ବରମୁଡା ଟ୍ରାଙ୍ଗଲ ଯାତ୍ରା ପାଇଁ ଅଦ୍ଭୁତ ଅଫର ଦେଉଛି କମ୍ପାନୀ, ଅଘଟଣ ଘଟିଲେ ମିଳିବ କ୍ଷତିପୂରଣ
ନୂଆଦିଲ୍ଲୀ, ୩୦|୦୫: ବର୍ଷ ବର୍ଷ ଧରି ରହସ୍ୟର ଗନ୍ତାଘର ହୋଇ ରହି ଆସିଛି ବରମୁଡା ଟ୍ରାଙ୍ଗଲ । ଏହି ଅଞ୍ଚଳ ଦେଇ ଯାଉଥିବା ଜାହାଜ କିମ୍ବା ବିମାନର ପତ୍ତା ମିଳେନି । ପୂର୍ବରୁ ଶହ ଶହ ଲୋକ ନିଖୋଜ ହୋଇଯାଇଛନ୍ତି । ସେମାନଙ୍କର କିଛି ଖୋଜ୍ ଖବର ମିଳିନି । ଏବେ କିନ୍ତୁ ବରମୁଡ଼ା ଟ୍ରାଙ୍ଗଲ ଦେଇ ଯେଉଁ ଜାହାଜ ଯିବ, ତାର ଯଦି କିଛି କ୍ଷତି ହୁଏ , ତେବେ କମ୍ପାନୀ ପକ୍ଷରୁ ଟଙ୍କା ଦିଆଯିବ। […]