ରାଜ୍ୟ ସ୍ପେଶାଲ ରିପୋର୍ଟ

ଖସୁଛି ପାରଦ: ଜି.ଉଦୟଗିରି ସବୁଠୁ ଥଣ୍ଡା ସହର

ଭୁବନେଶ୍ବର : ଖସୁଛି ପାରଦ। ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଆରମ୍ଭ ହୋଇଯାଇଥିବା ବେଳେ ଆଜି ରାଜ୍ୟର ୧୪ ସହରର ତାପମାତ୍ରା ୧୫ ଡିଗ୍ରି ତଳେ ରହିଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ ୯.୬ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ସମତଳ ଅଞ୍ଚଳମାନଙ୍କ ମଧ୍ୟରେ ଫୁଲବାଣୀରେ ସର୍ବନିମ୍ନ ୧୧.୫ ଡିଗ୍ରି ରାତ୍ରି ତାପମାତ୍ରା ରେକର୍ଡ ହୋଇଛି। କୋରାପୁଟ ଜିଲ୍ଲା ସେମିଳିଗୁଡ଼ାରେ ୧୦.୩ ଡିଗ୍ରି, ସୁନ୍ଦରଗଡ଼ ଜିଲ୍ଲା କିରେଇରେ ୧୧.୭ ଡିଗ୍ରି ଓ ଦାରିଙ୍ଗବାଡ଼ିରେ ୧୨ […]

ଅପରାଧ ରାଜ୍ୟ

ସରକାରୀ ଜମିରେ ଚାଲିଥିଲା ଗଞ୍ଜେଇ ଚାଷ, ଅବକାରୀ ବିଭାଗ ଓ ପୋଲିସ ମିଳିତ ଭାବେ କଲା ନଷ୍ଟ

ବାଲିଗୁଡ଼ା ୧୫।୧୧ : ୨କୋଟି ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ବାଲିଗୁଡା ପୋଲିସ । କନ୍ଧମାଳ ଜିଲ୍ଲା ବାଲିଗୁଡାରେ ବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ l ବାଲିଗୁଡା ଥାନା ଅଧିକାରୀଙ୍କ ନେତୃତ୍ୱରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ଖବର ଅନୁଯାୟୀ, ପୋଲିସ ଫୋର୍ସ ଏବଂ ଅବକାରୀ ବିଭାଗ ମିଳିତ ଭାବେ ବାଲିଗୁଡା ଥାନା ଦୁଦୃକିଆ ଗ୍ରାମ ପଞ୍ଚାୟତ ସିପାଞ୍ଜିର ଅଞ୍ଚଳରେ ଚଢାଉ କରିଥିଲା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀଗୁଣ୍ଡିଚା ମନ୍ଦିରରେ ଏବେ ବି କୋଭିଡ୍‌ କଟକଣା

ପୁରୀ : ଶ୍ରୀମନ୍ଦିର ଭଳି ଶ୍ରୀଗୁଣ୍ଡିଚା ମନ୍ଦିର ଭକ୍ତଙ୍କ ପାଇଁ ସଂପୂର୍ଣ୍ଣ ଖୋଲା ଥିଲା। ବାହାରୁ ଆସୁଥିବା ଭକ୍ତମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରଭୁଙ୍କ ଜନ୍ମସ୍ଥାନ ଶ୍ରୀଗୁଣ୍ଡିଚା ମନ୍ଦିର ବି ବୁଲି ‌ଘରକୁ ଫେରୁଥିଲେ। କିନ୍ତୁ କୋଭିଡ୍‌ ପାଇଁ ୩ ବର୍ଷ ହେବ ଶ୍ରୀଗୁଣ୍ଡିଚା ମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିଛି। ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲିଥିଲେ ବି ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପ୍ରବେଶରେ କଟକଣାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଅନ୍ୟପଟେ ଏପରି କରି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଖସୁଛି ପାରଦ, ବଢୁଛି ଶୀତ : ଜି ଉଦୟଗିରିରେ ୧୦ ଡିଗ୍ରୀ ତଳକୁ ଖସିଲା ପାରଦ

ଭୁବନେଶ୍ୱର ୧୫।୧୧ : ଖସୁଛି ପାରଦ, ବଢୁଛି ଶୀତ । ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଆରମ୍ଭ ହୋଇଯାଇଥିବା ବେଳେ ରାଜ୍ୟର ୧୪ ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା କନ୍ଧମାଳ ଜିଲ୍ଲା ଜି ଉଦୟଗିରିରେ ରେକର୍ଡ ହୋଇଛି । ଜି ଉଦୟଗିରିରେ ୯. ୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଫୁଲବାଣୀରେ ସର୍ବନିମ୍ନ ରାତ୍ରୀ ତାପମାତ୍ରା ୧୧.୫ ଡିଗ୍ରୀ ରହିଥିବା ରେକର୍ଡ ହୋଇଛି । କୋରାପୁଟ ଜିଲ୍ଲାର ସେମିଳିଗୁଡ଼ାରେ […]

ଅପରାଧ ରାଜ୍ୟ

ବନ୍ଧୁକ ଦେଖାଇ ୧୪ ଲକ୍ଷ ଟଙ୍କା ଲୁଟିନେଲେ ୨ ଦୁର୍ବୃତ୍ତ

ରାଉରକେଲା ୧୪/୧୧: ବ୍ୟାଙ୍କକୁ ଟଙ୍କା ଡିପୋଜିଟ୍‌ କରିବାକୁ ଗଲାବେଳେ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ନାଲି ପଲସର୍‌ପରେ ଆସି ବନ୍ଧୁକ ମୁନରେ ନେଇଗଲେ ୧୪ ଲକ୍ଷ ୯୩ ହଜାର ୪୦୦ ଟଙ୍କା। ରାଉରକେଲା ମହାନଗର ନିଗମ ପାଖ ରିଂ ରୋଡରେ ଏପରି ଘଟଣା ହୋଇଛି। ଖବର ଅନୁସାରେ, ସେଠାକାର ପ୍ରତିଷ୍ଠିତ ବ୍ୟବସାୟୀଙ୍କ କର୍ମଚାରୀ ପ୍ରଶାନ୍ତ ବିଶ୍ୱାଳ କୋଏଲ ନଗରଘରୁ ୧୪ ଲକ୍ଷ ଲକ୍ଷ ୯୩ ହଜାର ୪୦୦ ଟଙ୍କା ନେଇ ଉଦିତ ନଗର ବ୍ୟାଙ୍କକୁ ଜମା କରିବାକୁ ଯାଉଥିଲେ। […]

ରାଜ୍ୟ

ଭାରସାମ୍ୟ ହରାଇ ଓଲଟିଲା ଅଟୋ, ତିନି ଗୁରୁତର

ଧର୍ମଗଡ଼ ୧୪।୧୧ : ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଏହି ଦୁର୍ଘଟଣାରେ ତିନି ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, କଳାହାଣ୍ଡି ଜିଲ୍ଲା କୋକସରା ଥାନା ଚୋର ନିଦୁଆର ଗାଁରୁ ଧନଶୂଳିକୁ ଅଟୋରେ କିଛି ଯାତ୍ରୀ ଯାଉଥିଲେ । ଏହି ସମୟରେ ଅଟୋଟି କୁସୁମଖୁଣ୍ଟି ନିକଟରେ ଥିବା ବୁଲାଣିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଯାହାଫଳରେ ଅଟୋରେ ଥିବା ତିନି ଜଣ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବଡଦେଉଳରେ ପୋଢୁଆଁ ଯାତ୍ରା, ଶ୍ରୀମାଧବଙ୍କ ପୀଠରୁ ଶ୍ରୀକ୍ଷେତ୍ର ଯିବ ପୋଢୁଆଁ ଭାର

ଭୁବନେଶ୍ୱର ୧୪।୧୦ : ନଭେମ୍ବର ୧୬ ତାରିଖ ୨୦୨୨ ମାନେ ଆସନ୍ତା ବୁଧବାର ମାର୍ଗଶୀର ଅଷ୍ଟମୀ ତିଥିରେ କାଳିଆର ପୋଢୁଆଁ । ଏନେଇ ଠାକୁରଙ୍କ ମଉଳା କ୍ଷେତ୍ର କୁହାଯାଉଥିବା ପ୍ରାଚୀର ଅଧିଷ୍ଠାତା ଦେବତା ଶ୍ରୀମାଧବଙ୍କ ପୀଠରୁ ପୋଢୁଆଁ ଭାର ଶ୍ରୀକ୍ଷେତ୍ର ପଠାଯିବ । ରତ୍ନସିଂହାସନସ୍ଥ ମହାପ୍ରଭୁ ଶ୍ରୀଜଗନ୍ନାଥ ,ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ,ସୁଦର୍ଶନ ,ମାଧବ , ଭୂଦେବୀ ଓ ଶ୍ରୀଦେବୀଙ୍କ ପାଇଁ ପାଟବସ୍ତ୍ର ଯିବ । ପ୍ରଥମାଷ୍ଟମୀ ପୂର୍ବଦିନ ଅର୍ଥାତ ସପ୍ତମୀ ତିଥି ୧୫ ତାରିଖ ମଙ୍ଗଳବାର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଚୂମନଙ୍କ ପରିବାରକୁ ସାହା ହେଲା ପ୍ରଶାସନ, ସହାୟତାର ହାତ ବଢାଇଲେ ଜିଲ୍ଲାପାଳ

ବଲାଙ୍ଗୀର ୧୪/୧୧: ପେପର ବୟ ଚୁମନ ରାଓଙ୍କ ପରିବାରକୁ ଫେରିବ ଖିୁସି । ସତରେ ବଡ ହୋଇ ଡାକ୍ତର ହେବ ଚୂମନ । ଏକଥା ଆମେ କହୁନି ବରଂ ଜିଲ୍ଲା ପ୍ରଶାସନର ସହଯୋଗରେ ଏପରି କିଛି ହେବାକୁ ଯାଉଛି ଚୂମନ କ୍ଷେତ୍ରରେ । ଅସହାୟ ପରିବାରକୁ ସାହା ହୋଇଛି ଜିଲ୍ଲା ପ୍ରଶାସନ । ଗଣମାଧ୍ୟମରେ ଚୂମନ ବିଷୟରେ ଖବର ପ୍ରସାରଣ ପରେ ତାଙ୍କ ଘରେ ପହଁଞ୍ଚିଥିଲେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା । ଚୁମନକୁ ସହାୟତାର ହାତ […]

ଅପରାଧ ରାଜ୍ୟ

ହତ୍ୟା ଅଭିଯୁକ୍ତକୁ ଏନ୍‌କାଉଣ୍ଟର, ପିସ୍ତଲ ଓ ଜୀବନ୍ତ ଗୁଳି ଜବତ

ରାଉରକେଲା ୧୪।୧୧ : ହତ୍ୟା ଅଭିଯୁକ୍ତକୁ ଏନ୍‌କାଉଣ୍ଟର । ରାଉରକେଲା ସ୍ୱତନ୍ତ୍ର ଟିମ୍‌ ପକ୍ଷରୁ ଏହି ଏନ୍‌କାଉଣ୍ଟର ହୋଇଛି । ହତ୍ୟା ଅଭିଯୁକ୍ତ ଚୁମୁକୁ ଓରାମ ଓରଫ ଅଜିତ ଓରାମଙ୍କ ଡାହାଣ ଜଙ୍ଘରେ ଗୁଳି ବାଜିଛି । ତୁରନ୍ତ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରୁ ପିସ୍ତଲ ସହ ତିନୋଟି ଜୀବନ୍ତ ଗୁଳି ଜବତ ହୋଇଛି । ଖବର ଅନୁଯାୟୀ, ସରକାରୀ ଜମି ବିବାଦକୁ ନେଇ ରବିବାର ସକାଳ ଝିରିପାଣି ଥାନା ଝରିଆ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ସମାଜସେବୀଙ୍କ ନିଆରା ପ୍ରୟାସ, ଅନାଥ ଆଶ୍ରମର ଅନାଥ ଶିଶୁ ଦେଖିଲେ ଚଳଚ୍ଚିତ୍ର ‘ଦମନ’

ଗଜପତି ୧୪/୧୧: ଓଡ଼ିଆ ଚଳଚ୍ଚିତ୍ର ଦାମନ ଦେଖିଲେ ଅନାଥ ଆଶ୍ରମର ଅନ୍ତେବାସୀ । ସିନେମା ହଲରେ ବସି ଚଳଚ୍ଚିତ୍ର ଦେଖିଲେ ୮୦ରୁ ଅଧିକ ଅନାଥ ଶିଶୁ । ଏଥିପାଇଁ ସହଯୋଗ କରିଛନ୍ତି ଯୁବ ସମାଜସେବୀ ଦେବୀ ପ୍ରସାଦ ଦାସ । ଅନାଥ ଶିଶୁଙ୍କ ମୁହଁରେ ହସ ଫୁଟାଇବା ପାଇଁ ଏକ ନିଆରା ପ୍ରୟାସ କରିଛନ୍ତି ସେ । ଦେଶ ତଥା ସମାଜ ପ୍ରତି ଦାୟିତ୍ଵ ବୋଧ ଉପରେ ଆଧାରିତ ଓଡ଼ିଆ ଚଳଚିତ୍ର ଦମନ । ଦକ୍ଷିଣ ଓଡ଼ିଶାର […]