ଦଶପଲ୍ଲା : ଏବେ ବି ଗାଁକୁ ନାହିଁ ନିତିଦିନିଆ ରାସ୍ତା। ଏହାର ପରିଣାମ ଆଜି ଜଣେ ପ୍ରସୂତିଙ୍କୁ ଭୋଗିବାକୁ ପଡ଼ିଛି। ଆମ୍ବୁଲାନ୍ସ ପାଖରେ ପହଞ୍ଚି ନପାରି, ବିଲହୁଡ଼ାରେ ଏକ ଶିଶୁପୁତ୍ରକୁ ଜନ୍ମଦେଇ ପ୍ରାଣ ହରାଇଛନ୍ତି। ଶିଶୁପୁତ୍ର ସୁସ୍ଥ ଅଛି, ଯିଏକି ଜନ୍ମ ହେଉହେଉ ମାତୃସ୍ନେହରୁ ବଞ୍ଚିତ ହୋଇଛି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ର ଭୋଗବାଡ଼ି ପଞ୍ଚାୟତ ସାଦଭୁଇଁ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏହି ମହିଳା ହେଉଛନ୍ତି, ଗ୍ରାମର ରଞ୍ଜିତା ବେହେରା(୨୨)। ରଞ୍ଜିତା ପୋଖରୀଗୋଛା ପଞ୍ଚାୟତ କଇଁଆଡିହ ଗ୍ରାମର ଭିନ୍ନକ୍ଷମ ଜନାର୍ଦ୍ଦନ ବେହେରାଙ୍କୁ ଦେଢ଼ବର୍ଷ ତଳେ ବିବାହ କରିଥିଲେ। ଗତକାଲି ଅପରାହ୍ନ ପ୍ରାୟ ସାଢ଼େ ୫ଟାରେ ରଞ୍ଜିତା ପ୍ରସବ ବେଦନା ଅନୁଭବ କରିଥିଲେ। ପରିବାର ତଥା ପଡ଼ିଶା ଲୋକେ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ। ହେଲେ, ଆମ୍ବୁଲାନ୍ସ ଅଧାବାଟରେ ଅଟକି ରହିଥିଲା। ସବୁଦିନିଆ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ରଞ୍ଜିତାଙ୍କ ଘରପାଖକୁ ଆସିପାରିନଥିଲା। recommended by RTBS OFFER : Washing Machines For Sale, Almost Free! See Prices FIND OUT MORE ଗ୍ରାମବାସୀ ରଞ୍ଜିତାଙ୍କୁ ଟେକିଟେକି ପ୍ରାୟ ୧ କିମି ରାସ୍ତାକୁ ଆଣିବା ସମୟରେ ସେ ଏକ ବିଲହୁଡ଼ାରେ ପୁତ୍ର ସନ୍ତାନଟିଏ ଜନ୍ମଦେଇ ଚେତା ହରାଇଥିଲେ। ସେତେବେଳେ ଅନ୍ଧାର ସମୟ। ଆମ୍ବୁଲାନ୍ସ କର୍ମଚାରୀମାନେ ସେହି ବିଲହୁଡ଼ାରୁ ଉଭୟଙ୍କୁ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ରଞ୍ଜିତାଙ୍କୁ ମୃତ ଘୋଷଣା କରିଥିବା ବେଳେ ପୁତ୍ର ସନ୍ତାନର ସ୍ବାସ୍ଥ୍ୟବସ୍ଥା ଠିକ୍ ଥିବା ଜଣାପଡ଼ିଛି। ପୁଲିସ ରଞ୍ଜିତାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ତେବେ, ରାସ୍ତା ନଥିବାରୁ ଜଣେ ପ୍ରସୂତି ଡାକ୍ତରଖାନାରେ ପହଞ୍ଚି ନପାରି ପ୍ରାଣ ହରାଇବା ଜନମାନସରେ ଆଲୋଡ଼ନ ସୃଷ୍ଟି କରିଛି। ରାସ୍ତା କେବଳ ଏକ ଯୋଗାଯୋଗର ମାଧ୍ୟମ ନୁହେଁ, ଏହା ମରଣର କାରଣ ହୋଇପାରେ ବୋଲି ସାଧାରଣରେ ବି ମତପ୍ରକାଶ ପାଇଛି।
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଦଶପଲ୍ଲା : ଏବେ ବି ଗାଁକୁ ନାହିଁ ନିତିଦିନିଆ ରାସ୍ତା। ଏହାର ପରିଣାମ ଆଜି ଜଣେ ପ୍ରସୂତିଙ୍କୁ ଭୋଗିବାକୁ ପଡ଼ିଛି। ଆମ୍ବୁଲାନ୍ସ ପାଖରେ ପହଞ୍ଚି ନପାରି, ବିଲହୁଡ଼ାରେ ଏକ ଶିଶୁପୁତ୍ରକୁ ଜନ୍ମଦେଇ ପ୍ରାଣ ହରାଇଛନ୍ତି। ଶିଶୁପୁତ୍ର ସୁସ୍ଥ ଅଛି, ଯିଏକି ଜନ୍ମ […]









