ଚୀନ୍ ଆକ୍ରମଣ ଭୟ: ଗୋଟିଏ ଲଢୁଆ ବିମାନ ନିଖୋଜ ହେବାରୁ ଯାଞ୍ଚ ଲାଗି ୧୫୦ଟିଯାକ ଏଫ୍-୧୬ ଲଢୁଆ ବିମାନ ଉଡ଼ାଣ ବନ୍ଦ କଲା ତାଇୱାନ୍
ତାଇପେଇ (ତାଇୱାନ୍): ସାମରିକ ଅଭ୍ୟାସ ବେଳେ ଗୋଟିଏ ଲଢୁଆ ବିମାନ ନିଖୋଜ ହେବା ପରେ ନିରାପତ୍ତା ଯାଞ୍ଚ ନିମନ୍ତେ ତାଇୱାନ୍ ତା’ର ସମସ୍ତ ଏଫ୍-୧୬ ଲଢୁଆ ବିମାନଗୁଡ଼ିକର ଉଡ଼ାଣ ବନ୍ଦ କରାଇଥିବା କଥା ବୁଧବାର ଦିନ ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି। ତାଇୱାନ ଆକାଶରୁ ୧୫୦ଟିଯାକ ଲଢୁଆ ବିମାନ ପ୍ରତ୍ୟାହାର କରିବା ନିଷ୍ପତ୍ତି ଫଳରେ ଚୀନ୍ ଲଢୁଆ ଜେଟ୍ଗୁଡ଼ିକୁ ଚେତାବନୀ ଦେବାକୁ ତା’ ପାଖରେ ସୀମିତ ସଂଖ୍ୟକ ଲଢୁଆ ବିମାନ ରହିଲା। ଗତ କିଛି ମାସ ହେବ ଗଣତାନ୍ତ୍ରିକ […]