ରାଜ୍ୟ ସ୍ପେଶାଲ ରିପୋର୍ଟ

‘ଚଳଚ୍ଚିତ୍ର ଜଗତ’ର ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ: ଦମନ, ଶେଷରାତି ଶ୍ରେଷ୍ଠ ଚଳଚ୍ଚିତ୍ର

ପୁରୀ : ଚଳଚ୍ଚିତ୍ର ଓ ଧାରାବାହିକରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିବା କଳାକାରଙ୍କୁ ସମ୍ମାନିତ କରିଛି ଚଳଚ୍ଚିତ୍ର ପତ୍ରିକା ‘ଚଳଚ୍ଚିତ୍ର ଜଗତ’। ପୁରୀ ପୌରସଦନ ମଞ୍ଚରେ ପତ୍ରିକାର ୪୭ତମ ବାର୍ଷିକ ଉତ୍ସବ ପରିପ୍ରେକ୍ଷୀରେ କଳାକାର ସମ୍ବର୍ଦ୍ଧନା ସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ବତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଛି। କ୍ୟାମେରାମ୍ୟାନ ଶ୍ରୀନିବାସ ମହାପାତ୍ରଙ୍କୁ ନିତାଇ ପାଲିତ ପୁରସ୍କାର, ଅଭିନେତା ଓ ନାଟ୍ୟକାର ନବକିଶୋର ଆଚାର୍ଯ୍ୟଙ୍କୁ ଭୀମ ସିଂହ ସ୍ମାରକୀ ସମ୍ମାନ ଏବଂ ସଂଗୀତ ନିର୍ଦ୍ଦେଶକ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆରମ୍ଭ ହେଲା ଧର୍ମଶାଳା ନିର୍ମାଣ, ଶସ୍ତାରେ ଶ୍ରୀକ୍ଷେତ୍ରରେ ରହିବେ ସାଧାରଣ ଭକ୍ତ

ପୁରୀ : ଶସ୍ତାରେ ଶ୍ରୀକ୍ଷେତ୍ରରେ ରହିବେ ସାଧାରଣ ଭକ୍ତ। ହୋଟେଲ ଓ ଲଜ୍‌ର ରୁମ୍‌ ଦର ଶୁଣି ବଡ଼ଦାଣ୍ଡରେ ଖୋଲା ଆକାଶ ତଳେ ରାତି କାଟି ଦେଉଥିବା ଭକ୍ତମାନେ ଏଣିକି ମାତ୍ର ଦେଢ଼ଶହ କିମ୍ବା ଦୁଇଶହ ଟଙ୍କା ଦେଇ ରାତି କାଟିପାରିବେ। ଗତ ଜୁଲାଇରେ କ୍ୟାବିନେଟ୍‌ ଅନୁମୋଦନ ପରେ ଏବେ ବାସେଳିସାହି ନିକଟରେ ୧୦ ଏକର ଜମିରେ କାମ ଆରମ୍ଭ ହୋଇଯାଇଛି। ୪ ତାଲା ବିଶିଷ୍ଟ ୬ଟି ବ୍ଲକ୍‌ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ୧୩୫ କୋଟି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଭାସ୍କେଲ୍‌, ଇନ୍ଦ୍ରାବତୀରୁ ବି ଛତିଶଗଡ଼ର ଫାଇଦା

ଚାଷ ସହିତ ଷ୍ଟିଲ୍‌ ପ୍ଲାଣ୍ଟ୍‌କୁ ପାଣି ଯୋଗାଉଛି, ଓଡ଼ିଶାରେ ପ୍ରସ୍ତାବରେ ଅଟକିଛି ଭାସ୍କେଲ୍‌ ଜଳପ୍ରକଳ୍ପ ଜିଲ୍ଲାନବରଙ୍ଗପୁର ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡା ବ୍ଲକ୍‌ ଦେଇ ଚିରସ୍ରୋତା ଇନ୍ଦ୍ରାବତୀ ଓ ଭାସ୍କେଲ ନଦୀ ପ୍ରବାହିତ ହେଉଛି। ତଥାପି ଓଡ଼ିଶା ସରକାର ଉପରମୁଣ୍ଡରେ ଜଳସେଚନ ପ୍ରକଳ୍ପ ନିର୍ମାଣ କରିପାରୁନଥିବା ବେଳେ ତଳମୁଣ୍ଡରେ ଆନିକଟ ବାନ୍ଧି ଛତିଶଗଡ଼ ଫାଇଦା ଉଠାଉଛି। କେବଳ ମହାନଦୀ ନୁହେଁ, ଅନ୍ୟ ନଦୀରୁ ବି ଏହିଭଳି ଭାବେ ଫାଇଦା ଉଠାଉଥିବା ବେଳେ ଓଡ଼ିଶାରେ ଲୋୟର ଭାସ୍କେଲ […]

ଅପରାଧ ଦେଶ ବିଦେଶ

ବିମାନରେ ପରିସ୍ରା କାଣ୍ଡ: ‘ଘଟଣା ମତେ ବ୍ୟକ୍ତିଗତ ପୀଡ଼ା ଦେଇଛି’

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ଜଣେ ମହିଳା ଯାତ୍ରୀଙ୍କ ଉପରେ ଜଣେ ମଦ୍ୟପ ଯାତ୍ରୀ ପରିସ୍ରା କରିବା ମାମଲାରେ ଆଜି ଟାଟା ସନ୍ସର ଅଧ୍ୟକ୍ଷ ଏନ୍‌ ଚନ୍ଦ୍ରଶେଖରନ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଜଣେ ଯାତ୍ରୀ ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣା ତାଙ୍କୁ ବ୍ୟକ୍ତିଗତ ଭାବେ ପୀଡ଼ା ଦେଇଛି ବୋଲି ସେ କହିଛନ୍ତି। ଆମେ ପରିସ୍ଥିତି ସମ୍ଭାଳିବାରେ ଏବଂ ତତ୍କାଳ ପଦକ୍ଷେପ ନେଇ ଉଚିତ ନ୍ୟାୟ ପ୍ରଦାନ […]

ଦେଶ ବିଦେଶ ରାଜନୀତି

ବ୍ରାଜିଲ୍‌ରେ ବୋଲ୍‌ସୋନାରୋଙ୍କ ସମର୍ଥକମାନେ ଚଳାଇଥିବା ଦଙ୍ଗା ଯୋଗୁଁ ଖୁବ୍‌ ଚିନ୍ତିତ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ରବିବାର ଦିନ ବ୍ରାଜିଲ୍‌ର ପୂର୍ବତନ ରାଷ୍ଟ୍ରପତି ଜାଇର୍‌ ବୋଲ୍‌ସୋନାରୋଙ୍କ ସମର୍ଥକମାନେ ଦଙ୍ଗାଗୋଳ କରି କଂଗ୍ରେସ ଭବନ, ସୁପ୍ରିମ୍‌ କୋର୍ଟ ଏବଂ ରାଷ୍ଟ୍ରପତି ପ୍ରାସାଦରେ ପ୍ରବେଶ କରି ଭଙ୍ଗାରୁଜା କରିଥିବା ଘଟଣା ଯୋଗୁଁ ଖୁବ୍‌ ଚିନ୍ତିତ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଅଳ୍ପ ଦିନ ତଳେ ଶପଥ ଗ୍ରହଣ କରିଥିବା ରାଷ୍ଟ୍ରପତି ଲୁଇଜ୍‌ ଇନାସିଓ ଲୁଲା ଦା ସିଲ୍‌ଭାଙ୍କ ନେତୃତ୍ବାଧୀନ ବ୍ରାଜିଲୀୟ ସରକାରଙ୍କୁ ‘ଟୁଇଟ୍‌’ କରି ପ୍ରଧାନମନ୍ତ୍ରୀ ମ‌ୋଦୀ ସମର୍ଥନ ଜଣାଇଛନ୍ତି। ବ୍ରାଜିଲ୍‌ ରାଷ୍ଟ୍ରପତି […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବିଦେଶୀଙ୍କ ପାଇଁ ସୀମାଦ୍ବାର ଉନ୍ମୁକ୍ତ କଲା ଚୀନ୍

ବେଜିଂ : ଚୀନ୍ ବେସାମରିକ ବିମାନ ଚଳାଚଳ ନିୟାମକ ସଂସ୍ଥା ପକ୍ଷରୁ ରବିବାରଠାରୁ ବିଦେଶଗତ ବିମାନଯାତ୍ରୀଙ୍କ ପାଇଁ ଆଗରୁ ଥିବା ସବୁ କଟକଣା ଉଠାଇଦିଆଯାଇଛି। ଆଗରୁ ବିଦେଶରୁ କୌଣସି ଲୋକ ଆସିଲେ ତାଙ୍କୁ ବାଧ୍ୟତାମୂଳକ ଭାବେ କ୍ବାରେଣ୍ଟାଇନରେ ରହିବାକୁ ପଡ଼ୁଥିଲା। ଏପରି ନିଜ ଦେଶର ବିମାନଯାତ୍ରୀଙ୍କ ପାଇଁ କଟକଣା ରହିଥିଲା। କିନ୍ତୁ ଏବେ ଚୀନ୍‌ରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ ଭାରତ ଓ ଆମେରିକା ସମେତ ଅନେକ ଦେଶ ଚୀନ୍‌ଯାତ୍ରୀଙ୍କ ପ୍ରତି କଟକଣା ଲଗାଇଥିବା ବେଳେ ଚୀନ୍ […]

ଅପରାଧ ଦେଶ ବିଦେଶ

ମେକ୍ସିକୋ: ନିଶା ମାଫିଆଙ୍କ ପୁଅ ଗିରଫ ହେବା ପରେ ସେନା ସହ ସଂଘର୍ଷ, ୨୯ ମୃତ

ମେକ୍ସିକୋ ସିଟି : ମେକ୍ସିକୋର ନିଶା ମାଫିଆ ମୁଖ୍ୟ ଏଲ୍ ଚାପୋର ପୁଅ ଓଭିଡିଓ ଗଜମ୍ୟାନକୁ ଗିରଫ କରାଯିବା ପରେ ଉତ୍ତରାଞ୍ଚଳ ରାଜ୍ୟ ସିନାଲୋଆରେ ମାଫିଆ ଗୋଷ୍ଠୀ ସହ ସେନା କର୍ମଚାରୀଙ୍କର ସଂଘର୍ଷ ହୋଇଥିଲା। ଏଥିରେ ୧୯ ଜଣ ଗ୍ୟାଙ୍ଗ ସଦସ୍ୟ ଓ ୧୦ ଜଣ ସେନା କର୍ମଚାରୀ ମୃତ୍ୟୁବରଣ କରିଥିବା ଶୁକ୍ରବାର ପ୍ରତିରକ୍ଷା ମନ୍ତ୍ରୀ ଲୁଇସ କ୍ରେସେନ୍ସିଓ ସାଣ୍ଡୋଭାଲ କହିଛନ୍ତି। ଜେଲରେ ଥିବା ନିଶା ସମ୍ରାଟ୍ ଏଲ ଚାପୋଙ୍କ ପୁଅ ୩୨ ବର୍ଷୀୟ ଗଜମ୍ୟାନକୁ ମେକ୍ସିକୋର […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଉତ୍ତରଭାରତରେ ଆଜିଠାରୁ ଶୀତଲହରିରୁ ଆଶ୍ବସ୍ତି

ନୂଆଦିଲ୍ଲୀ : ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ ଅନୁସାରେ, ରାଜଧାନୀ ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ସୋମବାର ସନ୍ଧ୍ୟାରୁ ଶୀତଲହରିରୁ ଆଶ୍ବସ୍ତି ମିଳିବ। ଉତ୍ତର-ପଶ୍ଚିମ ଭାରତର ଅନେକ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରାରେ ୨ ଡିଗ୍ରି ବୃଦ୍ଧି ଘଟିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପଶ୍ଚିମ ହିମାଳୟୀୟ ଅଞ୍ଚଳରେ ପଶ୍ଚିମୀ ବିଶୃଙ୍ଖଳା (ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ) ସକ୍ରିୟ ଥିବାରୁ ଆସନ୍ତା ଦୁଇଦିନ ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ଘଟିବ ବୋଲି କୁହାଯାଇଛି। ତେବେ ଆଉ ଏକ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ସବୁ ୱିଣ୍ଡୋ ପିସିରେ କାମ ଦେବନି ଗୁଗୁଲ୍‌ କ୍ରୋମ୍‌

ନୂଆଦିଲ୍ଲୀ : ସବୁ ୱିଣ୍ଡୋ ପିସିରେ ଗୁଗୁଲ୍ କ୍ରୋମ ଆସନ୍ତା ସପ୍ତାହରୁ କାମ ଦେବନି। ବିଶେଷକରି ୱିଣ୍ଡୋଜ୍‌ ୭, ୱିଣ୍ଡୋଜ୍‌ ୮/୮.୧ରେ ଏହା କାମ ଦେବନାହିଁ। ଏଗୁଡ଼ିକରେ କ୍ରୋମ ୧୦୯ ଚାଲୁଛି। ଆସନ୍ତାମାସ ୭ ତାରିଖରେ ଗୁଗୁଲ୍‌ କ୍ରୋମ ୧୧୦ ଆରମ୍ଭ କରିବ। ତେବେ ନୂଆ ଅପଡେଟ୍ କ୍ରୋମ ୧୧୦ କେବଳ ୱିଣ୍ଡୋଜ୍ ୧୦ ଏବଂ ତା ପରବର୍ତ୍ତୀ ୱିଣ୍ଡୋଜ୍‌ରେ ଉପଲବ୍ଧ ହେବ। କ୍ରୋମର ପୁରୁଣା ଭର୍ସନ ଯେଉଁସବୁ ଡିଭାଇସରେ ରହିଛି ତାହା କାର୍ଯ୍ୟ କରିଲେ ବି […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

୩୮ ବର୍ଷର ପୁରୁଣା ନାସା ଉପଗ୍ରହ ପୃଥିବୀ ଉପରେ ପଡ଼ିବ: ସତର୍କ ରହିବା ପାଇଁ ଚେତାବନୀ

ୱାସିଂଟନ: ନାସାର ୩୮ ବର୍ଷର ପୁରୁଣା ଆର୍ଥ ରେଡିଏସନ ବଜେଟ ସାଟେଲାଇଟ୍ (ଇଆର୍‌ବିଏସ୍) ଜାନୁଆରି ୮ରେ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ଓ ପୃଥିବୀ ଉପରେ ଖସିପଡ଼ିବା ଅନୁମାନ କରାଯାଉଛି। ଏ ବିଷୟରେ ନାସା କିଛିଦିନ ତଳୁ ସଚେତନ କରାଇଥିଲା।ପ୍ରାୟ ଚାରି ଦଶନ୍ଧି ଧରି ମହାକାଶରେ ରହିଆସିଥିବା ଇଆର୍‌ବିଏସ୍ ପ୍ରଥମ ୨୧ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ଥିଲା। ଏହି ଉପଗ୍ରହର କାମ ଥିଲା ପୃଥିବୀ କିପରି ସୂର୍ଯ୍ୟଙ୍କ ଶକ୍ତି (ଆଲୋକ) ଅବଶୋଷଣ କରୁଛି ଓ କିପରି ବିକିରଣ […]