ଅପରାଧ ଦେଶ ବିଦେଶ

୩ ମାସର ଯୁଦ୍ଧ, ଅକଳ୍ପନୀୟ କ୍ଷୟକ୍ଷତି: ରୁଷ୍‌ର ବୋମାବର୍ଷା ଜାରି, ପୂର୍ବ ଓ ଦକ୍ଷିଣ ୟୁକ୍ରେନ୍‌ କବ୍‌ଜା ଲକ୍ଷ୍ୟ

ମସ୍କୋ/କିବ୍‌: ମେ ୨୪ ତାରିଖରେ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ଚତୁର୍ଥ ମାସରେ ପ୍ରବେଶ କରିବ। ଗତ ୩ ମାସର ଲଢ଼େଇରେ ୟୁକ୍ରେନ୍‌ର ବ୍ୟାପକ ଅଞ୍ଚଳ ଛାରଖାର ହୋଇଯାଇଛି ଏବଂ ରୁଷ୍‌ ମଧ୍ୟ ୧୦ ହଜାରରୁ ଅଧିକ ସୈନିକ ହରାଇଛି। ରୁଷ୍‌ ଦ୍ବିତୀୟ ବିଶ୍ବ ଯୁଦ୍ଧ ପରେ ସବୁଠାରୁ ବଡ଼ ଆକ୍ରମଣ ୟୁକ୍ରେନ୍‌ରେ ଜାରି ରଖିଛି । ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହାକୁ ସ୍ବତନ୍ତ୍ର ସାମରିକ ଅଭିଯାନ କହୁଥିବା ବେଳେ ଅସଲରେ ଏହା ଭୀଷଣ ଯୁଦ୍ଧରେ ପରିଣତ ହୋଇଛି। […]

ରାଜ୍ୟ ରାଶିଫଳ

ଆଜି ଠାରୁ ୨୭ ଦିନ ଯାଏଁ ବଦଳିବ ଏହି ରାଶି ବ୍ୟକ୍ତିଙ୍କ ଭାଗ୍ୟ, ଶୁକ୍ରଙ୍କ କୃପାରୁ ହେବ ଧନର ବର୍ଷା

ନୂଆଦିଲ୍ଳୀ ୨୩।୦୫: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକ ଗ୍ରହ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ଥାଏ। କାହିଁକି ନା ରାଶି ତାଙ୍କ ଦିଗ ଅନୁସାରେ ରାଶି ପରିବର୍ତ୍ତନ କରନ୍ତି। ଶୁକ୍ର ଗ୍ରହ ୨୩ ମେ ରାତିରେ ରାଶି ପରିବର୍ତ୍ତନ କରି ମେଷ ରାଶିରେ ପ୍ରବେଶ କରିବେ। ଶୁକ୍ରଙ୍କ ଗମନାଗମନରେ ସମସ୍ତ ରାଶି ଲୋକଙ୍କ ଜୀବନକୁ ପ୍ରଭାବିତ କରିବ । କିନ୍ତୁ ଏହି ରାଶି ପରିବର୍ତ୍ତନ ୫ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ବୋଲି ପ୍ରମାଣିତ ହେବ। […]

ଅପରାଧ ରାଜ୍ୟ

ଜୁଆ ଖେଳରୁ ରଣକ୍ଷେତ୍ର ପାଲଟିଲା ଯାତ୍ରା ପଡ଼ିଆ, ପୁଲିସକୁ ପିଟିଲେ

ବାଲିପାଟଣା : ବାଲିପାଟଣା ଥାନା ରାଜସ କୃଷ୍ଣପୁର ଯାତ୍ରାରେ ଚାଲୁଥିବା ଜୁଆ ଖେଳକୁ ବନ୍ଦ କରିବାକୁ ଆସିଥିବା ସ୍ପେସାଲ ସ୍କ୍ୱାଡ୍‌ କର୍ମଚାରୀ ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ସ୍ଥାନୀୟ ଲୋକେ ସ୍ପେସାଲ ସ୍କ୍ୱାଡ୍‌ କର୍ମଚାରୀଙ୍କୁ ନିର୍ଧୁମ ମାଡ଼ ମାରିବା ସହ ଟେକା ପଥର ମାଡ଼ କରିଥିଲେ। ପୁଲିସ କର୍ମଚାରୀ ଆଣିଥିବା ଗାଡ଼ି ଛାଡ଼ି ଜୀବନ ବଞ୍ଚାଇବାକୁ ଛତ୍ରଭଙ୍ଗ ଦେଇଥିଲେ। ସୂଚନା ପାଇ ବାଲିପାଟଣା ଥାନା ପୁଲିସ ସେଠାରେ ପହଞ୍ଚି ଗାଡ଼ି ଉଦ୍ଧାର କରିଛି। ଏହାପରେ ଅଧାରୁ […]

ଅପରାଧ ମନୋରଞ୍ଜନ ରାଜ୍ୟ

ଭୁବନେଶ୍ବର : ସହ-ଅଭିନେତ୍ରୀଙ୍କୁ ପ୍ରେମ ଜାଲରେ ଫସାଇ ୨ଲକ୍ଷ ଟଙ୍କା ହଡ଼ପ କରିବା ଏବଂ ବିବାହ କରିବାକୁ କହି ଶାରୀରିକ ସଂପର୍କ ରଖିବା ଘଟଣାରେ ଶନିବାର ଦିନ ଭୁବନେଶ୍ବର ଏସ୍‌ଡିଜିଏମ୍ କୋର୍ଟ ଧାରାବାହିକ ଅଭିନେତା ଏମ୍. ସୁମନ କୁମାରଙ୍କ ଜାମିନ୍ ଖାରଜ କରିଛନ୍ତି। ସୁମନଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଅଭିଯୋଗକାରିଣୀଙ୍କ ଏତଲାକୁ ମିଥ୍ୟା ବୋଲି ଦର୍ଶାଇଥିଲେ। ଯୁକ୍ତି ବାଢ଼ିଥିଲେ, ଅଭିଯୋଗକାରିଣୀ ସୁମନଙ୍କଠାରୁ ୪ ଲକ୍ଷ ଟଙ୍କା ଧାର ନେଇଥିଲେ। ଟଙ୍କା ମାଗିବାରୁ ସେ ଫାଙ୍କିଥିଲେ […]

ଅପରାଧ ରାଜ୍ୟ

​ଡାକ୍ତରୀ ଆଡମିସନ୍ ନାଁରେ ୩୨ଲକ୍ଷ ଠକେଇ: ୨ ଅଣଓଡ଼ିଆ ଠକ ଗିରଫ

ଚନ୍ଦ୍ରଶେଖରପୁର : ବଡ଼ବଡ଼ ମେଡିକାଲ କଲେଜର ବରିଷ୍ଠ ଅଧିକାରୀ ବୋଲି ପରିଚୟ ଦେଉଥିଲେ। ତାରକା ହୋଟେଲରେ ରହିବା ସହ ବିଳାସପୂର୍ଣ୍ଣ କାର୍‌ରେ ଯିବା ଆସିବା କରୁଥିଲେ। ଠକେଇ ଟଙ୍କାରେ ବିମାନରେ ଉଡ଼ି ଅଏସ କରୁଥିଲେ। ବେଶ ପୋଷାକରୁ ବେଶ୍‌ ସମ୍ଭ୍ରାନ୍ତ ଲାଗୁଥିବା ଏହି ଦୁଇ ବ୍ୟକ୍ତି ପ୍ରକୃତରେ ଥିଲେ ଠକ। ଏଭଳି ଦୁଇ ଠକଙ୍କୁ ଇନ୍‌ଫୋସିଟି ଥାନା ପୁଲିସ କୋଲକାତା ଓ ବିହାରରୁ ଗିରଫ କରିଛି। ଏମାନେ ଜଣେ ଛାତ୍ରୀଙ୍କ ଠାରୁ ୩୨ ଲକ୍ଷ ଟଙ୍କା ଠକିଥିବା […]

ଅପରାଧ ରାଜ୍ୟ

ବାଇକକୁ ପଛରୁ ଧକ୍କା ଦେଲା ତେଲ ଟ୍ୟାଙ୍କର; ଜଣେ ମୃତ, ଦୁଇ ଗୁରୁତର

ବୈପାରିଗୁଡା: ବାଇକକୁ ପଛ ପଟରୁ ଏକ ତେଲ ଟ୍ୟାଙ୍କର ଧକ୍କା ଦେବା ଫଳରେ ତିନି ବାଇକ୍ ଆରୋହୀଙ୍କ ମଧ୍ୟରୁ ଜଣେ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି। ଘଟଣା ଅନୁଯାୟୀ, ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ବଡଡୁରାଲ ପଞ୍ଚାୟତର କଟନିପଦର ଗ୍ରାମର ଶୁକ୍ରା ହନ୍ତାଳ (୪୫) ପୁଅ ଚଇତନ ହନ୍ତାଳ (୨୫) ଏବଂ ଜ୍ବାଇଁ ସମରା ଖିଲ (୩୫) ଏକ ବାଇକ୍ ଯୋଗେ କୋରାପୁଟ ଜିଲ୍ଲା ବୈପାରିଗୁଡା ଆଡ଼କୁ ଆସୁଥିବା […]

ମନୋରଞ୍ଜନ ରାଜ୍ୟ

ଅନୁଭବ ଓ ବର୍ଷାଙ୍କୁ ନେଇ ଏହା କହିଲେ ଓଲିଉଡର ସୋବର ବୟ ସବ୍ୟସାଚୀ

ଭୁବନେଶ୍ବର: ଅନୁଭବଙ୍କ ଭିଡିଓକୁ ନେଇ ଓଲିଉଡର ସୋବର ବୟ ସବ୍ୟସାଚୀ ନିଜର ମତ ରଖିଝନ୍ତି। ସେ କହିଛନ୍ତି, ଉଭୟ ଅନୁଭବ ଓ ବର୍ଷା ମୋର ଭଲ ବନ୍ଧୁ। ଉଭୟଙ୍କ ସହ ମୋର ଭଲ ବ୍ୟକ୍ତଗତ ସଂପର୍କ ରହିଛି। ଅନୁଭବ ଓ ବର୍ଷାଙ୍କ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ସବ୍ୟସାଚୀ ସେମାନେ ସମସ୍ୟାର ସମାଧାନ କରିବାରେ ସଫଳ ହୁଅନ୍ତୁ। ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ପୁଣି ଏକ ଭିଡିଓ ପୋଷ୍ଟ କରି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ […]

ରାଜ୍ୟ ସ୍ୱାସ୍ଥ୍ୟ

ସ୍ୱାସ୍ଥ୍ୟସେବା ନେଇ ହାଇକୋର୍ଟଙ୍କ ଉଦ୍‌ବେଗ, ତୁରନ୍ତ ପଦକ୍ଷେପ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ : ରାଜ୍ୟରେ ସ୍ବାସ୍ଥ୍ୟସେବାର ସ୍ଥିତିକୁ ନେଇ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସବୁ ଜିଲ୍ଲାର ଜିଲ୍ଲା ଆଇନସେବା ପ୍ରାଧିକରଣ (ଡିଏଲଏସଏ) ପକ୍ଷରୁ ଦାଖଲ ରିପୋର୍ଟରୁ ଯେଉଁ ତଥ୍ୟ ସାମନାକୁ ଆସିଛି, ତାହାକୁ ନେଇ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିବା ସହିତ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟରେ ଦାଖଲ ରିପୋର୍ଟ ଅନୁଯାୟୀ ଅଧିକାଂଶ ଡାକ୍ତରଖାନାରେ ରୋଗୀଙ୍କ ପାଇଁ ମୌଳିକ ସୁବିଧା ନାହିଁ। ଡିଏଲଏସଏ ପକ୍ଷରୁ ଗଠିତ ଟିମ୍ ବିଭିନ୍ନ ଜିଲ୍ଲାର […]

ଅପରାଧ ରାଜ୍ୟ

ବଲାଙ୍ଗୀରରେ ହିଟ୍‌ ଆଣ୍ଡ ରନ୍‌: ଫିଲ୍ମ ଷ୍ଟାଇଲରେ ହତ୍ୟା ଷଡ୍‌ଯନ୍ତ୍ର

ବଲାଙ୍ଗୀର : ଜାତୀୟ ରାଜପଥ ୨୬। ସ୍ଥାନ ବଲାଙ୍ଗୀର ଆର୍‌ଟିଓ ଛକ। ସମୟ ୧୨ଟା ପାଖାପାଖି। ହଠାତ୍‌ ଏକ ମିନିଟ୍ରକ୍‌ ବାଇକ୍‌କୁ ଧକ୍କା ଦେଇଥିଲା। ତାପରେ ବାଇକ ଯାଇ ରାସ୍ତାକଡ଼ ଇନୋଭାରେ ପଶିଯାଇଥିଲା। ବାଇକ୍‌ରେ ଥିବା ଦୁଇ ଜଣକଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ମୃତକ ଜଣକ ଶ୍ରୀକାନ୍ତ ବାଗ ଓ ସେ ବରଗଡ଼ର ବୋଲି ଜଣାପଡ଼ିଛି। ଆଉ ଜଣେ ସାନୁ ନାୟକ ଗୁରୁତର ଆହତ ହୋଇ ରାସ୍ତାକଡ଼ରେ ପଡ଼ିଥିଲେ। ଘଟଣାର ପାଖାପାଖି ୧୫ରୁ ୨୦ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କୋରାପୁଟ ମେଡିକାଲରେ ଅନ୍ଧାରରେ ରୋଗୀ ସେବା

କୋରାପୁଟ: ବିଜୁଳି କଟିଗଲେ ଅନ୍ଧାରରେ ବୁଡି ଯାଉଛି ମେଡିକାଲ କଲେଜ। ରୋଗୀ, ସେମାନଙ୍କ ସଂପର୍କୀୟ ହନ୍ତସନ୍ତ ହେଉଛନ୍ତି। ଗରମ ସାଙ୍ଗକୁ ଭୟ ଓ ଆଶଙ୍କାରେ ସମୟ କାଟୁଛନ୍ତି। କିନ୍ତୁ ଏଥିନେଇ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଜଣାଇଲେ ବି ସେମାନେ ଏହାକୁ ଗୁରୁତ୍ବ ଦେଉ ନାହାନ୍ତି। ବରଂ ଖାମଖିଆଲି ଭାବେ ଉତ୍ତର ଦେଉଛନ୍ତି, ଜେନେରେଟର ଖରାପ ହୋଇ ଯାଇଛି। ଆମେ କ’ଣ କରିବୁ। କୋରାପୁଟରେ ମେଡିକାଲ କଲେଜ ହେବା ପରେ ଉନ୍ନତ ସ୍ବାସ୍ଥ୍ୟସେବା ପାଇବାକୁ ଆଶା କରିଥିବା ଅବିଭକ୍ତ ‌କୋରାପୁଟବାସୀ […]