ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବିମୁଦ୍ରୀକରଣ ନେଇ ସୁପ୍ରିମ‌କୋର୍ଟ ରାୟ ଆଜି

ନୂଆଦିଲ୍ଲୀ: ଶୀତ ଛୁଟିପରେ ଆଜି ସୁପ୍ରିମକୋର୍ଟରେ କାର୍ଯ୍ୟ ଆରମ୍ଭ ହେବ। ସୁପ୍ରିମକୋର୍ଟରେ ଏକ ୫ ଜଣିଆ ଖଣ୍ଡପୀଠ ଆଜି ବିମୁଦ୍ରୀକରଣ ବିରୋଧରେ ଥିବା ବିଭିନ୍ନ ପିଟିସନ୍‌ ଉପରେ ରାୟ ଶୁଣାଇବେ। କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତିକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟ‌ରେ ମୋଟ୍‌ ୫୮ଟି ପିଟିସନ୍‌ ଦାଖଲ ହୋଇଛି। ଜଷ୍ଟିସ ଏସ ଅବଦୁଲ ନଜିର, ବିଆର୍‌ ଗଭାଇ, ଏଏସ୍‌ ବୋପନ୍ନା, ଭି ରାମସୁବ୍ରମନ୍ୟନ୍‌ ଏବଂ ବିଭି ନାଗରତ୍ନାଙ୍କ ଖଣ୍ଡପୀଠ ୫୮ଟି ପିଟିସନ୍‌ ଉପରେ ରାୟ ଶୁଣାଇବେ। ଅଧିକାଂଶ ପିଟିସନ୍‌ରେ […]

ଅପରାଧ ରାଜ୍ୟ

ସକାଳେ ଫୁଲତୋଡ଼ା, ମଧ୍ୟାହ୍ନରେ ଗୁଳି

ଜଗତସିଂହପୁର : ନୂଆବର୍ଷରେ ବନ୍ଦର ନଗରୀ ପାରାଦୀପ ଅଶାନ୍ତ ହୋଇଛି। ତାରିଣୀଗଡ଼ାର ପ୍ଲଟ୍-୪୭୯ରେ ଥିବା ‘ବ୍ରିଜ୍ ଆଣ୍ତ୍ ରୁଫ୍’ କମ୍ପାନିର ଗେଷ୍ଟ୍‌ ହାଉସ୍‌ରେ ଗୁଳିକାଣ୍ଡ ହୋଇଛି। ଜଣେ ଦୁର୍ବୃତ୍ତ ସକାଳେ ଆସି ମ୍ୟ‌ାନେଜର୍‌ଙ୍କୁ ଫୁଲତୋଡ଼ା ଦେଇ ଯିବାପରେ ଅପରାହ୍ନରେ ଗୁଳିମାଡ଼ କରିଛି। ‌ସୌଭାଗ୍ୟକ୍ରମେ କାହାର କିଛି କ୍ଷତି ଘଟିନାହିଁ। ଏହି ଖବର ପ୍ରଚାରିତ ହେବାପରେ ସେହି କମ୍ପାନି ମ୍ୟାନେଜର୍‌ ଓ ଅନ୍ୟ କର୍ମଚାରୀମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। ସୂଚନା ଅନୁସା‌ରେ, ଏହି ଗେଷ୍ଟ୍‌ ହାଉସ୍‌ରେ କମ୍ପାନିର ମ୍ୟାନେଜର […]

ଦେଶ ବିଦେଶ ରାଜନୀତି

ମଧ୍ୟପ୍ରଦେଶ: ବିଜେପି ନେତୃତ୍ବକୁ କାହିଁକି ଚାଲେଞ୍ଜ କରୁଛନ୍ତି ଉମା ଭାରତୀ ?

ଭୋପାଳ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତ୍ରୀ ଉମା ଭାରତୀ ଲଗାତାର ବିଜେପି ନେତୃତ୍ବକୁ ଚାଲେଞ୍ଜ କରୁଛନ୍ତି। ଉମା ଭାରତୀ ନିକଟରେ ୨ ଥର ବିଜେପି ବିରୋଧୀ ଟିପ୍ପଣୀ ଦେଇଛନ୍ତି। ଭୋପାଳରେ ଲୋଧି ସମ୍ପ୍ରଦାୟକୁ ଉଦ୍‌ବୋଧନ ଦେଇ ଉମା ଭାରତୀ ନିକଟରେ କହିଥିଲେ ଯେ ସେ ବିଜେପିର ଜଣେ ବିଶ୍ବସ୍ତ ସୈନିକ ଏବଂ ଲୋକମାନଙ୍କୁ ସେ ବିଜେପିକୁ ଭୋଟ୍‌ ଦେବାପାଇଁ କହିବେ। କିନ୍ତୁ ଲୋକମାନେ କୌଣସି ରାଜ‌ନୈତିକ ଚାପର ଶିକାର ନହୋଇ ସବୁ କଥା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ନୂଆବର୍ଷରେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁ କଲେ ଶୃଙ୍ଖଳିତ ଦର୍ଶନ

ପୁରୀ : ନୂଆବର୍ଷରେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ଉଦାହରଣ ସାଜିଛି। ଶ୍ରୀମନ୍ଦିର ଭିତରେ ଭିଡ଼ ରହିଥିଲେ ବି ବିନା ବାଧାରେ ଭକ୍ତମାନେ ଦର୍ଶନ କରିଛନ୍ତି। ଦର୍ଶନ ସାରି ଫେରିବା ବେଳେ ବି ବିନା ଅବରୋଧରେ ସୁବିଧାରେ ଫେରିଛନ୍ତି। ଜିଲ୍ଲା ପୁଲିସର ଏହି ବ୍ୟବସ୍ଥାକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି। କାରଣ ପୂର୍ବରୁ କେବେ ବି ନୂଆବର୍ଷରେ ଏଭଳି ବ୍ୟବସ୍ଥା କରାଯାଇନଥିଲା। ଭକ୍ତମାନେ ଠେଲାପେଲା ଭିତରେ ଦର୍ଶନ କରୁଥିଲେ। ବଡ଼ଦାଣ୍ଡରେ ଚାଲିବା ବେଳେ ଭିଡ଼ରେ ଅଣନିଃଶ୍ବାସୀ ହୋଇ ପଡ଼ୁଥିଲେ। […]

ଅପରାଧ ଦେଶ ବିଦେଶ

ରାଜସ୍ଥାନର ପାଲୀରେ ସୂର୍ଯ୍ୟନଗରୀ ଏକ୍ସପ୍ରେସ୍‌ର ୮ ବଗି ଧାରଣାଚ୍ୟୁତ; ୧୦ ଆହତ

ପାଲୀ: ଗତ ପାହାନ୍ତା ପୂର୍ବରୁ ରାଜସ୍ଥାନରେ ଗୋଟାଏ ଟ୍ରେନ୍‌ ଧାରଣାଚ୍ୟୁତ ହେବାରୁ ପ୍ରାୟ ୧୦ଜଣ ଯାତ୍ରୀ ଆହତ ହୋଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ରାତି ପ୍ରାୟ ୩.୨୭ରେ ପାଲୀ ଅନ୍ତର୍ଗତ ରାଜକିୟାୱାସ୍‌ରେ ଉପରୋକ୍ତ ଦୁର୍ଘଟଣା ଘଟିଛି। ସରକାରୀ ଅଧିକାରୀମାନଙ୍କ କହିବା ଅନୁସାରେ, ଯୋଧପୁର ଡିଭିଜନ୍‌ର ରାଜକିୟାୱାସ୍‌-ବୋମଦରା ସେକ୍‌ସନ୍‌ରେ ସୂର୍ଯ୍ୟନଗରୀ ଏକ୍ସପ୍ରେସ୍‌ର ୮ଟି ବଗି ଧାରଣାଚ୍ୟୁତ ହୋଇଛି। ବାନ୍ଦ୍ରା ଟର୍ମିନସ୍‌ରୁ ବାହାରିଥିବା ଉକ୍ତ ଟ୍ରେନ୍‌ ଯୋଧପୁର ଅଭିମୁଖେ ଯାତ୍ରା କରୁଥିଲା। ଏହି ଦୁର୍ଘଟଣାରେ […]

ଅପରାଧ ରାଜ୍ୟ

‘ଜିରୋ ନାଇଟ୍’ ସଉକ! ଟଙ୍କା ନଦେବାରୁ ପତ୍ନୀକୁ ହତ୍ୟା

ଗଞ୍ଜାମ : ନୂଆବର୍ଷ ପୂର୍ବରାତିରେ ଜଣେ ମଦ୍ୟମ ସ୍ବାମୀର ‘ଜିରୋନାଇଟ୍‌’ ସଉକ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ‘ଜିରୋନାଇଟ୍‌’କୁ ଯିବା ଏବଂ ଭୋଜିଭାତ ପାଇଁ ଟଙ୍କା ନଦେବାରୁ ପତ୍ନୀଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ତଥାପି, ‘ଜିରୋନାଇଟ୍‌’ ନିଶା ମୁଣ୍ଡରୁ ଉତୁରିନଥିଲା ତା’ର। ମୃତଦେହ ଘରେ ପଡ଼ିଥିବା ବେଳେ ସେ ‘ଜିରୋନାଇଟ୍‌’ ପାଳିବାକୁ ଚାଲିଯାଇଥିଲା। ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଓ ହୁମ୍ମା ଫାଣ୍ଡି ଅଧୀନ ପାଳିବନ୍ଧ ପଞ୍ଚାୟତ ମୟୂରପଦା ଗ୍ରାମରେ ଏଭଳି ଏକ ଅଭାବନୀୟ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀମନ୍ଦିରରେ ଲାଗୁ ହେଲା ମୋବାଇଲ୍‌ କଟକଣା

ପୁରୀ : ପୂର୍ବଘୋଷଣା ମତେ ଶ୍ରୀମନ୍ଦିରରେ ରବିବାରଠାରୁ ଶ୍ରୀମନ୍ଦିର ସେବାୟତ, ଅଧିକାରୀ ଓ କର୍ମଚାରୀଙ୍କ କ୍ଷେତ୍ରରେ ସ୍ମାର୍ଟଫୋନ୍‌ ନେବା ଉପରେ କଟକଣା ଲାଗୁ କରାଯାଇଛି। ଯେଉଁ ସେବାୟତମାନେ ରବିବାର ଦିନ ଶ୍ରୀମନ୍ଦିରକୁ ଯାଇଛନ୍ତି, ସେମାନେ ପ୍ରବେଶ ପୂର୍ବରୁ ସିଂହଦ୍ବାର ଓ ଦକ୍ଷିଣଦ୍ବାରରେ ଖୋଲାଯାଇଥିବା ସ୍ବତନ୍ତ୍ର ମୋବାଇଲ୍‌ କେନ୍ଦ୍ରରେ ନିଜ‌ ମୋବାଇଲ୍‌ ଜମା ଦେଇ ମନ୍ଦିରକୁ ପ୍ରବେଶ କରିଛନ୍ତି। ଏହିଠାରେ ମୋବାଇଲ୍‌ ଜମା ରଖି ଶ୍ରୀମନ୍ଦିର ଯାଇ ପୂଜା, ନୀତିକାନ୍ତି କାମ ସାରି ପୁନର୍ବାର ଜମା କେନ୍ଦ୍ରରୁ ମୋବାଇଲ୍‌ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଲଣ୍ଡା ପାହାଡ଼ ହେଲା ସବୁଜ ସୁନ୍ଦର

ବ୍ରହ୍ମପୁର : ଗିରିସୋଲା ନିକଟରେ ଥିବା ଏକ ଲଣ୍ଡା ପାହାଡ଼ରେ ମଞ୍ଜି ଓ ସିଡ୍‌ବଲ୍‌ ବିଞ୍ଚିବା ଫଳରେ ବିଭିନ୍ନ କିସମର ଫଳ ଗଛ ବଢ଼ିଛି। ଏହି ଲଣ୍ଡାପାହାଡ଼ ସବୁଜ ସୁନ୍ଦର ପାଲଟିଛି। ପରିବେଶ ସୁରକ୍ଷା ପାଇଁ ୧୫ବର୍ଷ ଧରି ଅଣ୍ଟା ଭିଡ଼ିଥିବା ଜଣେ ଅଧ୍ୟାପକଙ୍କ ଉଦ୍ୟମ ଯୋଗୁ ଏହା ସମ୍ଭବପର ହୋଇଛି। ସେ ହେଉଛନ୍ତି, ବ୍ରହ୍ମପୁର ସହରର ସୁଧୀର ରାଉତ। ‘ସବୁଜ ମଣିଷ’ ଭାବେ ଜଣାଶୁଣା ଶ୍ରୀ ରାଉତ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ […]

ଅପରାଧ ଦେଶ ବିଦେଶ

ନୂଆବର୍ଷ ପୂର୍ବ ସନ୍ଧ୍ୟାରେ କିବ୍‌ରେ ପ୍ରଚଣ୍ଡ ଆକ୍ରମଣ

କିବ୍‌: ନୂଆବର୍ଷ ପୂର୍ବ ସନ୍ଧ୍ୟାରେ ୟୁକ୍ରେନ୍‌ର ରାଜଧାନୀ କିବ୍‌ରେ ରୁଷ୍‌ ପ୍ରଚଣ୍ଡ ଆକ୍ରମଣ କରିଛି। କେନ୍ଦ୍ରୀୟ କିବ୍‌କୁ ଟାର୍ଗେଟ୍‌ କରି ୧୦ଟି କ୍ଷେପଣାସ୍ତ୍ର ମାଡ଼ ହୋଇଥିବାରୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏୟାର ରେଡ୍‌ ସାଇରନ ତୁହାକୁ ତୁହା ବାଜୁଥିବା ବେଳେ ହଜାର ହଜାର ଲୋକ ସୁରକ୍ଷିତ ଆଶ୍ରୟସ୍ଥଳରେ ରହିଛନ୍ତି। ୟୁକ୍ରେନ୍‌ର ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ବ୍ୟବସ୍ଥା ଦ୍ବାରା ଅନେକ ରୁଷୀୟ କ୍ଷେପଣାସ୍ତ୍ରକୁ ନଷ୍ଟ କରିଦିଆଯାଇଥିଲେ ମଧ୍ୟ କ୍ଷେପଣାସ୍ତ୍ରର ଏକ ଲହରକୁ ରୋକିବା ସମ୍ଭବ ହେଉନାହିଁ । ଦୁଇଦିନ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଇଣ୍ଟରନେଟ୍‌ରେ ଅଙ୍କୁଶ ରହୁ

@PoonamPanditIND ନାମ୍ନୀ ଜଣେ ଅଭିନେତ୍ରୀଙ୍କ ଏହି ଫଟୋଟିକୁ ପୋଷ୍ଟ କରି କ୍ବାମର ନାମକ ଜଣେ ମୁସଲମାନ ବ୍ୟକ୍ତି ‘ୟେ ପୁନମ ପଣ୍ଡିତ ‌ହୈ ନା?’ ବୋଲି ପ୍ରଶ୍ନ କରିବାରୁ ପୁନମ ଉତ୍ତରରେ ଲେଖିଛନ୍ତି, ‘ଆଜ୍ଞା ହଁ, ମୁଁ ହିଁ ଅଟେ, ଆପଣଙ୍କର କିଛି ଆପତ୍ତି?’ କିଛି ଲୋକ ପୁନମଙ୍କୁ ସମର୍ଥନ କରି ଲେଖିଲେ, କାହାର ଧର୍ମବିଶ୍ବାସ ଓ ଆସ୍ଥାକୁ ନେଇ ଅନ୍ୟମାନେ କିଛି କହିବା ଉଚିତ ନୁହେଁ। ବାସ୍ ତାପରେ ଆରମ୍ଭ ହୋଇଗଲା ତୁ-ତୁ-ମେ-ମେ, ଏପରିକି ଇଣ୍ଟରନେଟ୍‌ରେ […]