ରାଜ୍ୟ ସ୍ପେଶାଲ ରିପୋର୍ଟ

ଲୋମଶକନ୍ୟା ରେବତୀ ଏବେ ଅସହାୟ

ବୌଦ୍ଧ,(ବିଧାନ ବଳ): ୨୦୦୮ ମସିହାରେ ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଥିବା ଲୋମଶକନ୍ୟା ରେବତୀ କହଁର ଏବେ ଅସହାୟ! ୧୦ଦିନ ବ୍ୟବଧାନ ମଧ୍ୟରେ ତାଙ୍କ ବାପାମା’ ଆରପାରିକି ଚାଲିଯାଇଛନ୍ତି। ଏବେ ଝୁମ୍ପୁଡ଼ି ଘରେ ସେ ଅତ୍ୟନ୍ତ ଅସହାୟ ଅବସ୍ଥାରେ କାଳାତିପାତ କରୁଛନ୍ତି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ର ଉପାନ୍ତ ଗ୍ରାମ ଖଳିସାହି ରେବତୀଙ୍କ ଘର। ଏବେ ସେ ୨୮ବର୍ଷ ବୟସରେ ପହଞ୍ଚିଲେଣି। ୨୦୦୮ ମସିହାରେ ସେ ଗଣମାଧ୍ୟମର ଶିରୋନାମା ପାଲଟିଥି‌ଲେ। କ୍ରମାଗତ ଭାବରେ ମାଢ଼ି ବଢ଼ି ମୁହଁକୁ ବିକୃତ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଚାଷ ନିଶାରୁ ଚାକିରି ଛାଡ଼ିଲେ ବିର୍‌ସା, ୨୦ ଜଣଙ୍କୁ ଦେଇଛନ୍ତି ରୋଜଗାର

ରାଉରକେଲା: କଥାରେ ଅଛି ‘ ଚାଷ କାମ ଯାହାର, କେଡେ ସୁଖ ତାହାର’। ଏହି ଉକ୍ତିର ଅର୍ଥକୁ ଭଲ ଭାବେ ବୁଝିଛନ୍ତି ନୂଆଗାଁ ବ୍ଲକ ବାଗଡେଗା ପଞ୍ଚାୟତ ଅନ୍ତର୍ଗତ ଗର୍ଦ୍ଦାର ବିର୍‌ସା ମାହାତୋ। ଚାଷ ନିଶା ତାଙ୍କୁ ବେଶି ଦିନ ସରକାରୀ ଚାକିରିରେ ବାନ୍ଧି ରଖି ପାରି ନଥିଲା। ଶେଷରେ ସରକାରୀ ଚାକିରି ଛାଡିଥିଲେ। ବିଭିନ୍ନ ପ୍ରକାର ଚାଷ କରି ସୁନ୍ଦରଗଡ଼ ଜିଲ୍ଲାରେ ନିଜକୁ ଜଣେ ସଫଳ ଚାଷୀ ଭାବେ ପ୍ରତିପାଦିତ କରିପାରିଛନ୍ତି। ବର୍ଷକ ବାର ମାସ […]

ଦେଶ ବିଦେଶ ରାଜନୀତି

ଡିମ୍ପଲ ଯାଦବଙ୍କ ବିରୋଧରେ ଆପତ୍ତିଜନକ ବୟାନ: ୟୁପି ବିଜେପି ଯୁବମୋର୍ଚ୍ଚା ନେତ୍ରୀ ରିଚା ରାଜପୁତଙ୍କ ବିରୋଧରେ ଏଫ୍‌ଆଇଆର

ଲକ୍ଷ୍ନୌ : ଉତ୍ତରପ୍ରଦେଶ ବିଜେପି ଯୁବମୋର୍ଚ୍ଚା ନେତ୍ରୀ ତଥା ସୋସିଆଲ ମିଡିଆ ମୁଖ୍ୟ ଡ. ରିଚା ରାଜପୁତଙ୍କ ବିରୋଧରେ ଆଜି ମାମଲା ରୁଜୁ ହୋଇଛି । ସମାଜବାଦୀ ପାର୍ଟି ନେତ୍ରୀ ଡିମ୍ପଲ ଯାଦବଙ୍କ ବିରୋଧରେ ଅପମାନଜନକ ଭାଷା ବ୍ୟବହାର କରିଥିବା ଅଭିଯୋଗରେ ରିଚାଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ ହୋଇଛି । ଆଇପିସି ଏବଂ ଆଇଟି (ସଂଶୋଧନ) ଅଧିନିୟମ, ୨୦୦୮ର ବିଭିନ୍ନ ଧାରାରେ ଏଫ୍‌ଆଇଆର୍‌ ରୁଜୁ ହୋଇଥିବା ଜଣାପଡ଼ିଛି । ତେବେ ରିଚାଙ୍କ ଟ୍ବିଟ୍‌ ପୂର୍ବରୁ ତାଙ୍କ ବିରୋଧରେ […]

ରାଜନୀତି ରାଜ୍ୟ

ଅର୍ଚ୍ଚନା ନାଗ ମାମଲା: ଆଜି ଚାର୍ଜସିଟ ଦାଖଲ କରିବ ଇଡି

ଭୁବନେଶ୍ବର : ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ପ୍ରଥମ ପର୍ଯ୍ୟାୟ ଚାର୍ଜସିଟ ଆଜି (ସୋମବାର) ଦାଖଲ କରିବ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)। ୧୩୦୦ ପୃଷ୍ଠା ସମ୍ବଳିତ ଏହି ଚାର୍ଜସିଟରେ ଅଭିଯୁକ୍ତ ଭାବେ ଅର୍ଚ୍ଚନା ନାଗ, ଜଗବନ୍ଧୁ ଚାନ୍ଦ ଓ ଖଗେଶ୍ବର ପାତ୍ରଙ୍କ ନାଁ ରହିଛି। ଚାର୍ଜସିଟରେ ଇଡି ଉଲ୍ଲେଖ କରିଛି ଯେ ଅର୍ଚ୍ଚନା ନାଗ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ। ସେ ନଗ୍ନ ଭିଡିଓ ସୁଟିଂ କରି ବ୍ଲାକମେଲ୍ କରୁଥିଲେ। ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ବରଙ୍କ ବିରୋଧରେ ମନି […]

ରାଜନୀତି ରାଜ୍ୟ

ମନୋଜ ମିଶ୍ରଙ୍କ ନିଯୁକ୍ତିକୁ ନେଇ ବିବାଦ

ଭୁବନେଶ୍ବର : ଆଇଆର୍‌ଟିଏସ୍ ସେବାରୁ ଅବସର ନେଇଥିବା ମନୋଜ ମିଶ୍ରଙ୍କୁ ରାଜ୍ୟ ସରକାର ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ନିଯୁକ୍ତି ଦେବା ପରେ ଏହାକୁ ନେଇ ବିବାଦ ଘନେଇଛି। ରାଜ୍ୟ ସରକାର ବିନା ବିଜ୍ଞାପନରେ କିପରି ମନୋଜ ମିଶ୍ରଙ୍କୁ ପ୍ରମୁଖ ସଚିବ ଭାବେ ଚୁକ୍ତି ଭିତ୍ତିକ ନିଯୁକ୍ତି ଦେଲେ ତାହାର ଜବାବ ମାଗିଛି ବିଜେପି। ଏହି ପ୍ରସଙ୍ଗରେ ବିଜେଡି ବି ଉତ୍ତର ରଖିଛି। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଥରୁଛି ଦିଲ୍ଲୀ, ୧୫ ଯାଏ ସ୍କୁଲ ଛୁଟି

ନୂଆଦିଲ୍ଲୀ : ଦିଲ୍ଲୀରେ ପ୍ରବଳ ଶୀତ ହେଉଛି। ତାପମାତ୍ରା ବହୁ ତଳକୁ ଖସିଯାଇଥିବାରୁ ଲୋକମାନେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ସବୁ ଘରୋଇ ବିଦ୍ୟାଳୟକୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ କହିଛନ୍ତି। ଦିଲ୍ଲୀ ସରକାରଙ୍କ ଶିକ୍ଷା ନିର୍ଦ୍ଦେଶାଳୟ ଏ ନେଇ ଆଜି ଉପଦେଶାବଳି ଜାରି କରିଛି। ଏଥିରେ କୁହାଯାଇଛି ଦିଲ୍ଲୀରେ ଅଧିକାଂଶ ଘରୋଇ ବିଦ୍ୟାଳୟ ଜାନୁଆରି ୮ ପର୍ଯ୍ୟନ୍ତ ଶୀତ ଛୁଟି କରିଛନ୍ତି। ସୋମବାର ପାଠପଢ଼ା ଆରମ୍ଭ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଦେଶର ପ୍ରଥମ ସଂପୂର୍ଣ୍ଣ ଡିଜିଟାଲ ବ୍ୟାଙ୍କିଂ ରାଜ୍ୟ ହେଲା କେରଳ

ତିରୁଅନନ୍ତପୁରମ : କେରଳ ଦେଶର ପ୍ରଥମ ସଂପୂର୍ଣ୍ଣ ଡିଜିଟାଲ ବ୍ୟାଙ୍କିଂ ରାଜ୍ୟରେ ପରିଣତ ହୋଇଛି। ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଶନିବାର ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଏହି ଘୋଷଣା କରିଛନ୍ତି। ବ୍ୟାଙ୍କିଂ ସେବା କ୍ଷେତ୍ରରେ ସଂପୂର୍ଣ୍ଣ ଡିଜିଟାଲ ହେବା ଦ୍ବାରା ରାଜ୍ୟର ଅର୍ଥନୀତି ସୁଦୃଢ଼ ହେବ ବୋଲି ସେ କହିଛନ୍ତି। ପଞ୍ଚାୟତ ଏବଂ ପୌରସଂସ୍ଥାଗୁଡ଼ିକର ସକ୍ରିୟ ସହଯୋଗ ପାଇଁ ଏହି ସଫଳତା ମିଳିପାରିଛି ବୋଲି ବିଜୟନ କହିଛନ୍ତି।

ରାଜନୀତି ରାଜ୍ୟ

ବନ୍ଧୁମିଳନରେ ବିଜୟଙ୍କ ବକ୍ତବ୍ୟକୁ ନେଇ ହଟଚମଟ: ‘୨୦୨୩ରେ ସବୁ ପ୍ରତୀକ୍ଷାର ଅନ୍ତ ହେବ’

କେନ୍ଦ୍ରାପଡ଼ା/ଗରଦପୁର : ‘ମୋ ପାଇଁ ବହୁଲୋକ ଅସୁବିଧା ଭୋଗିଛନ୍ତି; ନିର୍ଯାତନା ସହିଛନ୍ତି। ତା’ ସତ୍ତ୍ବେ ସେମାନେ ମୋ ସହିତ ଅଛନ୍ତି। କାରଣ ମୁଁ ସବୁବେଳେ ଆଗରେ ରହି ଲଢେ଼। ସତ କେବେ ଲୁଚି ରହିପାରିବ ନାହିଁ। ସାମ୍ନାକୁ ଆସିବ। ୨୦୨୩ମସିହାର ସବୁ ପ୍ରତୀକ୍ଷାର ଅନ୍ତ ଘଟିବ।’ ନୂତନ ବର୍ଷ ଉପଲକ୍ଷେ ଆୟୋଜିତ ବଂଧୁମିଳନ ଉତ୍ସବରେ ଆଜି ଏ କଥା କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ନିଜ ଅନୁଗତମାନଙ୍କ ଦ୍ବାରା ଆୟୋଜିତ ଏହି ବଂଧୁମିଳନ ସମାରୋହରେ […]

ଅପରାଧ ଦେଶ ବିଦେଶ

ପ୍ରତିଶୋଧ ନେଲା ରୁଷ୍‌: ରକେଟ୍‌ ଆକ୍ରମଣରେ ୬ ଶହ ୟୁକ୍ରେନୀୟ ସୈନିକ ନିହତ

ମସ୍କୋ: ଦୁଇ ଦିନର ଯୁଦ୍ଧବିରତି ପରେ ରୁଷ୍‌ ଆଜି ୟୁକ୍ରେନ୍‌ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି। ପୂର୍ବ ୟୁକ୍ରେନ୍‌ରେ କ୍ରାମାଟୋର୍ସୋରେ ଅବସ୍ଥିତ ୟୁକ୍ରେନ ସେନାର ଏକ ଅସ୍ଥାୟୀ ଶିବିରକୁ ରକେଟ୍‌ ମାଡ଼ରେ ରୁଷ୍‌ ଛାରଖାର କରିଦେଇଛି ଏବଂ ଏଥିରେ ଦୁଇଟି ବିଶାଳ କୋଠା ଭୁଶୁଡ଼ି ପଡ଼ିବାରୁ ୬ ଶହରୁ ଅଧିକ ୟୁକ୍ରେନ୍‌ ସୈନିକ ନିହତ ହୋଇଛନ୍ତି। ରୁଷ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ ୟୁକ୍ରେନ୍‌ର ଏକ ସଠିକ୍‌ ଟାର୍ଗେଟ୍‌କୁ ଧ୍ବଂସ କରାଯିବାରୁ ୬ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ନୂଆ ପରିବାରରେ ‘ମାଖନା’; ଥୟ ହେଲା, ବାଲି ଖେଳିଲା

ଅନୁଗୁଳ : ଥୟ ହୋଇଛି ରକ୍ତମୁଖା ‘ମାଖନା’। ନରମ ହୋଇଛି ହିଂସ୍ର ସ୍ବଭାବ। ପଥଚାରୀଙ୍କୁ ସାମ୍ନାରେ ପାଇ ଛାଡ଼ି ଦେଇଛି। ଜଙ୍ଗଲରେ ଶୁଣ୍ଢ ଟେକି ବାଲି ଖେଳିଛି। ଶନିବାର ଦିନ ସକାଳୁ ସକାଳୁ ଅନୁଗୁଳ ବନଖଣ୍ଡରେ ତାଣ୍ଡବ ରଚିଥିବା ହାତୀର ୨୪ଘଣ୍ଟାରେ ଏ ପ୍ରକାର ପରିବର୍ତ୍ତନ କେବଳ ଜଙ୍ଗଲ ବିଭାଗକୁ ନୁହେଁ, ବରଂ ଆଖପାଖ ଅଞ୍ଚଳବାସୀଙ୍କୁ ଆଶ୍ବସ୍ତ କରିଛି। କେବଳ ସେତିକି ନୁହେଁ, ଅନୁଗୁଳରେ ୨୫ଟିକିଆ ହାତୀ ମେଳରୁ ଏ ନରହନ୍ତା ମାଖନା ଗୋଠଛଡ଼ା ହେବାପରେ ହିନ୍ଦୋଳ […]