ଅପରାଧ ରାଜ୍ୟ

ପାକିସ୍ତାନ: ବିପଦରେ ଇମ୍ରାନ ଖାନଙ୍କ ଜୀବନ, ଶହବାଜ ସରକାର ପ୍ରତ୍ୟାହାର କଲେ ସୁରକ୍ଷା

ଇସ୍ଲାମାବାଦ ୪।୬: ସଂକଟଗ୍ରସ୍ତ ପାକିସ୍ତାନର ଶହବାଜ ଶରିଫ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସୁରକ୍ଷା ପ୍ରତ୍ୟାହାର କରିନେଇଛନ୍ତି। ଏହାକୁ ନେଇ ଏବେ ପାକିସ୍ତାନରେ ରାଜନୀତି ଆରମ୍ଭ ହୋଇଯାଇଛି। ନିଜେ ଶହବାଜ ସରିଫ ଏପ୍ରିଲ ୨୧ରେ ଇମ୍ରାନଙ୍କ ସୁରକ୍ଷା କମ୍‌ କରାଯିବ ନାହିଁ ବୋଲି କହିଥିଲେ। ହେଲେ ସରକାରକୁ ଦେଢ ମାସ ନ ପୁରୁଣୁ ଶହବାଜ ସରିଫ ତାଙ୍କ ବୟାନରୁ ଓହରି ଯାଇଛନ୍ତି। ସୁରକ୍ଷା ପ୍ରତ୍ୟାହାରକୁ ନେଇ ଦେଶରେ ରାଜନୀତି ଆରମ୍ଭ ହୋଇଥିବା ବେଳେ ଏହା ମଧ୍ୟକୁ […]

ଦେଶ ବିଦେଶ ମନୋରଞ୍ଜନ

କାଚ ପରେ ଏବେ ଅଖା ପିନ୍ଧିଲେ ଉର୍ଫି, ଅତରଙ୍ଗୀ ଅନ୍ଦାଜ୍‌ରେ ସେୟାର କଲେ ଭିଡିଓ

ମୁମ୍ବାଇ ୦୪।୦୬ : ସୋସିଆଲ ମିଡିଆରେ ଟେଲି ଅଭିନେତ୍ରୀ ଉର୍ଫି ଜାଭେଦଙ୍କର ବହୁତ ପ୍ରଶଂସକ ଅଛନ୍ତି। ତାଙ୍କ ଷ୍ଟାଇଲ ଓ ପୋଷାକକୁ ନେଇ ସବୁବେଳେ ସେ ଚର୍ଚ୍ଚାରେ ଥାନ୍ତି। ଯେଉଁଥିପାଇଁ ସେ ଖୁବ୍‌ ଟ୍ରୋଲ ମଧ୍ୟ ହୁଅନ୍ତି। ମନୋରଞ୍ଜନ ଶିଳ୍ପରେ ଉର୍ଫି ନିଜର ସ୍ଥାନ ସୃଷ୍ଟି କରୁଛନ୍ତି। ସେ ପ୍ରାୟତଃ ସବୁବେଳେ କିଛି ନା କିଛି ଏଭଳି ଭିଡିଓ ଏବଂ ଫଟୋ ଫ୍ୟାନ୍ସମାନଙ୍କ ପାଇଁ ସେୟାର କରନ୍ତି ଯାହା ଖୁବ୍‌ ଭାଇରାଲ ମଧ୍ୟ ହୋଇଥାଏ। ବର୍ତ୍ତମାନ ତାଙ୍କର […]

ରାଜ୍ୟ ସ୍ୱାସ୍ଥ୍ୟ

ସଂକ୍ରମଣ ନେଇ ସଜାଗ ରହିବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ, ନିର୍ଦ୍ଦେଶକ କହିଲେ ଦରକାର ପଡିଲେ ବାଧ୍ୟତାମୂଳକ ହେବ ମାସ୍କ

ଭୁବନେଶ୍ୱର ୦୪/୦୬: ଯେଉଁଠି ସଂକ୍ରମଣ ବଢୁଛି ସେଠାରେ କେନ୍ଦ୍ର ସରକାର ପ୍ରିକସନ ନେବାକୁ ତାଗିତ କରିଛନ୍ତି । ଯେହେତୁ ୫ ଟି ରାଜ୍ୟରେ ସଂକ୍ରମଣ ବଢୁଛି । ତେଣୁ ସେଠାରେ କଟକଣାକୁ କଡାକଡି କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ଆମ ରାଜ୍ୟରେ ସ୍ଥିତି ଭଲ ଅଛି । ଯେମିତି ପୂର୍ବରୁ ସର୍ଭିଲାନ୍ସ ଜାରି ରହିଥିଲା ସେମିତି ଚାଲିଛି । ଟେଷ୍ଟିଂ ଚାଲିଛି । ଟେଷ୍ଟିଂ ସାଇଡ ସବୁ ଚାଲୁ ରହିଛି । ପଜିଟିଭ […]

ଅପରାଧ ରାଜ୍ୟ

ବେଆଇନ୍‌ ମଦ ଭାଟିରେ ଚଢାଉ, ୯ ଗିରଫ

ପାଟଣା ୦୪।୦୬ : ବେଆଇନ୍‌ ମଦ ଭାଟି ଉପରେ ଚଢାଉ । କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ପାଟଣା ଓ ଘଟଗାଁ ଥାନା ଅଞ୍ଚଳରେ ଚଢାଉ ହୋଇଛି । ଏହି ଚଢାଉରେ ବିପୁଳ ପରିମାଣର ମହୁଲି ମଦ ସହ ମଦ ତିଆରି ସାମଗ୍ରୀ ଜବତ ହୋଇଛି । ସମସ୍ତ ସାମଗ୍ରୀକୁ ନଷ୍ଟ କରିଛି ଅବକାରୀ ବିଭାଗ । ସେହିପରି ଘଟଣାରେ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ପାଞ୍ଚ ବର୍ଷର ଶିଶୁକନ୍ୟାଠାରେ ମଙ୍କିପକ୍ସ ଲକ୍ଷଣ, ପରୀକ୍ଷଣ ପାଇଁ ପଠାଗଲା ନମୂନା

ନୂଆଦିଲ୍ଲୀ ୦୪/୦୬: କରୋନା ଭାଇରସର ଆତଙ୍କ ଥମିନାହିଁ । ଏହାମଧ୍ୟରେ ଗାଜିଆବାଦରେ ଜଣେ ୫ ବର୍ଷର ଶିଶୁ କନ୍ୟାଙ୍କ ଠାରେ ମଙ୍କିପକ୍ସର ଲକ୍ଷଣ ଦେଖିବାକୁ ମିଳିଛି । ମଙ୍କିପକ୍ସ ନେଇ ମାମଲା ସ୍ପଷ୍ଟ ନଥିବା ବେଳେ ନମୂନା ପରୀକ୍ଷଣ ପାଇଁ ପଠାଯାଇଛି । ସୂଚନାନୁସାରେ, ଶିଶୁକନ୍ୟାଟିର ଶରୀରରେ କୁଣ୍ଡିଆ ଓ ଦାଗ ଦେଖିବାକୁ ମିଳିଥିଲା । ତାଙ୍କଠାରେ ଅନ୍ୟ କୌଣସି ସ୍ୱାସ୍ଥ୍ୟ ସମସ୍ୟା ନାହିଁ । ତେବେ ସେ ଗତ ୧ ମାସ ହେଲା ବିଦେଶ ଯାତ୍ରା […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ନିଜକୁ ପାର୍ବତୀଙ୍କ ଅବତାର କହୁଛନ୍ତି ମହିଳା, ଶିବଙ୍କୁ ବିବାହ କରିବାକୁ ଚାହୁଁଛନ୍ତି

ନୂଆଦିଲ୍ଲୀ ୦୪/୦୬; ଭାରତ-ଚୀନ୍ ସୀମା ନାଭିଡାଙ୍ଗ ଅଞ୍ଚଳରେ ବେଆଇନ ଭାବେ ରହୁଛନ୍ତି ଜଣେ ମହିଳା। ଲକ୍ଷ୍ନୌର ଏହି ମହିଳା ନିଜକୁ ପାର୍ବତୀଙ୍କ ଅବତାର ବୋଲି ଦାବି କରିଛନ୍ତି। ଏଥିସହ ସେ କୈଳାଶ ପର୍ବତ ଯାଇ ଶିବ ଠାକୁରଙ୍କୁ ବିବାହ କରିବାକୁ ଚାହୁଁଥିବା କହିଛନ୍ତି। ନାଭିଡାଙ୍ଗରୁ ତାଙ୍କୁ ହଟାଗଲେ ମହିଳା ଜଣଙ୍କ ଆତ୍ମହତ୍ୟା କରିବେ ବୋଲି ପୋଲିସକୁ କହିଛନ୍ତି। ମହିଳା ଜଣଙ୍କ ହେଲେ ହରମିନ୍ଦର କୌର। ତାଙ୍କୁ ନାଭିଡାଙ୍ଗରୁ ହଟାଇବା ପାଇଁ ୧୨ ଜଣିଆ ପୋଲିସ ଦଳ ପଠାଯାଇଛି। […]

ଦେଶ ବିଦେଶ ମନୋରଞ୍ଜନ

ଟେଲି ଅଭିନେତା ଧୀରଜ ଧୁପରଙ୍କର ବଦଳିଲା ନିଷ୍ପତ୍ତି, ଛାଡିବେନି ସିରିଏଲ୍‌ ‘କୁଣ୍ଡଳୀ ଭାଗ୍ୟ’

ନୂଆଦିଲ୍ଲୀ ୦୪।୦୬: ଛୋଟ ପରଦାର ଜଣାଶୁଣା ଅଭିନେତା ଧୀରଜ ଧୋପର ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ଶୁଣିବାକୁ ମିଳିଥିଲା କି ସେ ଶୋ’ କୁଣ୍ଡଳୀ ଭାଗ୍ୟ ଛାଡୁଛନ୍ତି। ସେବେଠାରୁ ଧୀରଜଙ୍କ ପ୍ରଶଂସକଙ୍କ ମଧ୍ୟରେ ଅନେକ ନିରାଶା ଦେଖା ଦେଇଥିଲା। କିନ୍ତୁ ବର୍ତ୍ତମାନ ତାଙ୍କର ଏଭଳି କିଛି ଖବର ସାମ୍ନାକୁ ଆସିଛି । ଯାହା ଧୀରଜ ଧୂପରଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଆଣିବ। ମିଡିଆ ରିପୋର୍ଟ ଅନୁଯାୟୀ ଶୁଣିବାକୁ ମିଳିଛି କି ଯେ ଭାରତୀୟ ଟେଲିଷ୍ଟାର ଧୀରଜଙ୍କୁ […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ମାଆ ଛେଳି ଚରାନ୍ତି, ସିଭିଲ୍‌ ସର୍ଭିସ ପାଇଲେ ପୁଅ

ସବୁଠୁ କଠିନ ପରୀକ୍ଷା ମଧ୍ୟରେ ରହିଛି ୟୁପିଏସ୍‌ସି ବା ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷା। ଅଧ୍ୟବଶାୟ ଏବଂ କଠିନ ପରିଶ୍ରମ ଦ୍ବାରା ଏଥିରେ କୃତିତ୍ବ ହୁଅନ୍ତି ଶିକ୍ଷାର୍ଥୀ। ଜ୍ଞାନ ସହ ଧୈର୍ଯ୍ୟର ପରୀକ୍ଷା ନିଏ ଏହି ପରୀକ୍ଷା। ବାରମ୍ବାର ସମସ୍ୟା ଏବଂ ବିଫଳତାକୁ ସାମ୍ନା କରିବା ପରେ ମିଳେ ଏଥିରେ ସଫଳତା। ସେମିତି କିଛି କଠିନ ପରିସ୍ଥିତି ଦେଇ ସଫଳ ହୋଇଛନ୍ତି ବିହାରର ବିଶାଲ କୁମାର । ୟୁପିଏସ୍‌ସିରେ ୪୮୪ ରାଙ୍କ ହୋଲ୍ଡର ବିଶାଲ୍‌। ବିହାର ମୁଜଫରପୁରରେ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ମୁହଁରେ ପରମାନେଟ୍‌ ସ୍ମାଇଲ୍, ହସ ପଛରେ ରହିଛି ବିରଳ ରୋଗ

ଜନ୍ମ ହେବାବେଳେ ପିଲା ଖୁବ୍‌ ସୁନ୍ଦର ଦେଖାଯାଆନ୍ତି। ଏକ୍‌ ଦମ୍‌ କ୍ୟୁଟ୍‌। କୁନି ଓଠରେ ହସିଦେଲ ଏହି ସୁନ୍ଦରତା ଆହୁରି ବଢିଯାଏ। ପିଲାମାନଙ୍କ ହସ ବେସ୍‌ ସୁନ୍ଦର। ତେଣୁ ଲୋକେ ଚାହାନ୍ତି ପିଲାମାନେ ସବୁବେଳେ ଏମିତି ହସୁଥାନ୍ତୁ। ତେବେ ପରମାନେଟ୍‌ ସ୍ମାଇଲ୍‌ ବା ସ୍ଥାୟୀ ହସ ନେଇ ଜନ୍ମ ନେଇଛନ୍ତି ଜଣେ ଶିଶୁ । ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଅଷ୍ଟ୍ରେଲିଆରେ ଏଭଳି ଘଟଣା ଘଟିଛି। ପରମାନେଣ୍ଟ ସ୍ମାଇଲର୍ ସହ ଜନ୍ମ ହୋଇଥିବା ଶିଶୁଙ୍କୁ […]

ଦେଶ ବିଦେଶ ମନୋରଞ୍ଜନ

ପୋଷ୍ୟ ସନ୍ତାନ ଗ୍ରହଣ କଲେ ଏହି ଅଭିନେତ୍ରୀ, ଫଟୋ ସେୟାର କରି କହିଲେ-ଲଭ ୟୁ ମାଇଁ ବେବି ଗର୍ଲ

ନୂଆଦିଲ୍ଲୀ ୦୪।୦୬: ଭିଜେ ତଥା ଅଭିନେତ୍ରୀ ଅନୁଷା ଦାଣ୍ଡେକର ନିଜର ବୋଲ୍ଡନେସ୍‌ ଏବଂ ନିଜ ଷ୍ଟାଇଲିସ୍‌ ପାଇଁ ବେଶ୍‌ ଜଣାଶୁଣା। ସେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ଥାଆନ୍ତି। କରଣ କୁନ୍ଦ୍ରାଙ୍କ ସହ ବ୍ରେକ୍‌ଅପ୍‌ ହେବା ପରେ ସେ ନିଜକୁ ସମୟ ଦେଇଥିଲେ । କିଛି ଦିନ ପାଇଁ ଟେଲି ପରଦାରୁ ଦୂରେଇ ଯାଇଥିଲେ। ହେଲେ ବର୍ତ୍ତମାନ ସେ ସୋସିଆଲ୍‌ ମିଡିଆରେ କିଛି ନା କିଛି ଫଟୋ ସେୟାର କରୁଛନ୍ତି । ହେଲେ ଏବେ ଅନୁଷା ଛୋଟ […]