ଅପରାଧ ରାଜ୍ୟ

ଛିଡ଼ା ହୋଇଥିବା ଟ୍ରକକୁ ଧକ୍କା ଦେଲେ ସ୍କୁଟି ଚାଳକ: ଚାଲିଗଲା ୨ ଯୁବକଙ୍କ ଜୀବନ, ଜଣେ ଗୁରୁତର

ଦାନଗଦି: ଯାଜପୁର ଜିଲା ଟମକା ଥାନା ଅନ୍ତର୍ଗତ ମହୁଲମୂଳ ଛକରେ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଜଣ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଜଣେ ଯୁବକଙ୍କୁ ଗୁରୁତର ଆହତ ଅବସ୍ଥାରେ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଖବର ମୁତାବକ, ସୋମବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଡୁବୁରୀ-ନରଣପୁର ପୂର୍ତ୍ତ ବିଭାଗ ରାସ୍ତାର ଡୁବୁରୀ ପଟରୁ ଏକ ସ୍କୁଟିରେ ୩ ଜଣ ଯୁବକ ଟମକା ପଟକୁ ଯାଉଥିବା ବେଳେ ରାସ୍ତା ଉପରେ ଠିଆ […]

ଅପରାଧ ଦେଶ ବିଦେଶ

ଦିଲ୍ଲୀରେ ଡବଲ ମର୍ଡର: ପତ୍ନୀ ଓ ବନ୍ଧୁଙ୍କୁ ହତ୍ୟା

ନୂଆଦିଲ୍ଲୀ : ଅନୈତିକ ସମ୍ପର୍କରେ ଲିପ୍ତ ଥିବା ସନ୍ଦେହ କରି ଜଣେ ବ୍ୟକ୍ତି ନିଜ ପତ୍ନୀ ଓ ତାଙ୍କ ବନ୍ଧୁଙ୍କୁ ହତ୍ୟା କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଅଭିଯୁକ୍ତକୁ ଦିଲ୍ଲୀ ପୁଲିସ ଗିରଫ କରିଛି। ପୁଲିସର ସୂଚନାନୁସାରେ, ହତ୍ୟାକାଣ୍ଡର ମାତ୍ର ୬ ଘଣ୍ଟା ମଧ୍ୟରେ ଏହାର ରହସ୍ୟ ଉନ୍ମୋଚିତ ହୋଇଛି। ଡିସେମ୍ବର ୩୦ରେ ପୁଲିସକୁ ସୂଚନା ମିଳିଥିଲା ​​ଯେ ଜଣେ ୩୦ ବର୍ଷୀୟା ମହିଳା ଏବଂ ଜଣେ ପୁରୁଷ ଗୁରୁତର ଆହତ ହୋଇ ଅରବିନ୍ଦ ମାର୍ଗର […]

ଅପରାଧ ଦେଶ ବିଦେଶ

ନୂଆ ବର୍ଷରେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା: ରାଜସ୍ଥାନରେ କାର୍‌-ଟ୍ରକ୍‌ ଧକ୍କା, ୫ ମୃତ

ଜୟପୁର: ରାଜସ୍ଥାନର ହନୁମାନଗଡ଼ ଅଞ୍ଚଳ ସ୍ଥିତ ପଲ୍ଲୁ ଥାନା ଅଧୀନରେ ଶନିବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଜଣେ ଆହତ ହୋଇଛନ୍ତି। ପୁଲିସ ସୂଚନା ଅନୁଯାୟୀ କାର୍‌ରେ ୬ ଜଣ ଯାତ୍ରୀ ଥିଲେ। ରାୱତସର-ସରଦାରସହର ମେଘା ରାଜପଥରେ କାର୍‌କୁ ସମ୍ମୁଖରୁ ଏକ ଟ୍ରକ୍‌ ପ୍ରଚଣ୍ଡ ଧକ୍କା ଦେବାରୁ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ବିକାନେର ହସ୍ପିଟାଲରେ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ସହପାଠୀଙ୍କ ନିର୍ଯାତନା ପାଇଁ ବିଦ୍ୟାଳୟ ଛାଡ଼ିଲେ ୮୦ ଆଦିବାସୀ ଛାତ୍ର

ଚେନ୍ନାଇ : ତାମିଲନାଡୁର ତାଞ୍ଜାଭୁର ଜିଲ୍ଲାର ପ୍ରାୟ ୮୦ ଆଦିବାସୀ ଛାତ୍ର ସହପାଠୀମାନଙ୍କ ଦ୍ୱାରା ନିର୍ଯାତିତ ହେବା ପରେ ସ୍କୁଲ ଯିବା ବନ୍ଦ କରି ଦେଇଛନ୍ତି। ଜିଲ୍ଲା ଶିକ୍ଷା ବିଭାଗର ଜଣେ ଅଧିକାରୀଙ୍କ କହିବାନୁସାରେ, ସେମାନେ ଅନ୍ୟ ଛାତ୍ରମାନଙ୍କ ଦ୍ୱାରା ନିୟମିତ ଭାବେ ଅପମାନିତ ହେବା ସହିତ ସେମାନଙ୍କର ଅସ୍ବାଭାବିକ ବ୍ୟବହାର ଓ ଚାଲିଚଳଣ ପାଇଁ ବିଦ୍ୟାଳୟ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ଅଙ୍ଗନୱାଡି କର୍ମଚାରୀ, ପୁଲିସ, ଚାଇଲ୍ଡ ଲାଇନ୍, ଇଣ୍ଟିଗ୍ରେଟେଡ୍ ସ୍କୁଲ୍ ଶିକ୍ଷା ବିଭାଗ ଏବଂ ବ୍ଲକ୍ […]

ଦେଶ ବିଦେଶ ରାଜନୀତି

ଦାୟିତ୍ବ ଗ୍ରହଣ କଲେ ରେଳ ବୋର୍ଡର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ : ରେଳ ବୋର୍ଡର ନୂଆ ଅଧ୍ୟକ୍ଷ ଏବଂ ସିଇଓ ଭାବେ ଅନିଲ କୁମାର ଲାହୋଟି ରବିବାର ଦିନ ଦାୟିତ୍ବ ଗ୍ରହଣ କରିଛନ୍ତି। ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ କମିଟି ଶ୍ରୀ ଲାହୋଟିଙ୍କ ନିଯୁକ୍ତିକୁ ପୂର୍ବରୁ ମଞ୍ଜୁରି ଦେଇଥିଲା। ପୂର୍ବରୁ ସେ ରେଳ ବୋର୍ଡର ସଦସ୍ୟ (ଭିତ୍ତିଭୂମି) ଭାବେ ଦାୟିତ୍ବ ନିର୍ବାହ କରୁଥିଲେ। ସେ ଭାରତୀୟ ରେଳ ଇଞ୍ଜିନିୟର୍ସ ସେବା ୧୯୮୪ ବ୍ୟାଚର ଅଧିକାରୀ। ଗ୍ବାଲିୟରସ୍ଥିତ ମାଧବ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ସାଇନ୍ସରୁ ସିଭିଲ ଇଞ୍ଜିନିୟରିଂରେ ବିଟେକ୍‌ରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ନବୀନ ନିବାସ ଲୋକାରଣ୍ୟ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସରେ ଭିଡ଼ ଜମିଥିଲା। ପୂର୍ବାହ୍ନରେ ବହୁ ମନ୍ତ୍ରୀ, ସାଂସଦ, ବିଧାୟକ, ବିଜେଡି ନେତା ଓ କର୍ମୀ ସେଠାରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ପ୍ରାୟ ଏକ ଘଣ୍ଟା ଧରି ନବୀନ ନିବାସ ପରିସର ଲୋକାରଣ୍ୟ ହୋଇଯାଇଥିଲା। ମୁଖ୍ୟମନ୍ତ୍ରୀ ପୋର୍ଟିକୋ ନିକଟକୁ ଆସି ସମସ୍ତଙ୍କୁ ଭେଟିଥିଲେ। କିଛି ସମୟ ମଧ୍ୟରେ ସେଠାରେ ଫୁଲର ଛୋଟ ପାହାଡ଼ ସୃଷ୍ଟି ହୋଇଯାଇଥିଲା। ଏକ ମାଇକ୍ରୋଫୋନ୍ ଧରି ମୁଖ୍ୟମନ୍ତ୍ରୀ […]

ଅପରାଧ ଦେଶ ବିଦେଶ

ଝାଡ଼ଖଣ୍ଡ: ଚଉଦ ଦିନ ପରେ ମିଳିଲା ଆଦିବାସୀ ମହିଳାଙ୍କ କଟାମୁଣ୍ଡ

ରାଞ୍ଚି : ହତ୍ୟାର ୧୪ ଦିନ ପରେ ଆଦିବାସୀ ମହିଳା ରୁବିକା ପାହାଡ଼ିନ (୨୨)ଙ୍କ କଟାମୁଣ୍ଡ ଶନିବାର ବୋରିଓ ବଜାର ନିକଟ ଏକ ପୋଖରୀରୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ମତ୍ସ୍ୟଜୀବୀମାନେ ମାଛ ଧରୁଥିବାବେଳେ ପୋଖରୀରେ ପଡ଼ିଥିବା ମୁଣ୍ଡକୁ ଦେଖି ବୋରିଓ ପୁଲିସକୁ ଖବର ଦେଇଥିଲେ। ରେବିକା ପାହାଡିନଙ୍କୁ ତାଙ୍କ ସ୍ୱାମୀ ଦିଲଦାର ଅନସାରୀ ଏବଂ ଶାଶୂ-ଶ୍ବଶୁର ହତ୍ୟା ପରେ ଶରୀରକୁ ଖଣ୍ଡ ଖଣ୍ଡ କରି ଫୋପାଡ଼ିଥିବା ଅଭିଯୋଗ ହୋଇଥିଲା। ପରେ ସେମାନେ ଗିରଫଦାରୀକୁ ଏଡ଼ାଇବା ଥାନାରେ ଏକ […]

ରାଜ୍ୟ

ଗାଡ଼ି ଧକ୍କାରେ ଘାଟିରୁ ଖସିଲା ବାଇକ୍‌

ନରସିଂହପୁର : ନୂଆବର୍ଷରେ ଦେଓଝର ପର୍ଯ୍ୟଟନସ୍ଥଳୀ ରାସ୍ତାରେ ରବିବାର ଦିନ ଏକ ଅଘଟଣ ଘଟିଛି। ସନ୍ଧ୍ୟା ପ୍ରାୟ ୬ଟାରେ ଅଜଣା ଗାଡ଼ି ଧକ୍କା ଦେବାରୁ ଏକ ବାଇକ୍‌ ଘାଟି ରାସ୍ତା ପାର୍ଶ୍ୱକୁ ଖସିପଡ଼ିଥିଲା। ଫଳରେ, ବାଇକ୍‌ରେ ଥିବା ଜଣେ ଯୁବକ ପ୍ରାଣ ହରାଇଛନ୍ତି। ତାଙ୍କ ପତ୍ନୀ ଗୁରୁତର ଆହତ ହୋଇଥିବା ବେଳେ ୫ବର୍ଷର ପୁଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତ ଯୁବକଜଣକ ହେଲେ, ବଡ଼ମ୍ବା ଥାନା ଇଚ୍ଛାପୁର ଗ୍ରାମର ବିଜୟ କୁମାର ସ୍ୱାଇଁ ଓରଫ ଟୁନା (୫୨)। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଅର୍କକ୍ଷେତ୍ରରେ ଗଡ଼ିଲା ସୂର୍ଯ୍ୟରଥ

କୋଣାର୍କ : ସୂର୍ଯ୍ୟପୂଜାର ପ୍ରାଚୀନ ପରମ୍ପରା ସହିତ ଜଡ଼ିତ ପବିତ୍ର ଶାମ୍ବ ଦଶମୀ ଅବସରରେ ରବିବାର ଦିନ ଅର୍କକ୍ଷେତ୍ର କୋଣାର୍କ ଚଳଚଞ୍ଚଳ ହୋଇପଡ଼ିଥିଲା। କୃଷ୍ଣପୁତ୍ର ଶାମ୍ବଙ୍କ ସୂର୍ଯ୍ୟପୂଜାରେ ରୋଗମୁକ୍ତ ହେବାର ପରମ୍ପରାକୁ ବଞ୍ଚାଇ ରଖିବା ଲକ୍ଷ୍ୟ ନେଇ ଶହଶହ ବର୍ଷ ଧରି ଶାମ୍ବଦଶମୀ ‌ତିଥି ପାଳିତ ହୋଇ ଆସୁଛି। ଶାମ୍ବଦଶମୀ ତିଥି ଅବସରରେ କୋଣାର୍କ ସୌରମହାଯଜ୍ଞ କମିଟି ପକ୍ଷରୁ ଦୁଇଦିନ ପୂର୍ବରୁ ତ୍ରିଦିବସୀୟ ସୌରମହାଯଜ୍ଞ ଆୟୋଜନ କରାଯାଇଥିଲା। ଆଜି ଶାମ୍ବ ଦଶମୀ ଅବସରରେ ପ୍ରତ୍ୟୁଷରୁ ଚନ୍ଦ୍ରଭାଗାରେ ସୂର୍ଯ୍ୟପୂଜା […]

ଦେଶ ବିଦେଶ ରାଜନୀତି

ପଶ୍ଚିମବଙ୍ଗ: ଥାନା ଜାଳିଦେବାକୁ ବିଜେପି ବିଧାୟକଙ୍କ ଧମକ

କୋଲକାତା : ପଶ୍ଚିମବଙ୍ଗ ବିଜେପି ବିଧାୟକ ସ୍ବପନ ମଜୁମଦାର ଶନିବାର ବନଗାଓଁ ଦକ୍ଷିଣ ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ଏକ ଥାନାକୁ ଜାଳି ଦେବା ପାଇଁ ଧମକ ଦେଇଛନ୍ତି। ବିଧାୟକଙ୍କ ଏଭଳି ବୟାନକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଅଶୋକନଗର ଅଞ୍ଚଳରେ ଏକ ରାଲିରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରି ମଜୁମଦାର କହିଥିଲେ ଯେ ସ୍ଥାନୀୟ ଥାନାର ଇନ୍ସପେକ୍ଟର ଏବଂ ଅଫିସର୍-ଇନ୍-ଚାର୍ଜ ବିଜେପି କର୍ମୀମାନଙ୍କୁ ହଇରାଣ କରୁଛନ୍ତି। ଅଯଥାରେ ସେମାନଙ୍କୁ ଗିରଫ […]