ଅପରାଧ ରାଜ୍ୟ

ଅନ୍ତଃରାଜ୍ୟ ମାଫିଆ ସକ୍ରିୟ: ଦେଶୀ ବନ୍ଧୁକ ପାଇଁ କଟୁଛି କେନ୍ଦୁଗଛ

ବରଗଡ଼ : କିଛିବର୍ଷ ହେଲା ବରଗଡ଼ ଜିଲ୍ଲାର ବିଭିନ୍ନ ଜଙ୍ଗଲରୁ କେନ୍ଦୁଗଛର ସଂଖ୍ୟା ଦ୍ରୁତ ହ୍ରାସ ପାଉଛି। ଏକଦା ଜଙ୍ଗଲରେ ଭରପୂର ଦେଖାଯାଉଥିବା କେନ୍ଦୁଗଛ ଧୀରେଧୀରେ ଶୂନ୍ୟହେବାରେ ଲାଗିଛି। ଖୋଳତାଡ଼ ପରେ ତିନୋଟି ଉଦ୍‌ବେଗଜନକ ତଥ୍ୟ ସାମନାକୁ ଆସିଛି। ପ୍ରଥମ ହେଲା, ଉପକୂଳ ଓଡ଼ିଶାକୁ ବିପୁଳ ପରିମାଣର କେନ୍ଦୁକାଠ ପଟା ଆକାରରେ ଚାଲାଣ ହେଉଛି। ସେଠାରେ ହୋଟେଲ ଶିଳ୍ପରେ ଏଗୁଡ଼ିକ ବ୍ୟବହାର ହେଉଛି। ଦ୍ବିତୀୟ ହେଲା, ଦେଶୀ ବନ୍ଧୁକ ତିଆରି ପାଇଁ କେନ୍ଦୁକାଠକୁ ମାଫିଆମାନେ ଚୋରାଚାଲାଣ କରୁଛନ୍ତି। […]

ଦେଶ ବିଦେଶ ରାଜନୀତି

ବ୍ରାଜିଲ୍‌ର ରାଷ୍ଟ୍ରପତି ଭବନ, କଂଗ୍ରେସ ଓ ସୁପ୍ରିମ୍‌ କୋର୍ଟରେ ଧସେଇ ପଶିଲେ ପୂର୍ବତନ ରାଷ୍ଟ୍ରପତି ବୋଲ୍‌ସୋନାରୋଙ୍କ ୩୦୦୦ ସମର୍ଥକ

ବ୍ରଜିଲିଆ: ପୂର୍ବତନ ବ୍ରାଜିଲୀୟ ରାଷ୍ଟ୍ରପତି ଜାଇର୍‌ ବୋଲ୍‌ସୋନାରୋଙ୍କ ସମର୍ଥକମାନେ ରବିବାର ଦିନ ପୁଲିସ ବାରିକେଡ୍‌ ଭାଙ୍ଗି ଦେଶର କଂଗ୍ରେସ, ରାଷ୍ଟ୍ରପତିଙ୍କ ପ୍ରାସାଦ ଓ ସୁପ୍ରିମ୍‌ କୋର୍ଟ ମଧ୍ୟକୁ ବଳପୂର୍ବକ ପ୍ରବେଶ କରିଛନ୍ତି। ‘ଫାଶୀବାଦ’ ଆକ୍ରମଣ କହି ରାଷ୍ଟ୍ରପତି ଲୁଇଜ୍‌ ଇନାସିଓ ଲୁଲା ଦା ସିଲ୍‌ଭା ଏହି ଘଟଣାକୁ ନିନ୍ଦା କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି ବୋଲ୍‌ସୋନାରୋ ମଧ୍ୟ ଜାତୀୟ କଂଗ୍ରେସ ଓ ରାଷ୍ଟ୍ରପତି ପ୍ରାସାଦରେ ହୋଇଥିବା ଲୁଟ୍‌ତରାଜ ଓ ଆକ୍ରମଣକୁ ନିନ୍ଦା କରିଛନ୍ତି। ଶାଗୁଆ ଓ ହଳଦିଆ ପୋଷାକ […]

ଅପରାଧ ରାଜ୍ୟ

ଭିଜିଲାନ୍ସ ଜାଲରେ ରାୟଗଡ଼ା ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ, ୧୧ ଲକ୍ଷ ୩୪,୫୬୦ ଟଙ୍କା ଜବତ

ରାୟଗଡ଼ା: ଭିଜିଲାନ୍ସ ଜାଲରେ ରାୟଗଡ଼ା ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ କିଶୋର ଚନ୍ଦ୍ର ନାୟକ। ତାଙ୍କଠାରୁ ଅନୈତିକ ଉପାୟରେ ଆୟ କରିଥିବା ୧୧ ଲକ୍ଷ ୩୪ ହଜାର ୫୬୦ ଟଙ୍କା ଜବତ କରିଛି ଭିଜିଲାନ୍ସ। ସୂଚନା ଅନୁଯାୟୀ ଗତ ୮ ତାରିଖ ରାତିରେ ରାୟଗଡ଼ା ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ କିଶୋର ଚନ୍ଦ୍ର ନାୟକଙ୍କଠାରୁ ଓଡିଶା ଭିଜିଲାନ୍ସର ଏକ ଟିମ୍ ବ୍ୟାଗରେ ଥିବା ନଗଦ ୫ ଲକ୍ଷ ୪,୫୬୦ ଟଙ୍କା ଜବତ କରିଥିଲା। ସେ ଏହି ଟଙ୍କାକୁ […]

ଦେଶ ବିଦେଶ ରାଜନୀତି

ଅର୍ଥମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଗରିବମାନଙ୍କ ଦୁର୍ଦ୍ଦଶା ବୁଝନ୍ତି: ଲୋକସଭା ବାଚସ୍ପତି ଓମ୍‌ ବିର୍ଲା

କୋଟା: ରବିବାର ଦିନ ରାଜସ୍ଥାନର କୋଟାସ୍ଥିତ ଦଶହରା ଷ୍ଟାଡିୟମ୍‌ରେ ଆୟୋଜିତ ‘କ୍ରେଡିଟ୍‌ ଆଉଟ୍‌ରିଚ୍‌ ପ୍ରୋଗ୍ରାମ୍‌’ରେ ବିଭିନ୍ନ ହିତାଧିକାରୀଙ୍କୁ ଉଦ୍‌ବ‌ୋଧନ ଦେବା ବେଳେ ଲୋକସଭାର ବାଚସ୍ପତି ଓମ୍‌ ବିର୍ଲା କହିଛନ୍ତି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଗରିବମାନଙ୍କ ଦୁର୍ଦ୍ଦଶା ବୁଝନ୍ତି। ନିର୍ମଳା ସୀତାରମଣଙ୍କୁ ପ୍ରଶଂସା କରି ବିର୍ଲା କହିଲେ, କେନ୍ଦ୍ର ଅର୍ଥମନ୍ତ୍ରୀ ବର୍ତ୍ତମାନ ଆଗାମୀ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ପ୍ରସ୍ତୁତି କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ସେ କହିଥିଲେ, ଆଗାମୀ ବର୍ଷ ପାଇଁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଜଧାନୀରେ ପୁଣି କୃଷକ ଆନ୍ଦୋଳନ: ନବୀନ ନିବାସ ଆଡ଼କୁ ଯିବା ବାଟ‌ରେ ଚାଷୀଙ୍କୁ ଉଠାଇନେଲା ପୁଲିସ

ଭୁବନେଶ୍ବର: ରାଜଧାନୀରେ ଆଜି ସକାଳେ ପୁଣି କୃଷକ ଆନ୍ଦୋଳନ ଦେଖିବାକୁ ମିଳିଛି। ଆଜି ଶତାଧିକ ଚାଷୀ ଦୁଇଟି ଟ୍ରାକ୍ଟରରେ ଧାନ ବସ୍ତା ଆଣି ନବୀନ ନିବାସ ଆଡ଼କୁ ଯିବାକୁ ଉଦ୍ୟମ କରିଥିଲେ। ହେଲେ ନବୀନ ନିବାସକୁ ଯିବା ବାଟରେ ନବନିର୍ମାଣ କୃଷକ ସଂଗଠନର କର୍ମୀମାନଙ୍କୁ ଉଠାଇ ନେବାରେ ସଫଳ ହୋଇଥିଲା ପୁଲିସ। ନବନିର୍ମାଣ କୃଷକ ସଂଗଠନର କର୍ମୀମାନେ ରାସ୍ତାରେ ଧାନ ଢାଳି ପ୍ରତିବାଦ କରିଥିଲେ। ନବୀନ ନିବାସ ଯିବା ବାଟରେ ପୁଲିସ ଅଟକାଇବା ଯୋଗୁ କୃଷକ ଓ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ମୃତ୍ୟୁର ମୁଖ୍ୟ କାରଣ କୋଭିଡ୍‌-୧୯ ନ ଲେଖିବାକୁ ଚୀନା ଡାକ୍ତରମାନଙ୍କୁ ନିର୍ଦେଶ

ବେଜିଙ୍ଗ୍‌: କରୋନାଭାଇରସ୍‌ଜନିତ ମୃତ୍ୟୁ ଯୋଗୁଁ ସମଗ୍ର ଚୀନ୍‌ରେ ଥିବା ଶବ ସତ୍କାର ଗୃହ ପୂର୍ଣ୍ଣ ହୋଇ ଶବ ବଳି ପଡୁଥିଲେ ବି ଚୀନ୍‌ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫୦୦୦ରୁ ସାମାନ୍ୟ ଅଧିକ ବୋଲି ଉଲ୍ଲେଖ କରୁଛି। ସମ୍ବାଦ ସରବରାହ ସଂସ୍ଥାନ ‘ଏନ୍‌ଟିଡି’ ରିପୋର୍ଟ କରିଛି ଯେ, କୋଭିଡ୍‌-୧୯ ମୃତ୍ୟୁର ମୁଖ୍ୟ କାରଣ ବୋଲି ଉଲ୍ଲେଖ ନ କରିବାକୁ ଚୀନ୍‌ର ଡାକ୍ତରମାନଙ୍କୁ କୁହାଯାଇଛି। ‘ନ୍ୟୁୟର୍କ ଟାଇମ୍‌ସ୍‌’ ରିପୋର୍ଟରୁ ତଥ୍ୟ ସଂଗ୍ରହ କରି ‘ଏନ୍‌ଟିଡି’ ରିପୋର୍ଟ କରିଛି ଯେ, ବେଜିଙ୍ଗ୍‌ସ୍ଥିତ ଏକ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ବେଜିଂରେ ସଂକ୍ରମଣ ଅଣାୟତ୍ତ: ହସ୍ପିଟାଲ୍‌‌ରେ ବେଡ୍‌ ନାହିଁ, ଷ୍ଟ୍ରେଚରରେ ରୋଗୀଙ୍କୁ ଚିକିତ୍ସା

ନୂଆଦିଲ୍ଲୀ: ଚୀନ୍‌ରେ କରୋନା ସଂକ୍ରମଣ ଅତି ସାଂଘାତିକ ଭାବେ ବଢ଼ିଚାଲିଛି। ବେଜିଂ ସ୍ଥିତି ଅତି ଜଟିଳ ରହିଛି। ବେଜିଂରେ ହସ୍ପିଟାଲ୍‌ଗୁଡ଼ିକରେ ଆଉ ବେଡ୍‌ ମିଳୁନି। ଲୋକମାନେ ହସ୍ପିଟାଲ୍‌ ହଲ୍‌ୱେରେ ଷ୍ଟ୍ରେଚର୍‌ରେ ଚିକିତ୍ସିତ ହେଉଛନ୍ତି। କିଛି ଲୋକ ମଧ୍ୟ ହ୍ବିଲଚେୟାରରେ ଅକ୍ସିଜେନ୍‌ ନେଉଛନ୍ତି। ଗୁରୁବାର ବେଜିଂର ଚୁଆଙ୍ଗଲିଉ ହସ୍ପିଟାଲ୍‌ରେ ବେଡ୍‌ ସମ୍ପୂର୍ଣ୍ଣ ଶେଷ ହୋଇଯାଇଛି। କିନ୍ତୁ ଏହାସତ୍ତ୍ବେ ବି ଗୁରୁତର ରୋଗୀ ସବୁ ହସ୍ପିଟାଲକୁ ଆସୁଥିବାରୁ ଡାକ୍ତର ଏବଂ ନର୍ସଙ୍କ ଉପରେ ଚାପ ବଢ଼ିଛି। ସେମାନେ ଅତି ଗୁରୁତର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜିଠୁ ବଢ଼ିବ ଶୀତ

ଭୁବନେଶ୍ବର : ରାଜ୍ୟକୁ ଶୀତ ଫେରିଛି। ତାପମାତ୍ରା ଧୀ‌ରେ ଧୀରେ ଖସିବା ଆରମ୍ଭ ହୋଇଗଲାଣି। ୨୪ ଘଣ୍ଟା ପରେ ତାପମାତ୍ରା ୩ରୁ ୫ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିବ। ଫଳରେ ଶୀତର ପ୍ରକୋପ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗତରାତିରେ ଦ୍ବୈତନଗରୀ ଭୁବନେଶ୍ବର ଓ କଟକର ରାତି ତାପମାତ୍ରାରେ ହ୍ରାସ ଦେଖିବାକୁ ମିଳିଥିଲା। କଟକର ସର୍ବନିମ୍ନ ୧୫.୨ଡିଗ୍ରି ଓ ଭୁବନେଶ୍ବରରେ ୧୫.୮ ଡିଗ୍ରି ରହିଥିଲା। ସେହିପରି ଗତ ମଧ୍ୟରାତିରୁ ଆରମ୍ଭ ହୋଇଥିବା କୁହୁଡ଼ି […]

ଅପରାଧ ଦେଶ ବିଦେଶ

ଦିଲ୍ଲୀ ଆତଙ୍କ: ଅଞ୍ଜଳିଙ୍କୁ ଘୋଷାରି ନେଇଥିବା କାର୍‌ର ମାଲିକ ଗିରଫ

ନୂଆଦିଲ୍ଲୀ: ଜାନୁଆରି ପହିଲାରେ (ରାତି ୨ଟା) ୨୦ ବର୍ଷୀୟ ଅଞ୍ଜଳିଙ୍କୁ କିଛି କିଲୋମିଟର୍‌ ଘୋଷାରି ନେଇଥିବା ବାଲେନୋ କାର୍‌ର ମାଲିକ ଆଶୁତୋଷଙ୍କୁ ଆଜି ଦିଲ୍ଲୀ ପୁଲିସ ଗିରଫ କରିଛି। ଅଞ୍ଜଳିଙ୍କ ସ୍କୁଟର୍‌କୁ ଧକ୍କା ଦେବା ସମୟରେ ଉକ୍ତ କାର୍‌ରେ ୫ଜଣ ବ୍ୟକ୍ତି ଥିଲେ। ସେମାନେ ହେଲେ, ୨୬ ବର୍ଷିୟ ଦୀପକ ଖାନ୍ନା, ୨୫ ବର୍ଷିୟ ଅମିତ ଖାନ୍ନା, ୨୭ ବର୍ଷିୟ କୃଷ୍ଣ, ୨୬ ବର୍ଷିୟ ମିଥୁନ ଓ ୨୭ ବର୍ଷିୟ ମ‌ନୋଜ ମିତ୍ତଲ। ସମ୍ପ୍ରତି ସେମାନେ ପୁଲିସ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

୧୨୨ ବର୍ଷରେ ସବୁଠୁ ଗରମ ଡିସେମ୍ବର

ଭୁବନେଶ୍ବର : ହିମେ କାର୍ତ୍ତିକ ମାର୍ଗଶିର.. ରାତିରେ ପଡ଼ଇ ଶିଶିର, ଶୀତରେ ପୌଷ ମାଘ ମାସ… ଦେହରେ ରଖ ଶୀତବାସ। ଆଉ ମାର୍ଗଶିରରେ ଶିଶିର ପଡ଼ୁନାହିଁ କି ପୌଷରେ ଶୀତବାସ ଲୋଡ଼ା ପଡ଼ୁନାହିଁ। ଚଳିତ ବର୍ଷ ମାର୍ଗଶିର ଓ ପୌଷ (ଡିସେମ୍ବର‌)ରେ ଶୀତବସ୍ତ୍ର ତ ଦୂର କଥା ଫ୍ୟାନ୍‌ ନ ଲଗେଇଲେ ଶୋଇ ହେଉନଥିଲା। କାରଣ ଡିସେମ୍ବରରେ ଶୀତ ନଥିଲା, ଥିଲା ଉଷ୍ମତା। ଉଷ୍ମତା ଏତେ ଥିଲା ଯେ, ତାହା ୧୨୨ ବର୍ଷର ରେକର୍ଡ ଭାଙ୍ଗି ଦେଇଥିଲା। […]