ରେକର୍ଡ କଲା ଐତିହାସିକ ବାଲିଯାତ୍ରା, ଶେଷ ଦିନରେ କୋଟି କୋଟି ଟଙ୍କାର କାରବାର
କଟକ,୧୮/୧୧: ୨ ହଜାରରୁ ଅଧିକ ବ୍ୟବସାୟୀ, ପ୍ରତିଦିନ ଲକ୍ଷଲକ୍ଷ ଲୋକଙ୍କ ଗହଳିଚହଳି ଏବଂ କୋଟିକୋଟି ଟଙ୍କାର କାରବାର ଭିତରେ ଶେଷ ହୋଇଛି କଟକର ଐତିହାସିକ ବାଲିଯାତ୍ରା । ପ୍ରଥମଥର ଲାଗି ରାଜ୍ୟସ୍ତରୀୟ ମହୋତ୍ସବ ଭାବେ ପାଳନ ହେଉଥିବା ପୂର୍ବ ଭାରତର ଏହି ସର୍ବବୃହତ୍ ମୁକ୍ତାକାଶ ବାଣିଜ୍ୟିକ ସାଂସ୍କୃତିକ ମେଳା ଏଥର ବିଭିନ୍ନ କ୍ଷେତ୍ରରେ ରେକର୍ଡ ସ୍ଥାପନ କରିଛି । ବାଲିଯାତ୍ରାର ଗୌରବୋଜ୍ଜ୍ୱଳ ଇତିହାସରେ ଏଥର ‘ଗିନିଜ୍ ବିଶ୍ୱ ରେକର୍ଡ’ର ନୂଆ ସ୍ୱର୍ଣ୍ଣିମ ପୃଷ୍ଠା ବି ଯୋଡ଼ି ହୋଇଛି […]









