ଶ୍ରୀମନ୍ଦିରରେ ୪୦ ବର୍ଷ ହେଲା ପାଳନ ହୋଇନି ଶମ୍ଭୁ ଏକାଦଶୀ
ସେୟାର ପୁରୀ : ଶ୍ରୀମନ୍ଦିରର ଏକ ଅନନ୍ୟ ପରମ୍ପରା ହେଉଛି ଶମ୍ଭୁ ଏକାଦଶୀ ନୀତି। ଏହିଦିନ ପ୍ରସିଦ୍ଧ ଲୋକନାଥ ମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନଙ୍କ ସହ ପ୍ରଭୁ ଲୋକନାଥଙ୍କ ଭେଟ ହୋଇଥାଏ। ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ ଓ ଲୋକନାଥଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ଗୋଟିଏ ପାଲିଙ୍କିରେ ବସି ପୂଜା ପାଆନ୍ତି। ତେବେ ଶ୍ରୀମନ୍ଦିର ପ୍ରଶାସନ ଓ ଲୋକନାଥ ପ୍ରଶାସନର ଆନ୍ତରିକତା ଅଭାବରୁ ଗତ ୪୦ ବର୍ଷ ଧରି ଏହି ବିରଳ ପରମ୍ପରା ଅଟକି […]