ଜମ୍ମୁ ଓ କଶ୍ମୀରର କୁପ୍ୱାରାରେ ୩ ଲଶ୍କର୍ ଆତଙ୍କବାଦୀଙ୍କୁ ଗୁଳି ମାରି ହତ୍ୟା; ଅନୁପ୍ରବେଶ ଉଦ୍ୟମ ଭଣ୍ଡୁର
ଶ୍ରୀନଗର: ଆଜି ସକାଳେ ଜମ୍ମୁ ଓ କଶ୍ମୀରର କୁପୱାରା ଜିଲ୍ଲାରେ ଘଟିଥିବା ଏନ୍କାଉଣ୍ଟର୍ରେ ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ‘ଲଶ୍କର୍-ଏ-ତୈବା’ର ୩ଜଣ ଆତଙ୍କବାଦୀ ନିହତ ହୋଇଥିବା କଥା କଶ୍ମୀର ଜୋନ୍ ପୁଲିସ କହିଛି। କୁପ୍ୱାରା ଜିଲ୍ଲାର ଜୁମାଗୁଣ୍ଡ ଗ୍ରାମେରେ ଆତଙ୍କବାଦୀମାନେ ଅନୁପ୍ରବେଶ ଉଦ୍ୟମ କରୁଛନ୍ତି ବୋଲି ସୁନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ପୁଲିସ ଅଭିଯାନ ଆରମ୍ଭ କରିଥିଲା। ଅନୁପ୍ରବେଶ ଉଦ୍ୟମ କରୁଥିବା ଆତଙ୍କବାଦୀମାନଙ୍କୁ ସେନା ଓ ପୁଲିସ ବାଧା ଦେବା ହେତୁ ଏନ୍କାଉଣ୍ଟର୍ର ସୂତ୍ରପାତ ହୋଇଥିଲା ବୋଲି କଶ୍ମୀର […]