ରୋଗୀଙ୍କୁ ଦେଲେନି, ରାସ୍ତାକଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ
ସୋର : ବାଲେଶ୍ବର ସୋର ଅଞ୍ଚଳରେ ସମୟ ଅତିକ୍ରାନ୍ତ ହୋଇ ନଥିବା ଅନେକ ମୂଲ୍ୟବାନ୍ ସରକାରୀ ଔଷଧ ରାସ୍ତାକଡ଼ରେ ପଡ଼ିଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ସୋର ପୌରାଞ୍ଚଳ ତଳନଗର ଓଭର୍ବ୍ରିଜ୍ ନିକଟ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଆଜି ଅନେକ ଔଷଧ ବୋତଲ ଓ ବଟିକା ପଡ଼ିଥିବା ଦେଖିବାକୁ ମିଳିଥିଲା। ସେଗୁଡ଼ିକ ଆୟୁଷ ବିଭାଗ ଅଧୀନ ୟୁନାନି ଔଷଧ ବୋଲି ଚିହ୍ନଟ ହୋଇଛି। ଉକ୍ତ ଔଷଧଗୁଡ଼ିକର ସମୟ ଅବଧି ନଭେମ୍ବର ୨୦୨୪ ମସିହା ପର୍ଯ୍ୟନ୍ତ […]









