ଦେଶ ବିଦେଶ ସ୍ୱାସ୍ଥ୍ୟ

୧୦୦ ନୁହେଁ କେବଳ ୨୩ କୋଟି ଡୋଜ୍ ଟିକାକରଣ ହୋଇଛି: ଶିବସେନା

ମୁମ୍ବାଇ: ୧୦୦ କୋଟି ଡୋଜ୍ ଟିକାକରଣ ପରେ ଏବେ ଉତ୍ସବର ମାହୋଲ ରହିଥିବା ବେଳେ ଶିବସେନା ଏହାକୁ ସହଜରେ ଗ୍ରହଣ କରିପାରୁନି । ଶିବସେନା ସାଂସଦ ସଂଜୟ ରାୱତ ଅଭିଯୋଗ ଆଣିଛନ୍ତି ଯେ, ଦେଶରେ କରୋନା ଭାକସିନ୍ ର ୧୦୦ କୋଟି ଡୋଜ୍ ଲଗାଯାଇଥିବା ଦାବି ହେଉଛି ସମ୍ପୂର୍ଣ୍ଣ ମିଛ । ସେ କହିଛନ୍ତି ଯେ, ଦେଶରେ ଯୋଗ୍ୟ ଲାଭାର୍ଥୀଙ୍କୁ ଏ ପର୍ଯ୍ୟନ୍ତ ୨୩ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇନାହିଁ । ମହାରାଷ୍ଟ୍ରର ନାସିକ୍ ରେ […]

ରାଜ୍ୟ ସ୍ୱାସ୍ଥ୍ୟ

ଭୁବନେଶ୍ୱରର କରୋନା ସ୍ଥିତି ଚିନ୍ତାଜନକ : ଯେତିକି ଆଶା ଥିଲା, ସେତିକି କମିନି

ଭୁବନେଶ୍ୱର ୨୬।୧୦ : ଆଗକୁ ଶୀତଦିନ ଆସୁଛି । ଶୀତରେ ସଂକ୍ରମଣର ଆଶଙ୍କା ଅଧିକା ରହିଛି । ଭୁବନେଶ୍ୱରର ସଂକ୍ରମଣ ସ୍ଥିତି ଚିନ୍ତାଜନକ । ସ୍ଵାସ୍ଥ୍ୟ ବିଭାଗ ନିର୍ଦ୍ଦେଶକଙ୍କ ସୁଚନା ଅନୁଯାୟୀ ଭୁବନେଶ୍ୱର ବର୍ତ୍ତମାନ ପ୍ଲାଟୋ ଷ୍ଟେଜରେ ଅଛି । ଯେତିକି ସଂକ୍ରମଣ ହାର କମିବା ନେଇ ଆଶା କରାଯାଉଥିଲା । ତାହା କମିନି । ଯାହାକି ଚିନ୍ତାର ବିଷୟ ପାଲଟିଛି । ତେବେ ଭୟ ନ କରି କୋଭିଡ ଗାଇଡ଼ଲାଇନ ଅନୁପାଳନ ଜରୁରୀ ରହିଛି ବୋଲି […]

ଧର୍ମ ରାଜ୍ୟ

ଆଜି ମହାପ୍ରଭୁଙ୍କ ବନକଲାଗି: ଅପରାହ୍ଣ ୪ରୁ ବନ୍ଦ ରହିବ ଦର୍ଶନ

ପୁରୀ : ବୁଧବାର କାର୍ତ୍ତିକ କୃଷ୍ଣ ଷଷ୍ଠୀ ତିଥିରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀଜିଉଙ୍କ ଶ୍ରୀମୁଖ ସିଂହାର ହେବ। ଏହି ନୀତି ଅପରାହ୍ଣ ୪ଟାରୁ ଆରମ୍ଭ ହେବ। ପ୍ରାୟ ୩ ଘଣ୍ଟା ଧରି ଏହି ନୀତିକାନ୍ତି ଚାଲିବ। ଏହି ଦୃଷ୍ଟିରୁ ବୁଧବାର ଅପରାହ୍ଣ ୪ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଛି। ରାତି ପ୍ରାୟ ସାଢ଼େ ୭ଟାରୁ ୮ଟା ଭିତରେ ବନକଲାଗି ନୀତି ସରିବ। ଏହା ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

୬୦ ବର୍ଷର ଶିକ୍ଷାନୁଷ୍ଠାନ ନୀଳମଣି ସରକାରୀ ଉଚ୍ଚବିଦ୍ୟାଳୟ: ୬ ଶିକ୍ଷକ ପଦ ଖାଲି, ଖେଳପଡ଼ିଆ ନାହିଁ

ନିଆଳି: ନିଆଳିସ୍ଥିତ ୬୦ ବର୍ଷର ଶିକ୍ଷାନୁଷ୍ଠାନ ନୀଳମଣି ସରକାରୀ ଉଚ୍ଚବିଦ୍ୟାଳୟରେ ୬ଟି ଶିକ୍ଷକ ପଦବି ଖାଲି ପଡିଛି। ଏହାଛଡ଼ା ବିଦ୍ୟାଳୟର ଖେଳପଡ଼ିଆ କି ପାଚେରି ବି ନାହିଁ। ଏହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ୧୯୬୧ ମସିହାରେ ଧୋୟାଅଞ୍ଚଳର ଗାନ୍ଧୀ ଭାବେ ପରିଚିତ ସ୍ବର୍ଗତ ନୀଳମଣି ପ୍ରଧାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ସ୍ଥାପିତ ଏହି ବିଦ୍ୟାଳୟର ବହୁ ଛାତ୍ରୀ ରାଜ୍ୟ ତଥା ଓଡ଼ିଶା ବାହାରେ ଗୁରୁତ୍ବପୂର୍ଣ୍ଣ ପଦପଦବିରେ ଅଧି‌ଷ୍ଠିତ। ଏକଦା ଅ‌ଞ୍ଚଳରେ ସୁନାମ ଅର୍ଜନ କରିଥିବା […]

ରାଜ୍ୟ ସ୍ୱାସ୍ଥ୍ୟ

ଆଇସ୍‌କ୍ରିମ୍‌ କାଠିରେ ବିଶ୍ବକପ୍‌ ଟ୍ରଫି, ଟିମ୍‌ ଇଣ୍ତିଆକୁ ଶୁଭେଚ୍ଛା ଜଣାଇଲେ ଚିତ୍ରକର ମନୋଜ

କଟକ: ଆଇସକ୍ରିମ କାଠିରେ ବିଶ୍ବକପ୍‌ ଟ୍ରଫି ପ୍ରସ୍ତୁତ କରି ଅଭିନବ ଢଙ୍ଗରେ ଟିମ୍‌ ଇଣ୍ତିଆକୁ ଶୁଭେଚ୍ଛା ଜଣାଇଛନ୍ତି କଟକର ଚିତ୍ରକର ମନୋଜ ସାହୁ। ଆସନ୍ତାକାଲି (ରବିବାର) ଦିନ ଭାରତ ଓ ପାକିସ୍ଥାନ ମଧ୍ୟରେ ବହୁ ପ୍ରତୀକ୍ଷିତ ମୁକାବିଲା ହେବ। କଟକର ସିଡ଼ିଏ ସେକ୍ଟର-୭ ଠାରେ ରହୁଥିବା ରାମଚନ୍ଦ୍ର ସାହୁ ଓ ପ୍ରମିଳା ସାହୁଙ୍କ ପୁଅ ‌ମ‌ନୋଜ ସାହୁ ପେସାରେ ଜଣେ ସ୍କୁଲ ଶିକ୍ଷକ ହେଲେ ବି ନିଶା ତାଙ୍କ ଚିତ୍ର ଆଙ୍କିବା। ଟି-୨୦ ବିଶ୍ବକପ ମହାସମର ସୁପର […]

ଖେଳ ଦେଶ ବିଦେଶ

ଟ୍ବେଣ୍ଟି-୨୦ ବିଶ୍ୱକପ୍‌: ଭାରତ-ପାକିସ୍ତାନ ମୁକାବିଲା ଆଜି, ଦୁଲୁକିବ ଦୁବାଇ

ଦୁବାଇ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଭାରତ-ପାକିସ୍ତାନ ମୁକାବିଲାକୁ ନେଇ କେବଳ ଏସିଆ ମହାଦେଶ ନୁହେଁ ସମଗ୍ର ବିଶ୍ବର କ୍ରିକେଟ୍ ଜଗତ ଉତ୍ସାହିତ। ବିଶ୍ବ କ୍ରିକେଟ୍‌ର ଏହି ଦୁଇ ଲୋକପ୍ରିୟ ଦଳ ବି ରବିବାର ନିଜ ନିଜର ବିଶ୍ବକପ୍ ଅଭିଯାନ ଆରମ୍ଭ କରିବେ। ଅତୀତ ପରିସଂଖ୍ୟାନ ସହ ଦଳର ଅଭିଜ୍ଞତା ଏବଂ ଶକ୍ତି ଓ ସାମର୍ଥ୍ୟ ଦୃଷ୍ଟିରୁ ପାକିସ୍ତାନଠାରୁ ଭାରତ ଢେର ଆଗରେ ରହିବ। ଦୁବାଇରେ ଆଇପିଏଲ୍ ଖେଳି ଭାରତୀୟ ଖେଳାଳିମାନେ ମଧ୍ୟ ନିଜ ନିଜ ଦକ୍ଷତାକୁ ଆହୁରି […]

ଦେଶ ବିଦେଶ ମନୋରଞ୍ଜନ

ସୁପରଷ୍ଟାର ରଜନୀକାନ୍ତ ପାଇବେ ଦାଦାସାହେବ ଫାଲକେ ଆଓ୍ୱାର୍ଡ: ଟ୍ୱିଟ୍ କରି ରଖିଲେ ପ୍ରତିକ୍ରିୟା

ଚେନ୍ନାଇ ୨୪/୧୦: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବ ଦାଦା ସାହେବ ଫାଲକେ ପୁରସ୍କାର । ଚେନ୍ନାଇ ସ୍ଥିତ ବାସଭବନରେ ସେ ଏନେଇ ସାମ୍ୱାଦିକଙ୍କୁ ଜଣାଇଛନ୍ତି । ବୈଠକ କରି ସୁପରଷ୍ଟାର କହିଛନ୍ତି ଯେ ସେ ଏହି ସମ୍ମାନଜନକ ପୁରସ୍କାର ପାଇବାକୁ କେବେ ଆଶା କରିନଥିଲେ । ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କୁ ପୁରସ୍କାର ପାଇବା ଦେଖିବାକୁ ତାଙ୍କ ପରାମର୍ଶଦାତା କେବି (କେ ବାଲାଚାନ୍ଦ) ସାର୍ ଜୀବିତ ନାହାଁନ୍ତି ବୋଲି କହିବା ସହ ଅତ୍ୟନ୍ତ ଦୁଃଖପ୍ରକାଶ […]

ଦେଶ ବିଦେଶ ମନୋରଞ୍ଜନ

ବର୍ଷାରାଣୀ ଆଲିଶା

ମଡେଲିଂରୁ ଗ୍ଲାମର ଜଗତକୁ ପାଦ ବଢ଼େଇଥିବା ଆଲିଶା ବ୍ରହ୍ମା ଏହା ଭିତରେ କିଛି ସିନେମା ଓ ଆଲବମ୍ ଗୀତଦୃଶ୍ୟର ନାୟିକା ସାଜିଛନ୍ତି। ଚଳଚ୍ଚିତ୍ର ‘ଲାଗେ ମୋତେ କେମିତି କେମିତି’ରେ ଆଲିଶା ଦୁଷ୍ମନ୍ତଙ୍କ ବିପକ୍ଷର ନାୟିକା ସାଜିଥିଲେ। ଏହା ବ୍ୟତୀତ ‘ବର୍ଷାରାଣୀ’, ‘ଯୋଗୀ ଆଜି ତୋ ପ୍ରେମରେ’ ଆଦି ଆଲବମ୍ ଗୀତରେ ସେ ନାୟିକା ସାଜିଛନ୍ତି। ‘ବର୍ଷାରାଣୀ’ ଗୀତଦୃଶ୍ୟ ଦେଖିବା ପରେ ଆଲିଶା ସିନେ ନିର୍ଦ୍ଦେଶକଙ୍କ ନଜରକୁ ଆସିଥିଲେ। ବାଲେଶ୍ବରର ରଘୁନାଥ ବ୍ରହ୍ମା ଓ ବୈଜୟନ୍ତୀ ବ୍ରହ୍ମାଙ୍କ ଝିଅ […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ ମନ ପସନ୍ଦ କଂପାନିରୁ ସାକ୍ଷାତକାର ପାଇଁ ଡାକରା ଆସିବ। ଧର୍ମକାର୍ଯ୍ୟରେ ଆପଣଙ୍କର ବହୁତ ଆସ୍ଥା ରହିବ। ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବେ। ବୃଷ: ରଚନାତ୍ମକ କାର୍ଯ୍ୟରେ ଆପଣଙ୍କର ଖ୍ୟାତି ବଢ଼ିବ। ଆପଣଙ୍କ ମନର କୌଣସି ବିଶେଷ ଇଚ୍ଛା ପୂରା ହେବ। ସକାରାତ୍ମକ ଭାବନା ଆପଣଙ୍କୁ ଲାଭ ଆଣିଦେବ। ମିଥୁନ: ପରିଶ୍ରମ ବଳରେ ଆପଣଙ୍କୁ ସଫଳତା ମିଳିବ। ବାଦ ବିବାଦ ଠାରୁ ନିଜକୁ ଦୂରରେ ରଖିବା ଦରକାର। ପିଲାମାନଙ୍କ ସଫଳତାରେ ଗର୍ବ ଅନୁଭବ କରିବେ। […]

କଳା ଓ ସଂସ୍କୃତି ଧର୍ମ

ମଙ୍ଗଳ ଗ୍ରହ ରାଶି ପରିବର୍ତ୍ତନ: ୪୪ ଦିନ ପର୍ଯ୍ୟନ୍ତ ଏହି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ, ହୋଇପାରେ ଧନ ହାନୀ

ନୂଆଦିଲ୍ଲୀ ୨୩/୧୦: ମଙ୍ଗଳ ଅକ୍ଟୋବର ୨୨ ରେ ତୁଳା ରାଶିରେ ପ୍ରବେଶ କରିଛନ୍ତି। ଡିସେମ୍ବର ୫ ପର୍ଯ୍ୟନ୍ତ ତୁଳା ରାଶିରେ ରହିବେ। ଏହା ପରେ ମଙ୍ଗଳ ବିଛା ରାଶିରେ ପ୍ରବେଶ କରିବେ। ମଙ୍ଗଳଙ୍କୁ ଶକ୍ତି, ଭାଇ, ଭୂମି, ସାହସ, ପରାକ୍ରମ, ବୀରତ୍ୱ, ଗତିଶୀଳତା ଏବଂ ଜୀବନ୍ତ ଶକ୍ତିର କରାକ ଗ୍ରହ ଭାବରେ ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆଗାମୀ ୪୪ ଦିନ ପର୍ଯ୍ୟନ୍ତ କିଛି ରାଶିର ବ୍ୟକ୍ତିଙ୍କୁ ବହୁତ ସତର୍କ ରହିବା ଆବଶ୍ୟକ। ଏହି ରାଶିର […]