ଭାରତ ଆଫଗାନିସ୍ତାନକୁ ଯୋଗାଉଥିବା ସହାୟତାକୁ ଲୁଟ୍ କରୁଛି ପାକିସ୍ତାନ : ରିପୋର୍ଟରେ ଆସିଲା ସାଙ୍ଘାତିକ ତଥ୍ୟ
ନୂଆଦିଲ୍ଲୀ,୦୯/୦୬: ଆଫଗାନିସ୍ତାନକୁ ସାହାଯ୍ୟ ଯୋଗାଉଛି ଭାରତ । କିନ୍ତୁ ବାଟମାରଣା କରିନେଉଛି ପାକିସ୍ତାନ । ଆଫଗାନିସ୍ତାନକୁ ପଠାଯାଉଥିବା ସାହାଯ୍ୟକୁ ଲୁଟୁଛି ପାକିସ୍ତାନ । ଆଫଗାନିସ୍ତାନରେ ପହଁଚିବା ପରେ ଗହମ ଭର୍ତ୍ତି ଟ୍ରକ୍ ପୁଣି ପାକିସ୍ତାନରେ ପହଁଚୁଛି । ଏକ ରିପୋର୍ଟରେ ଏନେଇ ସୂଚନା ମିଳିଛି । ଖାମା ପ୍ରେସ୍ ରିପୋର୍ଟ ଅନୁସାରେ, ମେ ୩୧ରେ ତାଲିବାନର ସୁରକ୍ଷା ଅଧିକାରୀ ହେଲମଣ୍ଡ ପ୍ରାନ୍ତରେ ବେଆଇନ ଭାବେ ପାକିସ୍ତାନ ଯାଉଥିବା ୫୦ ଗହମ ଭର୍ତ୍ତି ଟ୍ରକକୁ ଅଟକାଇଥିଲା । ଏସବୁକୁ […]