ରାଜ୍ୟ ସ୍ପେଶାଲ ରିପୋର୍ଟ

ସମ୍ପତ୍ତି ତାଲିକା ନଦେଲେ ପଦୋନ୍ନତି ମିଳିବନି

ଭୁବନେଶ୍ବର : ସମସ୍ତ ସରକାରୀ ଚାକିରିଆ (ଗ୍ରୁପ୍‌-ଏରୁ ଗ୍ରୁପ୍ ଡି ପର୍ଯ୍ୟନ୍ତ) ସେମାନଙ୍କର ଜାନୁଆରି ୧, ୨୦୨୨ ପର୍ଯ୍ୟନ୍ତ ଥିବା ସମସ୍ତ ସମ୍ପତ୍ତିର ବାର୍ଷିକ ତାଲିକା ଚଳିତ ଜାନୁଆରି ୩୧ତାରିଖ ମଧ୍ୟରେ ଦାଖଲ କରିବେ। ଏଚ୍‌ଆର୍‌ଏମ୍‌ଏସ୍‌ ପୋର୍ଟାଲରେ ଥିବା ଫର୍ମାଟ ଅନୁଯାୟୀ କର୍ମଚାରୀମାନେ ସେମାନଙ୍କ ସମସ୍ତ ସ୍ଥାବର, ଅସ୍ଥାବର ସମ୍ପତ୍ତିର ତାଲିକା, ଏହାର ମୂଲ୍ୟ ଆକଳନ କରି ଅପଲୋଡ୍‌ କରିବେ। ଯଦି କେହି ଏହି ସମ୍ପତ୍ତି ତାଲିକା ଧାର୍ଯ୍ୟ ସମ‌ୟରେ ଦେବେନି ତେବେ ସେମାନଙ୍କର ପଦୋନ୍ନତି ସମୟରେ […]

ରାଜ୍ୟ

ବର୍ଷ ଆରମ୍ଭରୁ ମହାବିଭ୍ରାଟ, ଦିନ ସାରା ଖାଡ଼ା ଉପାସରେ ଶ୍ରୀଲିଙ୍ଗରାଜ

ଭୁବନେଶ୍ୱର : ବର୍ଷ ଆରମ୍ଭରୁ ମହାବିଭ୍ରାଟ। ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଯୋଗୁଁ ମହାପ୍ରଭୁ ଶ୍ରୀଲିଙ୍ଗରାଜ ରବିବାର ଦିନ ଖାଡ଼ା ଉପାସରେ ଶୋଇଛନ୍ତି। ଦିନ ୧୦ଟା ପରଠାରୁ ମନ୍ଦିର ପହଡ଼ ପଡ଼ିବା ପର୍ଯ୍ୟନ୍ତ ଠାକୁରଙ୍କ ନୀତିକାନ୍ତି ବନ୍ଦ ରହିଛି। ନୂଆବର୍ଷ ଉପଲକ୍ଷେ ରବିବାର ଦିନ ଶ୍ରୀଲିଙ୍ଗରାଜ ମନ୍ଦିରକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିବା ବେଳେ ଏ ଅବ୍ୟବସ୍ଥା ସେମାନଙ୍କୁ କଷ୍ଟ ଦେଇଛି। ଠାକୁରଙ୍କ ନୀତିକାନ୍ତି ବନ୍ଦ ଯୋଗୁଁ ଶ୍ରଦ୍ଧାଳୁ ଆଡ଼କାଠ ଠାରୁ ମହାପ୍ରଭୁଙ୍କୁ ଦର୍ଶନ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଭାରତ-ପାକିସ୍ତାନ ପରମାଣୁ ତଥ୍ୟ ଆଦାନ ପ୍ରଦାନ କଲେ

ନୂଆଦିଲ୍ଲୀ : ଭାରତ ଏବଂ ପାକିସ୍ତାନ ରବିବାର ଦିନ ପରସ୍ପରକୁ ପରମାଣୁ ତଥ୍ୟ ଆଦାନପ୍ରଦାନ କରିଛନ୍ତି। ଭାରତ ଏବଂ ପାକିସ୍ତାରେ କେତୋଟି ପରମାଣୁ ପ୍ରତିଷ୍ଠାନ ଅଛି ସେ ନେଇ ଉଭୟ ରାଷ୍ଟ୍ର ତଥ୍ୟ ଦେଇଛନ୍ତି। ଦୀର୍ଘ ୩ ଦଶନ୍ଧି ଧରି ଏହି ନିୟମ ପାଳନ ହେଉଛି। ଭାରତ ମଧ୍ୟ ପାକିସ୍ତାନରେ ବନ୍ଦୀ ଥିବା ୬୩୧ ଭାରତୀୟ ଧୀବର ଏବଂ ୨ ଜଣ ଭାରତୀୟ କଏଦୀଙ୍କୁ ଛାଡ଼ିବାପାଇଁ ପାକିସ୍ତାନକୁ କହିଛି। ସେମାନଙ୍କ କାରାଦଣ୍ଡ ସମୟ ଶେଷ ହୋଇଥିବାରୁ ସେମାନଙ୍କୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଓଡ଼ିଆ ନାମଫଳକ ପାଇଁ ନାରାଜ

ଭୁବନେଶ୍ବର,(ଚୌଧୁରୀ ଅମିତାଭ ଦାସ): ଓଡ଼ିଆରେ ନାମଫଳକ ଲେଖିବାକୁ ଉନ୍ନୟନ କମିସନର୍‌ ଚିଠି ଲେଖିଲେ। କେହି ଖାତିର୍‌ କଲେନି। ପୁଣି ଥରେ ଚିଠି ଲେଖି ସ୍ମରଣ କରାଇଲେ। ତଥାପି କେହି ମାନିଲେନି। ୮ ମାସ ପରେ ଏବେ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିଠି ଲେଖିଛନ୍ତି। ମାସକ ଭିତରେ ରିପୋର୍ଟ ଦେବା‌କୁ କହିଛନ୍ତି। ଉନ୍ନୟନ କମିସନର୍‌ଙ୍କ ନିର୍ଦ୍ଦେଶକୁ ବାଏଁ ବାଏଁ ଉଡ଼ାଇ ଦେଇଥିବା ସରକାରୀ ବାବୁମାନେ ଏବେ ସଂସ୍କୃତି ସଚିବଙ୍କ ଚିଠିକୁ ମାନିବା ନେଇ ଆଶଙ୍କା […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଚୀନ୍‌ରେ ଦୈନିକ କରୋନା ମୃତ୍ୟୁ ୯ ହଜାର

ନୂଆଦିଲ୍ଲୀ: ଚୀନ୍‌ରେ କରୋନା ଅତି ସାଂଘାତିକ ସ୍ଥିତି ସୃଷ୍ଟି କଲାଣି। ଚୀନ୍‌ କରୋନା ତଥ୍ୟ ଦେଉନଥିଲେ ସୁଦ୍ଧା‌ ବ୍ରି‌ଟେନର ଏକ ସ୍ବାସ୍ଥ୍ୟ ସଂସ୍ଥାର ଆକଳନ ଅନୁଯାୟୀ ଚୀନ୍‌ରେ ଏବେ ଦୈନିକ ପ୍ରାୟ ୯ ହଜାର ଲୋକ କରୋନାରେ ପ୍ରାଣ ହରାଉଛନ୍ତି। ଚୀନ୍‌ କରୋନା କଟକଣା ହଟାଇବା ପରଠାରୁ ସଂକ୍ରମଣ ଏବଂ ମୃତ୍ୟୁ ବଢ଼ିଚାଲିଛି। ଚୀନ୍‌ରେ କରୋନା ମୃତ୍ୟୁ ଡିସେମ୍ବରରେ ୧ ଲକ୍ଷ ଛୁଇଁଥାଇପାରେ ବୋଲି କୁହାଯାଉଛି। ଆକଳନ ଅନୁଯାୟୀ ଜାନୁଆରି ମଧ୍ୟଭାଗରେ ଚୀନ୍‌ରେ ଦୈନିକ ସଂକ୍ରମଣ ୩ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପ୍ରସଙ୍ଗ: ଖର୍ଚ୍ଚ ଚୂଡ଼ାନ୍ତ ହୋଇନି, ବିମାନ ଉଡ଼ିବ କେମିତି?

ଭୁବନେଶ୍ବର : ଭୁବନେଶ୍ବରରୁ ବିଦେଶକୁ ବିମାନ ଉଡ଼ାଣ ନିତାନ୍ତ ଆବଶ୍ୟକ। ତାହା ଏବେ ରାଜ୍ୟ ସରକାର ହେଜିଛନ୍ତି। ଏଥିପାଇଁ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛନ୍ତି। ଗତ ୨୭ରେ କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ ଇଣ୍ଡିଗୋ ବିମାନ ଭୁବନେଶ୍ବରରୁ ସିଙ୍ଗାପୁର, ଦୁବାଇ ଓ ବ୍ୟାଙ୍କକ୍‌କୁ ଉଡ଼ାଣ କରିବ। ଏଥିନିମନ୍ତେ ରାଜ୍ୟ ସରକାର ବିମାନ ଚଳାଚଳ ଖର୍ଚ୍ଚ ବହନ କରିବେ ଏବଂ ବିମାନ ଟିକେଟ୍ ବୁକିଂ ଖର୍ଚ୍ଚ ସଂପୂର୍ଣ୍ଣ ରୂପେ ପାଇବେ। କିନ୍ତୁ ଏଥିପାଇଁ ସରକାର କେତେ ଖର୍ଚ୍ଚ କରିବେ, ତାହା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ନଜରରେ ୨୦୨୪ ସାଧାରଣ ନିର୍ବାଚନ: ଲୋକାର୍ପଣ ହେବ ବହୁ ରେଳ ପ୍ରକଳ୍ପ

ଭୁବନେଶ୍ବର : ୨୦୨୪ରେ ସାଧାରଣ ନିର୍ବାଚନ। ତା’ପୂର୍ବରୁ ରେଳ ମନ୍ତ୍ରଣାଳୟ ଫୋକସ୍‌ରେ ଓଡ଼ିଶା। ନିର୍ବାଚନକୁ ନଜରରେ ରଖି ୨୦୨୩ରେ ଏକାଧିକ ପୁରୁଣା ପ୍ରକଳ୍ପ କାର୍ଯ୍ୟ ଶେଷ ସହ ନୂଆ ଟ୍ରେନ୍‌ ଚଳାଇବାକୁ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଏମିତିକି ଏପ୍ରିଲ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ୩ରୁ ୪ ଟି ରେଳ ପ୍ରକଳ୍ପର ଶୁଭାରମ୍ଭ କରିବେ ବୋଲି ସୂଚନା ମିଳିଛି। ଯେଉଁଥିରେ ବହୁ ପ୍ରତୀକ୍ଷିତ ଅନୁଗୁଳ-ସୁକିନ୍ଦା ରେଳ ପ୍ରକଳ୍ପ ରହିଛି। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଓଡ଼ିଶା ପୁଲିସ ପାଇଁ ନକ୍ସଲ ଓ ସାଇବର ଅପରାଧ ମୁଖ୍ୟ ଫୋକସ୍: ପୁଲିସ ଡିଜି

ଭୁବନେଶ୍ବର : ବର୍ଷ ୨୦୨୩। ଓଡ଼ିଶା ପୁଲିସ ପାଇଁ ମୁଖ୍ୟ ଫୋକସ ହେବ ନକ୍ସଲ, ସାଇବର ଅପରାଧ ଓ ଆଇନଶୃଙ୍ଖଳା। ଏହା ଛଡ଼ା ପୁଲିସ ମଧ୍ୟ ନିଶା କାରବାର, ଅର୍ଥନୈତିକ ଅପରାଧ ଉପରେ କଡ଼ା ନଜର ରଖିବ। ତେବେ ବର୍ଷ ଆରମ୍ଭରୁ ଭୁବନେଶ୍ବର ଓ ରାଉରକେଲାରେ ହକି ବିଶ୍ବକପର ଆୟୋଜନ ପୁଲିସ ଓ ଆମ ସମସ୍ତଙ୍କ ପାଇଁ ଚ୍ୟାଲେଞ୍ଜ ହୋଇ ରହିବ। ସେହିପରି ରାୟଗଡ଼ାରେ ଦୁଇ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ପଛରେ କୌଣସି ପ୍ରକାର ଚକ୍ରାନ୍ତ ଥିବାର […]

ଅପରାଧ ଦେଶ ବିଦେଶ

ନୂଆବର୍ଷରେ ୟୁକ୍ରେନ୍‌କୁ ଦୋହଲାଇଲେ ପୁଟିନ, ସବୁ ଅଞ୍ଚଳକୁ ଟାର୍ଗେଟ୍‌

ନୂଆଦିଲ୍ଲୀ: ସାରା ବିଶ୍ବ ଯେତେବେଳେ ୨୦୨୩ ବର୍ଷକୁ ସ୍ବାଗତ କରିବାପାଇଁ ଉତ୍ସବମୁଖର ଥିଲା ସେ ସମୟରେ ୟୁକ୍ରେନରେ ପ୍ରଚଣ୍ଡ ବିସ୍ଫୋରଣ ଜାରି ରହିଥିଲା। ଗୋଟିଏ ପଟେ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଏବଂ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନୂଆବର୍ଷ ବାର୍ତ୍ତା ରଖିଥିବା ବେଳେ ଅନ୍ୟପକ୍ଷେ ୟୁକ୍ରେନ ରାଜଧାନୀ କିବ୍‌ ସମେତ ଅନ୍ୟାନ୍ୟ ପ୍ରମୁଖ ସହରମାନଙ୍କରେ ପ୍ରଚଣ୍ଡ ଆକ୍ରମଣ ହୋଇଥିଲା। ଶନିବାର ଅପରାହ୍ନରୁ ଆରମ୍ଭ ହୋଇଥିବା ଆକ୍ରମଣ ଆଜି ବର୍ଷର ପ୍ରଥମ ଦିନରେ ବି ଜାରି ରହିଛି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ମାମା ରିକ୍ସାବାଲା: କୋଇଡ଼ା କଲେଜର ପ୍ରଥମ ବିନ୍ଧାଣୀ

କୋଇଡ଼ା (ସୁନ୍ଦରଗଡ଼) : କୋଇଡ଼ାରେ ଏହି ୮୦ ବର୍ଷୀୟ ବୃଦ୍ଧ ‘ମାମା ରିକ୍ସାବାଲା’ ଭାବେ ପରିଚିତ। ତାଙ୍କ ନାଁ ଭୀମସେନ ସାମଲ। ଜୀବନସାରା ରିକ୍ସା ଓ ଟ୍ରଲି ଟାଣି ନିଜ ଓ ତାଙ୍କ ପରିବାର ଗୁଜୁରାଣ ଚଳାନ୍ତି ‘ମାମା ରିକ୍ସାବାଲା’। ହେଲେ, ଏହି ସାଧାରଣ ମଣିଷଟିର ଅବଦାନ ଅସାଧାରଣ। କୋଇଡ଼ା ଅଞ୍ଚଳରେ ଉଚ୍ଚଶିକ୍ଷାର ଆଲୋକ ଜାଳିବା ପାଇଁ ସେ ଦେଇଥିଲେ ପ୍ରଥମ ଅନୁଦାନ। ଏବେ ତାହା ଏକମାତ୍ର ଉଚ୍ଚ ଶିକ୍ଷାନୁଷ୍ଠାନ ଭାବେ ମୁଣ୍ଡ ଟେକିଛି। ଏହି ଶିକ୍ଷାନୁଷ୍ଠାନ […]