ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ରାଜଧାନୀ ଯୁବକଙ୍କ ପାଠପଢା ନିଶା । ବସ୍ତି ପିଲାଙ୍କୁ ମାଗଣାରେ ପାଠ ପଢାଇ ଗଢୁଛନ୍ତି ଭବିଷ୍ୟତ ।

ଶିକ୍ଷା , ଯାହା ଜୀବନ ବଦଳାଇଦିଏ, ପରିପୂର୍ଣ୍ଣ ଜୀବନ ପାଇଁ ବାଟ ଖୋଜିଦିଏ । ଏହାକୁ ବିତରଣ କରୁଥିବା ବ୍ୟକ୍ତି ହେଉଛନ୍ତି ବାସ୍ତବରେ ଅନନ୍ୟ । ବିଭିନ୍ନ କାରଣରୁ ଶିକ୍ଷା ପାଇବାକୁ କିନ୍ତୁ ଅନେକ ଶିଶୁ ବଞ୍ଚିତ ହୋଇ ରହିଯାନ୍ତି ହେଲେ ସେମାନଙ୍କୁ ଶିକ୍ଷା ରୂପକ ଜ୍ଞାନର ଆଲୋକ ଦେଖାଇବାକୁ ଆଗେଇ ଆସନ୍ତି କିଛି ସହୃଦୟ । ଏହି ଶ୍ରେଣୀରେ ସାମିଲ ହୋଇଛନ୍ତି ଭୁବନେଶ୍ୱରର ଯୁବକ ପ୍ରତ୍ୟୟ ପ୍ରଶାନ୍ତ । ବ୍ୟସ୍ତ ରାଜଧାନୀର ବସ୍ତିରେ ରହୁଥିବା ପିଲାଙ୍କ […]

ରାଜ୍ୟ ରାଶିଫଳ

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: କୌଣସି ଖୁସି ଖବର ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର: ଉନ୍ନତି ଲାଗି ନୂଆ ମାର୍ଗ ଖୋଲିବ। ଶୁକ୍ର ଓ ଶନିବାର: ସାମାଜିକ ପରିସର ବୃଦ୍ଧି ହେବ। ରବି ଓ ସୋମବାର: ସବୁ ଅଶାନ୍ତି ଦୂର ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ଭଲ କାମ ପାଇଁ ପୁରସ୍କାର ପାଇବେ। ଶୁକ୍ର ଓ ଶନିବାର: ସରକାରୀ କାମରେ ବଡ଼ ଲୋକଙ୍କ ସାହାଯ୍ୟ ପାଇବେ। ରବି ଓ ସୋମବାର: ଜୀବନସାଥୀଠୁ ଉପହାର ପାଇବେ। ମଙ୍ଗଳ, […]

ଅପରାଧ ଦେଶ ବିଦେଶ

ଚମ୍ପଟ ମାରିଲା ଲମ୍ପଟ ସ୍ତ୍ରୀ; ସ୍ବାମୀକୁ ଠକି ଘରୁ ଟଙ୍କା ନେଇ ଫେରାର୍‌ ହେଲା ମାଟ୍ରିମୋନିଆଲ୍‌ରୁ ମିଳିଥିବା ସୁନ୍ଦରୀ ପତ୍ନୀ

ଫରିଦାବାଦ୍‌: ମାଟ୍ରିମୋନିଆଲ୍‌ ବିବାହ ଯେ‌ତିକି ଭଲ, ସେତିକି ଖରାପ ମଧ୍ୟ। କାହାକୁ ଏହି ମାଟ୍ରିମୋନଆଲ୍‌ ସାଇଟ୍‌ଗୁଡ଼ିକରେ ଉତ୍ତମ ଜୀବନସାଥୀ ମିଳିଥାନ୍ତି ତ କାହାର କପାଳ ଫୁଟିଯାଏ। ୨ ବର୍ଷ ତଳେ ମାଟ୍ରିମୋନିଆଲ୍‌ ସାଇଟ୍‌ ଜରିଆରେ ବିବାହ କରିଥିବା ଜଣେ ପୁରୁଷ ଏବେ ତା’ର କୁପ୍ରଭାବ ଭୋଗୁଛନ୍ତି। ଘଟଣାଟି ହେଉଛି ହରିଆଣାର ଫରିଦାବାଦ୍‌ର। ଜ‌ାଣିବାକୁ ମିଳିଛି ଯେ ଫରିଦାବାଦ୍‌ର ଅଜୟ କୁମାର ୨୦୨୦ ମସିହାରେ ମାଟ୍ରିମୋନିଆଲ୍‌ ସାଇଟ୍‌ ଜରିଆରେ ଜଣେ ଯୁବତୀଙ୍କୁ ବିବାହ କଲେ। ମାତ୍ର ଦୁଃଖର କଥା […]

ଖେଳ ଦେଶ ବିଦେଶ

ଆଇପିଏଲ୍‌ ଫାଇନାଲ୍‌ରେ ରୟାଲ୍ସ-ଟାଇଟନ୍ସ

ଅହମଦାବାଦ : ଚଳିତ ଆଇପିଏଲ୍‌ ଫାଇନାଲ୍‌ରେ ପ୍ରଥମ ସଂସ୍କରଣ ବିଜେତା ଭେଟିବ ନବାଗତ ଗୁଜରାଟ ଟାଇଟନ୍ସକୁ। ଶୁକ୍ରବାର ଦ୍ବିତୀୟ କ୍ବାଲିଫାୟାର୍‌ରେ ସଞ୍ଜୁ ସାମସନ୍‌ଙ୍କ ରାଜସ୍ଥାନ ରୟାଲ୍ସ ୭ ୱିକେଟ୍‌ରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌କୁ ହରାଇ ଦେଇଥିଲା। ପ୍ରସିଦ୍ଧ କୃଷ୍ଣ (୩/୨୨) ଓ ଓବିଦ ମ୍ୟାକୟ (୩/୨୩)ଙ୍କ ଚମତ୍କାର ବୋଲିଂ ପରେ ଜୋସ୍ ବଟଲର୍‌ଙ୍କ ଶତକ (୬୦ ବଲ୍‌ରୁ ୧୦୬* ରନ୍‌) ରୟାଲ୍ସକୁ ସହଜରେ ବିଜୟୀ କରାଇଥିଲା। ଲିଗ୍ ପର୍ଯ୍ୟାୟରେ ଯେଉଁ ଦୁଇ ଦଳ ପ୍ରଥମ ଦୁଇ ସ୍ଥାନରେ […]

ଅପରାଧ ରାଜ୍ୟ

ପୁରୀ: ୭ ଅପରାଧୀ ଗିରଫ, ୪ଟି ବନ୍ଧୁକ ଜବତ

ପୁରୀ: ପୁରୀ ପୁଲିସ ୭ ଅପରାଧୀଙ୍କୁ ଗିରଫ କରିବା ସହ ୪ଟି ବନ୍ଧୁକ ଜବତ କରିଛି। ବନ୍ଧୁକ ଡିଲ୍ ବେଳେ ପୁଲିସ ଧରିଥିବା ନେଇ ପୁରୀ ଏସପି ସୂଚନା ଦେଇଛନ୍ତି। ଗିରଫ ଅପରାଧୀମାନେ ହେଲେ ରତିକାନ୍ତ ପରିଡ଼ା, ବିକ୍ରମ ପଣ୍ଡା, ଅଶୋକ ସାହୁ, ରୁଦ୍ର ପ୍ରସାଦ ରାଉତ, ହରିଶ୍ଚନ୍ଦ୍ର ପୃଷ୍ଟି, ଲୋକନାଥ ଦାସ ଓ ରଂଜିତ ମହାନ୍ତି। ସେମାନଙ୍କଠାରୁ ବିଭିନ୍ନ ଥାନା ଅଞ୍ଚଳରୁ ଭିନ୍ନ ଭିନ୍ନ ସାମଗ୍ରୀ ଓ ନଗଦ ଟଙ୍କା ଜବତ ହୋଇଛି।

ଅପରାଧ ରାଜ୍ୟ

ବନ ବିଭାଗ କାର୍ଯ୍ୟାଳୟ ପଛପଟେ ଚୋରା କରତକଳ

ବାଲିଅନ୍ତା: ବାଳକାଟି ବନ ବିଭାଗ କାର୍ଯ୍ୟାଳୟ ପଛପଟେ ଚାଲିଛି ଚୋରା କରତକଳ। କାର୍ଯ୍ୟାଳୟଠାରୁ ମାତ୍ର ଶହେ ମିଟର ଦୂରରେ ଜାଗେଶ୍ବରୀ କଲୋନି ଭିତରେ ଚାଲିଛି ଏହି କରତକଳ। ଅଥଚ ବନ ବିଭାଗ ନଜରରେ ପଡ଼ୁ ନାହିଁ। ଏହି କରତକଳ ଯୋଗୁଁ ସ୍ଥାନୀୟ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ ବି ବନ ବିଭାଗ ସବୁ ଦେଖି ନ ଦେଖିବା ଭଳି ଚୁପ୍ ରହୁଛି। ତେଣୁ ଏହାକୁ ନେଇ ସ୍ଥାନୀୟ ଲୋକେ ବନ ବିଭାଗ ଓ କାଠମାଫିଆଙ୍କ ମଧୁଚନ୍ଦ୍ରିକା […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଓଡ଼ିଆରେ ଦୁର୍ବଳ ଓଡ଼ିଆ ପିଲା, ମାତୃଭାଷାରେ ପଛୁଆ ଦଶମ ପିଲା

ଭୁବନେଶ୍ବର : ମାତୃଭାଷାରେ ଦଶମ ଶ୍ରେଣୀ ପିଲା ଦୁର୍ବଳ। ଭଲ ଭାବେ ଶିକ୍ଷା ଗ୍ରହଣ କରୁନାହାନ୍ତି। ଠିକ୍‌ ଭାବେ ବୁଝୁନାହାନ୍ତି କି ପ୍ରଶ୍ନର ଉତ୍ତର ଲେଖି ପାରୁନାହାନ୍ତି। ଭଲ ରେଜଲ୍ଟ କରୁନାହାନ୍ତି। ହିନ୍ଦୀ ହେଉ କି ଓଡ଼ିଆ, ସବୁ ଭାଷାରେ ଏଭଳି ସ୍ଥିତି। ଜାତୀୟସ୍ତର‌‌ରେ ଦଶମ ଶ୍ରେଣୀ ପିଲା ମାତୃଭାଷାରେ ଦୁର୍ବଳ ରହିଥିବା ବେଳେ ଓଡ଼ିଶାରେ ଆହୁରି ଦୟନୀୟ ସ୍ଥିତି। ଜାତୀୟସ୍ତରରେ ୪୧% ପିଲା ଭଲ ପ୍ରଦର୍ଶନ କରୁଛନ୍ତି ଏବଂ ଓଡ଼ିଶାରେ ଏହି ହାର ୩୮% ରହିଛି। […]

ଅପରାଧ ରାଜ୍ୟ

ଶୁଖିଲା ପଡ଼ିଛି ଗଞ୍ଜାମର ଜୀବନରେଖା ଋଷିକୁଲ୍ୟା: ନଦୀ ସଂଯୋଗୀକରଣ କଥା ଭୁଲିଗଲେ ସରକାର

ବ୍ରହ୍ମପୁର, (ସୁଦୀପ୍ତ ଷଡ଼ଙ୍ଗୀ) : ଗଞ୍ଜାମ ଜିଲ୍ଲାବାସୀଙ୍କ ଚାଷଜମିରେ ଜଳସେଚନଠାରୁ ଆରମ୍ଭ କରି ପିଇବା ପର୍ଯ୍ୟନ୍ତ ସବୁ ଆବଶ୍ୟକତା ମେଣ୍ଟାଉଥିଲା ଋଷିକୁଲ୍ୟାର ଜଳ। ଗଞ୍ଜାମର ‘ଜୀବନରେଖା’ କୁହାଯାଉଥିବା ଏହି ନଦୀ ଏବେ ଶୁଖିଲା ପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ ନଦୀ ସଂଯୋଗୀକରଣ ଜରିଆରେ ଚିରସ୍ରୋତା କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। ଋଷିକୁଲ୍ୟାର ପ୍ରବାହିତ ଜଳକୁ ବର୍ଷତମାମ ଉପଯୋଗୀ କରିବା ଉଦ୍ଦେଶ୍ୟରେ ମେଗାଯୋଜନାର ପ୍ରସ୍ତାବ ରହିଥିଲା। ତାହା ଏଯାବତ୍‌ କାର୍ଯ୍ୟକାରୀ ହୋଇପାରିନି। ଫଳରେ, ଗ୍ରୀଷ୍ମଦିନରେ ପାଣି ପାଇଁ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ସୀମାନ୍ତ ଗାଁକୁ ମାଡି ପାରୁନି ବିକାଶ, ୭ ଗାଁରେ ଆନ୍ଧ୍ରର ଅନାଧିକାର ପ୍ରବେଶ

କୋରାପୁଟ:ବର୍ଷ ବର୍ଷ ଧରି ଓଡ଼ିଶା ସହ ରହିଲେଣି। ଓଡ଼ିଆ କହିବା ଠାରୁ ଆରମ୍ଭ କରି ମତଦାନରେ ମଧ୍ୟ ନିଜକୁ ସାମିଲ କରିଛନ୍ତି। ହେଲେ ସମସ୍ୟା ଦେହ ଚର। ଖରାଦିନେ ଉତ୍କଟ ପାଣି ସମସ୍ୟା, ବର୍ଷକ ବାରମାସ ବିଦ୍ୟୁତ ଓ ନେଟ୍‌ଓ୍ବାର୍କ ସମସ୍ୟା। ଏହାସହ ବିଦ୍ୟାଳୟକୁ ଶିକ୍ଷକ ଆସୁ ନ ଥିବାବେଳେ ପିଲାମାନେ ଅ..ଆ ଛାଡି ଏବେ ତେଲଗୁର ଅ..ଆ.. ପଢୁଛନ୍ତି। କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ପରେ ତଳଗୋଲ୍ଲୁର ପଞ୍ଚାୟତରେ ପଶି ଆନ୍ଧ୍ର ବଣ୍ଟିଥିଲା ଜଙ୍ଗଲ […]

ଅପରାଧ ଦେଶ ବିଦେଶ

ଲଦାଖରେ ନଦୀକୁ ଖସିଲା ସେନା ବସ୍‌; ୭ ଯବାନ ମୃତ, ୧୯ ଆହତ

ଲଦାଖ : ଲଦାଖର ତୁରତୁକ୍‌ ସେକ୍ଟରରେ ଶୁକ୍ରବାର ଦିନ ସେନାର ଏକ ବସ୍‌ ନିୟନ୍ତ୍ରଣ ହରାଇ ନଦୀକୁ ଖସି ପଡ଼ିବାରୁ ୭ ଜଣ ଯବାନଙ୍କ ମୃତ୍ୟୁ ହୋଇଛି ଏବଂ ୧୯ ଜଣ ଗୁରୁତର ଆହତ ହୋଇଛନ୍ତି। ୨୬ ସୈନିକଙ୍କୁ ଧରି ସେନାର ଏକ ବସ୍‌ ପରତାପୁର ଟ୍ରାନ୍‌ଜିଟ୍‌ କ୍ୟାମ୍ପ୍‌ରୁ ହାନିଫ୍‌ ସବ୍‌ସେକ୍ଟରର ଆଗୁଆ ଘାଟିକୁ ଯାଉଥିବା ବେଳେ ବାଟରେ ଶ୍ୟୋକ ନଦୀକୁ ଖସି ପଡ଼ିଥିଲା। ୫୦-୬୦ ଫୁଟ୍‌ ଗଭୀରକୁ ଖସିବା ପରେ ବସ୍‌ଟି ଚୁରମାର ହୋଇଯାଇଛି। ତୁରନ୍ତ […]