ଅପରାଧ ରାଜ୍ୟ

ଇଟାମାଟି କୃଷ୍ଣପ୍ରସାଦରେ ଗୁଳିକାଣ୍ଡ: ଜଣେ ମୃତ

ନୟାଗଡ଼: ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଧୀନ କୃଷ୍ଣପ୍ରସାଦରେ ଗୁଳିକାଣ୍ଡରେ ଜଣଙ୍କର ମୃତ୍ୟୁ ଘଟିଛି। ଜମିଜମା ବିବାଦ ତଥା ଅନ୍ୟାନ୍ୟ କିଛି କାରଣରୁ ପୂର୍ବ ଶତ୍ରୁତାକୁ ନେଇ ଏଭଳି କାଣ୍ଡ ଘଟିଥିବା ଜଣାପଡିଛି। ମୃତକଙ୍କ ନାମ ଅନିରୁଦ୍ଧ ନାୟକ। ତାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ‌ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଗଣ୍ଡଗୋଳ ଘଟଣାରେ ଦୁଇ ଗୋଷ୍ଠୀର ୫ରୁ ଅଧିକ ଆହତ ହୋଇଛନ୍ତି। ଇଟାମାଟି ପୁଲିସ ତରଫରୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବେକରେ ଜାଭ୍‌ଲିନ୍ ପଶିବା ଘଟଣା: ସୁସ୍ଥ ହେଉଛନ୍ତି ସଦାନନ୍ଦ

ବଲାଙ୍ଗୀର : ଧୀରେଧୀରେ ସୁସ୍ଥ ହେଉଛନ୍ତି ଆଗଲପୁର ସରକାରୀ ପଞ୍ଚାୟତ ବାଳକ ହାଇସ୍କୁଲ ଛାତ୍ର ସଦାନନ୍ଦ ମେହେର। ସ୍କୁଲ୍‌ ବାର୍ଷିକ କ୍ରୀଡ଼ା ସମୟରେ ଜଣେ ଛାତ୍ର ଜାଭ୍‌ଲିନ୍‌ ଫିଙ୍ଗୁଥିବା ସମୟରେ ସଦାନନ୍ଦଙ୍କ ବେକରେ ପଶିଯାଇଥିଲା। ତିନିଘଣ୍ଟାର ଅସ୍ତ୍ରୋପଚାର ପରେ ସଦାନନ୍ଦଙ୍କ ବେକରୁ ଡାକ୍ତରୀ ଦଳ ଜାଭ୍‌ଲିନ୍‌ ବାହାର କରିଥିଲେ। ସଫଳ ଅସ୍ତ୍ରୋପଚାର ପରେ ତାଙ୍କୁ ଆଇସିୟୁ ଭିତରେ ରଖାଯାଇଛି। ସୂଚନା ଅନୁସାରେ, ରବିବାର ଦିନ ସଦାନନ୍ଦଙ୍କୁ ତରଳ ପଦାର୍ଥ ସହିତ ଦିନବେଳା ନରମ ଭାତ ମଧ୍ୟ ଖାଇବାକୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଶିମିଳିପାଳରେ ଶୀତର ଲହରି: ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରି

ଭୁବନେଶ୍ବର /ଯଶୀପୁର: କିଛି ଦିନର ବ୍ୟବଧାନ ପରେ ପୁଣି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳରେ ଶୀତର ପ୍ରକୋପ ଦେଖିବାକୁ ମିଳିଛି। ଯଶୀପୁର ବ୍ଲକ୍ ଅନ୍ତର୍ଗତ ନଅଣା ଓ ଅଗରବରା କାମୁଡ଼ାଠାରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରି ରେକର୍ଡ କରାଯାଇଛି। ଏହାପୂର୍ବରୁ ଚଳିତ ବର୍ଷ ଡିସେମ୍ବର ମାସରେ ଏଠାକାର ତାପମାନ ୧୦ ଡିଗ୍ରି ପାଖାପାଖି ରହୁଥିଲା। ରାଜ୍ୟକୁ ଶୀତ ପୁଣି ଫେରିଛି। ସର୍ବନିମ୍ନ ତାପମାତ୍ରା ଜି. ଉଦୟଗିରିଠାରେ ୭ଡିଗ୍ରି ରେକର୍ଡ ହୋଇଛି। ସେହିଭଳି କିରେଇରେ ୮ ଡିଗ୍ରି ଓ ଝାରସୁଗୁଡ଼ାରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

୩ ମାସର ଶିଶୁକୁ ମା’ର ବିକ୍ରି ଉଦ୍ୟମ

ହାଟଡିହି : ‘ପିଲା ନେବ ପିଲା…!’ ଘରଘର ବୁଲି ଏହିଭଳି କହିବା ସହିତ ଜଣେ ଅସହାୟ ମା’ ନିଜର ୩ମାସର ଶିଶୁକନ୍ୟାକୁ ବିକ୍ରି କରିବା ପାଇଁ ଉଦ୍ୟମ କରିଛନ୍ତି। ଉତ୍କଟ ଅଭାବ ଯୋଗୁ ମହିଳା ଜଣକ ଏଭଳି ଉଦ୍ୟମ କରିଥିବା କୁହାଯାଉଛି। ମହିଳା ହେଲେ, ମନୋହରପୁର ଗ୍ରାମର ସନ୍ତୋଷ ଦାସଙ୍କ ପତ୍ନୀ ମମତା। ସ୍ବାମୀ ସନ୍ତୋଷ ଓ ଶାଶୂ ଭିକମାଗି ଯାହା ଆଣୁଥିଲେ, ସେଇଥିରେ ଦୁଃଖକଷ୍ଟରେ ଚଳୁଥିଲା ପରିବାର। ହେଲେ, ୭ ମାସ ତଳେ ଅଂଶୁଘାତରେ ଉଭୟ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

୨୦୦ ଶିକ୍ଷକ ନିଖୋଜ, ଧରାଛୁଆଁ ଦେଉନାହାନ୍ତି କି ସ୍କୁଲ ଆସୁନାହାନ୍ତି

ଭୁବନେଶ୍ବର : କାଗଜକଲମରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନାଁ ଗଡ଼ୁଛି। ହେଲେ ସେମାନେ ସ୍କୁଲକୁ ଆସୁନାହାନ୍ତି। କାର୍ଯ୍ୟରେ ଯୋଗ ଦେଉନାହାନ୍ତି କି ପିଲାଙ୍କୁ ପଢ଼ାଉ ନାହାନ୍ତି। ବହୁ ଦିନ ଧରି ଅନୁପସ୍ଥିତ ରହିଥିବାରୁ ଗଣଶିକ୍ଷା ବିଭାଗ ପକ୍ଷରୁ ଦରମା ଦିଆଯାଉ ନାହିଁ। ମାତ୍ର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଉପସ୍ଥାନ ଖାତାରେ ଏବେ ବି ସେମାନେ ଅଛନ୍ତି। କେ‌ତେଜଣ ଶିକ୍ଷକ ୨୦୦୭ରୁ ଅନୁପସ୍ଥିତ ରହିଛନ୍ତି। କେବଳ ଶିକ୍ଷକ ନୁହନ୍ତି, ତାଲିକାରେ କିଛି କର୍ମଚାରୀ ମଧ୍ୟ ରହିଛନ୍ତି। ‌୧୫ ବର୍ଷ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ମଶା ଉପଦ୍ରବ, ରାଜଧାନୀ କଲବଲ: ନଗର ଉନ୍ନୟନ ବିଭାଗର ନିଦ ଭାଙ୍ଗିବ କେବେ?

ଭୁବନେଶ୍ବର : ହକି ବିଶ୍ବକପ୍‌ର ସଫଳ ଆୟୋଜନ ପାଇଁ ସରକାର ଲାଗି ପଡ଼ିଛନ୍ତି। ସହରକୁ ସୁନ୍ଦର କରିବା ସହ ମନୋରଞ୍ଜନ ପାଇଁ ମଧ୍ୟ ନିଆରା କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ଯେଉଁଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ମଶା ଯେଉଁ ପରିମାଣରେ ଉତ୍ପାତ କରୁଛନ୍ତି ସେଥିରେ ସରକାର ବଦନାମ ହେବା ଥୟ ହୋଇଛି। ଏହି ବଦନାମର କଳା ସରକାରଙ୍କ ମୁହଁରେ ବୋଳିବ ଗୃ୍ହ ଓ ନଗର ଉନ୍ନୟନ ବିଭାଗ। ବିଭାଗ ହିଁ ସବୁ ନାଟର ଗୋବର୍ଦ୍ଧନ। […]

ରାଜନୀତି ରାଜ୍ୟ

ସରକାରଙ୍କ ମୁଣ୍ଡରୁ ଖସୁନି ସିଭିଲ୍‌ ସର୍ଭିସ୍‌ କୋଚିଂ ନିଶା: ୨୦୨୩ରୁ ପୁଣି କୋଚିଂ, ସଂସ୍ଥା ଖୋଜୁଛନ୍ତି ସରକାର

ଭୁବନେଶ୍ବର : ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହେଉଥିବା ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ୨୦୧୬ରେ ରାଜ୍ୟ ସରକାର ରୂପରେଖ ପ୍ରସ୍ତୁତ କରିଥିଲେ। ଓଡ଼ିଶାରେ ପ୍ରଥମଥର ପାଇଁ ଉଚ୍ଚଶିକ୍ଷା ବିଭାଗ ଅଧୀନ ୮ଟି ସରକାରୀ ବିଶ୍ବବିଦ୍ୟାଳୟରେ ସିଭିଲ୍‌ ସର୍ଭିସ୍‌ କୋଚିଂ ସୁବିଧା ଉପଲବ୍ଧ ହୋଇଥିଲା। ଆଶା ଥିଲା, ଏଠାରୁ କୋଚିଂ ନେବା ପରେ ଓଡ଼ିଆ ପିଲାମାନେ ସିଭିଲ୍‌ ସର୍ଭିସ୍‌ରେ ଉନ୍ନତ ପ୍ରଦର୍ଶନ କରିବେ। କିନ୍ତୁ ଏପର୍ଯ୍ୟନ୍ତ ଜଣେ ବି ହେଲେ ପିଲା‌ ସଫଳତା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜି ସରିବ ଅର୍ଚ୍ଚନାଙ୍କ ରିମାଣ୍ଡ ଅବଧି

ଭୁବନେଶ୍ବର : ଅର୍ଚ୍ଚନା ନାଗଙ୍କ ଇଡି ରିମାଣ୍ଡ ଅବଧି ଆଜି ଶେଷ ହେବ। ବିଶେଷସୂତ୍ରରୁ ମିଳିଥିବା ଖବର ମୁତାବକ ଶ୍ରଦ୍ଧାଞ୍ଜଳି ଇଡି ଅଧିକାରୀମାନଙ୍କୁ କହିଛନ୍ତି ଯେ ସେ‌କ୍ସଟର୍ସନର ମୁଖ୍ୟ ହେଉଛନ୍ତି ଅର୍ଚ୍ଚନା ଓ ଖଗେଶ୍ବର ପାତ୍ର। ଦୁହେଁ ରାଜନେତା, ଫିଲ୍ମ ପ୍ରଯୋଜକ, ବିଲଡର ଓ ହୋଟେଲ ବ୍ୟବସାୟୀମାନଙ୍କୁ ଘରକୁ ଡାକି ନଗ୍ନ ଭିଡିଓ ସୁଟିଂ କରୁଥିଲେ। ପରେ ଅର୍ଚ୍ଚନା ସେହି ଭିଡିଓ ଦେଖାଇ ବ୍ଲାକମେଲ୍ କରୁଥିଲେ। ସେହିପରି ଜଗବନ୍ଧୁଙ୍କୁ ମଧ୍ୟ ଇଡି ମାରାଥନ ଜେରା ଜାରି ରଖିଛି। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ମଙ୍ଗୁଳି ଟୋଲ୍‌ଗେଟ୍‌ରେ ଫାସ୍‌ ଟ୍ୟାଗ୍‌ ଅଚଳ

କଟକ : ୧୬ନମ୍ବର ଜାତୀୟ ରାଜପଥର ମଙ୍ଗୁଳି (ଟାଙ୍ଗୀ)ସ୍ଥିତ ଟୋଲ୍‌ଗେଟ୍‌ରେ ଫାସ୍‌ ଟ୍ୟାଗ୍‌ ବ୍ୟବସ୍ଥା ଓ ବିଲିଂ କାଉଣ୍ଟର୍‌ ଅଚଳ ହୋଇପଡ଼ିଛି। ଫଳରେ, ରବିବାର ଅପରାହ୍ନରୁ ପ୍ରବଳ ଭିଡ଼ ଲାଗି ରହିଛି। ଭିଡ଼ ଯୋଗୁ ଦମକଳ ଗାଡ଼ି ବି ଦୀର୍ଘ ସମୟ ଫସିକି ରହିଛି। ଏ ନେଇ କର୍ତ୍ତୃପକ୍ଷଙ୍କଠାରୁ ଭିନ୍ନ ଭିନ୍ନ ଉତ୍ତର ମିଳିଥିବା ବେଳେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ସବୁ ଫାଟକ ଖୋଲିପାରି ନଥିବା ଜଣାପଡ଼ିଛି। ୧୬ ନମ୍ବର ଜାତୀୟ ରାଜପଥ ମଙ୍ଗୁଳି(ଟାଙ୍ଗୀ)ସ୍ଥିତ ଟୋଲ୍‌ଗେଟ୍‌ରେ ସମୁଦାୟ […]

ରାଜନୀତି ରାଜ୍ୟ

ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧୀ

ଭୁବନେଶ୍ବର : ଆସନ୍ତା ସାଧାରଣ ନିର୍ବାଚନରେ କଂଗ୍ରେସ ଯେପରି ଅଧିକରୁ ଅଧିକ ସିଟ୍‌ରେ ଜିତିବ ସେନେଇ ରଣନୀତି ପ୍ରସ୍ତୁତ କରୁଛି। ବାରମ୍ବାର ପରାଜୟରେ ହତୋତ୍ସାହିତ ହୋଇଯାଇଥିବା କଂଗ୍ରେସ କର୍ମୀ ଓ ନେତାଙ୍କୁ ଜିତିବାର ମନ୍ତ୍ର ଦେବାକୁ ଦଳର ସଭାପତି ମଲ୍ଲିକାର୍ଜ୍ଜୁନ ଖଡ୍‌ଗେଙ୍କ ସମେତ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଓଡ଼ିଶା ଗସ୍ତରେ ଆଣିବାକୁ ଯୋଜନା ହୋଇଛି। ଓଡ଼ିଶାରେ ଖୁବ୍‌ ଶୀଘ୍ର ଏକ ମହିଳା ସମାବେଶ ହେବାକୁ ଥିବାରୁ ଏଥିରେ ପ୍ରିୟଙ୍କା ଗାନ୍ଧୀ ଯୋଗ‌ଦେବାର […]