କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ ସ୍ପେଶାଲ ରିପୋର୍ଟ

ଜ୍ଞାନବାପି ମସଜିଦ ମାମଲା: ମେ’ ୨୬ରେ ମୁସଲିମ ପକ୍ଷ ଆବେଦନର ଶୁଣାଣି

ନୂଆଦିଲ୍ଲୀ: ଜ୍ଞାନବାପି-ଶ୍ରୀଙ୍ଗାର ଗୌରୀ ପରିସରର ବୈଧତା ପ୍ରସଙ୍ଗରେ ଶୁଣାଣି ଆସନ୍ତା ଗୁରୁବାରଠାରୁ ଆରମ୍ଭ ହେବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବାରଣାସୀ ଜିଲ୍ଲା କୋର୍ଟର ବିଚାରପତି ଏ କେ ବିଶ୍ବେସ ଏହି ମାମଲାର ଶୁଣାଣି କରିବେ। ଅନ୍ୟପକ୍ଷେ କୋର୍ଟ ଜ୍ଞାନବାପି ମସଜିଦ ମାମଲାରେ ଦାଖଲ ହୋଇଥିବା ଭିଡିଓଗ୍ରାଫି ସର୍ଭେ ରିପୋର୍ଟ ନେଇ ଉଭୟ ହିନ୍ଦୁ ଓ ମୁସ୍‌ଲିମ ପକ୍ଷ ସେମାନଙ୍କ ଅଭିଯୋଗ ଦାଖଲ କରିବାପାଇଁ କୋର୍ଟ ଗୋଟିଏ ସପ୍ତାହ ସମୟ ଦେଇଛନ୍ତି। ଗତକାଲି ପ୍ରଥମ ପର୍ଯ୍ୟାୟ ଶୁଣାଣି ଶେଷ ହୋଇଥିବା […]

ଅପରାଧ ଦେଶ ବିଦେଶ

ଟେକ୍‌ସାସ୍‌ ସ୍କୁଲ୍‌ରେ ଗୁଳି ଚଳାଇଲେ ତରୁଣ ବନ୍ଧୁକଧାରୀ; ୧୮ ପିଲାଙ୍କ ସମେତ ୨୧ ନିହତ

ୟୁଭାଲ୍‌ଡି (ଯୁକ୍ତରାଷ୍ଟ୍ର ଆମେରିକା): ମଙ୍ଗଳବାର ଦିନ ଟେକ୍‌ସାସ୍‌ ଅନ୍ତର୍ଗତ ୟୁଭାଲ୍‌ଡି କାଉଣ୍ଟିସ୍ଥିତ ଏକ ଏଲିମେଣ୍ଟାରି ସ୍କୁଲ୍‌ରେ ଜଣେ ତରୁଣ ବନ୍ଧୁକଧାରୀ ଗୁଳି ଚଳାଇବାରୁ ୨୧ଜଣ ନିହତ ହୋଇଥିବା କଥା ଟେକ୍ସାସ୍‌ର ଗଭର୍ଣ୍ଣର୍‌ ଗ୍ରେଗ୍‌ ଆବୋଟ୍‌ କହିଛନ୍ତି। ନିହତମାନଙ୍କ ମଧ୍ୟରେ ଅଛନ୍ତି ୧୮ଜଣ ସାନ ପିଲା ଏବଂ ୩ଜଣ ପ୍ରାପ୍ତବୟସ୍କ। ସାଲ୍‌ବାଡର୍‌ ରାମୋସ୍‌ ନାମଧ୍ୟେୟ ଉକ୍ତ ୧୮ ବର୍ଷିୟ ସନ୍ଦିଗ୍ଧ ବନ୍ଧୁକଧାରୀଜଣଙ୍କ ଘଟଣାସ୍ଥଳରେ ପୁଲିସ ଅଧିକାରୀଙ୍କ ଗୁଳି ଚୋଟରେ ପ୍ରାଣ ହରାଇଥିବା କଥା ଆବୋଟ୍‌ କହିଛନ୍ତି। ଆତତାୟୀଙ୍କ ପାଖରେ […]

ଅପରାଧ ରାଜ୍ୟ

କଳିଙ୍ଗା ଘାଟିରେ ବସ ଓଲଟି ୬ ମୃତ

ଭଞ୍ଜନଗର: ଗଞ୍ଜାମ -କନ୍ଧମାଳ ସୀମାନ୍ତ ଦୁର୍ଗାପ୍ରସାଦ ନିକଟ କଳିଙ୍ଗା ଘାଟିରେ ରାତି ପ୍ରାୟ ଗୋଟାଏରେ ଏକ ଟୁରିଷ୍ଟ ବସ ଓଲଟି ୬ଜଣଙ୍କ ଜୀବନ ଯାଇଛି। ସେମାନଙ୍କ ମଧ୍ୟରେ ୪ ପୁରୁଷ ଓ ୨ ମହିଳା ଥିବା ପୁଲିସ କହିଛି। ପୁଲିସ ଓ ଦମକାଳବାହିନୀ ସହାୟତାରେ ଗୁରୁତରମାନଙ୍କୁ ଉଦ୍ଧାର କରାଯାଇଛି। ୪୨ ଜଣ ଆହତ ହୋଇଥିବାବେଳେ ୧୪ ଜଣଙ୍କୁ ଗୁରୁତର ଅବସ୍ଥାରେ ମେକେସିଜିରେ ଭର୍ତ୍ତି କରାଯାଇଥିବାବେଳେ ୧୬ଜଣଙ୍କୁ ଭଞ୍ଜନଗର ହସପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟମାନେ ସାମାନ୍ୟ ଆହତ ହୋଇଥିବା […]

ଅପରାଧ ରାଜ୍ୟ

ଗୁଳି କରି ଗୋରୁ ବ୍ୟବସାୟୀଙ୍କୁ ହତ୍ୟା, ୨୦ ଲକ୍ଷ ଟଙ୍କା ଲୁଟ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଗ୍ରରାମାଞ୍ଚଳ ଥାନା ହାଟବାଦଡାରେ ଗୁଳିକାଣ୍ଡ ଘଟିଛି। ଗୁଳିମାଡରେ ଜଣେ ଗୋରୁ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତବ୍ୟକ୍ତି ହେଲେ ପଶ୍ଚିମବଙ୍ଗ କମ୍ବାଲି ଥାନା ଅଞ୍ଚଳର ଜାମୁସ ଅଲ୍ଲୀ। ହାଟବାଦଡାରେ ଗୋରୁ ହାଟ ବସେ। ସେଠାକୁ ପଶ୍ଚିମବଙ୍ଗ ଅଞ୍ଚଳର ଅନେକ ବ୍ୟବସାୟୀ ଗୋରୁ କିଣିବା ପାଇଁ ଆସନ୍ତି। ବୁଧବାର ସକାଳ ପ୍ରାୟ ୭ଟାରେ ହାଟବାଦଡା ଗୋରୁ ହାଟରେ ବ୍ୟବସାୟ ଚାଲିଥିବାବେଳେ ହଠାତ ୪ଜଣ ଦୁର୍ବୃତ୍ତ ୨ ବ୍ୟବସାୟୀଙ୍କ ଉପରକୁ ଗୁଳି ଚଳାଇଥିଲେ। ସେମାନଙ୍କ […]

ଅପରାଧ ରାଜ୍ୟ

ପାଟଣାଗଡ଼ ବ୍ଲକ କନିଷ୍ଠ ଯନ୍ତ୍ରୀ ହତ୍ୟାକାଣ୍ଡ: କୋଶଲ ମୁକ୍ତି ମୋର୍ଚା ପକ୍ଷରୁ ଥାନା ଘେରାଉ ଓ ଧାରଣା

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ କନିଷ୍ଠ ଯନ୍ତ୍ରୀ ହତ୍ୟାକାଣ୍ଡର ଅଭିଯୁକ୍ତମାନଙ୍କୁ ପୁଲିସ ଧରିବାରେ ଏ ପର୍ଯ୍ୟନ୍ତ ବିଫଳ ହୋଇଥିବାରୁ ଏହାର ପ୍ରତିବାଦସ୍ବରୂପ କୋଶଲ ମୁକ୍ତି ମୋର୍ଚା ପକ୍ଷରୁ ଏସଡିପିଓ ଅଫିସ ଘେରାଉ କରିବା ସହିତ ଧାରଣା ଦିଆଯାଇଛି। ସୋମବାର ସକାଳୁ ଗଡଭିତରଠାରୁ ଏକ ଶୋଭାଯାତ୍ରାରେ ବାହାରି ଥାନା ପରିସରରେ ପହଞ୍ଚି କୋଶଲ ମୁକ୍ତି ମୋର୍ଚାର କର୍ମକର୍ତ୍ତାମାନେ ଏସଡିପିଓ ଅଫିସ ଘେରାଉ କରିବା ସହିତ ଧାରଣା ଦେଇଥିଲେ। ଟେଣ୍ଟ ଲଗାଉଥିବା ବେଳେ ପୁଲିସ ବାରଣ କରିବାରୁ ଖରାରେ […]

ମନୋରଞ୍ଜନ ରାଜ୍ୟ

ରଜରେ ପରଦାକୁ ଆସିବେ ସମ୍ବିତ- ସମ୍ଭାବନା ଯୋଡ଼ି

ବହୁ ପ୍ରତିକ୍ଷୀତ ଓଡିଆ ସିନେମା ‘ବିଶ୍ବନାଥ‌’ର ଅଡିଓ ଆମର ମ୍ୟୁଜିକ୍‌ ଦ୍ବାରା ରିଲିଜ୍ ହୋଇଛି ଭୁବନେଶ୍ୱର ମେ ଫେୟାର ହୋଟେଲ ପରିସରରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଏହି ଅଡିଓ ରିଲିଜ୍ ହୋଇଛି। ବ୍ୟୟବହୁଳ ଏହି ଚଳଚ୍ଚିତ୍ରର ଦୃଶ୍ୟାୟନର ସୁଟିଂ ପ୍ରାୟ ଗୋଆ, ସିକିମ୍ ଏବଂ ହାଇଦ୍ରାବାଦରେ କରାଯାଇଛି। ମେଲୋଡି କିଂଗ୍ ଅଭିଜିତ୍ ମଜୁମଦାର୍ ଏବଂ ସମସ୍ତ କଣ୍ଠଶିଳ୍ପୀ ସଂଗୀତ ପରିବେଷଣ କରି କାର୍ଯ୍ୟକ୍ରମକୁ ଆହୁରି ରଙ୍ଗାରଙ୍ଗ କରିଥିଲେ। ଏହାର ସମସ୍ତ ଗୀତ କେବଳ‌ ଆମର ମ୍ୟୁଜିକ ୟୁଟୁବ୍ […]

କଳା ଓ ସଂସ୍କୃତି

କିଙ୍ଗ୍ସ ଜିତିଲା ଶେଷ ଲିଗ୍ ମ୍ୟାଚ୍: ମଙ୍ଗଳବାର ଗୁଜରାଟ-ରାଜସ୍ଥାନ ପ୍ରଥମ କ୍ବାଲିଫାୟର

ମମ୍ବାଇ: ଚଳିତ ଆଇପିଏଲ୍‌ର ‌୭୦ତମ ତଥା ଶେଷ ଲିଗ୍ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ପଞ୍ଜାବ କିଙ୍ଗ୍ସ ୫ ୱିକେଟ୍‌ରେ ପରାସ୍ତ କରିଛି। ଫଳରେ ୧୪ ମ୍ୟାଚ୍‌ରୁ ୭ ଲେଖାଏଁ ଜୟ-ପରାଜୟ ପାଇ ଷଷ୍ଠ ସ୍ଥାନରେ ଅଭିଯାନ ଶେଷ କରିଛି। ଅନ୍ୟପକ୍ଷରେ ପୂର୍ବ ବିଜେତା ସନ୍‌ରାଇଜର୍ସ ହାଇଦ୍ରାବାଦ ୧୪ ମ୍ୟାଚ୍‌ରୁ ୬ ବିଜୟ ଏବଂ ୮ ପରାଜୟ ସହ ଅଷ୍ଟମ ସ୍ଥାନରେ ରହିଛି। ୧୦ ଦଳୀୟ ପ୍ରତିଯୋଗିତାରେ ପୂର୍ବରୁ ଗୁଜୁରାଟ ଟାଇଟନ୍ସ, ରାଜସ୍ଥାନ ରୟାଲ୍ସ, ଲକ୍ଷ୍ନୌ ସୁପର ଜାଏଣ୍ଟସ୍ […]

ଅପରାଧ ରାଜ୍ୟ

ଲକ୍ଷେ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ବେପାରୀ ଗିରଫ

ଭୁବନେଶ୍ବର : ମଞ୍ଚେଶ୍ବର ଥାନା ପୁଲିସ ଜଣେ ବ୍ରାଉନସୁଗାର ବେପାରୀକୁ ଗିରଫ କରିଛି। ସେ ହେଲା କଳାରାହଙ୍ଗ ତନ୍ତୀସାହି ଅଞ୍ଚଳର କୃଷ୍ଣଚନ୍ଦ୍ର ନାଥ(୨୭)। ପୁଲିସ ତା’ଠାରୁ ସାଢ଼େ ୧୦ ଗ୍ରାମ୍‌ର ବ୍ରାଉନ୍‌ସୁଗାର, ୨୩ ହଜାର ଟଙ୍କା ଓ ଗୋଟିଏ ମୋବାଇଲ୍‌ ଜବତ କରିଛି। ଜବତ ବ୍ରାଉନ୍‌ସୁଗାରର ମୂଲ୍ୟ ଏକ ଲକ୍ଷ‌ ଟଙ୍କାରୁ ଊର୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି। ଶନିବାର ବିଳମ୍ବିତ ରାତିରେ ବ୍ରାଉନ୍‌ସୁଗାର ଧରି କୃଷ୍ଣଚନ୍ଦ୍ର ହାଇଟେକ୍‌ ଛକ ନିକଟରେ ଗ୍ରାହକ ଅପେକ୍ଷା‌ରେ ଥିବା ପୁଲିସ […]

ଅପରାଧ ରାଜ୍ୟ

ଜଳେଶ୍ବର ବାର୍ ଆସୋସିଏସନ୍‌ ସଭାପତିଙ୍କ ଘରୁ ଚୋରି: ୨୦ ଲକ୍ଷର ସୁନା ଗହଣା ଲୁଟ୍‌

ଭୁବନେଶ୍ୱର : ଜଳେଶ୍ବର ବାର୍ ଆସୋସିଏସନ୍‌ର ସଭାପତି ଅନୀଲ କୁମାର ପରିଡ଼ାଙ୍କ ଘରେ ପଶି ଦୁର୍ବୃତ୍ତ ପ୍ରାୟ ୨୦ ଲକ୍ଷ ଟଙ୍କାର ସୁନଗହଣା ଓ ନଗଦ ୧ଲକ୍ଷ ୭୦ହଜାର ଟଙ୍କା ଚୋରି କରି ନେଇଛନ୍ତି। ଏ ସଂପର୍କ‌ରେ ଶ୍ରୀ ପରିଡ଼ାଙ୍କ ସମ୍ପର୍କୀୟ ଅଭିଜିତ ମଙ୍ଗରାଜ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ସୂଚନାନୁଯାୟୀ, ଶ୍ରୀ ପରିଡ଼ା ନୂଆପଲ୍ଲୀ ଏନ୍‌-୩/୭୪ରେ ରୁହନ୍ତି। ଗତ ୧୭ ତାରିଖ ସକାଳ ପ୍ରାୟ ୭ଟାରେ ସେ ଘର ତାଲା ପକାଇ ଜଳେଶ୍ଵର ଯାଇଥିଲେ। ସନ୍ଧ୍ୟାରେ […]

ଅପରାଧ ରାଜ୍ୟ

ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ଆକ୍ରମଣ

ବାରଙ୍ଗ : ନନ୍ଦନକାନନରେ ସଫାରି ବସ୍‌ ଟିକେଟକୁ କେନ୍ଦ୍ର କରି ପର୍ଯ୍ୟଟକଙ୍କୁ ଆକ୍ରମଣ ହୋଇଛି। ଏଥିରେ ଛତିଶଗଡ଼ରୁ ଆସିଥିବା ୩ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି। ସେମାନଙ୍କୁ ସଫାରି ବସ୍ କର୍ମଚାରୀ ଆକ୍ରମଣ କରିଥିବା ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ଛଡ଼ିଶଗଡ଼ର ୨୬ଜଣ ପର୍ଯ୍ୟଟକ ସଫାରି ବସ ଟିକେଟ ଘର ପାଖ ଧାଡ଼ିରେ ଛିଡ଼ା ହୋଇଥିଲେ। ସେମାନଙ୍କ ପଛରେ ଧାଡ଼ିରେ ଛିଡ଼ା ହୋଇଥିବା ପର୍ଯ୍ୟଟକ ବସ୍‌ ଟିକେଟ କରି ସଫାରି ବସ୍‌ରେ ବସିଥିଲେ। ସେମାନଙ୍କୁ ଦେଖି ଛତିଶଗଡ଼ର […]