ନାବାଳିକା ଦୁଷ୍କର୍ମ ମାମଲା: ଦୋଷୀକୁ ୨୦ ବର୍ଷ ଜେଲ୍ ଦଣ୍ଡ
ବ୍ରହ୍ମପୁର: ନାବାଳିକା ଦୁର୍ଷ୍କମ ମାମଲାରେ ଆଜି ଜଣେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ତାକୁ ୨୦ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିବା ଜଣାପଡ଼ିଛି। ଅଭିଯୁକ୍ତ ଜଣକ ହେଲା ପୁରୁଷୋତ୍ତମପୁର ଥାନା ଅଂଚଳର ବୃନ୍ଦାବନ ନାୟକ ଓରଫ୍ ବୁଲୁ (୩୫)। ସୂଚନା ମୁତାବକ, ୨୦୧୯ ମେ୧୪ ତାରିଖ ମଧ୍ୟାହ୍ନରେ ତିନିଜଣ ନାବାଳିକା ପୋଖରୀକୁ ଗାଧୋଇବାକୁ ଯାଉଥିବା ବେଳେ ଅଭିଯୁକ୍ତ ବୁଲୁ ସେମାନଙ୍କୁ ଅସଦାଚାରଣ କରିବା ସହ ଜଣକୁ ବଳପୂର୍ବକ ଟେକି ନେଇ ଦୁଷ୍କର୍ମ କରିଥିଲା। ଅନ୍ୟ ଦୁଇ ନାବାଳିକା […]