ଶିକ୍ଷାନୁଷ୍ଠାନରେ ଆତ୍ମଘାତୀ ବିସ୍ଫୋରଣ; ୧୯ ମୃତ ୨୮ ଆହତ, ଦୁର୍ଭାଗ୍ୟପୂର୍ଣ୍ଣ କହିଲା ତାଲିବାନ
କାବୁଲ: ଯେବେଠାରୁ ଆଫଗାନିସ୍ତାନ ତାଲିବାନ କବ୍ଜାରେ ଆସିଲାଣି ସେବେଠାରୁ ଦେଶ ସବୁବେଳେ ଅଶାନ୍ତ ରହୁଛି। କେଉଁଠି ବନ୍ଧୁକ ମାଡ଼ ତ ଆଉ କେଉଁଠି ବୋମା ମାଡ଼ରେ ଥରୁଛି ଆଫଗାନିସ୍ତାନ। ବାରୁଦ ଧୂଆଁରେ ଆକ୍ତାମାକ୍ତା କାବୁଲ ଲୋକେ। ଶୁକ୍ରବାର ପୁଣି ଏକ ଭୟଙ୍କର ବୋମା ବିସ୍ଫୋରଣ ହୋଇଛି। ଏଥିରେ ୧୯ ଜଣଙ୍କର ମୃତ୍ୟୁ ହୋଇଛି। ରାଜଧାନୀ କାବୁଲର ଶିତ୍ତେ ଏରିଆରେ ଥିବା ଏକ ଶିକ୍ଷାନୁଷ୍ଠାନରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଘଟଣା ସମ୍ପର୍କରେ ସୂଚନା ଦେଇ ପୁଲିସ ପ୍ରବକ୍ତା ଖାଲିଦ […]