ଅପରାଧ ଦେଶ ବିଦେଶ

କାବୁଲ୍‌ ବିସ୍ଫୋରଣରେ ୮ ମୃତ; ବିସ୍ଫୋରଣ ପାଇଁ ଦାୟୀ ବୋଲି କହିଲା ‘ଆଇଏସ୍‌’

କାବୁଲ: ଶୁକ୍ରବାର ଦିନ ଆଫଗାନିସ୍ତାନର ପଶ୍ଚିମ କାବୁଲ୍‌ ଅନ୍ତର୍ଗତ ଏକ ଆବାସିକ ଅଞ୍ଚଳରେ ବିସ୍ଫୋରଣ ଘଟିବାରୁ ଅନ୍ୟୂନ ୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ୧୮ଜଣ ଆହତ ହୋଇଥିବା କଥା ପୁଲିସ କହିଛି। ଜନଗହଳି ସ୍ଥାନରେ ଉକ୍ତ ବିସ୍ଫୋରଣ ଘଟିଛି ବୋଲି ପୁଲିସ ମୁଖପାତ୍ର ଖଲିଦ୍‌ ଜର୍ଦାନ୍‌ କହିଛନ୍ତି। ଆଦିମ ହାଜରା ସମ୍ପ୍ରଦାୟ ଜନତାଙ୍କୁ ଟାର୍ଗେଟ୍‌ କରି କରାଯାଇଥିବା ଉକ୍ତ ବିସ୍ଫୋରଣ ନିମନ୍ତେ ‘ଇସ୍‌ଲାମିକ୍‌ ଷ୍ଟେଟ୍‌’ ନିଜକୁ ଦାୟୀ କରିଛି। ସ୍ଥାନୀୟ ଆଫଗାନୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ, […]

ଅପରାଧ ରାଜ୍ୟ

ନୂଆମୋଡ଼ରେ ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପ ଆନ୍ଦୋଳନ: ସପକ୍ଷବାଦୀଙ୍କ ସହ ସାମିଲ୍‌ ହେଲେ ବିରୋଧୀ

କୁଜଙ୍ଗ : ଜଗତ୍‌ସିଂହପୁର ଜିଲ୍ଲା ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପ ଆନ୍ଦୋଳନ ଏକ ନୂଆମୋଡ଼ରେ ପହଞ୍ଚିଛି। ସେତେବେଳେ ପୋସ୍କୋ ଏବଂ ଏବେ ଜେଏସ୍‌ଡବ୍ଲ୍ୟୁକୁ ଯେଉଁମାନେ ବିରୋଧ କରୁଥିଲେ, ଏବେ ସେମାନେ ପ୍ରକଳ୍ପ ସପକ୍ଷରେ ଅଣ୍ଟା ଭିଡ଼ିଛନ୍ତି। ୨୦୦୫ ମସିହାରୁ ଶିଳ୍ପ ବିରୋଧୀ ଭାବେ ଜଣାଶୁଣା ଏହି ବ୍ୟକ୍ତିମାନେ ୧୭ବର୍ଷର ଅତୀତକୁ ଭୁଲି ଏକ ନୂଆ ଜୀବନ ଆରମ୍ଭ କରିବା ପାଇଁ ଶପଥ ନେଇଛନ୍ତି। ଆଜି ଅପରାହ୍ନରେ ଢିଙ୍କିଆଠାରେ ଏହି ବିରୋଧୀମାନେ ବହୁସଂଖ୍ୟାରେ ଏକାଠି ହୋଇଥିଲେ। ଜିଲ୍ଲା ଏସ୍‌ପି ଅଖିଳେଶ୍ବର ସିଂହଙ୍କୁ […]

ଅପରାଧ ରାଜ୍ୟ

ଜମି ପଞ୍ଜୀକରଣରେ ଅନିୟମିତତା ଅଭିଯୋଗ: ଧାରଣାରେ ବସିଲେ ଅଭିଯୋଗକାରୀ

ବୋଲଗଡ଼ : ବୋଲଗଡ଼ ତହସିଲ ଅନ୍ତର୍ଗତ କଳାଙ୍ଗ ଗ୍ରାମର ସ୍ବର୍ଗତ ଅନ୍ତର୍ଯାମୀ ସୁବୁଦ୍ଧିଙ୍କ ପତ୍ନୀ ବିଦ୍ୟୁତ୍‌ଲତା ସୁବୁଦ୍ଧିଙ୍କ ନାମରେ ଥିବା ଜମିକୁ ତାଙ୍କ ପରିବାରର ସମ୍ପର୍କୀୟ ଅଂଶୀଦାର ଲକ୍ଷ୍ମୀଧର ସୁବୁଦ୍ଧି ନିଜ ନାମରେ ପଞ୍ଜୀକରଣ କରାଇ ନେଇଥିବା ସମ୍ପର୍କରେ ବୋଲଗଡ଼ ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଅଭିଯୋଗ ହୋଇଛି। ତାଙ୍କ ସ୍ବର୍ଗତ ସ୍ୱାମୀଙ୍କ ଅଂଶ ଜମିକେଉଁ ପରିସ୍ଥିତିରେ ପଞ୍ଜୀକରଣ ହେଲା, ତା’ର ତଦନ୍ତ କରିବା ସହ ଏହି ବେଆଇନ୍‌ କାର୍ଯ୍ୟକୁ ରଦ୍ଦ କରିବା ପାଇଁ ଏକ ଅଭିଯୋଗପତ୍ର ସବ୍‌ରେଜିଷ୍ଟ୍ରାରଙ୍କୁ ଦେଇଛନ୍ତି। […]

ଅପରାଧ ରାଜ୍ୟ

ଚାଷ ଉଜୁଡ଼ିବା ଚିନ୍ତାରେ ଚାଷୀ, ବିଲଡର୍‌ଙ୍କ ହାତରେ ମରିଯିବ ଧନୁଆ

ବାଲିଅନ୍ତା: ଦିନକୁ ଦିନ ଧନୁଆ ନଈକୁ କବ୍‌ଜା କରିଚାଲିଛନ୍ତି ବିଲ୍‌ଡର। ଧନୁଆ ପଠା ସମେତ ଏଥିରେ ମିଶିଥିବା ବହୁ ଛୋଟ ଛୋଟ ନାଳ, ଜୋର ଓ ଦଣ୍ଡାକୁ ବି କବ୍‌ଜା କରିସାରିଲେଣି ବିଲ୍‌ଡରମାନେ। ଫଳରେ ବାଲିଅନ୍ତା ତହସିଲ ଅଧୀନ ବ୍ୟାପକ ଅଞ୍ଚଳରେ ଏବେ ଚାଷ ଉଜୁଡ଼ିବା ଚିନ୍ତାରେ ଚାଷୀମାନେ ବ୍ୟତିବ୍ୟସ୍ତ ହୋଇପଡ଼ିଲେଣି। ଏବେଠୁ ବିଲ୍‌ଡରଙ୍କ ଉପରେ ଅଙ୍କୁଶ ନଲାଗିଲେ, ଦିନେ ଧନୁଆ ନଈର ମୃତ୍ୟୁ ହେବା ଓ ଏଥିଯୋଗୁଁ ବ୍ୟାପକ ଧାନ ଜମି ନଷ୍ଟ ହେବାର ଆଶଙ୍କା […]

ଅପରାଧ ଦେଶ ବିଦେଶ

ପ୍ରିୟଙ୍କାଙ୍କୁ ଜୋରଜବରଦସ୍ତ ଉଠାଇ ନେଲା ପୋଲିସ, ରାହୁଲ ଗାନ୍ଧି ଅଟକ

ନୂଆଦିଲ୍ଲୀ ୫।୮: ମୂଲ୍ୟବୃଦ୍ଧି ଓ ବେରୋଜଗାରୀ ବିରୋଧରେ କଂଗ୍ରେସ ଶୁକ୍ରବାର ସାରା ଦେଶରେ ବିକ୍ଷୋଭ କରୁଛି। ଏହି କ୍ରମରେ ରାଜଧାନୀ ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କାଳରେ ପୋଲିସ ପ୍ରିୟଙ୍କା ଗାନ୍ଧି ଓ ଅନ୍ୟ କଂଗ୍ରେସ ନେତାଙ୍କୁ ପାର୍ଟି ମୁଖ୍ୟାଳୟ ବାହାରେ ଅଟକ କରିଛି। ପ୍ରିୟଙ୍କା ବାରିକେଡ ଉପରେ ଚଢି ଆରପଟକୁ ଯାଇ ଧାରଣା ଦେଇ ବସିଥିବା ବେଳେ ପୋଲିସ ସେଠାରୁ ତାଙ୍କୁ ଜୋରଜବରଦସ୍ତ ଉଠାଇ ନେଇଛି। ଏହା ପୂର୍ବରୁ ପୋଲିସ ରାହୁଲ ଗାନ୍ଧିଙ୍କୁ ଅଟକ କରିଥିଲା। କଂଗ୍ରେସର […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟର ୫ ଜିଲ୍ଲାରେ ସଂକ୍ରମଣ ହାର ଅଧିକ

ଭୁବନେଶ୍ବର : ଦୈନିକ ସଂକ୍ରମଣ ବଢ଼ିବା ସହିତ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ପ୍ରତିଶତ ବଢ଼ିଛି। ଗତ ୨୪ଘଣ୍ଟାରେ ୯୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଏକାଧିକ ଜିଲ୍ଲାରେ ସଂକ୍ରମଣ ମଧ୍ୟ ବୃଦ୍ଧି ପାଇଛି। ବୌଦ୍ଧ, ସୋନପୁର, ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼ରେ ସଂକ୍ରମଣ ହାର ଅଧିକ ରହିଛି। ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୫୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଧାରୁ ୧୩୩, ମୟୂରଭଞ୍ଜ ୪୮, ସମ୍ବଲପୁର ୬୮, ବରଗଡ଼ ୫୪, ବଲାଙ୍ଗୀର ୩୭, କଟକ […]

ଅପରାଧ ରାଜ୍ୟ

ମହିଳା ଏଏସ୍‌ଆଇଙ୍କୁ ବାନ୍ଧିଲା ଭିଜିଲାନ୍‌ସ

ଭୁବନେଶ୍ବର/ବାଲିପାଟଣା : ବର୍ଷକରେ ୯୦ରୁ ଅଧିକ ମାମଲାର ଚାର୍ଜସିଟ୍‌ କରି ଗତବର୍ଷ ଡିଜି ଡିସ୍କ ପୁରସ୍କାର ପାଇଥିଲେ ବାଲିପାଟଣା ଥାନାରେ କାର୍ଯ୍ୟରତ ମହିଳା ଏଏସ୍‌ଆଇ ପୁଷ୍ପଲତା ପାଇକରାୟ। କିନ୍ତୁ ତାଙ୍କ ଭିତରେ ଛପି ରହିଥିବା ଅସଲ ଲାଞ୍ଚୁଆ ଚେହେରାର ପର୍ଦ୍ଦାଫାସ୍ କରିଛି ଭିଜିଲାନ୍‌ସ। ଏକ ମାମଲାର ଫାଇନାଲ ଚାର୍ଜସିଟ୍‌ କରିବାକୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍‌ସ ଟିମ୍‌ ତାଙ୍କୁ ଧରିଛି। ବାଲିପାଟଣା ଥାନାରୁ ଶ୍ରୀମତୀ ପାଇକରାୟଙ୍କୁ ଭିଜିଲାନ୍‌ସ ନିଜ ହେପାଜତକୁ ନେବା ପରେ […]

ଅପରାଧ ରାଜ୍ୟ

ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟାକାଣ୍ଡ: ବାପା ମୃତ, ଦୁଇ ପୁଅ ଗୁରୁତର

ରାୟଗଡ଼ା: ଗୁଣି ଗାରେଡ଼ି ସନ୍ଦେହରେ କାଶୀପୁର ବ୍ଲକ ଦୁଡୁକା ବାହଲ ପଞ୍ଚାୟତର ଟିଟିଗୁଡ଼ା ଗ୍ରାମରେ ହତ୍ୟାକାଣ୍ଡ ଘଟିଛି। ଗ୍ରାମବାସୀଙ୍କ ଆକ୍ରମଣରେ ଦଇ ମାଝିଙ୍କ ମୃତ୍ୟୁ ହୋଇଛି। ସୌଭାଗ୍ୟବଶତଃ ଗ୍ରାମବାସୀଙ୍କ ଆକ୍ରମଣରୁ ବର୍ତ୍ତିଯାଇ ଦଇଙ୍କ ଦୁଇ ପୁଅ ଦୁର୍ଯ୍ୟ ମାଝି ଓ ଲାଲୁ ମାଝି ଖସି ଆସି ଗୁରୁତର ଅବସ୍ଥାରେ ଟିକିରି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ହତ୍ୟାକାଣ୍ଡ ପରେ ଆକ୍ରମଣକାରୀ ଫେରାର ଅଛନ୍ତି। ଏବେ ସୁଦ୍ଧା ଗାଁ ଦାଣ୍ଡରେ ମୃତଦେହ ପଡ଼ି ରହିଛି। […]

ଅପରାଧ ରାଜ୍ୟ

କାରରୁ ୩୪୯ କିଲୋ ୫୦୦ ଗ୍ରାମ୍ ଗଞ୍ଜେଇ ଜବତ, ୨ ଗିରଫ

କୋରାପୁଟ: ଗଞ୍ଜେଇ ଚୋରା ଚାଲାଣ ସମୟରେ କୋରାପୁଟ ଜିଲ୍ଲା ବାଲିଗୁଡ଼ା ଛକ ନିକଟସ୍ଥ କୁମ୍ଭିଗୁଡ଼ାରୁ ୩୪୯ କିଲୋ ୫୦୦ ଗ୍ରାମ୍ ଦେଶୀ ଗଞ୍ଜେଇ ଜବତ ହୋଇଛି। ଏହି ମାମଲାରେ ଦୁଇଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ବାଲିଗୁଡ଼ା ଛକ ନିକଟସ୍ଥ କୁମ୍ଭିଗୁଡ଼ାରେ ଏକ ମାରୁତି ସୁଜୁକି କାର (ଏପି ୩୧ ବିଏଚ୍୦୯୯୪)ରୁ ୩୪୯ କିଲୋ ୫୦୦ ଗ୍ରାମ୍ ଦେଶୀ ଗଞ୍ଜେଇ ଜବତ ହୋଇଛି। ଘଟଣାସ୍ଥଳରୁ ସନ୍ଦର ପଡୱା ଓ ଗଜେନ୍ଦ୍ର ଗଡ଼ବାଙ୍କୁ ଗିରଫ କରିଛି ପଡବା ପୁଲିସ। […]

ଅପରାଧ ରାଜ୍ୟ

ବସ୍ ଫିଟନେସ୍ ନବୀକରଣ କ୍ଷେତ୍ରରେ ଅତିରିକ୍ତ ଫି’କୁ ବିରୋଧ

କଟକ : ବସ୍‌ର ଫିଟନେସ ନବୀକରଣ ଫି’ ବୃଦ୍ଧିକୁ ଚାଲେଞ୍ଜ କରି ଦାୟର ମାମଲାରେ କେନ୍ଦ୍ର ସରକାର, ରାଜ୍ୟ ପରିବହନ କମିସନର ଓ ଅଲ୍ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସକୁ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି। ମାମଲାରେ ୮ ସପ୍ତାହ ଭିତରେ ଜବାବ ଦାଖଲ କରାଯିବ ବୋଲି ହାଇକୋର୍ଟ କହିଛନ୍ତି। ଏଥିସହିତ ବସ୍ ଫିଟନେସ୍ ନବୀକରଣ ପାଇଁ ବସ୍ ମାଲିକମାନେ ପଇଠ କରିଥିବା ଅତିରିକ୍ତ ଫି’ର ଭବିଷ୍ୟତ ମାମଲାର ଚୂଡାନ୍ତ ରାୟ ଉପରେ ନିର୍ଭର କରିବ ବୋଲି […]