ଆର୍ଏମ୍ସିରେ ଅଫିସର ରାଜ: ଭାଙ୍ଗିଗଲାଣି ଗେଟ୍, ଅଧପନ୍ତରିଆ ଡ୍ରେନ୍
ରାଉରକେଲା: ଜନପ୍ରତିନିଧି ନଥିବାରୁ ରାଉରକେଲା ମହାନଗର ନିଗମ (ଆର୍ଏମ୍ସି)ରେ ଚାଲିଛି ଅଫିସର ରାଜ୍। ରାଜନୈତିକ ଦଳର ଉଦାସୀନତାରୁ ପାଣ୍ଠିର ସଠିକ୍ ବିନିଯୋଗ ହୋଇପାରୁ ନଥିବା ଅଭିଯୋଗ ହେଉଛି। ଡ୍ରେନ୍, ପାର୍କ ପୁନରୁଦ୍ଧାର କାର୍ଯ୍ୟରୁ ଆରମ୍ଭ କରି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍ସିସି) ଓ ମେଟେରିଆଲ ରିକଭରି ପ୍ୟାସିଲିଟି (ଏମ୍ଆର୍ଏଫ୍) ଆଦି କାମରେ ଅନିୟମିତତା ହେଉଥିବା ମିଳିଥିବା ତଥ୍ୟରୁ ଜଣାପଡିଛି। ସହରର ବାହାରୁଥିବା ଅଳିଆ ଆବର୍ଜନାରୁ ଖତ ପ୍ରସ୍ତୁତି ପାଇଁ ବିଭିନ୍ନ ସ୍ଥାନରେ ନିର୍ମାଣ ହୋଇଛି ଏମ୍ସିସି /ଏମ୍ଆର୍ଏଫ୍। […]