କ୍ୟାଟ୍ରିନାଙ୍କ ଆଇଟମ୍ ଗୀତରେ ଠୁମକା ଲଗାଇଲେ ବିଦେଶୀ ଝିଅ, ଭିଡିଓ ଭାଇରାଲ୍
ନୂଆଦିଲ୍ଳୀ ୨୯।୦୬ : ଭାରତରେ ଯେକୌଣସି କାର୍ଯ୍ୟକ୍ରମ ସ୍ବାଦିଷ୍ଟ ଖାଦ୍ୟ ବା ସିଜ୍ଲିଙ୍ଗ୍ ଡ୍ୟାନ୍ସ ବିନା ସଂପୂର୍ଣ୍ଣ ହୋଇପାରିବ ନାହିଁ ।ଏପରି ଏକ ଆଶ୍ଚର୍ଯ୍ୟଜନକ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓରେ ଦେଖାଯାଇଥିବା ଉଭୟ ଝିଅ ସମସ୍ତଙ୍କୁ ବହୁତ ଏଣ୍ଟରଟେନ୍ମେଣ୍ଟ କରିଛନ୍ତି । ଏହି ଭିଡିଓରେ ଜଣେ ଝିଅ ଭାରତୀୟ ହୋଇଥିବା ବେଳେ ଅନ୍ୟ ଝିଅଟି ବିଦେଶୀ । ଦୁହେଁ ବଲିଉଡ୍ ଗୀତ ଚିକନି ଚମେଲି ଗୀତରେ ମଜାଳିଆ ଢଙ୍ଗରେ ନାଚିଛନ୍ତି। […]