ବିହାର ପରେ ମଧ୍ୟପ୍ରଦେଶରେ ମିଳିବ ମାଗଣା କରୋନା ଟିକା
ନୂଆଦିଲ୍ଲୀ ୨୯/୧୦: ମଧ୍ୟପ୍ରଦେଶ ବାସିନ୍ଦାଙ୍କ ପାଇଁ ଭଲ ଖବର। ବିହାର ପରେ ମଧ୍ୟପ୍ରଦେଶରେ ଦିଆଯିବ ମାଗଣାରେ କରୋନା ଟିକା। ଭାରତୀୟ ଜନତା ପାର୍ଟି ଏମିତି କିଛି ପ୍ରତିଶ୍ରୁତି କରିଛି। ନଭେମ୍ବର ୩ରେ ୧୮ଟି ବିଧାନସଭା କ୍ଷେତ୍ରରେ ଉପନିର୍ବାଚନ ହେବ, ଯେଉଁଥିପାଇଁ ବିଜେପି ନିଜ ଘୋଷଣାପତ୍ରରେ ମଧ୍ୟପ୍ରଦେଶର ପ୍ରତ୍ୟେକ ବାସିନ୍ଦାକୁ କୋଭିଡ ଭାକସିନ ମାଗଣାରେ ଦିଆଯିବା ନେଇ ପ୍ରତିଶ୍ରୁତି ଦେଇଛି। ୨୯ ନିର୍ବାଚନୀ କ୍ଷେତ୍ରରୁ ପ୍ରତ୍ୟେକଙ୍କ ପାଇଁ ବିଜେପି ସଂକଳ୍ପ ପତ୍ର ଶୀଷର୍କରୁ ଅଲଗା ଘୋଷଣାପତ୍ର ଜାରି କରିଛି। […]