ଖେଳ ଦେଶ ବିଦେଶ

ନୂଆ ସିଇଓ ନିଯୁକ୍ତ କଲା ଆଇସିସି; ଜାଣନ୍ତୁ କିଏ ଏହି ବ୍ୟକ୍ତି

ନୂଆଦିଲ୍ଳୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ୍(ଆଇସିସି) ପକ୍ଷରୁ ଏହାର ନୂତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି । ଅଷ୍ଟ୍ରେଲିଆର ପୂର୍ବତନ ଘରୋଇ କ୍ରିକେଟ ଖେଳାଳି ଜିଓଫ୍ ଆଲାର୍ଡିସଙ୍କୁ ରବିବାର ଆଇସିସି ପକ୍ଷରୁ ସିଇଓ ନିଯୁକ୍ତ କରାଯାଇଛି । ଦୀର୍ଘ ୮ ମାସ ହେବ ଅନ୍ତରୀଣ ସିଇଓ ଭାବରେ ରହିଥିବା ଆଲାର୍ଡିସଙ୍କୁ ରବିବାର ସ୍ଥାୟୀ ସିଇଓ ଭାବରେ ନିଯୁକ୍ତ କରାଯାଇଛି । ଆଲାର୍ଡିସ ଅଷ୍ଟ୍ରେଲିଆ ପକ୍ଷରୁ ଘରୋଇ କ୍ରିକେଟ ଖେଳିଥିବା ବେଳେ କ୍ରିକେଟ ଅଷ୍ଟ୍ରେଲିଆର ସିଇଓ ଭାବରେ ମଧ୍ୟ […]

ଦେଶ ବିଦେଶ ଧର୍ମ

ଏହି ରାଜ୍ୟର କୃଷକଙ୍କୁ ସ୍ମାର୍ଟଫୋନ୍ କିଣିଲେ ମିଳିବ ୧୫୦୦ ଟଙ୍କା, ଏପରି କରିବେ ଆବେଦନ

ଗାନ୍ଧୀନଗର: ଗୋଟେ ପଟେ ମୋଦୀ ସରକାର କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଅନ୍ୟପଟେ ଗୁଜୁରାଟ ସରକାର କୃଷକଙ୍କୁ ସ୍ମାର୍ଟଫୋନ୍ କିଣିବା ପାଇଁ ଟଙ୍କା ଦେଉଛନ୍ତି । ଗୁଜୁରାଟ ସରକାର ରାଜ୍ୟର କୃଷକ ମାନଙ୍କୁ ସ୍ମାର୍ଟଫୋନ୍ କିଣିବା ପାଇଁ ୧୫୦୦ ଟଙ୍କା ଆର୍ଥିକ ସହାୟତା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର କୃଷକ ବିଭାଗ ପକ୍ଷରୁ ଏନେଇ ସୂଚନା ଦେଇଛନ୍ତି । ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ ଏହି ଯୋଜନାର ଉଦ୍ଦେଶ୍ୟ […]

କଳା ଓ ସଂସ୍କୃତି ରାଜ୍ୟ

କେନ୍ଦ୍ର ସାହିତ୍ୟ ଅକାଦେମି ପୁସ୍ତକ ପ୍ରଦର୍ଶନୀ ଉଦ୍‌ଘାଟିତ, ‘ସାହିତ୍ୟ ମଣିଷକୁ ଆୟୁଷ୍ମାନ କରେ’

କଟକ: ସାହିତ୍ୟ ମଣିଷକୁ ଆୟୁଷ୍ମାନ କରେ। ଏହା ଜୀବନକୁ ଉଚିତ ମାର୍ଗରେ ପରିଚାଳିତ କରିବା ସହିତ ଜୀବନକୁ ଚିତ୍ରିତ କରିବାରେ ସହାୟକ ‌‌ହୋଇଥାଏ। ସେଇଥି ପାଇଁ ତ ସାହିତ୍ୟ କାଳଜୟୀ ବୋଲି କହିଛନ୍ତି ବିଶିଷ୍ଟ କଥାକାର ତଥା ‘ସମ୍ବାଦ’ର ସଂପାଦକ(ଫିଚର) ଡକ୍ଟର ଗୌରହରି ଦାସ। କେନ୍ଦ୍ର ସାହିତ୍ୟ ଅକାଦେମି ଓ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଆୟୋଜିତ ପୁସ୍ତକ ପ୍ରଦର୍ଶନୀ ତଥା ସାରସ୍ବତ ସାଧକ ଜଗନ୍ନାଥ ପ୍ରସାଦ ଦାସଙ୍କ ପୁସ୍ତକ ‘ଏକତ୍ରିକା’ର ଆଲୋଚନା କାର୍ଯ୍ୟକ୍ରମରେ ମୁଖ୍ୟ ଆଲୋଚକ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ବାଜି ଲାଗିଛି ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

କଟକ: କୋଭିଡ୍ ମହାମାରୀ ପରିସ୍ଥିତିରେ ବିନା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିବା ନମ୍ବରକୁ ନେଇ ଅନେକ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବାଜି ଲାଗି ଯାଇଛି। ଅନେକ ଛାତ୍ରଛାତ୍ରୀ ମିଳିଥିବା ନମ୍ବରକୁ ନେଇ ଅସନ୍ତୁଷ୍ଟ ଥିଲେ ବି ବିଭିନ୍ନ କାରଣରୁ ପରୀକ୍ଷା ଦେଇ ପାରି ନଥିଲେ। କିନ୍ତୁ ଯେଉଁ ଛାତ୍ରଛାତ୍ରୀ ସାହସ ଜୁଟାଇ ଅଫଲାଇନ୍ ପରୀକ୍ଷାରେ ବସି ଥିଲେ, ସେମାନଙ୍କ ମଧ୍ୟରୁ କେତେ ଜଣଙ୍କ ମାର୍କ ବଢିବା ଘଟଣା ବର୍ତ୍ତମାନ ପରିସ୍ଥିତିରେ ସେମାନଙ୍କ ପାଇଁ ଏକପ୍ରକାର ଅଶ୍ବସ୍ତିର କାରଣ ହୋଇଛି। […]

ଦେଶ ବିଦେଶ ମନୋରଞ୍ଜନ

ଜେଲ୍ ଯାଇ ସାରିଥିବା ଏହି ନେତା Bigg-Boss-15ରେ କରିବେ ଏଣ୍ଟ୍ରୀ , ‘ୱିକେଣ୍ଡ୍ କା ୱାର’ ଏପିସୋଡରେ ଏହି ଅଭିନେତ୍ରୀଙ୍କୁ ଦେବେ ଟକ୍କର

ନୂଆଦିଲ୍ଳୀ ୨୧।୧୧ : କଲର୍ସ ଟିଭିର ବହୁ ଚର୍ଚ୍ଚିତ ରିଆଲିଟି ଶୋ’ ବିଗ୍‌ ବସ-୧୫ରେ ଏଣ୍ଟ୍ରି କରିବେ ମରାଠୀ ନେତା ଅଭିଜିତ ବିଚୁକଲେ । ଜେଲ୍‌ରେ ସଜା କାଟି ଫେରିଥିବା ଏହି ନେତା ଏବେ ଭାଇଜାନ ସଲମାନ ଖାନ୍‌ଙ୍କ ଶୋ’ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ନିଜ ବୟାନକୁ ନେଇ ସର୍ବଦା ଚର୍ଚ୍ଚାରେ ରହୁଥିବା ଥିବା ଅଭିଜିତ୍ ‘ୱିକେଣ୍ଡ୍ କା ୱାର’ ଏପିସୋଡରେ ରଶ୍ମୀ ଦେଶାଇ ଏବଂ ଦେବୋଲିନା ଭଟ୍ଟାଚାର୍ଯ୍ୟ ସହ ଶୋ’ରେ ପ୍ରବେଶ କରିବେ। ସଲମାନ ଖାନଙ୍କ […]

କଳା ଓ ସଂସ୍କୃତି ରାଜ୍ୟ

ଠାକୁର ଘର କାନ୍ଥରୁ ବାହାରିଲା ତମ୍ବା ନାଗ, ଦେଖିବାକୁ ଭିଡ

ତେଲକୋଇ, ୨୧/୧୧: ଠାକୁର ଘର କାନ୍ଥରୁ ବାହାରିଲା ତମ୍ବା ନାଗ ।ତମ୍ବା ନାଗ ଚାରିପଟେ ଝୁଣାର ଆସ୍ତରଣ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଦେଉଳଡିହା ପଞ୍ଚାୟତ ନୁଆଗଡ ଗାଁରେ । କାନ୍ଥରୁ ତମ୍ବାନାଗ ବାହାରିବା ଘଟଣା ପରେ ଲୋକଙ୍କ ସୁଅ ଛୁଟିଛି । ନୁଆଗଡ ଗାଁର ଆର୍ତ୍ତ ବିନ୍ଧାଣିଙ୍କ ଘରକୁ ଏହି ସାପ ବାହାରିଛି । ତାଙ୍କ ଘର କାନ୍ଥରୁ ତମ୍ବାନାଗ ବାହାରିବା ନେଇ ପ୍ରଥମେ ସ୍ତ୍ରୀ ଆରତୀ ବିନ୍ଧାଣି […]

ଦେଶ ବିଦେଶ ମନୋରଞ୍ଜନ

କ୍ୟାଟ୍ରିନା ଓ ବିକିଙ୍କ ବିବାହରେ VIP ଅତିଥିଙ୍କ ପାଇଁ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା , ସୁରକ୍ଷା ପାଇଁ ରହିଛି ୧୦୦ଟି ବାଉନ୍ସର

ନୂଆଦିଲ୍ଳୀ ୧୯।୧୧ : ବର୍ତ୍ତମାନ କ୍ୟାଟ୍ରିନା କୈଫ ଏବଂ ବିକି କୌଶଲଙ୍କ ବିବାହକୁ ନେଇ ଜୋରଦାର ପ୍ରସ୍ତୁତି ଚାଲିଛି। ଏହି ବଲିଉଡ ଦମ୍ପତି ସାୱାଇ ମାଧୋପୁରର ସିକ୍ସସେନ୍ସ ଦୁର୍ଗରେ ବିବାହ କରିବାକୁ ଯାଉଛନ୍ତି । ସେମାନଙ୍କ ବିବାହରେ ସାମିଲ୍ ହୋଇଥିବା ଅତିଥିଙ୍କ ତାଲିକା ମଧ୍ୟ ସାମ୍ନକୁ ଆସିଛି। ଦମ୍ପତିଙ୍କ ବିବାହ ରାଜକୀୟ ଜାକଜକମରେ ହେବ ବୋଲି ଶୁଣିବାକୁ ମିଳୁଛି । ହେଲେ ନିକଟରେ ଏକ ଖବର ଆସିଥିଲା ​​ଯେ ସେମାନଙ୍କ ବିବାହ କାରଣରୁ ଜୟପୁରରେ ଗାଡିର ବୁକିଂର […]

ଖେଳ ଦେଶ ବିଦେଶ

ଆଉ ଦେଖିବାକୁ ମିଳିବନି ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବି ଡି’ଭିଲିଅର୍ସଙ୍କ ୩୬୦ ସଟ୍, କ୍ରିକେଟର ସମସ୍ତ ଫର୍ମାଟରୁ ନେଲେ ସନ୍ନ୍ୟାସ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟ୍ସମ୍ୟାନ ଏବି ଡି’ଭିଲିଅର୍ସ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛିନ୍ତି । ଏବି ଗତ ୨୦୧୮ରେ ଇଣ୍ଟରନ୍ୟାସନାଲ କ୍ରିକେଟକୁ ଅଲବିଦା କହି ସାରିଥିବା ବେଳେ ଏବେ ଫ୍ରାଞ୍ଚାଇଜ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଏଣିକି ଏବି ଆଇପିଏଲ, ବିଗ ବାଶ, ପିଏସଏଲ କି ଅନ୍ୟ କୌଣସି ଲିଗରେ ସାମିଲ ହେବେ ନାହିଁ । ଏନେଇ ସୋସିଆଲ ମିଡ଼ିଆରେ ଏବି ଘୋଷଣା କରିଛନ୍ତି । ତାଙ୍କର କ୍ରିକେଟ ଯାତ୍ରା ଶାନଦାର […]

କଳା ଓ ସଂସ୍କୃତି ରାଜ୍ୟ

କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସୁନାବେଶ: ସାଧାରଣ ଦର୍ଶନ ବନ୍ଦ

ପୁରୀ: ପବିତ୍ର କାର୍ତ୍ତିକ ପୂଣ୍ଣିମାରେ କରୋନା କଟକଣା ପାଇଁ ଚଳିତ ବର୍ଷ ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କୁ ଦର୍ଶନ ବାରଣ କରାଯାଇଛି। ଫଳରେ ବାହାରୁ ପତିତପାବନ ଦର୍ଶନ କରି ଭକ୍ତଙ୍କୁ ସନ୍ତୁଷ୍ଟ ହେବାକୁ ପଡ଼ୁଛି। ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ରାଜାରାଜେଶ୍ୱର ତଥା ସୁନାବେଶ। କାର୍ତ୍ତିକ ପୁଣ୍ଣିମାରେ ପାରମ୍ପାରିକ ରୀତିନୀତି ଅନୁସାରେ ରତ୍ନସିଂହାସନରେ ସୁନାବେଶରେ ଶ୍ରୀଜିଉଙ୍କ ଦର୍ଶନ ମିଳେ। କିନ୍ତୁ କରୋନା କଟକଣା ପାଇଁ ଏବର୍ଷ ସାଧାରଣ ଦର୍ଶନ ବନ୍ଦ ରହିଛି। ବିଳମ୍ବିତ ରାତିରେ ଶ୍ରୀମନ୍ଦିର ଦ୍ୱାର ଫିଟିବା ପରେ […]

ରାଜ୍ୟ ସ୍ୱାସ୍ଥ୍ୟ

ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୨୪୨ କରୋନା ପଜିଟିଭ୍ ଚିହ୍ନଟ, ୪୫ ଜଣ ଶିଶୁ ଓ କିଶୋର ସଂକ୍ରମିତ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୪୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୪୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୦୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୪୫ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୦ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ […]