ଅପରାଧ ଦେଶ ବିଦେଶ

ବଜାରରେ ଦୁଇଗୁଣା ବଢ଼ିଛି ୫୦୦ ଟଙ୍କାର ନକଲୀ ନୋଟ୍ କାରବାର, ଜାଣନ୍ତୁ ଅନ୍ୟ ନୋଟ୍‌ଙ୍କ ହାଲ କ’ଣ

ମୁମ୍ବାଇ ୨୯।୫: ଦେଶରେ ନକଲୀ ନୋଟ ପରିମାଣରେ ଦ୍ରୁତ ଅଭିବୃଦ୍ଧି ହୋଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ତଥ୍ୟ ଅନୁଯାୟୀ ୨୦୨୧-୨୨ରେ ନକଲୀ ନୋଟ ପରିମାଣ ଢେର ବଢ଼ି ଯାଇଛି। ଏଥିରେ ୫୦୦ ଟଙ୍କାର ନକଲୀ ନୋଟ ପରିମାଣରେ ୧୦୧.୯ ପ୍ରତିଶତ ବଢ଼ି ଯାଇଥିବା ଉଲ୍ଲେଖ କରିଛନ୍ତି। ସେହିପରି ୨୦୨୧-୨୨ରେ ୨୦୦୦ ଟଙ୍କାର ନକଲୀ ନୋଟ ପରିମାଣ ବଜାରରେ ପ୍ରାୟ ୫୪.୧୬ ପ୍ରତିଶତରୁ ଅଧିକ ଥିବା ସୂଚିତ କରିଛନ୍ତି। ୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା ବଜାରରେ ସର୍କୁଲେସନରେ […]

ରାଜ୍ୟ ରାଶିଫଳ

ଜାଣନ୍ତୁ ସାପ୍ତାହିକ ରାଶିଫଳ (୩୦ ମଇ ରୁ ୫ ଜୁନ)

ମେଷ ଏହି ସପ୍ତାହରେ ଅନାବଶ୍ୟକ ଖର୍ଚ୍ଚରେ ଆପଣଙ୍କର ଟଙ୍କା ନଷ୍ଟ କରନ୍ତୁ ନାହିଁ, ଏହି ପର୍ଯ୍ୟାୟରେ ପରିସ୍ଥିତିର କୌଣସି ପରିବର୍ତ୍ତନ ପାଇଁ ମଧ୍ୟ ଚାପ ଦିଅନ୍ତୁ | ଆପଣ ଧାର୍ମିକ କାର୍ଯ୍ୟକଳାପରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବେ | ଆପଣ ଭ୍ରମଣ କରିବେ | ଯଦି ତୁମେ ତୁମର ପରିଶ୍ରମର ଭଲ ଲାଭ ପାଇବ, କାର୍ଯ୍ୟକ୍ଷେତ୍ରରେ ପରିସ୍ଥିତି ଅନୁକୂଳ ହେବ | ଖର୍ଚ୍ଚ ନିୟନ୍ତ୍ରଣ କରିବା ଜରୁରୀ ଅଟେ | ସୃଜନଶୀଳ କାର୍ଯ୍ୟ ବୃଦ୍ଧି ପାଇବ | […]

ଦେଶ ବିଦେଶ ମନୋରଞ୍ଜନ

ୟଶଙ୍କ ‘KGF-3’ରେ ଏଣ୍ଟ୍ରି କରିବେ ହ୍ରିତିକ୍‌ ରୋଶନ ! କାଷ୍ଟିଙ୍ଗକୁ ନେଇ ନିର୍ମାତା କଲେ ଖୁଲାସା

ନୂଆଦିଲ୍ଲୀ ୨୯।୦୫: ସାଉଥ୍ ସୁପରଷ୍ଟାର୍ ୟଶଙ୍କ ଫିଲ୍ମ କେଜିଏଫ୍-୨ ବକ୍ସ ଅଫିସ୍‌ରେ ଧମାଲ କରୁଛି। ତାଙ୍କ ଅଭିନୟର ଜଲୱା ସାରା ବିଶ୍ୱ ଦେଖିଥିଲା । ଏହି ଫିଲ୍ମଟି ୪୬ ଦିନର ୧୨୩୦ କୋଟି ଟଙ୍କା କଲେକସନ କରିଥିଲା ​​। ୟଶଙ୍କ ରକି ଭାଇର ଚରିତ୍ର ସମସ୍ତଙ୍କୁ ପସନ୍ଦ ଆସିଥିଲା। ଏପରି ପରିସ୍ଥିତିରେ, ବର୍ତ୍ତମାନ ପ୍ରଶଂସକମାନେ କେଜିଏଫ୍‌-୩ ପାଇଁ ବହୁତ ଉତ୍ସାହିତ ଅଛନ୍ତି। ନିକଟରେ ନିର୍ମାତାମାନେ ବର୍ତ୍ତମାନ କେଜିଏଫ୍‌-୩ ପାଇଁ ଘୋଷଣା କରିସାରିଛନ୍ତି । ଏହି ସମୟରେ, ଖବର […]

ଅପରାଧ ରାଜ୍ୟ

ତିନି ମନ୍ଦିରରୁ ସିରିଜ୍ ଲୁଟ୍, ଦାନ ବାକ୍ସ ଭାଙ୍ଗି ଟଙ୍କା ଓ ପିତଳ ବାସନ ଲୁଟିନେଲେ ଦୁର୍ବୃତ୍ତ

ଆଠଗଡ ୨୯/୦୫: ତିନି ମନ୍ଦିରରୁ ସିରିଜ୍ ଲୁଟ୍ ପରେ ପୋଲିସର ହାତ ଖାଲି । କଟକ ଜିଲ୍ଲା ଆଠଗଡ ଥାନା ଅନ୍ତର୍ଗତ ଜଗନ୍ନାଥ ବଲ୍ଲଭ ଶାସନ ଗ୍ରାମରେ ଥିବା ମା ରାଜେଶ୍ୱରୀ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଜିନିଷ ଚୋରୀ ହୋଇଥିବା ବେଳେ ସେହିପରି ମୁକ୍ତାଦେଇପୁର ସ୍ଥିତହନୁମାନ ଏବଂ ବିଶ୍ଵନାଥ ମନ୍ଦିରରୁ ଦାନ ବାକ୍ସ ଭାଙ୍ଗି ଟଙ୍କା ସହ ପିତଳ ବାସନ ଚୋରି କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଏହି […]

ଅପରାଧ ରାଜ୍ୟ

ସବୁଠୁ ଆଗରେ ୫୦୦ ଟଙ୍କିଆ,ଦ୍ୱିତୀୟରେ ୧୦ ଟଙ୍କିଆ । ହେଲେ କୁଆଡେ ଗଲା ୨୦୦୦ଟଙ୍କିଆ ନୋଟ୍?

୨୦୧୬ ନଭେମ୍ବର ୮ ତାରିଖରେ ମୋଦୀ ସରକାର ଦେଶରେ ନୋଟବନ୍ଦୀ ପ୍ରଚଳନ କରିବା ପରେ ଏଟିମରୁ ଖାଲି ୨୦୦୦ ଟଙ୍କିଆ ନୋଟ୍ ବାହାରୁଥିଲା । ହେଲେ ଏବେ ଏହାକୁ ଦେଖିବାକୁ ମିଳୁନି । ଏହା ପଛର କାରଣ କ’ଣ ? ୨୦୧୬ର ନଭେମ୍ବର ୮ ତାରିଖର ରାତିକୁ କେହି ଭୁଲିବେନି । ଯେତେବେଳେ କେନ୍ଦ୍ର ସରକାର ଡିମୋନାଇଜେସନ୍ ନୀତି ଘୋଷଣା କଲେ । ରାତି ୧୨ଟା ପରଠାରୁ ଦେଶରେ ୧୦୦୦ ଓ ୫୦୦ ଟଙ୍କିଆ ନୋଟର ପ୍ରଚଳନକୁ […]

ଅପରାଧ ଦେଶ ବିଦେଶ

ସବୁଦିନ ମରିବା ଅପେକ୍ଷା ଏକାଥରେ ମରିଯିବା ଭଲ । ଶେଷ କଥା ଲେଖି, ତିନି ଭଉଣୀ କଲେ ଆତ୍ମହତ୍ୟା

ଦିନେ ଏକା ସାଙ୍ଗରେ ତିନି ଭଉଣୀ ସବାରିରେ ବସି ଶାଶୁଘର ଯାଇଥିଲେ, ଏବେ ଏକାସାଙ୍ଗରେ କୋକେଇରେ ମଶାଣି ଗଲା ତିନି ଭଉଣୀଙ୍କ ଶବ । ଗୋଟିଏ ପରିବାରରେ ବିବାହ କରି ଭାବିଥିଲେ ଏକା ସଙ୍ଗରେ ବେଶ୍ ହସ ଖୁସିରେ ରହିବେ କିନ୍ତୁ ଦଇବ ଏମାନଙ୍କ ଭାଗ୍ୟରେ ବୋଧହୁଏ ଆଉ କିଛି ଲେଖିଥିଲା । କେହି କେବେ ଭାବିନଥିଲେ ଏଭଳି ଏକ ଚରମ ନିଷ୍ପତ୍ତି ନେବେ ୩ଭଉଣୀ । ୨୦୦୩ରେ ତିନି ଭଉଣୀ ଗୋଟିଏ ପରିବାରର ୩ଭାଇଙ୍କୁ ଏକା […]

ଅପରାଧ ଦେଶ ବିଦେଶ

ନେପାଳରୁ ଜୋମସୋମ ଯାଉଥିବା ବିମାନ ନିଖୋଜ, ବିମାନରେ ଥିଲେ ୪ ଭାରତୀୟଙ୍କ ସମେତ ୨୨ ଜଣ ଯାତ୍ରୀ

ଭାରତର ପଡୋସୀ ଦେଶ ନେପାଳରୁ ଆସିଛି ବିମାନ ନିଖୋଜର ଖବର । ନେପାଳର ଏକ ଯାତ୍ରୀବାହି ବିମାନ ନିଖୋଜ ହୋଇଛି । ଏହି ବିମାନରେ ୪ ଭାରତୀୟଙ୍କ ସମେତ ମୋଟ ୨୨ ଜଣ ଯାତ୍ରୀ ଥିବା କଥା କୁହାଯାଉଛି । ଏହି ବିମାନଟି ପୋଖରାରୁ ଜୋମସୋମ ଦିଗରେ ଉଡାଣ ଭରିଥିଲା । ହେଲେ ଉଡାଣ ଭରିବାର କିଛି ସମୟ ପରେ ଏୟାର ଟ୍ରାଫିକ କଣ୍ଟ୍ରୋଲରୁ ଏହାର ସଂପର୍କ ବିଛିନ୍ନ ହୋଇଯାଇଥିଲା । ଜଣେ ଅଧିକାରୀଙ୍କ କହିବା ମୁତାବକ […]

ଖେଳ ଦେଶ ବିଦେଶ

ଆଜି ଆଇପିଏଲ ଫାଇନାଲ ମ୍ୟାଚ: ଟାଇଟଲ ପାଇଁ ଗୁଜରାଟ-ରାଜସ୍ଥାନ ଲଢେଇ

ଆଇପିଏଲ-୨୦୨୨ର ଫାଇନାଲ ମୁକାବିଲା ଆଜି ଖେଳାଯିବ । ରାତି ୮ଟାରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟ୍ରଫି ପାଇଁ ଗୁଜରାଟ ଟାଇଟନସ ଓ ରାଜସ୍ଥାନ ରୋୟାଲସ ମଧ୍ୟରେ ଲଢେଇ ହେବ । ଦୀର୍ଘ ୩୭ ଦିନର ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚ ତଥା ଘମାଘୋଟ ଲଢେଇ ଏବଂ ୭୩ ଉକ୍ରଣ୍ଠାପୂର୍ଣ୍ଣ ମ୍ୟାଚ ପରେ ଖେଳାଯିବ ମେଗା ଫାଇନାଲ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପାଖାପାଖି ଏକ ଲକ୍ଷ ଦର୍ଶକଙ୍କ ଉପସ୍ଥିତରେ ଗ୍ରାଣ୍ଡ ଫିନାଲେ ଏହା ମହା ଟକ୍କର […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ମହାରାଷ୍ଟ୍ରରୁ ଓମିକ୍ରନର ନୂଆ ଉପପ୍ରଜାତି ଚିହ୍ନଟ: ପୁନେରେ ୪ଜଣ ‘ବିଏ.୪’, ୩ ଜଣ ‘ବିଏ.୫’ ଆକ୍ରାନ୍ତ

ମହାରାଷ୍ଟ୍ରରୁ ଦେଶର ପ୍ରଥମ ଓମିକ୍ରନ୍ ଉପପ୍ରଜାତି ମାମଲା ଚିହ୍ନଟ ହୋଇଛି । ୪ଟି ବିଏ.୪ ଓମିକ୍ରନ୍ ଉପପ୍ରଜାତି ଓ ୩ଟି ବିଏ.୫ ଉପପ୍ରଜାତି ମାମଲା ଆସିଛି । ସମସ୍ତ ୭ ଜଣ ରୋଗୀ ପୁନେର ବୋଲି ଜଣାପଡ଼ିଛି । ଏମାନଙ୍କ ମଧ୍ୟରେ ୩ ଜଣ ମହିଳା ଓ ୪ ଜଣ ପୁରୁଷ ରହିଛନ୍ତି । ୪ ଜଣ ରୋଗୀଙ୍କ ବୟସ ୫୦ ବର୍ଷରୁ ଅଧିକ ହେବ । ୨୦ରୁ ୪୦ ବର୍ଷ ମଧ୍ୟରେ ୨ ଜଣ ରୋଗୀ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଅସହ୍ୟ ତାତି ଓ ଗୁଳୁଗୁଳିରେ ସନ୍ତୁଳି ହେଉଛି ରାଜଧାନୀ: ହେଲେ, ଏମଏଲଏ କଲୋନୀରେ ଏବେ ବି ଚାଲିଛି ଗଛ କଟା

ଅସହ୍ୟ ତାତି ଓ ଗୁଳୁଗୁଳିରେ ସନ୍ତୁଳି ହେଉଛି ରାଜଧାନୀ ଭୁବନେଶ୍ୱର । ଏତିକିବେଳେ ଏମଏଲଏ କଲୋନୀରେ ବିକାଶ ନାଁରେ ଚାଲିଛି ବେଧଡକ ଗଛ କଟା । ବିଧାୟକଙ୍କ ପାଇଁ ସୌଧ ନିର୍ମାଣ ପାଇଁ ଚାଲିଛି ଗଛ କଟା । ବର୍ଷ ବର୍ଷର ପୁରୁଣା ଗଛକୁ କାଟି ଦିଆଯାଉଛି । ବନବିଭାଗର କର୍ମଚାରୀଙ୍କ ଉପସ୍ଥିତିରେ କୁରାଢ଼ି ଓ କଟର ମେସିନରେ ଗଛ କଟା ଯାଉଛି । ଯେଉଁ ଗଛକୁ ବଡ ହେବା ପାଇଁ ବର୍ଷ ବର୍ଷ ସମୟ ଲାଗିଥିଲା […]