ଅପରାଧ ଦେଶ ବିଦେଶ

ପ୍ରତିଶୋଧ ନେବାକୁ ଚିତାବାଘକୁ ଜିଅନ୍ତା ଜାଳିଦେଲେ, ୧୫୦ ଗ୍ରାମବାସୀ ଗିରଫ

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡ ପାଉରୀ ଜିଲ୍ଲାର ସାପଲୋରୀ ଗ୍ରାମରେ ଜଣେ ମହିଳା ନିକଟରେ ଏକ ଚିତାବାଘ ଆକ୍ରମଣରେ ପ୍ରାଣ ହରାଇଥିଲେ। ଏହି ଚିତାବାଘକୁ ବନ ବିଭାଗ ଧରି ଏକ ଯନ୍ତାରେ ରଖିଥିବା ବେଳେ ଗ୍ରାମବାସୀମାନେ ପ୍ରତିଶୋଧ ନେବାପାଇଁ ଚିତାବାଘକୁ ଜିଅନ୍ତା ଜାଳି ଦେଇଛନ୍ତି। ଏହି ଘଟଣାରେ ପୁଲିସ ୧୫୦ ଜଣ ଗ୍ରାମବାସୀଙ୍କୁ ଗିରଫ କରିଛି। ବନ୍ୟଜନ୍ତୁ ସୁରକ୍ଷା ଆଇନର ବିଭିନ୍ନ ଧାରାରେ ଗ୍ରାମପ୍ରଧାନଙ୍କ ସମେତ ୧୫୦ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ବୋଲି ଗଡ଼ୱାଲ ସର୍କଲର […]

ଅପରାଧ ଦେଶ ବିଦେଶ ମନୋରଞ୍ଜନ

ଆଉ ଜଣେ ବଙ୍ଗଳା ଅଭିନେତ୍ରୀଙ୍କ ଆତ୍ମହତ୍ୟା

କୋଲକାତା : ପଶ୍ଚିମବଂଗର ଟିଭି ଅଭିନେତ୍ରୀ ତଥା ମଡେଲ ବିଦିଶା ଦେ ମଜୁମଦାର (୨୧)ଙ୍କ ସନ୍ଦେହଜନକ ମୃତ୍ୟୁର କିଛି ଘଣ୍ଟା ପରେ ଶୁକ୍ରବାର ଦିନ ସହରରେ ଆଉ ଜଣେ ଅଭିନେତ୍ରୀଙ୍କ ମୃତଦେହ ମିଳିଛି। ଗତ ୧୫ ଦିନ ମଧ୍ୟରେ ରାଜ୍ୟରେ ତିନିଜଣ ଅଭିନେତ୍ରୀଙ୍କ ଏହିଭଳି ମୃତ୍ୟୁ ହେଲାଣି। ଅଭିନେତ୍ରୀ ମଞ୍ଜୁଷା ନିୟୋଗୀଙ୍କ ପାଟୁଳିସ୍ଥିତ ବାସଭବନରୁ ତାଙ୍କର ଝୁଲନ୍ତା ଶବ ଜବତ କରାଯାଇଛି। ମଞ୍ଜୁଷା ବିଦିଶାଙ୍କ ଅତି ନିକଟତର ଥିଲେ। ବୁଧବାର ବିଦିଶାଙ୍କ ମୃତ୍ୟୁ ହେବା ପରେ ସେ […]

ଦେଶ ବିଦେଶ ରାଜନୀତି ସ୍ୱାସ୍ଥ୍ୟ

ମୁମ୍ବାଇରେ ୩୫୦ ନୂଆ ସଂକ୍ରମଣ ମାମଲା, ମାସ୍କ ପିନ୍ଧିବାକୁ କହିଲେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ : ମୁମ୍ବାଇରେ ଶୁକ୍ରବାର ଦିନ ୩୫୦ଟି ନୂଆ କୋଭିଡ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଫେବ୍ରୁଆରି ୧୧ରୁ ପରଠାରୁ ସହରରେ ଏହା ସର୍ବାଧିକ ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସଂକ୍ରମଣ ରୋକିବା ପାଇଁ ରାଜ୍ୟବାସୀଙ୍କୁ ମାସ୍କ ପିନ୍ଧିବାକୁ ଅନୁରୋଧ କରିଛନ୍ତି। ବର୍ତ୍ତମାନ ମୁମ୍ବାଇରେ ସକ୍ରିୟ ମାମଲା ୧୬୫୮ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ୍‌ରେ କୌଣସି ମୃତ୍ୟୁ ହୋଇନାହିଁ ବୋଲି ମୁମ୍ବାଇ […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଦିଲ୍ଲୀର ଦୁଇଟି ହସ୍ପିଟାଲରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଦକ୍ଷିଣ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲ ଏବଂ ସହରର ପୂର୍ବ ଭାଗରେ ଥିବା ମାକର ମଲ୍ଟି ସ୍ପେସିଆଲିଟି ହସ୍ପିଟାଲରେ ଶୁକ୍ରବାର ସକାଳେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ତେବେ ଅଗ୍ନିଶମ ବାହିନୀ ତୁରନ୍ତ ଉଭୟ ହସ୍ପିଟାଲରେ ନିଆଁକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିଲେ। ଏହି ଦୁଇଟି ଅଗ୍ନିକାଣ୍ଡ ଘଟଣାରେ କେହି ମୃତାହତ ‌ହୋଇ ନଥିବା ଜଣାପଡ଼ିଛି।

ଅପରାଧ ଦେଶ ବିଦେଶ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ଓପି ଚୌତାଲାଙ୍କୁ ୪ ବର୍ଷ ଜେଲ୍‌

ନୂଆଦିଲ୍ଲୀ : ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓପି ଚୌତାଲାଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ୪ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି ଏବଂ ୫୦ ଲକ୍ଷ ଟଙ୍କାର ଜରିମାନା ହୋଇଛି। ୮୭ ବର୍ଷୀୟ ଚୌତାଲାଙ୍କୁ ‌ଦିଲ୍ଲୀ ରୋଜ୍‌ ଆାଭେନ୍ୟୁ କୋର୍ଟ ଗତ ଶନିବାର (ମେ’ ୨୧) ତାରିଖରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଚୌତାଲା ତାଙ୍କ ବୟସ ଏବଂ ବିଭିନ୍ନ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ତାଙ୍କୁ କମ୍‌ ଦଣ୍ଡ ଦେବାପାଇଁ […]

ଅପରାଧ ଦେଶ ବିଦେଶ ରାଜ୍ୟ

ଅସନ୍ତୁଷ୍ଟ ରାଜସ୍ଥାନ ମନ୍ତ୍ରୀଙ୍କ ଇସ୍ତଫା ଧମକ

ଜୟପୁର : ରାଜସ୍ଥାନ କ୍ରୀଡ଼ା ମନ୍ତ୍ରୀ ଅଶୋକ ଚନ୍ଦନାଙ୍କ ଇସ୍ତଫା ଧମକକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ମନ୍ତ୍ରୀ ‌ଅଶୋକ ଚନ୍ଦନା ଏକ ଟ୍ବିଟ୍‌ ଦ୍ବାରା ତାଙ୍କ ଇସ୍ତଫା ଧମକ ଦେଇଛନ୍ତି ଏବଂ ତାଙ୍କୁ ଦାୟିତ୍ବରୁ ମୁକ୍ତ କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। କିନ୍ତୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହ‌ଲଟ ତାଙ୍କ ଇସ୍ତଫାକୁ ଗ୍ରହଣ କରିନାହାନ୍ତି। ଗେହଲଟ କହିଛନ୍ତି, କ୍ରୀଡ଼ା ମନ୍ତ୍ରୀ ଅଶୋକ ଚନ୍ଦନା‌ ଚାପରେ ଥାଇ ଇସ୍ତଫା ଦେବାକୁ ଚାହୁଛନ୍ତି। ଗ୍ରାମୀଣ ଅଲିମ୍ପିକ୍ସର […]

ଦେଶ ବିଦେଶ ମନୋରଞ୍ଜନ

ଗୀତାଞ୍ଜଳି ଶ୍ରୀଙ୍କୁ ବୁକର୍‌ ପୁରସ୍କାର

ନୂଆଦିଲ୍ଲୀ : ଭାରତୀୟ ଲେଖିକା ଗୀତାଞ୍ଜଳି ଶ୍ରୀ ଏବଂ ଆମେରିକାର ଅନୁବାଦକ ଡେଜି ରକୱେଲଙ୍କୁ ଚଳିତବର୍ଷର ଅନ୍ତର୍ଜାତୀୟ ବୁକର୍‌ ପୁରସ୍କାର ପ୍ରଦାନ କରାଯାଇଛି। ରେତ ସମାଧି ନାମରେ ହିନ୍ଦୀ ଭା‌ଷାରେ ଗୀତାଞ୍ଜଳି ଶ୍ରୀ ମୂଳ ଉପନ୍ୟାସ ଲେଖିଥିବାବେଳେ ରକୱେଲ ଏହାର ଇଂରାଜୀ ଅନୁବାଦ ଟମ୍ବ ଅଫ ସ୍ୟାଣ୍ଡ ନାମରେ କରିଛନ୍ତି। ସେମାନଙ୍କୁ ପୁରସ୍କାର ରାଶି ବାବଦରେ ୫୦ ହଜାର ପାଉଣ୍ଡ (୬୩ ହଜାର ଡଲାର) ପ୍ରଦାନ କରାଯିବ।

ଦେଶ ବିଦେଶ ସ୍ୱାସ୍ଥ୍ୟ

୨୦୦ ଟପିଲା ମଙ୍କିପକ୍ସ ମାମଲା: ୨୦ ରାଷ୍ଟ୍ରକୁ ବ୍ୟାପିଲାଣି, ଭାରତରେ କୌଣସି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି

ନୂଆଦିଲ୍ଲୀ : ୨୦ଟି ରାଷ୍ଟ୍ରକୁ ମଙ୍କିପକ୍ସ ସଂକ୍ରମଣ ମାମଲା ବ୍ୟାପିଛି ଏବଂ ବିଶ୍ବରେ ମୋଟ୍‌ ମଙ୍କିପକ୍ସ ମାମଲା ସଂଖ୍ୟା ୨୦୦ ଟପିଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) କହିଛି। ଅଧିକାଂଶ ମଙ୍କିପକ୍ସ ମାମଲା ୟୁ‌ରୋପରୁ ଚିହ୍ନଟ ହୋଇଛି। ମଙ୍କିପକ୍ସ ଭାଇରସ୍‌କୁ ନେଇ ସତର୍କତା ଅବଲମ୍ବନ କରିବାପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସମସ୍ତ ରାଷ୍ଟ୍ରକୁ କହିଛଛି। ତେବେ ମଙ୍କିପକ୍ସର ସମ୍ଭାବ୍ୟ ‌ଗୋଷ୍ଠୀ ସଂକ୍ରମଣ ହେଉଥିବାରୁ ଏହାକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଜଣେ ବରିଷ୍ଠ ଅଧିକାରୀ ଚିନ୍ତା […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କେନ୍ଦ୍ରୀୟ ୟୁକ୍ରେନ୍‌ରେ କ୍ଷେପଣାସ୍ତ୍ର ମାଡ଼, ୧୨ ମୃତ

କିବ୍‌ : ରୁଷ୍‌ ଏବେ କେନ୍ଦ୍ରୀୟ ୟୁକ୍ରେନ୍‌ରେ ଆକ୍ରମଣ ଜୋରଦାର କରିଛି। ପୂର୍ବ ୟୁକ୍ରେନ୍‌ ସହ କେନ୍ଦ୍ରୀୟ ୟୁକ୍ରେନ୍‌ର ନିପ୍ରୋ ସହରର ଏକ ସାମରିକ ପ୍ରତିଷ୍ଠାନ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ଯୋଗୁଁ ୧୨ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩୦ରୁ ଅଧିକ ଆହତ ହୋଇଛନ୍ତି। ଏହା ସହିତ ଅନେକ କୋଠା ଛାରଖାର ହୋଇଯାଇଛି। ଖାରକିଭ୍‌ରେ ରୁଷ୍‌ର ଗୋଳାବର୍ଷା ଯୋଗୁଁ ଗୁରୁବାର ଦିନ ଏକ ୫ ବର୍ଷର ଶିଶୁ ସମେତ ମୋଟ୍‌ ୯ ଜଣଙ୍କ ମୃତ୍ୟୁ ହୋଇଛି। ଲୁହାଂସ୍କରେ […]

ଧର୍ମ ସ୍ପେଶାଲ ରିପୋର୍ଟ

ତୃତୀୟ ବାର୍ଷିକ ଅଷ୍ଟପ୍ରହରି ନାମ ଯଜ୍ଞ

ଫିରିଙ୍ଗିଆ- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିମ୍ବିରିଗୁଡା ପଞ୍ଚାୟତ ଶ୍ରୀପଲ୍ଲା ଠାରେ ତୃତୀୟ ବାର୍ଷିକ ଅଷ୍ଟପ୍ରହରି ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଏକାଦଶୀ ତିଥି ତା ୨୫.୫.୨୦୨୨ ଠାରୁ ୨୭.୫.୨୦୨୨ ରିଖ ପଯ୍ୟନ୍ତ ତିନିଦିନ ଧରି ବାର୍ଷିକ ଅଷ୍ଟପ୍ରହରି ନାମ ଯଜ୍ଞ ,ଯପଯଜ୍ଞ,ଘୃତ ଯଜ୍ଞ, ଅନ୍ନ ଯଜ୍ଞ ,ଓ ଜ୍ଞାନ ଯଜ୍ଞ ଶ୍ରୀପଲ୍ଲା ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଅଛି । ବୁଧବାର ଅଧିବାସ ଓ କଳସ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ […]