ଅପରାଧ ରାଜ୍ୟ

ସୁରତରେ ଓଡ଼ିଆ ଯୁବକଙ୍କୁ ହତ୍ୟା

ଭୁବନେଶ୍ବର : ସୁରତର ସୂତାକଳରେ କାମ କରିବାକୁ ଯାଇଥିବା ଜଣେ ଓଡ଼ିଆ ଯୁବକଙ୍କୁ ସେଠାରେ ହତ୍ୟା କରାଯାଇଛି। ସେ ହେଲେ, ଗଂଜାମ ଜିଲ୍ଲା ଭଂଜନଗର ବଡ଼କୋଦଣ୍ଡାର ରବୀନ୍ଦ୍ର ସ୍ବାଇଁ। ତାଙ୍କ ମୃତଦେହ ସୁରତରେ ଥିବା ଏକ ଜଙ୍ଗଲରୁ ପୁଲିସ ଉଦ୍ଧାର କରିଛି। ପରିବାରଲୋକଙ୍କ ଅଭିଯୋଗ ଅନୁଯାୟୀ, ରବୀନ୍ଦ୍ର ଗତ ଅଗଷ୍ଟରୁ ସୁରତ କାମ କରିବାକୁ ଯାଇଥିଲେ। ଗତ ୧୩ ତାରିଖରେ ରବୀନ୍ଦ୍ରଙ୍କ ଶାଳୀର ବାହାଘର ଥିଲା। ଏଥିପାଇଁ ସେ ଭୁବନେଶ୍ବର ଆସିବାର ଥିଲା। ମାତ୍ର କୌଣସି କାରଣକୁ […]

କଳା ଓ ସଂସ୍କୃତି ରାଜ୍ୟ

ଶ୍ରୀକ୍ଷେତ୍ରରେ ପହଞ୍ଚିଲା ତିନି ରଥର ଦଉଡ଼ି

ପୁରୀ : ରଥଯାତ୍ରା ପୂର୍ବରୁ ଶନିବାର ଦିନ ତିନି ରଥ ନନ୍ଦିଘୋଷ, ତାଳଧ୍ବଜ ଓ ଦେବଦଳନର ଦଉଡ଼ି ଆସି ଶ୍ରୀକ୍ଷେତ୍ରରେ ପହଞ୍ଚିଛି। ତିନି ରଥର ୪ଟି ଲେଖାଏଁ, ମୋଟ ୧୨ ଖଣ୍ଡ ‌ଦଉଡ଼ି ଆସି ପହଞ୍ଚିଥିବା ବେ‌ଳେ ଏହାର ଲମ୍ବ ୨୨୦ ଫୁଟ ବୋଲି ଜଣାପଡ଼ିଛି। ଶନିବାର ଦିନ ବୀରପ୍ରତାପପୁର କତା ନିଗମରୁ ଏହି କତାଦଉଡ଼ି ଆସି ବଡ଼ଦାଣ୍ଡରେ ପହଞ୍ଚିବା ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏହାକୁ ରଖାଯାଇଛି। ପରବର୍ତ୍ତୀ ସମୟରେ କର୍ଡନ୍‌ ଓ ଅତିରିକ୍ତ ଦଉଡ଼ି ଆସିବାର […]

ଅପରାଧ ରାଜ୍ୟ

ବ୍ୟାସନଗର ତହସିଲରେ ଜମି କେଳେଙ୍କାରୀ: ସରକାରୀ ଜମି ବିକ୍ରି, ରାଜସ୍ବ ବିଭାଗ ନିରବ

ଯାଜପୁର/ରଗଡ଼ି : ବ୍ୟାସନଗର ତହସିଲ ଅଞ୍ଚଳରେ ଥିବା ଶହଶହ ଏକର ସରକାରୀ ଜମି କିଣାବିକା ଚାଲିଛି। ଜଙ୍ଗଲଜମି, ମଠଜମି, ଗୋଚର ଓ ଅନାବାଦି ପ୍ରଭୃତି ବିଭିନ୍ନ କିସମର ସରକାରୀ ଜମିକୁ ମାଫିଆମାନେ ନିଜ କବଜାକୁ ନେଇ ବିକ୍ରି କରିଚାଲିଛନ୍ତି। ଏପରିକି କେତେକ ବିଲ୍‌ଡର ମଧ୍ୟ ପ୍ଲଟିଂ କରି ଗୁଣ୍ଠ ଲକ୍ଷ ଲକ୍ଷ ଟଙ୍କାରେ ସରକାରୀ ଜମି ବିକ୍ରି କରିଚାଲିଥିବା ବେଳେ କୋଠାବାଡ଼ି ନିର୍ମାଣ ଚାଲିଛି। ସରକାରୀ ଜମିର ସୁରକ୍ଷା ପାଇଁ ବିଭିନ୍ନ ଯୋଜନା ଓ ବିଭାଗକୁ ଦାୟିତ୍ବ […]

ଅପରାଧ ରାଜ୍ୟ

ପୁଲିସରେ ମହିଳା ନିଯୁକ୍ତି ନୈରାଶ୍ୟଜନକ, ୩୩ % ସଂରକ୍ଷଣ ସତ୍ତ୍ବେ ଜାତୀୟ ହାରକୁ ଛୁଇଁନି

ଭୁବନେଶ୍ବର, (ସୁରଜ କୁମାର ମଲ୍ଲିକ): ମହିଳା ସଶକ୍ତୀକରଣ ପାଇଁ ଦେଶ ଠୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ଏପରିକି ପଞ୍ଚାୟତ ଓ ନଗର ନିଗମରେ ମାଳମାଳ ଯୋଜନା କରାଯାଉଛି। ରାଜ୍ୟରେ ନିର୍ବାଚନରୁ ଆରମ୍ଭ କରି ସବୁକ୍ଷେତ୍ରରେ ମହିଳାଙ୍କୁ ଅଗ୍ରାଧିକାର ଦିଆଯାଉଛି। ଏପରିକି ସେମାନଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଦେବା ପାଇଁ ନିଯୁକ୍ତି ଠୁ ଆରମ୍ଭ କରି ନିର୍ବାଚନ ପର୍ଯ୍ୟନ୍ତ ୩୩ପ୍ରତିଶତ ସଂରକ୍ଷଣ ମଧ୍ୟ ଘୋଷଣା କରାଯାଇଛି। ମାତ୍ର ପରିତାପର ବିଷୟ, ନିକଟରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବ୍ୟୁରୋ […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଆସାମ ବନ୍ୟାରେ ୭ ଲକ୍ଷ ପ୍ରଭାବିତ: ବଜ୍ରପାତ ନେଲା ୩୩ ଜୀବନ, ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

ପାଟନା: ବିହାରରେ ପ୍ରବଳ ବର୍ଷା, ଝଡ଼ତୋଫାନ ଏବଂ ବଜ୍ରପାତ ଯୋଗୁଁ ୩୩ ଜଣଙ୍କ ମୃତ୍ୟୁ ହୋଇଛି। ବିହାରର ୧୬ଟି ଜିଲ୍ଲାରେ ପ୍ରକୃତିର ଏଭଳି ତାଣ୍ଡବରେ ଶତାଧିକ ଘର ଛାରଖାର ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ସଦସ୍ୟଙ୍କୁ ୪ ଲକ୍ଷ ଟଙ୍କା ଦେବାପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମୃତକଙ୍କ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ପାଟନା […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଓଡ଼ିଶା ହାଇକୋର୍ଟଙ୍କ ରାୟ ସୁପ୍ରିମକୋର୍ଟରେ କାଏମ, ଆତ୍ମସମର୍ପଣ କରିବାକୁ ଦମ୍ପତିଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଏକ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି। ଏହି ମାମଲାରେ ୫ ବର୍ଷ ଦଣ୍ଡାଦେଶ ପରେ ଅନ୍ତରୀଣ ଜାମିନରେ ଥିବା ଦମ୍ପତି ସାବିତ୍ରୀ ସାମନ୍ତରାୟ ଓ ବିଦ୍ୟାଧର ପ୍ରହରାଜଙ୍କ ବେଲ୍‌ ବଣ୍ଡକୁ ସୁପ୍ରିମକୋର୍ଟ ବାତିଲ କରିବା ସହିତ ଦୁଇ ସପ୍ତାହ ଭିତରେ ‌ସେମାନଙ୍କୁ ଟ୍ରାଏଲ କୋର୍ଟଙ୍କ ନିକଟରେ ଆତ୍ମସମର୍ପଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଦୁଇ ଅଭିଯୁକ୍ତ ଆତ୍ମସମର୍ପଣ ନ କରନ୍ତି ତାହାହେଲେ ସେମାନଙ୍କୁ ପୋଲିସ ହାଜତକୁ ପଠାଇ ଦିଆଯିବ […]

ଅପରାଧ ଦେଶ ବିଦେଶ ରାଜନୀତି

ସିଦ୍ଧୁଙ୍କ ପୂର୍ବରୁ ଜେଲ୍ ଯାଇଥିବା ୭ ହାଇ ପ୍ରୋଫାଇଲ ନେତା

ନୂଆଦିଲ୍ଲୀ: କ୍ରିକେଟରରୁ ରାଜନେତା ପାଲଟି ଥିବା ନବଜୋତ ସିଂହ ସିଦ୍ଧୁଙ୍କୁ ଗୁରୁବାର ସୁପ୍ରିମକୋର୍ଟ ୧ ବର୍ଷ ଜେଲ୍‌ଦଣ୍ଡ ଦେଇଛନ୍ତି। ଏହି ମାମଲାରେ ତାଙ୍କୁ ୩ ବର୍ଷ ପୂର୍ବେ ସୁପ୍ରିମକୋର୍ଟ କେବଳ ୧୦୦୦ ଟଙ୍କା ଜରିମାନା ଲାଗୁ କରି ଛାଡ଼ିଦେଇଥିଲେ। ଏବେ ସେ ଜେଲ ଦଣ୍ଡାଦେଶ ପାଇବା ପରେ ଗତକାଲିଠାରୁ ପଟିଆଲା ସେଣ୍ଟ୍ରାଲ ଲେଜ୍‌ରେ କଏଦୀ ଜୀବନ ଆରମ୍ଭ କରିଛନ୍ତି। ତେବେ ସିଦ୍ଧୁଙ୍କ ପୂର୍ବରୁ ଆଉ ୭ ଜଣ ହାଇପ୍ରୋଫାଇଲ ନେତା ମଧ୍ୟ ଜେଲ୍‌ ଯାଇଛନ୍ତି। ସେମାନଙ୍କ ମଧ୍ୟରେ […]

ଅପରାଧ ଦେଶ ବିଦେଶ

ଲୁଧିଆନା କୋର୍ଟ ବୋମା ବିସ୍ଫୋରଣ ମାମଲାର ରହସ୍ୟ ଭେଦକଲେ ‘ଏନ୍‌ଆଇଏ’ ଓ ପଞ୍ଜାବ ପୁଲିସ; ମୁଖ୍ୟ ଅଭିଯୁକ୍ତ ଗିରଫ

ଚଣ୍ଡୀଗଡ଼: ପଞ୍ଜାବ ପୁଲିସର ‘ସ୍ପେସାଲ୍‌ ଟାସ୍କ୍‌ ଫୋର୍ସ’ ଏବଂ ‘ଏନ୍‌ଆଇଏ’ ଲୁଧିଆନା ଅଦାଲତ ବୋମା ବିସ୍ଫୋରଣ ମାମଲାର ରହସ୍ୟ ଭେଦ କରିବା ସହିତ ଶନିବାର ଦିନ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। କିନ୍ତୁ, ସେ ମୁଖ୍ୟ ଅଭିଯୁକ୍ତଙ୍କ ନାମ ଗୋପନ ରଖାଯାଇଛି। ପଞ୍ଜାବ ପୁଲିସର ମହାନିର୍ଦେଶକ ଭି. କେ. ଭୱରା କହିଛନ୍ତି, ପଞ୍ଜାବ ପୁଲିସ ଲୁଧିଆନା ଅଦାଲତ ବିସ୍ଫୋରଣ ମାମଲାର ରହସ୍ୟ ଉନ୍ମୋଚନ କରିଛି। ମୁଖ୍ୟ ଅଭିଯୁକ୍ତଙ୍କୁ ‘ବର୍ଡର୍‌ ରେଞ୍ଜ୍‌’ର ‘ଏସ୍‌ଟିଏଫ୍‌’ ଟିମ୍‌ ଗିରଫ କରିଛି। ଉକ୍ତ […]

ଅପରାଧ ଦେଶ ବିଦେଶ

ହାଜତ ମୃତ୍ୟୁ ଯୋଗୁଁ ଆସାମ ଥାନାରେ ନିଆଁ ଲଗାଇ ଦେଲେ ଉତ୍ତ୍ୟକ୍ତ ଜନତା

ନାଗାଓଁ: ହାଜରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରି ଉତ୍ତ୍ୟକ୍ତ ଜନତା ଶନିବାର ସନ୍ଧ୍ୟାରେ ଆସାମର ନାଗାଓଁସ୍ଥିତ ଏକ ଥାନାରେ ନିଆଁ ଲଗାଇ ଦେଇଛନ୍ତି। ଏହି ଘଟଣାରେ ୩ଜଣ ଆହତ ହୋଇଥିବା ବେଳେ ୩ଜଣଙ୍କୁ ଗିରଫ କରାଯାଇଥିବା କଥା ପୁଲିସ କହିଛି। ମୃତ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଇ ପୁଲିସ କହିଛି, ରାତିରେ ମାତାଲ ଅବସ୍ଥାରେ ରାସ୍ତାରେ ପଡ଼ିଥିବା ବେଳେ ତାଙ୍କୁ ଥାନାକୁ ଅଣାଯାଇଥିଲା। ବାଟଦ୍ରୱା ଥାନା ପୁଲିସ ସାଲନାବାରି ଅଞ୍ଚଳରେ ସଫିକୁଲ୍‌ ଇସ୍‌ଲାମ୍‌ଙ୍କୁ ଅଟକ […]

ଖେଳ ଦେଶ ବିଦେଶ

ଏ ସଫଳତା ଛୋଟ ନୁହେଁ: ‘ଥମାସ୍‌ କପ୍‌ ବିଜୟୀ’ ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ଟିମ୍‌କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଥମାସ୍‌ କପ୍‌ ବିଜୟୀ’ ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ଟିମ୍‌କୁ ଭେଟି ଅଭିନନ୍ଦନ ଜଣାଇଛନ୍ତି। ଚଳିତ ମାସ ପ୍ରାରମ୍ଭରେ ଇଣ୍ଡୋନେସିଆକୁ ପରାସ୍ତ କରି ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ଟିମ୍‌ ସ୍ମରଣୀୟ ସ୍ବର୍ଣ୍ଣପଦକ ହାସଲ କରିଥିଲା। ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ଟିମ୍‌ ସହିତ ଆଳାପ କରିବା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବହୁ ଦଶନ୍ଧି ପରେ ଭାରତ ଏହି ପ୍ରତିଦ୍ବନ୍ଦ୍ବିତାରେ ପତାକା ଉତ୍ତୋଳନ କରିବା ଛୋଟ ସଫଳତା ନୁହେଁ। ଉଦ୍ୟମ ପାଇଁ ସେ ବ୍ୟାଡ୍‌ମିଣ୍ଟନ୍‌ ଟିମ୍‌କୁ ଅଭିନନ୍ଦନ […]