳିରେ ୩ ପୁଲିସ ନିହତ; ଜଣେ ଶିକାରୀ ମୃତ, ୪ ଗିରଫ

ଭୋପାଳ/ଗୁନା : ମଧ୍ୟପ୍ରଦେଶର ଗୁନା ଜିଲ୍ଲାରେ ଶନିବାର ସକାଳେ କୃଷ୍ଣସାର ମୃଗ ଶିକାରୀଙ୍କ ଗୁଳିମାଡ଼ରେ ୩ ପୁଲିସ କର୍ମୀ ନିହକ ହୋଇଛନ୍ତି। ଶିକାରୀଙ୍କ ତଲାସୀ ଅଭିଯାନରେ ବାହାରିଥିବା ପୁଲିସ ଟିମ୍‌ ଉପରେ ଆରନ ଜଙ୍ଗଲରେ ଅତର୍କିତ ଗୁଳିମାଡ଼ ହୋଇଥିଲା। ଏଥିରେ ଏସ୍‌ଆଇ ରାଜକୁମାର ଜାତବ (୨୭), କନଷ୍ଟେବଳ ନିରଜ ଭାର୍ଗବ (୩୮) ଏବଂ ସନ୍ତରାମ ମୀନା (୨୭)ଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ଜଣେ ଶିକାରୀ ମଧ୍ୟ ଗୁଳିମାଡ଼ରେ ପ୍ରାଣ ହରାଇଛି। ମୃତ ଶିକାରୀକୁ ନୌସାଦ ମେୱାଟି […]

ରାଜ୍ୟ ରାଶିଫଳ

ଜଣାନ୍ତୁ ଆଜିର ରାଶିଫଳ

ମେଷ: ଅଫିସରେ ପରିସ୍ଥିତି ଅନୁକୂଳ ରହିବ। ସହକର୍ମୀଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟ ବିସ୍ତାର କରିବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ବୃଷ: ଆପଣଙ୍କର ଏକାଗ୍ରତା ବୃଦ୍ଧି ହେବ। ବଡ଼ କ˚ପାନି ସହ ଡିଲ୍‌ କରିବାର ସୁଯୋଗ ପାଇପାରନ୍ତି। ଘରକୁ ବନ୍ଧୁ ଆସିବେ। ପାରିବାରିକ ଜୀବନ ସୁଖମୟ ହେବ। ମିଥୁନ: ବେପାର ବୃତ୍ତିରେ ଆଶାଜନକ ଲାଭ ପାଇବେ। ସରକାରୀ କାମ ପୂରା କରିବାରେ ସାହାଯ୍ୟ ମିଳିପାରେ। ପ୍ରେମ ଆବେଦନ କରିବା ଲାଗି ଶୁଭ ସମୟ। କର୍କଟ: କାର୍ଯ୍ୟ […]