ରାଜ୍ୟ ସ୍ପେଶାଲ ରିପୋର୍ଟ

କଟକରେ ହକି ରାଜନୀତି: ବବିଙ୍କ ବୈଠକକୁ ଚିଠି କରି ଡାକିଲେ ପ୍ରଭାତ

କଟକ: କଟକରେ ଆୟୋଜନ ହେବାକୁ ଯାଉଥିବା ହକି ବିଶ୍ବକପ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଦଳମତ ନିର୍ବି‌ଶେଷରେ ସମସ୍ତଙ୍କୁ ସାମିଲ କରିବା ପାଇଁ ଉଦ୍ୟମ ହୋଇଥିଲା। ହେଲେ ବିରୋଧୀ ଦଳର ଚେହେରା ଭାବେ କେବଳ ଅମରେନ୍ଦୁ ମହାନ୍ତିଙ୍କୁ ବାଦ୍ ଦେଲେ କଂଗ୍ରେସ, ବିଜେପି ଅଥବା ଅନ୍ୟ କୌଣସି ଦଳର ପ୍ରତିନିଧିଙ୍କୁ ଆଜି ଓସିଏରେ ଆୟୋଜିତ ବୈଠକରେ ଦେଖିବାକୁ ମିଳି ନାହିଁ। ଏମିତିକି ବାରବାଟୀ-କଟକ ବିଧାୟକ ଇଂଜିନିୟର ମହମ୍ମଦ ମୋକିମ୍ ଓ ସାଂସଦ ଭର୍ତ୍ତୃହରି ମହତାବ ବି ଏହି ବୈଠକରେ ଯୋଗ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଶିଖରଚଣ୍ଡୀ ପାଇଁ ମାଷ୍ଟରପ୍ଲାନ୍‌: ଖର୍ଚ୍ଚ ହେବ ୨୫ କୋଟି, ୨ ବର୍ଷରେ ସରିବ

ଭୁବନେଶ୍ବର: ବହୁ ବର୍ଷ ଅପେକ୍ଷାର ଅନ୍ତ ହେବାକୁ ଯାଉଛି। ଏକ ଦଶନ୍ଧିରୁ ଅଧିକ ଦିନ ଧରି ଆଲୋଚନା, ପର୍ଯ୍ୟାଲୋଚନା ପରେ ରାଜଧାନୀର ଅନ୍ୟତମ ପ୍ରମୁଖ ଆକର୍ଷଣ ଶିଖରଚଣ୍ଡୀ ମନ୍ଦିରର ବିକାଶ ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ପାହାଡ଼ରେ ଥିବା ମୁଖ୍ୟ ମନ୍ଦିର ସମେତ ଏହାର ପାରିପାର୍ଶ୍ବିକ ଅଞ୍ଚଳର ଉନ୍ନତି ଲାଗି ପ୍ରସ୍ତୁତ ହୋଇଥିବା ମାଷ୍ଟରପ୍ଲାନ୍‌କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି। ୫୩.୬୪ ଏକର ଅଞ୍ଚଳରେ ଉନ୍ନତୀକରଣ କାର୍ଯ୍ୟ କରାଯିବ। ୨୫କୋଟି ଟଙ୍କା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଟିପିରିସିଂହାରେ ବିଚିତ୍ର ପରମ୍ପରା: ଖଟରେ ଶୋଉନାହାନ୍ତି ଗାଁଲୋକ

ଦେବଗଡ଼ : ଦଉଡ଼ି ଖଟରେ ଶୋଇଲେ ଗ୍ରାମଦେବୀ ରୋଷ ହେବେ ସେଥିପାଇଁ କାହିଁ କେଉଁଦିନରୁ ଖଟରେ ଶୁଅନ୍ତିନି ଗ୍ରାମବାସୀ। ଆଜିର ଏହି ଅତ୍ୟାଧୁନିକ ଯୁଗରେ ମଧ୍ୟ ଏଭଳି ଏକ ପ୍ରଥାକୁ ବଞ୍ଚାଇ ରଖିଛନ୍ତି ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ଅନ୍ତର୍ଗତ ଟିପିରିସିଂହା ଗ୍ରାମବାସୀ। ଯେଉଁଠି ଖଟ ପରିବର୍ତ୍ତେ ତଳେ ଖଜୁରୀପାଲରେ ତିଆରି ହୋଇଥିବା ପଟିଆ, ମସିଣା ଏବଂ ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ସେମାନେ ପଟାରେ ଶୋଉଛନ୍ତି। ଟିପିରିସିଂହା ଏକ ଆଦିବାସୀ ବହୁଳ ଗ୍ରାମ। ଏଠାରେ ପ୍ରାୟ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଖାଲି ହେଉଛି ଶ୍ରୀମନ୍ଦିର ରାଜକୋଷ

ପୁରୀ : ଖାଲି ହେଉଛି ଶ୍ରୀମନ୍ଦିର ରାଜକୋଷ। ଅବାଟରେ ଖର୍ଚ୍ଚ ହେଉଛି ଭକ୍ତଙ୍କ ଦାନ। ଆୟରେ ଶ୍ରୀମନ୍ଦିର ପ୍ରଶାସନ ବହୁ ପଛରେ ପଡ଼ିଥିବା ବେଳେ ବହୁଗୁଣା ବ୍ୟୟ ଏବେ ଚିନ୍ତା ବଢ଼ାଇଲାଣି। ଶ୍ରୀମନ୍ଦିରର ତିନି ଭକ୍ତ ନିବାସ କିଭଳି କ୍ଷତିରେ ଚାଲିଛି, ତାର ତଥ୍ୟ ପ୍ରମାଣ ନିକଟରେ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଏବେ ରଥଯାତ୍ରା, ଚନ୍ଦନଯାତ୍ରାରେ ପ୍ରାପ୍ୟ ପାଉଣାକୁ ନେଇ ଯେଉଁ ରୋଚକ ତଥ୍ୟ ଆସିଛି, ତାହା ମୁଣ୍ଡରେ ହାତ ଦେବା ଭଳି। ଯେଉଁଠି ମାତ୍ର ୧୫ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପୁରୁଣା ଗାଡ଼ି ପାଇଁ ନୂଆ ନିୟମ

କଟକ : ଭିଣ୍ଟେଜ୍ ବା ୫୦ବର୍ଷରୁ ଅଧିକ ପୁରାତନ ଭିଣ୍ଟେଜ୍ (ବିରଳ, ମୂଲ୍ୟବାନ, ପୁରୁଣା ଗାଡି) ଏଣିକି ଅଳିଆ ଗଦାକୁ ଯିବନାହିଁ। ଏହି ଭିଣ୍ଟେଜ୍ ଗାଡ଼ିଗୁଡିକୁ ଆଉ ସ୍କ୍ରାପ୍‌ରେ ବିକ୍ରି କରିବାକୁ ପଡ଼ିବ ନାହିଁ। କେନ୍ଦ୍ର ସରକାରଙ୍କ ରାଜପଥ ମନ୍ତ୍ରାଳୟ (ମୋରଥ) ଭିଣ୍ଟେଜ୍ ଗାଡ଼ିଗୁଡିକର ପଞ୍ଜୀକରଣ ପାଇଁ ଅନୁମତି ଦେବାପରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଏହାକୁ କାର୍ଯ୍ୟକାରୀ କରିଛି। ଭିଣ୍ଟେଜ୍ ଗାଡ଼ିର ମାଲିକ ଯାନର ଐତିହ୍ୟକୁ ସଂରକ୍ଷିତ ତଥା ପ୍ରୋତ୍ସାହନ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ସଭାପତି, ଉପସଭାପତିଙ୍କ ମର୍ଜିରେ ବୋର୍ଡ, ମୃତ ଲୋକ ବି ସାଧାରଣ ପରିଷଦ ସଭ୍ୟ!

କଟକ : ପାଞ୍ଚବର୍ଷରେ ଥ‌ରେ ଗଠନ ହେବାକଥା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ସାଧାରଣ ପରିଷଦ। ୯ ବର୍ଷ ନୂଆ ସାଧାରଣ ପରିଷଦ ଗଠନ ହୋଇନି। ପୂର୍ବ ପ୍ରଚଳିତ ନିୟମ ଅନୁସାରେ ସାଧାରଣ ପରିଷଦ ବୈଠକ ବର୍ଷକୁ ଅତି କମ୍‌ରେ ଦୁଇଥର ବସିବା କଥା। କିନ୍ତୁ, ତାହାକୁ ବଦଳାଇ ବର୍ଷକୁ ଥରେ ବୈଠକ ବସିବାର ନିୟମ କରାଯାଇଛି। ତଦନୁଯାୟୀ, ଗତ ଡିସେମ୍ବରରେ ପରିଷଦର ବୈଠକ ବସିଥିଲା। ଏହି ବୈଠକରେ ବୈଠକରେ ଉପସ୍ଥିତ ସଭ୍ୟମାନଙ୍କ ପ୍ରସ୍ତାବକୁ ବାଏଁ ବାଏଁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ସମ୍ବଲପୁରରେ ଆଜିଠୁ କୋର୍ଟ କାର୍ଯ୍ୟ ସ୍ବାଭାବିକ

ସମ୍ବଲପୁର : ସମ୍ବଲପୁରର କୋର୍ଟ କଚେରିରେ ଗତ ଡିସେମ୍ବର ୭ ତାରିଖରୁ ଲାଗି ରହିଥିବା ଅଚଳାବସ୍ଥା ଦୂର ହେବ। ମଙ୍ଗଳବାର ୩ ତାରିଖରୁ ସମ୍ବଲପୁରରେ ସମସ୍ତ ଅଦାଲତି କାର୍ଯ୍ୟ ସ୍ବାଭାବିକ ହେବ। ମଙ୍ଗଳବାରଠାରୁ ସମ୍ବଲପୁର ଓକିଲ ସଂଘର ସମସ୍ତ ସଦସ୍ୟ ଆନ୍ଦୋଳନରୁ ଓହରି ଆନୁଷ୍ଠାନିକଭାବେ କାର୍ଯ୍ୟରେ ଯୋଗଦେବେ ବୋଲି ବାର୍‌ ପକ୍ଷରୁ କହାଯାଇଛି। ଫଳରେ ଦୀର୍ଘ ୨୭ ଦିନ ଧରି ଜାରି ଅଚଳାବସ୍ଥାର ବସ୍ତୁତଃ ଅବସାନ ହେବାକୁ ଯାଉଛି। ସଂଘର ବରିଷ୍ଠ ସଦସ୍ୟ ପ୍ରମୋଦ କୁମାର ଦାଶଙ୍କ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଭିତ୍ତିଭୂମି ମାଗୁଛି ମଣ୍ଡି: ନିୟନ୍ତ୍ରିତ ବଜାର କମିଟିରେ ଖର୍ଚ୍ଚ ନହୋଇ ପଡ଼ିଛି ୬ କୋଟି

ସୁନ୍ଦରଗଡ଼/ଲେଫ୍ରିପଡ଼ା: ସୁନ୍ଦରଗଡ଼ ଜିଲ୍ଲାରେ ଧାନ ସଂଗ୍ରହ ପାଇଁ ଖୋଲା ଯାଇଥିବା ମଣ୍ଡିରେ ଆବଶ୍ୟକ ଭିତ୍ତିଭୂମି ନଥିବାରୁ ଚାଷୀମାନେ କଲବଲ ହେଉଛନ୍ତି। ଜିଲ୍ଲାର ୧୩୪ଟି ଧାନ ସଂଗ୍ରହ କେନ୍ଦ୍ର ମଧ୍ୟରୁ ପ୍ରମୁଖ ୪୭ଟି କେନ୍ଦ୍ରରେ ଆବଶ୍ୟକ ଭିତ୍ତିଭୂମି ଥିବା ବେଳେ ଅନ୍ୟ କିଛି କେନ୍ଦ୍ରରେ ଅସ୍ଥାୟୀ ବ୍ୟବସ୍ଥା କରାଯାଇଛି। ତେବେ ପ୍ରାୟ ୫୦ଟି କେନ୍ଦ୍ର ପଞ୍ଚାୟତ ପରିସର ନହେଲେ ଖୋଲା ଆକାଶ ତଳେ ଚାଲିଛି। କିନ୍ତୁ ମଣ୍ଡିଗୁଡ଼ିକୁ ଆବଶ୍ୟକ ଭିତ୍ତିଭୂମି ଉପଲବ୍ଧ କରାଇବା ଦାୟିତ୍ବରେ ଥିବା ନିୟନ୍ତ୍ରିତ ବଜାର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପିଏମ୍‌ କିଷାନରେ ନୂଆ କେଁ: ୪୫% ହିତାଧିକାରୀଙ୍କୁ ମିଳିନି ସହାୟତା

ଭୁବନେଶ୍ବର : ବର୍ଷାଧିକ କାଳ ଧରି ହୋଇନଥିବା ଜମି ବନ୍ଦୋବସ୍ତ, ଚକବନ୍ଦୀ ଓ ମ୍ୟୁଟେସନ୍‌ ଏବେ ଓଡ଼ିଶା ଚାଷୀଙ୍କ ଉନ୍ନତିରେ ବାଧକ ସାଜିଛି। ଏହାର ସିଧାସଳଖ ପ୍ରଭାବ ଏବେ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ହିତାଧିକାରୀଙ୍କ ଉପରେ ପଡ଼ିଛି। ରାଜ୍ୟର ପାଖାପାଖି ୪୫ ପ୍ରତିଶତ ଚାଷୀ ଏହି ଯୋଜନାରେ ସହାୟତା ପାଇବାରୁ ବଞ୍ଚିତ ହୋଇଥିବା ଜଣାଯାଇଛି। ଏହି ଯୋଜନାର ଲାଭ ନେବା ପାଇଁ କେନ୍ଦ୍ର ସରକାର ଗତବର୍ଷ ନିୟମରେ କିଛିଟା ପରିବର୍ତ୍ତନ ଆଣିଥିବାରୁ ଏହି ସମସ୍ୟା ହୋଇଥିବା ଜଣାଯାଇଛି। […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି, ଅଧିକ ଚିକିତ୍ସା ପାଇଁ ଏମ୍ସ ଆସୁଛନ୍ତି ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ

ବାଲେଶ୍ୱର: ବାଲେଶ୍ବର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆଜି ସକାଳେ ଡିସଚାର୍ଜ ହୋଇଥିବାର ଖବର ମିଳିଛି। ସ୍ବାସ୍ଥ୍ୟର ଅଧିକ ଯାଞ୍ଚ ଲାଗି ତାଙ୍କୁ ଭୁବନେଶ୍ବର ଏମ୍ସକୁ ରେଫର୍ କରାଯାଇଛି। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଲସେନ ଜଗଦେବ ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଛି। ସାଂସଦ ନିଜେ ବି କହିଥିଲେ ଯେ ତାଙ୍କୁ ଭଲ ଲାଗୁଛି। ଏଣୁ ତାଙ୍କୁ […]