ରାଜ୍ୟ ସ୍ପେଶାଲ ରିପୋର୍ଟ

ନବୀନ ନିବାସରେ ମେଡିକାଲ ଛାତ୍ର ଇଫୁ ମଲ୍ଲିକ: ଇଫୁଙ୍କ ସହିତ ସେଲ୍‌ଫି ଉଠାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ନିଟ୍ ପରୀକ୍ଷାରେ ସଫଳତା ହାସଲ କରି କୋରାପୁଟସ୍ଥିତ ସହିଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜରେ ପାଠ ପଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବାଲିଗୁଡାର ଛାତ୍ର ଇଫୁ ମଲ୍ଲିକ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଅବସରରେ ଇଫୁ ଅତ୍ୟନ୍ତ ଭାବବିହ୍ବଳ ହେବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ତାଙ୍କୁ ବହୁତ ଖୁସି ଦେଇଥିବା ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଇଫୁଙ୍କୁ ଅଭିନନ୍ଦନ ଓ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

କ୍ଷେତ୍ର ପରିଦର୍ଶନରୁ ଧରାପଡ଼ିଲା ଜାଲିଆତି: ମିଛ ଚାଷୀ, ମିଛ ଜମି

କେନ୍ଦୁଝର : ମିଛ ଜମିରେ ମିଛିମିଛିକା ଚାଷ। କେଉଁଠି ଖେଳପଡ଼ିଆ ତ ଆଉ କେଉଁଠି ପୋଖରୀକୁ ଧାନକ୍ଷେତ ବୋଲି ଦର୍ଶାଇଥିଲେ।‌ ଏପରି ଗୋଟିଏ କି ଦୁଇଟି ନୁହେଁ ୫୪ ହଜାର ୭୩୬ଟି ପ୍ଲଟ୍‌ରେ ଧାନଚାଷ ହୋଇଛି ବୋଲି ଦର୍ଶାଇ ବହୁ ନକଲି ଚାଷୀ ଓ ଦଲାଲ ଧାନ ବିକ୍ରି କରିବାକୁ ମସୁଧା କରିଥିଲେ। ହେଲେ, ସାଟେଲାଇଟ୍‌ ସର୍ଭେ ବେଳେ ଏସବୁ ପ୍ଲଟ୍‌ ଗୁଡ଼ିକୁ ନେଇ ସନ୍ଦେହ ହେବାରୁ ‌ରାଜସ୍ବ ଏବଂ ସମବାୟ ବିଭାଗ କର୍ମଚାରୀମାନେ କ୍ଷେତ୍ର ପରିଦର୍ଶନ […]

ରାଜନୀତି ରାଜ୍ୟ

ଭୋଟରଙ୍କ ମନ ‘ପରିବର୍ତ୍ତନ’ ଚିନ୍ତା ଘାରିଲାଣି

ଭୁବନେଶ୍ବର : ବିଜେଡିର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଶେଷ ମୁହୂର୍ତରେ ସ୍ବାଧୀନ ପ୍ରାର୍ଥୀ ଭାବେ ଆବିର୍ଭାବ ହେଲେ। ପ୍ରାର୍ଥୀ ଚୟନ କ୍ଷେତ୍ରରେ କାର୍ପଟଦାର ବିଜେଡି ନେତାମାନେ ଅଭିଜ୍ଞଙ୍କ ଭଳି ଯେଉଁ ମନମାନି କଲେ, ତାହା ଏପରି ଗୋଟିଏ ପରିସ୍ଥିତି ସୃଷ୍ଟି କଲା। ବିଜେଡି କ୍ଷମତାଶାଳୀ ଗୋଷ୍ଠୀର ଏହି ଗୋଟିଏ ନିଷ୍ପତ୍ତି ଧାମନଗର ଉପନିର୍ବାଚନ ଫଳାଫଳକୁ ଗୋଳମାଳ କରିଦେଲା। ପରିଣାମ ହେଲା-ବିଜେଡିର ବିଜୟ ଧାରାକୁ ଭାଙ୍ଗି ବିଜେପି ଏହି ଉପନିର୍ବାଚନକୁ ଅତି ସହଜରେ କରାୟତ କରିନେଲା। ଠିକ୍ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ମାଣ୍ଡୋସ୍‌ର ପ୍ରଭାବ, ଆଜିଠୁ କମିବ ଶୀତ

ଭୁବନେଶ୍ବର : ଭୀଷଣ ବାତ୍ୟା ମାଣ୍ଡୋସ୍‌ର ଯଦିଓ ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ, କିନ୍ତୁ ଏହାଦ୍ବାରା ରାଜ୍ୟରେ ୩ ଦିନ ଶୀତ କମିଯିବ। ମେଘୁଆ ପାଗ ଓ ବର୍ଷା ଯୋଗୁଁ ରାଜ୍ୟରେ ରାତି ତାପମାତ୍ରା ବଢ଼ିବ। ଆଜି ରାତିରୁ ଶୀତର ପ୍ରକୋପ ଧୀରେଧୀ‌‌‌ରେ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗତ ରାତିରେ ରାଜ୍ୟର ୧୧ ସହରର ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିଲା। ୬ଡିଗ୍ରି ତାପମାତ୍ରା ସହ ଜି. […]

ରାଜ୍ୟ ସ୍ପେଶାଲ ରିପୋର୍ଟ

‘ଆଭା’ ନମ୍ବର ସଂଯୋଗରେ ଓଡ଼ିଶା ଶୀର୍ଷରେ

ଭୁବନେଶ୍ବର : ଆୟୁଷ୍ମାନ ଭାରତ ପ୍ରଧା‌ନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା(ପିଏମ୍‌-ଜେଏୱାଇ)କୁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ତୁ ତୁ ମେଁ ମେଁ ଜାରି ରହିଛି। କେନ୍ଦ୍ରୀୟ ନେତାମାନେ ନିୟମିତଭାବେ ଓଡ଼ିଶାରେ ପିଏମ୍‌-ଜେଏୱାଇକୁ ଲାଗୁ କରିବା ଲାଗି ରାଜ୍ୟ ସରକାରଙ୍କୁ କହୁଛନ୍ତି। ନିକଟରେ ଓଡ଼ିଶା ଆସିଥିବା କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପାୱାର ମଧ୍ୟ ଆୟୁଷ୍ମାନ ଭାରତକୁ ଓଡ଼ିଶାରେ ତ୍ବରାନ୍ବିତ କରିବା ଲାଗି କହିଥିଲେ। ମାତ୍ର ରାଜ୍ୟ ସରକାର ନିଜର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ)ପାଇଁ ଏହାକୁ କାର୍ଯ୍ୟକାରୀ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

କଳିଙ୍ଗନଗରରେ ଏନ୍‌ଆଇଏମ୍‌ଜେଡ୍‌ ପ୍ରତିଷ୍ଠା ନୋହିଲା

ଯାଜପୁର : ଯାଜପୁର ଜିଲ୍ଲାର କଳିଙ୍ଗନଗରରେ ଜାତୀୟ ନିବେଶ ଓ ଉତ୍ପାଦନ ଜୋନ୍‌ (ଏନ୍‌ଆଇଏମ୍‌ଜେଡ୍‌) ପ୍ରତିଷ୍ଠା ପାଇଁ ଯୋଜନା ହୋଇଥିଲା। ୨୦୧୯ରେ କେନ୍ଦ୍ର ସରକାରଙ୍କ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରାଳୟ ମଞ୍ଜୁରୀ ଦେଇଥିଲେ। ଏହାମଧ୍ୟରେ ୩ ବର୍ଷ ବିତିଯାଇଛି କିନ୍ତୁ ପ୍ରକଳ୍ପ ନେଇ କୌଣସି ଅଗ୍ରଗତି ହୋଇପାରୁନି। କୁହାଯାଉଛି ଜମି ଯୋଗାଡ଼ରେ ଇଡ୍‌କୋର ବିଫଳତା ପାଇଁ ପ୍ରକଳ୍ପ କାମ ସେଇଠି ଅଟକି ଯାଇଛି।ଇସ୍ପାତ ରାଜଧାନୀରେ ବିକାଶର ସ୍ଥାଣୁତା ନେଇ ଆନ୍ଦୋଳନ ଦାନା ବାନ୍ଧୁଥିବା ବେଳେ ଏଭଳି ବୃହତ୍‌ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

କ୍ୟାଡେଟ୍‌ ସବଇନ୍ସପେକ୍ଟରଙ୍କ ଦୀକ୍ଷାନ୍ତ ସମାରୋହ: ‘ମହିଳା ଓ ଶିଶୁ ବିରୋଧୀ ହିଂସାକୁ ରୋକ’

ଅନୁଗୁଳ : ନିରପେକ୍ଷ ହୋଇ କାମ କର। ମହିଳା ଓ ଶିଶୁମାନଙ୍କୁ ସୁରକ୍ଷା ଦେବାସହିତ ଅପରାଧୀଙ୍କ ପ୍ରତି କଠୋର ହୁଅ। କୌଣସି ପରିସ୍ଥିତିରେ ବି ସେବା ମନୋଭାବରୁ ନିଜକୁ ଦୂରେଇ ଦିଅନି ବୋଲି ନୂତନ କ୍ୟାଡେଟ୍‌ ସବଇନ୍ସପେକ୍ଟରମାନଙ୍କୁ ପରାମର୍ଶ ଦେଇଛନ୍ତି ପୁଲିସ ଡିଜି ସୁନୀଲ କୁମାର ବଂଶଲ। ଅନୁଗୁଳ ପୁଲିସ ଟ୍ରେନିଂ କଲେଜର ୬୦ ତମ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସେ ଓଡ଼ିଶା ପୁଲିସର ଥିବା ଆହ୍ବାନ ସଂପର୍କରେ କହିବା ସହିତ ପ୍ରତିକୂଳ ପରିସ୍ଥିତିରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

୯ ଜନଜାତି ଚିତ୍ରକଳାକୁ ହସ୍ତଶିଳ୍ପ ମାନ୍ୟତା

ଭୁବନେଶ୍ବର : ହସ୍ତଶିଳ୍ପରେ ସାମିଲ ହୋଇଛି ‘ଜନଜାତି ଚିତ୍ରକଳା’। ପ୍ରଥମ ପର୍ଯ୍ୟାୟରେ ୯ ଗୋଟି ଜନଜାତି ଚିତ୍ରକଳାକୁ ସାମିଲ କରାଯାଇଛି। ସେଗୁଡ଼ିକ ହେଲା, ଲାଞ୍ଜିଆ ସଉରା ଚିତ୍ରକଳା, ସଉରା ଚିତ୍ରକଳା, ଗଣ୍ଡ ଚିତ୍ରକଳା, ଡଙ୍ଗରିଆ କନ୍ଧ ଚିତ୍ରକଳା, କୁଟିଆକନ୍ଧ ଚିତ୍ରକଳା, ସାନ୍ତାଳ ଚିତ୍ରକଳା, କୋହ୍ଲ ଚିତ୍ରକଳା, ଜୁଆଙ୍ଗ ଚିତ୍ରକଳା ଓ ଓରାଓଁ ଚିତ୍ରକଳା। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ ଆଜି ଏହି ଘୋଷଣା କରିଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ସମୁଦାୟ ୫୧ଟି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଜୈବ ବିବିଧତା ଐତିହ୍ୟସ୍ଥଳୀ ଦୌଡ଼ରେ ଗନ୍ଧମାର୍ଦ୍ଦନ

ଭୁବନେଶ୍ବର : ଜୈବ ବିବିଧତାରେ ପରିପୂର୍ଣ୍ଣ ଓଡ଼ିଶା। ମାଲକାନଗିରିର ବଣ୍ଡା ହିଲ୍ସରୁ ଆରମ୍ଭ କରି ଦେବଗଡ଼ର ପ୍ରଧାନପାଟ ପର୍ଯ୍ୟନ୍ତ ସବୁଠି ଭରି ରହିଛି ବିରଳ ତଥା ବିଲୁପ୍ତପ୍ରାୟ ବୃକ୍ଷଲତା। ଏଠାରେ ବହୁ ବିଲୁପ୍ତପ୍ରାୟ ଜୀବଜନ୍ତୁ ଓ ସରୀସୃପଙ୍କ ମଧ୍ୟ ଉପସ୍ଥିତି ଅଛି। ଏହି ସବୁ ସ୍ଥାନକୁ ଚିହ୍ନଟ କରି ଜୈବବିବିଧତା ଐତିହ୍ୟସ୍ଥଳର ମାନ୍ୟତା ଦେବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଫୁଲବାଣୀ ଜିଲ୍ଲାର ମାଣ୍ଡାସୁରକୁ ରାଜ୍ୟର ପ୍ରଥମ ଜୈବବିବିଧତା ଏତିହ୍ୟସ୍ଥଳୀର ମାନ୍ୟତା ମିଳିଥିବା ବେଳେ ଗତ […]

ଅପରାଧ ରାଜ୍ୟ

ମା’ର ଭୁଲ୍‌ ନାଁ ପାଇଁ ଚାଲିଗଲା ପୁଅ! ବିଜୁ ସ୍ବାସ୍ଥ୍ୟକାର୍ଡରେ ମିଳିଲାନି ଚିକିତ୍ସା

ଲାଞ୍ଜିଗଡ଼ : କଳହାଣ୍ଡି ଜିଲ୍ଲାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିବା ଖବର ନୂଆ ନୁହେଁ। ଗତ ଗୁରୁବାର ଦିନ ଚିକିତ୍ସା ସୁବିଧା ପାଇନଥିଲେ ଜଣେ ମହିଳା। ଯାଆଁଳା ଶିଶୁ ଜନ୍ମଦେଇ ପ୍ରାଣ ହରାଇଥିଲେ। ଶୁକ୍ରବାର ଦିନ ଆଉ ଏକ ଉଦ୍‌ବେଗଜନକ ଖବର ସାମ୍ନାକୁ ଆସିଛି। ବିଜୁ ସ୍ବାସ୍ଥ୍ୟକାର୍ଡରେ ମା’ର ନାଁ ବଦଳି ଯାଇଥିବାରୁ ଜଣେ ନାବାଳକ ଚିକିତ୍ସାରୁ ବଞ୍ଚିତ ହୋଇ ପ୍ରାଣ ହରାଇଛନ୍ତି। ଏହି ନାବାଳକ ହେଉଛନ୍ତି, ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ୍‌ ଅନ୍ତର୍ଗତ ବେନଗାଁ ପଞ୍ଚାୟତ ଧଂରାଭଟା ଗାଁର […]