ଅପରାଧ ରାଜ୍ୟ

ପାଇପ୍‌ରେ ଆସୁନି, ବନ୍ଧ ପାଣି ପିଉଛନ୍ତି ବନ୍ଧହୁଡ଼ାବାସୀ

ନରସିଂହପୁର: ଗାଁକୁ ପାଇପ୍‌ ସଂଯୋଗ ହୋଇଛି। ସେଥିରୁ ବାହାରୁନି ପାଣି। ବାଧ୍ୟ ହୋଇ ଗାଁ ଲୋକମାନେ ବନ୍ଧ ପାଣି ପିଉଛନ୍ତି। ବିଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ ଗୁହାରି କରି ନିରାଶ ହୋଇଗଲେଣି ଗ୍ରାମବାସୀ। କିନ୍ତୁ, ଜଳ ଯୋଗାଣ ନିମନ୍ତେ ପଦକ୍ଷେପ ନିଆଯାଉ ନ ଥିବାରୁ ଲୋକମାନେ ଦୂଷିତ ଜଳ ବ୍ୟବହାର କରି ନାନା ରୋଗରେ ପୀଡ଼ିତ ହେଉଛନ୍ତି। ଏଭଳି ସ୍ଥିତି ଦେଖିବାକୁ ମିଳିଛି ନରସିଂହପୁର ବ୍ଲକ୍‌ ଅନ୍ତର୍ଗତ ବନ୍ଧହୁଡ଼ା ଗ୍ରାମରେ। କଟକ-ନରସିଂହପୁର ୬୫ ନମ୍ବର ରାଜ୍ୟ ରାଜପଥର […]

ଅପରାଧ ଦେଶ ବିଦେଶ

ଦୁଃସ୍ବପ୍ନ ଦେଖି ଡରିଗଲେ ଚୋର, ୧୬ ଚୋରି ମୂର୍ତ୍ତି ଫେରାଇଲେ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଚିତ୍ରକୂଟ ଜିଲ୍ଲାରେ ଅତି ଚମତ୍କାର ଘଟଣା ଘଟିଛି। ୩୦୦ ବର୍ଷର ଏକ ପୁରୁଣା ବାଲାଜୀ ମନ୍ଦିରରୁ ଗତ ସପ୍ତାହରେ ୧୬ଟି ମୂର୍ତ୍ତି ଚୋରି ହୋଇଥିଲା। ଗୋଟିଏ ଗ୍ୟାଙ୍ଗ୍‌ ଏହି ଚୋରି କରିଥିଲା। କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଚୋରମାନେ ଅତି ଭୟଙ୍କର ଦୁଃସ୍ବପ୍ନ ଦେଖିଥିଲେ। ଏହାପରେ ସେମାନେ ସମସ୍ତ ଚୋରି ମୂର୍ତ୍ତି ଫେରାଇ ଦେଇଛନ୍ତି। ସୋମବାର ରାତିରେ ସେମାନେ ମନ୍ଦିରର ମୁଖ୍ୟ ପୁରୋହିତଙ୍କ ଘର ନିକଟରେ ଏହି ମୂର୍ତ୍ତିଗୁଡ଼ିକୁ ରଖି ଯାଇଛନ୍ତି। […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଚୀନ ନାଗରିକଙ୍କୁ ଭିସା ପାଇଁ ଲାଞ୍ଚ ଅଭିଯୋଗ: ଚିଦମ୍ବରମ ବାପ-ପୁଅଙ୍କ ଘରେ ସିବିଆଇ ଚଢ଼ଉ

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦମ୍ବରମଙ୍କ ପୁଅ କାର୍ତ୍ତି ଚିଦମ୍ବରମ ଏକ ନୂ୍ଆ ବିବାଦରେ ଫସି ଯାଇଛନ୍ତି। ତାଙ୍କ ବିରୋଧରେ ଏକ ନୂଆ ଦୁର୍ନୀତି ଅଭିଯୋଗ ଆସିଛି। ଭିସା ପାଇଁ ୫୦ ଲକ୍ଷ ଟଙ୍କା ଲା‌ଞ୍ଚ ନେଇଥିବା ଅଭିଯୋଗ‌ରେ କାର୍ତ୍ତି ଚିଦମ୍ବରମଙ୍କ ବାସଭବନ ସହ ତାଙ୍କ ସହ ଜଡ଼ିତ ବିଭିନ୍ନ ସମ୍ପତ୍ତି ଉପରେ ଆଜି ସିବିଆଇ ଚଢ଼ଉ କରିଛି। ସିବିଆଇ ଆଜି ଚେନ୍ନାଇ, ମୁମ୍ବାଇ, କର୍ଣ୍ଣାଟକ, ପଂଜାବ ଏବଂ ଓଡ଼ିଶା ଭଳି ୧୦ଟି ସ୍ଥାନରେ […]

ଅପରାଧ ଦେଶ ବିଦେଶ

ଗରମ ପାଇଁ ୭ ଜଣରେ ଜଣେ ଅସୁସ୍ଥ: ଅସୁସ୍ଥତାର କାରଣ ବିଜୁଳି ଓ ଶୀତଳତାର ଅଭାବ

ବାଥିଣ୍ଡା/ନୂଆଦିଲ୍ଲୀ: ଦିନକୁ ଦିନ ପୃଥିବୀର ତାପମାତ୍ରା ବଢ଼ୁଛି। ଅନ୍ୟପକ୍ଷରେ ଦାରିଦ୍ର୍ୟ ମଧ୍ୟରେ ବାସ କରୁଥିବା ଲୋକମାନେ ଶରୀରକୁ ଥଣ୍ଡା ରଖିବା ପାଇଁ ଆବଶ୍ୟକ ଉପକରଣ କିମ୍ବା ନିରନ୍ତର ବିଜୁଳି ଯୋଗାଣର ସୁବିଧା ପାଉନାହାନ୍ତି। ଏଥିପାଇଁ ବିଶ୍ବରେ ପ୍ରତି ୭ ଜଣରେ ଜଣଙ୍କ ଜୀବନ ପ୍ରତି ସ୍ବାସ୍ଥ୍ୟଜନିତ ବିପଦ ରହିଛି। ବିଶ୍ବରେ ୧୨୦ କୋଟି ଲୋକ ଏଭଳି ଭୟଙ୍କର ବିପଦର ସମ୍ମୁଖୀନ ହେଉଛନ୍ତି। ରୁଆଣ୍ଡାର କିଗାଲି ଠାରେ ଗ୍ଲୋବାଲ ଏନର୍ଜି ଫୋରମରେ ଉନ୍ମୋଚିତ ‘ସଷ୍ଟେନବେଲ୍ ଏନର୍ଜି ଫର୍‌ ଅଲ୍‌’ […]

ଅପରାଧ ଦେଶ ବିଦେଶ

ଉତ୍ତର ୟୁକ୍ରେନରେ ଆକ୍ରମଣ ଜୋରଦାର, ବିମାନ ଆକ୍ରମଣରେ ୮ ମୃତ

କିବ୍‌: ଉତ୍ତର ୟୁକ୍ରେନରେ ରୁଷ୍‌ ଆକ୍ରମଣ ଜୋରଦାର କରିଛି। ରୁଷ୍‌ର ବିମାନ ଆକ୍ରମଣ ଯୋଗୁଁ ଉତ୍ତର ୟୁକ୍ରେନର ଚେର୍ନିହିବ ସ୍ଥିତ ଦେସନା ଗ୍ରାମରେ ୮ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୨ ଜଣ ଆହତ ହୋଇଛନ୍ତି। ‌ରୁଷ୍‌ ଗତ କିଛି ଦିନ ଧରି ଚେର୍ନିହିବରେ ଆକ୍ରମଣ ବନ୍ଦ କରିଥିଲା। କିନ୍ତୁ ପୁଣିଥରେ ଏହା ସାଧାରଣ ଜନବସତି ଅଞ୍ଚଳକୁ ଟାର୍ଗେଟ୍‌ କରି ଆକ୍ରମଣ ଆରମ୍ଭ କରିଛି। ଅନ୍ୟପକ୍ଷେ ପଶ୍ଚିମ ୟୁକ୍ରେନ୍‌ରେ ରୁଷ୍‌ ଆମେରିକା ଏବଂ ୟୁରୋପୀୟ ରାଷ୍ଟ୍ରର ଅସ୍ତ୍ର […]

ଅପରାଧ ଦେଶ ବିଦେଶ

ଚୀନା ଯାତ୍ରୀବାହୀ ବିମାନ ଦୁର୍ଘଟଣା ଇଚ୍ଛାକୃତ: ରିପୋର୍ଟ

ନ୍ୟୁୟର୍କ: ମାର୍ଚ ୨୧ ତାରିଖ ଦିନ ୧୩୨ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଚୀନା ଏୟାର୍‌ଲାଇନ୍‌ ବିମାନଟିକୁ ଜାଣିଶୁଣି ଦୁର୍ଘଟଣାଗ୍ରସ୍ତ କରାଯାଇଥିଲା ବୋଲି ମଙ୍ଗଳବାର ଦିନ ଆମେରିକୀୟ ସମ୍ବାଦପତ୍ର ‘ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌’ ରିପୋର୍ଟ କରିଛି। ଦୁର୍ଘଟଣାଗ୍ରସ୍ତ ବିମାନର ‘ବ୍ଲାକ୍‌ ବକ୍ସ୍‌’ ତଥ୍ୟାବଳି ‌ବିଶ୍ଳେଷଣ କରିଥିବା ଆମେରିକୀୟ ସରକାରୀ ଅଧିକାରୀମାନଙ୍କ ସୂତ୍ରକୁ ଆଧାରରେ ପ୍ରସ୍ତୁତ ଏହି ରିପୋର୍ଟରେ ଉଲ୍ଲେଖ ଅଛି, ଶେଷ ମୁହୂର୍ତ୍ତରେ ଉଡ଼ନ୍ତା ବିମାନଟିକୁ ଜାଣିଶୁଣି ତଳମୁହାଁ କରି ତଳକୁ ଖସାଇ ଦିଆଯାଇଥିଲା। ସ୍ମରଣଯୋଗ୍ୟ, ଚୀନ୍‌ର ୟୁନ୍ନାନ୍‌ […]

ଅପରାଧ ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଏକଚ୍ଛତ୍ରବାଦୀମାନେ ମରିବେ: ‘କାନ୍‌ସ୍‌ ଚଳଚ୍ଚିତ୍ର ଉତ୍ସବ’ରେ ଚାର୍ଲି ଚାପ୍‌ଲିନ୍‌ଙ୍କ ସଂଳାପ କହିଲେ ଜେଲେନ୍‌ସ୍କି

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଫ୍ରାନ୍‌ସ୍‌ରେ ଆରମ୍ଭ ହୋଇଥିବା ୭୫ତମ ‘କାନ୍‌ସ୍‌ ଚଳଚ୍ଚିତ୍ର ଉତ୍ସବ’ରେ ଅକସ୍ମାତ ଭିଡିଓ ଲିଙ୍କ୍‌ ଜରିଆରେ ଦେଖା ଦେବା ସହ ମହାନ୍‌ ହାସ୍ୟ ଅଭିନେତା ଚାର୍ଲି ଚାପ୍‌ଲିନ୍‌ଙ୍କ ସଂଳାପରୁ ଉଦ୍ଧାର କରି ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କି କହିଲେ ଯେ, ଏକଚ୍ଛତ୍ରବାଦୀମାନେ ମରିବେ। କିବ୍‌ରୁ ‘ଲାଇଭ୍‌ ସାଟେଲାଇଟ୍‌ ଭିଡିଓ ଉଦ୍‌ବୋଧନ’ ଦେଇ ଜେଲେନ୍‌ସ୍କି କହିଲେ ଯେ, ରୁଷୀୟ ଆକ୍ରମଣ ଚାଲିଥିବା ବେଳେ ଚଳଚ୍ଚିତ୍ର ଜଗତ୍‌ ୟୁକ୍ରେନୀୟମାନଙ୍କ ପ୍ରତି ସମର୍ଥନ ଜଣାଉ। ଉଦ୍‌ଘାଟନୀ ଉତ୍ସବରେ ଜେଲେନ୍‌ସ୍କି […]

ଅପରାଧ ଦେଶ ବିଦେଶ

ବିଭିନ୍ନ ପ୍ରଦୂଷଣ ହେତୁ ବର୍ଷକୁ ବିଶ୍ବରେ ୯୦ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟୁଛି; ତାଲିକାର ଶୀର୍ଷରେ ଭାରତ ଓ ଚୀନ୍‌: ଅଧ୍ୟୟନ

ନୂଆଦିଲ୍ଲୀ: ବିଶ୍ବବ୍ୟାପୀ ବର୍ଷକୁ ୯୦ ଲକ୍ଷ ଲୋକଙ୍କର ମୃତ୍ୟୁ ପାଇଁ ଏକ ନୂତନ ଅଧ୍ୟୟନ ବିଭିନ୍ନ ପ୍ରକାରର ପ୍ରଦୂଷଣକୁ ଦାୟୀ କରିଛି। ଏଥିରେ ରହିଛି, କାର୍‌, ଟ୍ରକ୍‌ ଏବଂ ଶିଳ୍ପରୁ ନିର୍ଗତ ଅପରିଷ୍କାର ବାୟୁଜନିତ ୫୫% ମୃତ୍ୟୁ। ୨୦୦୦ ମସିହାରୁ ପ୍ରଦୂଷଣ ଉପରେ ଏହି ଅଧ୍ୟୟନ ଚାଲିଥିଲା। ଏହାଛଡ଼ା, ଘର ଭିତରେ ଜଳାଯାଉଥିବା ପାରମ୍ପରିକ ଚୁଲି ଏବଂ ମାନବ ଓ ପ୍ରାଣୀ ବର୍ଜ୍ୟଜନିତ ପ୍ରଦୂଷିତ ଜଳ ଯୋଗୁଁ ମଧ୍ୟ ଅନେକଙ୍କର ମୃତ୍ୟୁ ଘଟୁଛି। ଉପରୋକ୍ତ ୨ଟି କାରଣ […]

ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଅଫିସରେ ପରିସ୍ଥିତି ଅନୁକୂଳ ରହିବ। ସହକର୍ମୀଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟ ବିସ୍ତାର କରିବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ବୃଷ: ଆପଣଙ୍କର ଏକାଗ୍ରତା ବୃଦ୍ଧି ହେବ। ବଡ଼ କ˚ପାନି ସହ ଡିଲ୍‌ କରିବାର ସୁଯୋଗ ପାଇପାରନ୍ତି। ଘରକୁ ବନ୍ଧୁ ଆସିବେ। ପାରିବାରିକ ଜୀବନ ସୁଖମୟ ହେବ। ମିଥୁନ: ବେପାର ବୃତ୍ତିରେ ଆଶାଜନକ ଲାଭ ପାଇବେ। ସରକାରୀ କାମ ପୂରା କରିବାରେ ସାହାଯ୍ୟ ମିଳିପାରେ। ପ୍ରେମ ଆବେଦନ କରିବା ଲାଗି ଶୁଭ ସମୟ। କର୍କଟ: କାର୍ଯ୍ୟ […]

ଅପରାଧ ରାଜ୍ୟ

ଓଡ଼ିଶା ଦରଦାମ ସ୍ଥିତି ଜାତୀୟ ସ୍ତରଠୁ ଖରାପ: ଏପ୍ରିଲ୍‌ରେ ମୁଦ୍ରାସ୍ଫୀତି ୮.୧%

ନୂଆଦିଲ୍ଲୀ: ଦରଦାମ ସ୍ଥିତି ଏବେ ଏକ ଜାତୀୟ ପ୍ରସଙ୍ଗ ଭାବେ ଉଭା ହୋଇଥିବା ବେଳେ କିଛି ରାଜ୍ୟରେ ଏହି ସ୍ଥିତି ଅତ୍ୟନ୍ତ ସଙ୍ଗୀନ ରହିଛି। ଚାରିଟି ରାଜ୍ୟର ମୁଦ୍ରାସ୍ଫୀତି ହାର ୯ ପ୍ରତିଶତରୁ ଅଧିକ ହୋଇଯାଇଛି। ଅନ୍ୟ ସାତଟି ରାଜ୍ୟର ମୁଦ୍ରାସ୍ଫୀତି ହାର ୮%ରୁ ଅଧିକ ରହିଛି। ସେହି ତାଲିକାରେ ଓଡ଼ିଶାର ନାମ ରହିଛି। ଏପ୍ରିଲ୍‌ରେ ଓଡ଼ିଶାର ମୁଦ୍ରାସ୍ଫୀତି ହାର ୮.୧% ରହିଛି ଯାହା ଜାତୀୟ ହାର ୭.୮ ପ୍ରତିଶତରୁ ଅଧିକ। ଏହି ରାଜ୍ୟଗୁଡ଼ିକୁ ଦରଦାମ୍ ସ୍ଥିତିର […]