ନିଶାସାମଗ୍ରୀ ପରୀକ୍ଷା ବ୍ୟବସ୍ଥାରେ ଅଚଳାବସ୍ଥା: ୩ ବିଶେଷଜ୍ଞଙ୍କୁ ନେଇ ଚାଲିଛି ପରୀକ୍ଷା
କଟକ : ଗୋଟିଏ ସମୟରେ ରାଜ୍ୟରେ ଅବକାରୀ ବିଭାଗ ଜବତ କରୁଥିବା ନିଶା ସାମଗ୍ରୀର ରିପୋର୍ଟ ସର୍ବାଧିକ ୧୫ ଦିନ ଭିତରେ ଲାବରେଟୋରିରୁ ମିଳିଯାଉଥିଲା। କିନ୍ତୁ, ଏବେ ତିନୋଟି ଡିଭିଜନାଲ୍ ଏକ୍ସାଇଜ୍ ଟେଷ୍ଟିଂ ଲାବରେଟୋରିରେ ସ୍ଥାୟୀ କେମିକାଲ୍ ଏକଜାମିନର୍ ଓ ଲାବରେଟୋରି ଆସିଷ୍ଟାଣ୍ଟ ନାହାନ୍ତି। ତିନିଜଣ ଅବସରପ୍ରାପ୍ତ କେମିକାଲ୍ ପରୀକ୍ଷକ ସାରାରାଜ୍ୟର ସମସ୍ତ ନିଶା ସାମଗ୍ରୀର ପରୀକ୍ଷା ଦାୟିତ୍ବ ନେଇଛନ୍ତି। ଯାହାଫଳରେ, ରିପୋର୍ଟ ମିଳିବାକୁ ଏବେ ତିନିମାସରୁ ଉର୍ଦ୍ଧ୍ବ ସମୟ ଲାଗି ଯାଉଛି। ରିପୋର୍ଟ ବିଳମ୍ବରେ ଆସୁଥିବାରୁ […]









