ଏସିଆ କପ୍ ହକି: ସୁପର-୪ରେ ଭାରତ
ଜାକର୍ତ୍ତା (ଇଣ୍ଡୋନେସିଆ): ଚଳିତ ଏସିଆ କପ୍ ହକି ପ୍ରତିଯୋଗିତାର ଗୁରୁବାର ତୃତୀୟ ତଥା ଅନ୍ତିମ ପୁଲ୍ ମ୍ୟାଚ୍ରେ ଆୟୋଜକ ଇଣ୍ଡୋନେସିଆକୁ ୧୬-୦ ଗୋଲ୍ର ବୃହତ୍ ବ୍ୟବଧାନରେ ପରାସ୍ତ କରି ଅଲିମ୍ପିଆନ୍ ତଥା ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରାଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ସୁପର-୪ରେ ପହଞ୍ଚିଯାଇଛି। ଏହି ମ୍ୟାଚ୍ ପୂର୍ବରୁ ଗୁରୁବାର ଜାପାନ ନିକଟରୁ ପାକିସ୍ତାନ ୨-୩ ଗୋଲ୍ରେ ହାରିଯିବା ପରେ ସୁପର-୪କୁ ଯିବା ପାଇଁ ଭାରତ ନିକଟରେ ଅତି କମ୍ରେ ୧୫ ଗୋଲ୍ ବ୍ୟବଧାନର ବିଜୟ ଲକ୍ଷ୍ୟ […]