ଦେଶ ବିଦେଶ ଧର୍ମ ସ୍ପେଶାଲ ରିପୋର୍ଟ

କେଦାରନାଥ ଧାମ ଯାତ୍ରା: ପୁଣି ୩ ତୀର୍ଥଯାତ୍ରୀ ମୃତ, ୫୭ ଯାତ୍ରୀଙ୍କ ମୃତ୍ୟୁ ହେଲାଣି

ଉତ୍ତରାଖଣ୍ଡ: କେଦାରନାଥ ଯାତ୍ରାରେ ତୀର୍ଥଯାତ୍ରୀଙ୍କ ମୃତ୍ୟୁସଂଖ୍ୟା ଲଗାତାର ବଢ଼ିବାରେ ଲାଗିଛି। ରୁଦ୍ରପ୍ରୟାଗ ଜିଲ୍ଲା ପ୍ରଶାସନ ଦେଇଥିବା ତଥା ଅନୁସାରେ ଗତକାଲି ହୃଦ୍‌ଘାତରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଚଳିତ ବର୍ଷ ମେ ୩ରୁ ଚାରିଧାମ ତୀର୍ଥଯାତ୍ରା ଆରମ୍ଭ ହେବା ପରଠାରୁ ୫୭ ଜଣ ଯାତ୍ରୀ ପ୍ରାଣ ହରାଇଲେଣି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ଅଧିକାଂଶ ମୃତ୍ୟୁ ହୃଦ୍‌ଘାତ ଯୋଗୁଁ ହେଉଥିବା କୁହାଯାଇଛି। ଅନ୍ୟପକ୍ଷେ ପ୍ରତିଦିନ ସୀମିତ ସଂଖ୍ୟକ ଯାତ୍ରୀଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯାଉଛି। ଉତ୍ତରାଖଣ୍ଡ ସରକାରଙ୍କ […]

ଅପରାଧ ଦେଶ ବିଦେଶ ରାଜନୀତି

ଚଢ଼ାଉ ବେଳେ ‘ସିବିଆଇ’ ଅତ୍ୟନ୍ତ ଗୋପନୀୟ କାଗଜପତ୍ର ଜବତ କରିଛି: କାର୍ତି ଚିଦମ୍ବରମ୍‌

ନୂଆଦିଲ୍ଲୀ: ଚୀନା କର୍ମଚାରୀମାନଙ୍କୁ ବେଆଇନ ‘ଭିସା’ କରାଇଦେବା ଲାଞ୍ଚ ମାମଲାରେ ଚଢ଼ାଉ ବେଳେ ‘ସିବିଆଇ’ର କେତେକ ଅଧିକାରୀ ଅତ୍ୟନ୍ତ ଗୋପନୀୟ ଦଲିଲ ଜବତ କରିଥିବା କଥା କଂଗ୍ରେସ ସାଂସଦ କାର୍ତି ଚିଦମ୍ବରମ୍‌ ଅଭି‌ଯୋଗ କରିଛନ୍ତି। ଲୋକସଭାର ବାଚସ୍ପତିଙ୍କ ପ୍ରତି ଲିଖିତ ପତ୍ରରେ କାର୍ତି କହିଛନ୍ତି, ଏହି ତଥାକଥିକ ଚଢ଼ାଉ ବେଳେ ‘ସିବିଆଇ’ ନିର୍ଦ୍ଦିଷ୍ଟ କେତେ ଜଣ ଅଧିକାରୀ ମୋର କେତେକ ଅତ୍ୟନ୍ତ ଗୋପନୀୟ ତଥା ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତିଗତ ରେକର୍ଡ ଓ ମୁଁ ସଦସ୍ୟ ଥିବା ‘ପାର୍ଲାମେଣ୍ଟାରି ଷ୍ଟାଣ୍ଡିଙ୍ଗ୍‌ […]

ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ଅଫିସର କାମ ନେଇ ଅଧିକ ବ୍ୟସ୍ତ ରହିବେ। ନୂଆ ଜମି କିଣିବା ପୂର୍ବରୁ ଦଲିଲକୁ ଭଲଭାବେ ଯାଞ୍ଚ କରିନିଅନ୍ତୁ। ବୃଷ: ସବୁ କାମ ସହଜରେ ସଂପୂର୍ଣ୍ଣ ହେବ। କୌଣସି ସମାରେହକୁ ଯିବା ପାଇଁ ଯୋଜନା କରିବେ। ଜୀବନସାଥୀ ଆପଣଙ୍କର ସଚ୍ଚୋଟତା ଦେଖି ପ୍ରଭାବିତ ହେବେ। ମିଥୁନ: ଆପଣଙ୍କର ଧ୍ୟାନ ଆଧ୍ୟତ୍ମିକ ଦିଗରେ ଲାଗି ରହିବ। ଆତ୍ମୀୟ ସ୍ବଜନଙ୍କ ସହ ସମ୍ବନ୍ଧ ମଜଭୁତ ହେବ। ଚାକିରିଆଙ୍କର ମନ ଚାହୁଥିବା ଅଞ୍ଚଳକୁ ବଦଳି […]

ମନୋରଞ୍ଜନ ରାଜ୍ୟ

ମେଘନାଙ୍କ ବାୟୋପିକର ଟ୍ରେଲର କାନ୍ସରେ ରିଲିଜ ହେଲା

ରାଜ୍ୟରେ କିନ୍ନରଙ୍କ ସ୍ବାର୍ଥ ପାଇଁ ଲଢ଼େଇ କରୁଥିବା ମେଘନା ସାହୁଙ୍କ ଉପରେ ଆଧାରିତ ଚଳଚିତ୍ର ‘ଟି’ର ପୋଷ୍ଟର, ଟ୍ରେଲର କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ରିଲିଜ ହୋଇଛି। ଏଥିରେ ମେଘନାଙ୍କ ଭୂମିକାରେ ଦେବ ଏବଂ ମୀରା ପରିଡ଼ାଙ୍କ ଭୂମିକାରେ ଉଷସୀ ମିଶ୍ର ରହିଛନ୍ତି। ଜିତେନ୍ଦ୍ର କୁମାରଙ୍କ ପ୍ରଯୋଜିତ ଏବଂ ନିର୍ଦେଶିତ ଏହି ଚଳଚ୍ଚିତ୍ର ଓଡ଼ିଆ ଏବଂ ହିନ୍ଦୀ ଭାଷାରେ ରିଲିଜ ହେବ। ଜିତେନ୍ଦ୍ର କହିଛନ୍ତି, ‘ଟି’ ଚଳଚ୍ଚିତ୍ରଟି ମେଘନାଙ୍କ ଉପରେ ଆଧାରିତ ହେଲେ ମଧ୍ୟ ଏହା ସମୁଦାୟ କିନ୍ନର […]

ଖେଳ ଦେଶ ବିଦେଶ

ଆୟର୍ଲାଣ୍ଡ୍ ୫ ରାଷ୍ଟ୍ରୀୟ କନିଷ୍ଠ ହକି: ଭାରତୀୟ ଦଳରେ ମମିତା, ଜ୍ୟୋତି, ନିକିତା ଓ ‌ଦୀପି

ଭୁବନେଶ୍ବର: ଆୟର୍ଲାଣ୍ଡ୍‌ର ଡବ୍‌ଲିନଠାରେ ଜୁନ୍ ୧୯ରୁ ୨୬ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ୟନିଫର ୫ ରାଷ୍ଟ୍ରୀୟ କନିଷ୍ଠ ମହିଳା (୨୩ ବର୍ଷରୁ କମ୍) ହକି ପ୍ରତିଯୋଗିତା ଲାଗି ହକି ଇଣ୍ଡିଆ ବୁଧବାର ୨୦ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଏହି ଦଳରେ ଓଡ଼ିଶାର ମମିତା ଓରାମ, ଜ୍ୟୋତି ଛତ୍ରୀ, ନିକିତା ଟପ୍ପୋ ଓ ଦୀପି ମୋନିକା ଟପ୍ପୋ ସ୍ଥାନ ପାଇଛନ୍ତି। ବୈଷ୍ଣବୀ ଫାଲକେ ଦଳର ଅଧିନାୟିକା ନିଯୁକ୍ତ ହୋଇଥିଲା ବେଳେ ମୁମତାଜ ଖାନ୍ ଉପଅଧିନାୟିକା […]

ଅପରାଧ ରାଜ୍ୟ

ଗିରିଙ୍ଗାପୁଟରେ ବାର୍‌ହା ଆତଙ୍କ, ସ୍ତ୍ରୀକୁ ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

ମେଣ୍ଢାଶାଳ : ସ୍ତ୍ରୀକୁ ରକ୍ଷା କରିବାକୁ ଯାଇ ସ୍ବାମୀ ବାର୍‌ହା ଆକ୍ରମଣର ଶିକାର ହୋଇଛନ୍ତି। ମେଣ୍ଢାଶାଳ ପଞ୍ଚାୟତ ଗିରିଙ୍ଗାପୁଟ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବାର୍‌ହା ଆକମ୍ରଣରେ ସ୍ବାମୀ ବିଜୟ କୁମାର ନାୟକ (୪୫) ଗୁରୁତର ଆହତ ହୋଇଥିବା ବେଳେ ସ୍ତ୍ରୀ ଟିକି ନାୟକ (୪୦) ତଳେ ପଡ଼ିଯାଇ ଆହତ ହୋଇଛନ୍ତି। ବିଜୟଙ୍କୁ ଉଦ୍ଧାର କରି ଗ୍ରାମବାସୀ ମେଣ୍ଢାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମ୍‌ସକୁ ସ୍ଥାନାନ୍ତର କରାଯାଇଛି। ଘଟଣାରୁ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ପୁଣି ଖାକିରେ ଦାଗ: ୪ବର୍ଷ ହେଲା ନାବାଳିକାକୁ ଶୋଷଣ, କନେଷ୍ଟବଲ୍‌ ଗିରଫ

ଭୁବନେଶ୍ବର : ପୁଣି ଖାକିରେ କଳାଦାଗ। ଜଣେ କନଷ୍ଟେବଲଙ୍କ କୁକର୍ମ ପୂରା କମିସନରେଟ୍‌ ପୁଲିସର ମୁଣ୍ଡ ତଳକୁ କରିଦେଇଛି। ମାସେ କି ବର୍ଷେ ନୁହେଁ, ଗତ ୪ ବର୍ଷ ହେଲା ଜଣେ ନାବାଳିକାକୁ ଯୌନ ଶୋଷଣ କରିଆସୁଥିବା କନେଷ୍ଟବଲ୍‌ଙ୍କୁ ବୁଧବାର ଦିନ ମହିଳା ଥାନା ପୁଲିସ୍‌ ଗିରଫ କରିଛି। ସେ ହେଲେ, ଲିଙ୍ଗରାଜ ଥାନା‌ରେ କାର୍ଯ୍ୟରତ ରଜନୀକାନ୍ତ ଗମାଙ୍ଗୋ (୩୨)। ଘର ଗଜପତି ଜିଲ୍ଲାରେ। ସେ ବିବାହିତ ଓ ଗତ ୫ବର୍ଷ ହେଲା ସେ ଭୁବନେଶ୍ବରରେ ରହୁଛନ୍ତି। […]

ଅପରାଧ ରାଜ୍ୟ

ଜମିବାଡ଼ିକୁ କେନ୍ଦ୍ର କରି ସେବାୟତ ପରିବାରରେ ଗଣ୍ଡଗୋଳ, ପୁଲିସ ଉପସ୍ଥିତିରେ ଭାଇକୁ ହାଣିଲା

ଭୁବନେଶ୍ୱର : ଜମିବାଡ଼ି ଭାଗବଣ୍ଟାକୁ କେନ୍ଦ୍ର କରି ବୁଧବାର ଦିନ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଏକ ସେବାୟତ ପରିବାର ମଧ୍ୟରେ ଭୀଷଣ ଗଣ୍ଡଗୋଳ ହୋଇଛି। ପୁଲିସ୍‌ ଉପସ୍ଥିତିରେ ଜଣେ ଯୁବକ ଏକ କଟୁରିରେ ତାଙ୍କ ଭାଇମାନଙ୍କୁ ଆକ୍ରମଣ କରିଛି। ଏଥିରେ ଦୁଇ ଭାଇ କମଳାକାନ୍ତ ବଡ଼ୁ ଓ ଚନ୍ଦ୍ରକାନ୍ତ ବଡ଼ୁ ଆହତ ହୋଇଛନ୍ତି। ଦୁହିଁଙ୍କୁ ସ୍ଥାନୀୟ ଡାକ୍ତରଖାନା‌‌ରେ ଭର୍ତ୍ତି କରାଯାଇଛି। ଅପରପକ୍ଷେ ଆକ୍ରମଣକାରୀ ଦୀପ୍ତିକାନ୍ତ ବଡ଼ୁ ଓରଫ୍‌ ଦୀପୁନାକୁ ପୁଲିସ୍‌ ଗିରଫ କରିଛି। ଗଣ୍ଡଗୋଳ‌ରେ ସେ ମଧ୍ୟ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ନନ୍ଦନକାନନରେ ଅସୁସ୍ଥ ବନ୍ୟଜନ୍ତୁ, ବୁଡ଼ିବାକୁ ବସିଲାଣି ଓଟପକ୍ଷୀ ବଂଶ

ଭୁବନେଶ୍ବର/ବାରଙ୍ଗ: ନନ୍ଦନକାନନ ପିଛା ଛାଡ଼ୁନି ବିବାଦ। ଗୋଟିଏ ପରେ ଗୋଟିଏ ଘଟଣା ଦ୍ବାରା ବଦନାମ ମୁଣ୍ଡାଉଛି ରାଜ୍ୟର ଏହି ପ୍ରାଣୀ ଉଦ୍ୟାନ। ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ବିବାଦ ଚାଲିଥିବା ବେଳେ ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜାନୁଆରିରୁ ଏପର୍ଯ୍ୟନ୍ତ ୪୦ରୁ ଅଧିକ ବନ୍ୟଜନ୍ତୁଙ୍କ ଜୀବନ ଗଲାଣି। ଏକାଧିକ ବନ୍ୟଜନ୍ତୁ ଅସୁସ୍ଥ ହୋଇପଡ଼ିଛନ୍ତି। ପ୍ରତି ସପ୍ତାହରେ ଓୟୁଏଟିର ବି‌ଶେଷଜ୍ଞମାନେ ପ୍ରାଣୀଉଦ୍ୟାନରେ ବନ୍ୟଜନ୍ତୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି। ତା’ପରେ ବି ବିପଦ ଟଳିନି। ଗତ ମାସରେ ବାଘ […]

ଅପରାଧ ରାଜ୍ୟ

ବିଶ୍ବେଶ୍ବର ବସ୍ତିରେ କୋଡ୍‌ ୱାର୍ଡ: ‘ପରୀ’ ଗଞ୍ଜେଇ, ‘ନିମ୍‌କି’ ବ୍ରାଉନ୍‌ସୁଗାର

ଚନ୍ଦ୍ରଶେଖରପୁର: ଅଟୋଚାଳକଟିଏ ଚା’ ଦୋକାନକୁ ଗଲା। ଦୋକାନରେ ବସିଥିଲେ ଜଣେ ମହିଳା। ଅଟୋଚାଳକ ମହିଳାଙ୍କୁ ୨୦ ଟଙ୍କିଆ ନୋଟ୍‌ଟିଏ ବଢ଼ାଇ ଦେଇ ମାଗିଲା- ପରୀ ଦିଅ। ମହିଳା ତା’ ହାତକୁ ବଢ଼ାଇଦେଲେ ଏକ ସିଗାରେଟ୍‌। ପରେ ପରେ ଜଣେ କଲେଜ ପଢ଼ୁଆ ଯୁବକ ସେହି ଦୋକାନରେ ପହଞ୍ଚିଲେ। ଶହେ ଟଙ୍କିଆ ନୋଟ୍‌ଟିଏ ବଢ଼ାଇ ଦେଇ କହିଲା- ଗୋଟେ ନିମ୍‌କି ଦିଅ। ମହିଳା ଗୋଟେ କାଗଜ ପୁଡ଼ିଆ ବଢ଼ାଇଦେଲେ। ବୁଝୁବୁଝୁ ଜଣାପଡ଼ିଲା ୨୦ ଟଙ୍କିଆ ସି‌ଗା‌ରେଟ୍‌ରେ ଭର୍ତ୍ତି ହୋଇଥିଲା […]