ଘରୋଇ ସଂସ୍ଥା କିଣିନେଲେ ଗହମ, ସରକାରୀ ସଂଗ୍ରହ ୫୩% ହ୍ରାସ
ନୂଆଦିଲ୍ଲୀ: ରପ୍ତାନିରୁ ଅଧିକ ଆୟର ସମ୍ଭାବନା ଥିବାରୁ ଘରୋଇ ସଂସ୍ଥାଗୁଡ଼ିକ ଏଥର ଚାଷୀମାନଙ୍କଠାରୁ ଅଧକ ଗହମ କିଣିନେଇଛନ୍ତି। ସେଥିପାଇଁ ସରକାରୀ ସଂଗ୍ରହ ପ୍ରାୟ ଅଧା କମିଯାଇଛି। ଗହମ ଉତ୍ପାଦନକାରୀ ରାଜ୍ୟ ଯଥା ପଞ୍ଜାବ, ହରିୟାଣା, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରେ ସରକାରୀ ସଂଗ୍ରହ ଏବେବି ନିମ୍ନ ସ୍ତରରେ ରହିଛି। ଗତବର୍ଷ ପଞ୍ଜାବରୁ ୧୩୨ ଲକ୍ଷ ଟନ୍ ଗହମ ସଂଗ୍ରହ କରାଯାଇଥିଲା। ଚଳିତ ବର୍ଷ ୯୬ ଲକ୍ଷ ଟନ୍ ହିଁ ସଂଗ୍ରହ କରାଯାଇପାରିଛି। ସେହିପରି, ହରିୟାଣାରେ ଗତବର୍ଷ ୮୦ ଲକ୍ଷ […]