ଶେଷ ପର୍ଯ୍ୟାୟରେ ୧୨୩ ଫୁଟର ଧ୍ୟାନମଗ୍ନ ମହାଦେବଙ୍କ ମୂର୍ତ୍ତି ନିର୍ମାଣ କାର୍ଯ୍ୟ
ଯାଜପୁରସଦର : ସାରା ଓଡ଼ିଶା ଦେଖିବ ସୁଉଚ୍ଚ ଧ୍ୟାନମଗ୍ନ ଶିବ ମୂର୍ତ୍ତି। ଯାଜପୁରରେ ଚାଲିଥିବା ୧୨୩ ଫୁଟ ଉଚ୍ଚର ମହାଦେବଙ୍କ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ। ଏହା ରାଜ୍ୟର ସବୁଠାରୁ ଉଚ୍ଚ ମୂର୍ତ୍ତି ହେବ ବୋଲି ସୂଚନା ମିଳିଛି। ପୂର୍ବରୁ ରାଉରକେଲା ହନୁମାନ ବାଟିକାରେ ୭୫ ଫୁଟର ହନୁମାନ ମୂର୍ତ୍ତି ଓ କୋରାପୁଟର ଦାମନଯୋଡ଼ିରେ ୧୧୦ ଫୁଟ ଉଚ୍ଚତାର ହନୁମାନ ମୂର୍ତ୍ତି ରହିଛି। ଯାଜପୁରରେ ମା ବିରଜାଙ୍କ ମନ୍ଦିର ରହିଥିବାବେଳେ ଦଶାଶ୍ବମେଧ ଘାଟ ରହିଛି। […]









